Excuse Me Odisha

ଯାହା କହିବୁ ସତ କହିବୁ

ଅକ୍ଷୟ ତୃତୀୟା ଦିନ ତୁଳସୀରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଜିନିଷ । ହେବ ଧନର ବର୍ଷା ।

ସେୟାର୍ କରନ୍ତୁ

ମଇ ୧୦ ତାରିଖ ଦିନ ଚଳିତ ବର୍ଷର ଶୁକ୍ରବାର ପାଳନ କରାଯାଉଛି । ଏହି ଅବସରରେ ମାତା ଲକ୍ଷ୍ମୀଙ୍କୁ ବିଶେଷ ଭାବରେ ପୂଜା କରାଯାଏ । ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଜୀବନରେ କେବେ ଧନର ଅଭାବ ହୁଏନାହିଁ । ଅକ୍ଷୟ ତୃତୀୟା ଦିନଟି ଖୁବ ସ୍ୱତନ୍ତ୍ର ଏବଂ ମଙ୍ଗଳ ହୋଇଥାଏ କାରଣ ଏହିଦିନ କିଛି କାମ କଲେ ତାହା ନିଶ୍ଚୟ ପୂରଣ ହୋଇଯାଏ । ଆଜି ଆମେ ତୁଳସୀକୁ ନେଇ ଏହି ଅକ୍ଷୟ ତୃତୀୟାରେ କେଉଁ ଉପାୟ କରି ପାରିବେ ସେହି ବିଷୟରେ କହିବୁ । ଯାହାଦ୍ୱାରା ଆପଣଙ୍କୁ ଆପଣଙ୍କ ରୋଜଗାରର ଶହେଗୁଣା ପ୍ରାପ୍ତ ହେବ । ଆଜି ଆମେ ଆପଣଙ୍କୁ କହିବୁ ଯେ ତୁଳସୀ ଗଛ ମୂଳରେ ଏହି ଗୋଟିଏ ଜିନିଷ ବାନ୍ଧିଲେ ଆପଣଙ୍କ ଭାଗ୍ୟ ମଧ୍ୟ ବଦଳିପାରିବ ।

ଖାଲି ସେତିକି ନୁହେଁ , ଏହି ଦିନ ମାତା ତୁଳସୀଙ୍କୁ ପୂଜା ଅର୍ଚ୍ଚନା କରିବା ସହିତ ଏକ ଲୋଟା ଜଳ ଅର୍ପଣ କଲେ ଜୀବନ ବଦଳି ଯାଏ । ଘରେ ସୁଖ ସମୃଦ୍ଧି ବଢ଼ିଯାଏ ଏବଂ ଏବଂ ମାତା ଲକ୍ଷ୍ମୀଙ୍କ କୃପା ବର୍ଷିଥାଏ । ଅକ୍ଷୟ ତୃତୀୟା ଦିନ ଗୋଟିଏ ଜିନିଷର ଆବଶ୍ୟକତା ଅନୁସାରେ ଏହି ନିୟମ ରଖାଯାଇଛି । ବେଦ ଶାସ୍ତ୍ରରେ ତୁଳସୀ ବିଷୟରେ ବର୍ଣ୍ଣନା କରାଯାଇଛି । ଯେଉଁ ଘରେ ତୁଳସୀ ଗଛ ସବୁବେଳେ ସବୁଜ ଏବଂ ଭରା ରହିଥାଏ ସେହି ଘରେ ସୁଖ ସମୃଦ୍ଧି ସବୁବେଳେ ବଜାୟ ରହିଥାଏ । ଭଗବାନ ବିଷ୍ଣୁଙ୍କ ପୂଜାରେ ଭୋଗରେ ତୁଳସୀ ପତ୍ର ରହିବା ନିହାତି ଜରୁରୀ ଅଟେ । ତୁଳସୀ ପତ୍ର ବିନା ପୁରା ପୂଜା ନିଷ୍ଫଳ ହୋଇଥାଏ ।

ଘରେ ତୁଳସୀ ଗଛ ଥିଲେ ତାହାକୁ ନାଲି କିମ୍ବା ନୀଳ ଓଢଣୀ ବାନ୍ଧି ଦିଅନ୍ତୁ । ଏହା ଅତ୍ୟନ୍ତ ଜରୁରୀ ଅଟେ କିନ୍ତୁ ଅଧିକାଂଶ ଲୋକେ ଏହି ନିୟମକୁ ଅଣଦେଖା କରି ଅସୁବିଧାରେ ପଡ଼ନ୍ତି । ମନେ ରଖିବେ ଯେ ସବୁବେଳେ ତୁଳସୀ ଗଛରେ ପରିଷ୍କାର ଓଢଣୀ ଘୋଡ଼ାଇବା ଉଚିତ ହୋଇଥାଏ । ତୁଳସୀରେ ଅନେକ ଦିବ୍ୟ ଶକ୍ତି ବିରାଜିତ ହୋଇଥାଏ । ଯେଉଁ ଲୋକ ଜୀବନରେ ତୁଳସୀ ବିବାହ କରିଥାନ୍ତି ସେମାନଙ୍କ ଜୀବନରେ କୌଣସି ସମସ୍ୟା ହୋଇ ନଥାଏ ସେମାନେ ଖୁସିରେ ଜୀବନ ଅତିବାହିତ କରନ୍ତି । ଯଦି ଆପଣଙ୍କ ପାଖରେ ନାଲି କପଡ଼ା ନାହିଁ ତେବେ ହଳଦିଆ ସୂତା ସହିତ ହଳଦୀ ଗଣ୍ଠି ବାନ୍ଧି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *