Excuse Me Odisha

ଯାହା କହିବୁ ସତ କହିବୁ

ଅକ୍ଷୟ ତୃତୀୟା ଦିନ ପର୍ସରେ ରଖି ଦିଅନ୍ତୁ ଏହି ଗୋଟିଏ ଜିନିଷ । ପୁରା ବର୍ଷ ହେବ ଧନପ୍ରାପ୍ତି ।

ସେୟାର୍ କରନ୍ତୁ

ଚଳିତ ବର୍ଷ ମଇ ୧୦ ତାରିଖରେ ଅକ୍ଷୟ ତୃତୀୟା ପଡ଼ିବାକୁ ଯାଉଛି ଯାହାକି ବୈଶାଖ ମାସ ଶୁକ୍ଳପକ୍ଷରେ ପଡ଼ୁଛି । ହିନ୍ଦୁ ଧର୍ମରେ ଏହି ଦିନର ଅନେକ ମହତ୍ତ୍ୱ ରହିଛି ଏବଂ ଏହିଦିନ କିଛି ଜିନିଷ ଘରକୁ ନେଇ ଆସିବା ଅତ୍ୟନ୍ତ ଶୁଭ ହୋଇଥାଏ । ସେହିସବୁ ଜିନିଷ ଅକ୍ଷୟ ହୋଇଯାଏ । ସେହି ସବୁ ଜିନିଷକୁ ଯଦି ଆପଣ ନିଜ ପର୍ସରେ ରଖିଦେବେ ତେବେ ତାହା ଆହୁରି ଅଧିକ ଲାଭ ଦେବ । ଅନେକ ସମୟରେ ଲୋକେ ଖୁବ ପରିଶ୍ରମ କରିବା ସତ୍ତ୍ୱେବି ଉପଯୁକ୍ତ ରୋଜଗାର ହୋଇପାରେ ନାହିଁ କିମ୍ବା ଅନେକ ସମସ୍ୟା ଆସିଥାଏ । ଯାହାକି ବାସ୍ତୁ ଦୋଷ କାରଣରୁ ହୋଇଥାଏ ବୋଲି କୁହାଯାଇଥାଏ । କିନ୍ତୁ ଯଦି ଆପଣ ଏହି ଅକ୍ଷୟ ତୃତୀୟା ଠାରୁ କିଛି ଜିନିଷ ଆଣି ନିଜ ପର୍ସରେ ରଖନ୍ତି ତେବେ ଧନର ଅଭାବ କେବେ ହେବ ନାହିଁ ।

ପ୍ରଥମତଃ ଆପଣ ଏକ ନାଲି କପଡ଼ାରେ କିମ୍ବା ନାଲି କାଗଜରେ ସ୍ୱସ୍ତିକ କିମ୍ବା ଓଁ ଚିହ୍ନ କରି ତାହାକୁ ପର୍ସରେ ରଖି ପାରିବେ । ଏହା ମାତା ଲକ୍ଷ୍ମୀଙ୍କୁ ଆକୃଷ୍ଟ କରିଥାଏ । କିନ୍ତୁ ତାହାକୁ ପ୍ରଥମେ ମାତା ଦୁର୍ଗା କିମ୍ବା ମାତା ଲକ୍ଷ୍ମୀଙ୍କ ପାଖରେ ଲଗାନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କୁ କେବେ ଧନର ଅଭାବ ହେବ ନାହିଁ ଏବଂ ପର୍ସ କେବେ ଖାଲି ହେବ ନାହିଁ ।

ଏହାବ୍ୟତୀତ ଯଦି ଆପଣ ସୁନା କିମ୍ବା ରୂପାର ମୁଦ୍ରା ନିଜ ପର୍ସରେ ରଖି ଦିଅନ୍ତି ତେବେ ମଧ୍ୟ ଧନର ଅଭାବ ହୁଏନାହିଁ । କିନ୍ତୁ ତାହାକୁ ପର୍ସରେ ରଖିବା ପୂର୍ବରୁ ୨୪ ଘଣ୍ଟା ପାଇଁ ଗୋମୂତ୍ରରେ ପକାଇ ରଖନ୍ତୁ ଯାହାଦ୍ୱାରା ତାହା ଶୁଦ୍ଧ ହୋଇଯିବ । ନଚେତ ଆପଣ ଏହାକୁ ତୁଳସୀ ମୂଳ ମାଟିରେ ମଧ୍ୟ ପକାଇ ପାରିବେ । ଏହାଦ୍ବାରା ପର୍ସରେ ଅର୍ଥ ସବୁବେଳେ ଭରି ରହିବ ।

କିନ୍ତୁ ଏହାକୁ ପର୍ସରେ ରଖିବା ପୂର୍ବରୁ ସିନ୍ଦୁର ଚନ୍ଦନ ଲଗାଇ ପୂଜା କରନ୍ତୁ । ଆପଣ ରୁଦ୍ରାକ୍ଷକୁ ଆଣି ମଧ୍ୟ ପର୍ସରେ ରଖି ପାରିବେ । କିନ୍ତୁ ତାହା ପ୍ଲାଷ୍ଟିକ ନହେବା ଉଚିତ । ଏହାକୁ ରଖିବା ପୂର୍ବରୁ ୨୪ ଘଣ୍ଟା ପାଇଁ ଶିବଲିଙ୍ଗରେ ସ୍ପର୍ଶ କରାଇ ଦିଅନ୍ତୁ । ୨୪ ଘଣ୍ଟା ପରେ ଜଳରେ ଅଭିଷେକ କରି ଭଗବାନ ଶଙ୍କରଙ୍କୁ ସ୍ମରଣ କରି ନିଜ ପର୍ସରେ ରଖି ଦିଅନ୍ତୁ । ଏହାଦ୍ବାରା ମହାଦେବଙ୍କ କୃପା ଆପଣଙ୍କ ଉପରେ ପଡ଼ିବ ଏବଂ ଆପଣଙ୍କ ଜୀବନରେ କୌଣସି ଜିନିଷର ଅଭାବ ହେବ ନାହିଁ । ଏସବୁ ବ୍ୟତୀତ ଆପଣ ନିଜ ପର୍ସରେ କ୍ରିଷ୍ଟଲ ଶିବଲିଙ୍ଗ ମଧ୍ୟ ରଖି ପାରିବେ । ଏହାକୁ ରଖିବା ଦ୍ୱାରା ଆଦୋୖ ଧନର ଅଭାବ ହୋଇ ନଥାଏ । ଏଥିରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ । ତୁଳସୀ ଚେର ମଧ୍ୟ ପର୍ସରେ ରଖିଲେ ଆପଣ କେବେ ଗରୀବ ହୁଏନାହିଁ କାରଣ ତୁଳସୀ ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ଅଟେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *