Excuse Me Odisha

ଯାହା କହିବୁ ସତ କହିବୁ

ଭୁଲରେ ବି ବିବାହିତା ମହିଳାମାନେ ଏମିତି ସିନ୍ଦୁର ଲଗାନ୍ତୁ ନାହିଁ,ଜାଣନ୍ତୁ ସିନ୍ଦୁର ଲଗାଇବାର କିଛି ମହତ୍ତ୍ୱପୂର୍ଣ୍ଣ ନିୟମ , ନଚେତ ସ୍ୱାମୀ ପଡ଼ିପାରନ୍ତି ସମସ୍ୟାରେ :-

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମରେ ସିନ୍ଦୁରର ଅନେକ ମହତ୍ତ୍ୱ ରହିଛି । ବିବାହିତା ମହିଳା ସିନ୍ଦୁର ଲଗାଇବା ଅନିର୍ବାର୍ଯ୍ୟ ଅଟେ । ସାଧରଣତଃ ବିବାହ ସମୟରେ ମଧ୍ୟ ସିନ୍ଦୁର ଦାନର ଏକ ବିଶେଷ ପରମ୍ପରା ରହିଛି । ଯେଉଁଠି ସ୍ୱାମୀ ନିଜ ସ୍ତ୍ରୀ ମଥାରେ ସିନ୍ଦୁର ଦେଇଥାଏ । ମାତ୍ର ବର୍ତ୍ତମାନ ସମୟରେ ଅନେକ ମହିଳା ବିବାହ ସତ୍ତ୍ୱେବି ସିନ୍ଦୁର ଲଗାଉ ନାହାଁନ୍ତି । କହିବାକୁ ଗଲେ ସିନ୍ଦୁର ଲଗାଇବାରେ ଧାର୍ମିକ ମାନ୍ୟତା ସହିତ ବୈଜ୍ଞାନିକ ମାନ୍ୟତା ମଧ୍ୟ ରହିଛି ।

ଯେଉଁ ସ୍ତ୍ରୀ ବିବାହିତ ଥିବା ସତ୍ତ୍ୱେବି ସିନ୍ଦୁର ଲଗାଇ ନଥାଏ ସେହି ସ୍ତ୍ରୀର ସ୍ୱାମୀ କେବେବି ଧନ ଅର୍ଜନ କରି ନଥାଏ । ଏହାବ୍ୟତୀତ ମାନ ସମ୍ମାନ ହାନୀ ହୋଇଥାଏ ଏବଂ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ତେଣୁ ବିବାହିତ ମହିଳା ମାନେ ସିନ୍ଦୁର ଲଗାଇବାର କିଛି ନିୟମ ବିଷୟରେ ଜାଣି ରଖିବା ଉଚିତ ।

୧ . ବିବାହିତ ମହିଳା ସର୍ବଦା ନିଜ ପଇସାରେ ହିଁ ସିନ୍ଦୁର କିଣି ଲଗାଇବା ଉଚିତ । ଧାର କରଜ କରି କିମ୍ବା ଅନ୍ୟ ପଇସାରେ ସିନ୍ଦୁର କିଣି ଲଗାଇଲେ ଦୁର୍ଭାଗ୍ୟ ଆସିଥାଏ ଏବଂ ସ୍ୱାମୀର ଜୀବନରେ ବାଧା ଆସିଥାଏ ।

୨ . ବିବାହିତା ମହିଳା କୌଣସି ପରିସ୍ଥିତିରେବି ଅନ୍ୟ ମହିଳାର ସିନ୍ଦୁର ଲଗାଇବା ଉଚିତ ନୁହେଁ । ଏହାଦ୍ବାରା ସ୍ୱାମୀଙ୍କର ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ଏହାବ୍ୟତୀତ ସ୍ୱାମୀଙ୍କ ଆୟୁଷ ମଧ୍ୟ କମିପାରେ ।

୩ . ବିବାହିତା ମହିଳା ମାନେ ମାତା ଲକ୍ଷ୍ମୀଙ୍କ ଚରଣରୁ ମିଳୁଥିବା ସିନ୍ଦୁରକୁ ନିଶ୍ଚିତ ରଖିନେବା ଉଚିତ । ଏହା ଅତ୍ୟନ୍ତ ପବିତ୍ର ହୋଇଥାଏ । ତାହାକୁ ସିଂଥୀରେ ଲଗାଇଲେ ସ୍ୱାମୀଙ୍କ ଆୟୁଷ ବୃଦ୍ଧି ହୋଇଥାଏ ଏବଂ ସମ୍ପର୍କ ଦୃଢ଼ ହୋଇଥାଏ ।

୪ . ବିବାହିତା ମହିଳା ମାନେ କାହାରି ସାମ୍ନାରେ ସିନ୍ଦୁର ଲଗାଇବା ଉଚିତ ନୁହେଁ । ନଚେତ ଏହାଦ୍ବାରା ସ୍ୱାମୀଙ୍କ ଉପରେ ନଜର ଲାଗିଥାଏ ଏବଂ ସମ୍ପର୍କରେ ମଧ୍ୟ ବିବାଦ ଦେଖାଦେଇ ପାରେ । ତେଣୁ କାହାରି ସାମ୍ନାରେ ସିନ୍ଦୁର ଲଗାନ୍ତୁ ନାହିଁ । ତେଣୁ ଯଦି କାହାରି ସାମ୍ନାରେ ସିନ୍ଦୁର ଲଗାଇବାକୁ ପଡ଼େ ତେବେ ମଥାରେ ଓଢଣୀ ନିଶ୍ଚୟ ଦେଇ ଦିଅନ୍ତୁ ।

୫ . ବିବାହିତ ମହିଳା ସର୍ବଦା ସ୍ନାନ କରି ସାରିବା ପରେ ହିଁ ସିଂଥୀରେ ସିନ୍ଦୁର ଲଗାଇବା ଉଚିତ । ସକାଳୁ ଉଠି ସ୍ନାନ କରି ସିନ୍ଦୁର ଲଗାଇ ପୂଜା ପାଠ କରିବା ଦ୍ୱାରା ସ୍ୱାମୀଙ୍କ ଆୟୁଷ ବଢ଼ିଥାଏ । ଏହାବ୍ୟତୀତ ସିଂଥୀରେ ସିନ୍ଦୁର ଲଗାଇବା ସମୟରେ ସ୍ୱାମୀଙ୍କ ସଫଳତା ଏବଂ ଦୀର୍ଘ ଆୟୁଷ କାମନା କରିବା ଉଚିତ । ଏହାଦ୍ବାରା ଭାଗ୍ୟ ପ୍ରବଳ ହୋଇଥାଏ ଏବଂ ସ୍ୱାମୀଙ୍କ ଆୟୁଷ ଦୀର୍ଘ ହୋଇଥାଏ ।

୬ . କୌଣସିବି ପରିସ୍ଥିତିରେ , ଯେମିତିକି କୌଣସି ସ୍ୱାସ୍ଥ୍ୟ ଜନିତ ସମସ୍ୟା ହେଉ କିମ୍ବା ମାସିକ ଧର୍ମ ହେଉ , ସ୍ୱାମୀ ଜୀବିତ ଥିଲେ ବିବାହିତା ମହିଳା ନିଶ୍ଚିତ ଭାବରେ ସିଂଥୀରେ ସିନ୍ଦୁର ଲଗାଇବା ଉଚିତ ।

୭ . ଯଦି ଆପଣ କେଶ ଧୋଇ ନାହାଁନ୍ତି ତଥାପି ପୂଜା ପଦ୍ଧତି କରିବାକୁ ଚାହୁଁଛନ୍ତି ତେବେ ମଥାରେ ସିନ୍ଦୁର ଲଗାଇ ଦିଅନ୍ତୁ । ଆଉ କେଶ ଧୋଇବାର ଆବଶ୍ୟକତା ନାହିଁ । ଆପଣ ପବିତ୍ର ହୋଇଯିବେ ଏବଂ ପୂଜାପାଠ କରି ପାରିବେ । ଯେଉଁ ସ୍ତ୍ରୀ ମଥାରେ ସିନ୍ଦୁର ଲଗାଇ ନଥାଏ ସ୍ୱାମୀଙ୍କ ଜୀବନ ଉପରେ ବିପଦ ଆସିଥାଏ ।

୮ . ସିନ୍ଦୁର ଯେମିତି କେବେବି ତଳେ ନପଡ଼େ । ତେଣୁ ତାହାକୁ ସର୍ବଦା ସୁରକ୍ଷିତ ସ୍ଥାନରେ ଏବଂ ଛୋଟ ପିଲାଙ୍କ ନଜର ଠାରୁ ଦୂରରେ ରଖନ୍ତୁ । ନଚେତ ମାତା ପାର୍ବତୀ କ୍ରୋଧିତ ହୁଅନ୍ତି । ସିନ୍ଦୁର ତଳେ ପଡ଼ିଗଲେ ତୁରନ୍ତ ମାତା ପାର୍ବତୀଙ୍କୁ କ୍ଷମା ମାଗି ନିଅନ୍ତୁ ।

୯ . ମଥାରେ ସର୍ବଦା ଶୁଖିଲା ସିନ୍ଦୁର ହିଁ ଲଗାନ୍ତୁ । ଆଜିକାଲି ମାର୍କେଟରେ ବିଭିନ୍ନ ପ୍ରକାର ଲିକ୍ୱିଡ଼ ସିନ୍ଦୁର ବିକ୍ରି ହେଉଛି । ଯାହାକୁ ବିବାହିତା ମହିଳା ମାନେ ବ୍ୟବହାର କରୁଛନ୍ତି । କିନ୍ତୁ ତାହା ବ୍ୟବହାର କରିବା ଉଚିତ ନୁହେଁ ।

୧୦ . ସିନ୍ଦୁର ତଳେ ପଡ଼ିଗଲେ ପ୍ରଥମେ ମାତା ପାର୍ବତୀଙ୍କୁ କ୍ଷମା ମାଗି କୌଣସି ଗଛ ତଳେ ରଖି ଦିଅନ୍ତୁ । ମାତ୍ର କୌଣସି ନାଳରେ ପକାଇବେ ନାହିଁ । ନଚେତ ଏହାଦ୍ବାରା ମାତା ପାର୍ବତୀ କ୍ରୋଧିତ ହୁଅନ୍ତି ।

୧୧ . ମଥାରେ ସିନ୍ଦୁର ଲଗାଇ ଥିଲେ ତାହାକୁ ଲୁଚାଇବା ଉଚିତ ନୁହେଁ । ଏହାଦ୍ବାରା ସ୍ୱାମୀଙ୍କୁ ସମାଜରେ ମାନ ସମ୍ମାନ ପ୍ରାପ୍ତ ହୁଏ ନାହିଁ ଏହାବ୍ୟତୀତ ଉନ୍ନତି ମଧ୍ୟ ହୋଇ ନଥାଏ । ତେଣୁ ସିନ୍ଦୁର ଅଧିକ ଆଗକୁ ଏବଂ ଦୀର୍ଘ ଲଗାଇବା ଉଚିତ । ଏହାଦ୍ବାରା ସ୍ୱାମୀଙ୍କ ସୌଭାଗ୍ୟ ବଢ଼ିଥାଏ । କାରଣ ସିନ୍ଦୁର ଲୁଚାଇବା ଦ୍ୱାରା ମାତା ପାର୍ବତୀଙ୍କ ଘୋର ଅପମାନ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *