Excuse Me Odisha

ଯାହା କହିବୁ ସତ କହିବୁ

ଦାରିଦ୍ର୍ୟତାକୁ ଦୂର କରିବା ପାଇଁ ଗାଈକୁ ଖାଇବାକୁ ଦିଅନ୍ତୁ ଗୋଟେ ଜିନିଷ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଭଗବାନ ଶ୍ରୀକୃଷ୍ଣଙ୍କୁ ଗାଈ ଅତ୍ୟନ୍ତ ପ୍ରିୟ ଅଟେ। ହିନ୍ଦୁ ଧର୍ମରେ ଗାଈକୁ ମାଆ ବୋଲି କୁହାଯାଇଛି। ଗାଈ ମଧ୍ୟରେ ୩୩ କୋଟି ଦେବତା ଓ ଦେବୀ ମାନେ ବାସ କରିଥାନ୍ତି। ଗାଈ ଉପରେ ପ୍ରତ୍ୟେକ ଗ୍ରହ ଓ ନକ୍ଷତ୍ରର ପ୍ରଭାବ ପଡିଥାଏ। ଗାଈର ପିଠି ହାଡ଼ରେ ସୂର୍ଯ୍ୟ କେତୁ ହାଡ଼ ଥାଏ। ଗାଈର କ୍ଷୀର ମଣିଷ ମାନଙ୍କ ପାଇଁ ଅମୃତ ଅଟେ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଗାଈର ସେବା କଲେ କିପରି ଦାରିଦ୍ର୍ୟତା ଦୂର ହୋଇଥାଏ।

ସନାତନ ଧର୍ମ ଅନୁସାରେ ଗାଈ ଗଙ୍ଗା ଭଳି ପବିତ୍ର ଅଟେ। ଯେଉଁମାନେ ଗାଈର ସେବା କରିଥାନ୍ତି, ସେମାନଙ୍କ ଉପରେ ଗୋମାତାଙ୍କର ଆଶୀର୍ବାଦ ରହିଥାଏ ଏବଂ ତାଙ୍କ ଉପରେ ଆସୁଥିବା ସମସ୍ତ ଦୁଃଖକଷ୍ଟକୁ ଗୋମାତା ହରଣ କରି ନେଇ ଥାଆନ୍ତି। କୁହାଯାଏ କି ସୂର୍ଯ୍ୟାସ୍ତ ପରେ ଯେତେବେଳେ ଗାଈ ଘରକୁ ଫେରି ଥାଏ। ଗାଈର ଖୁରାରେ ଲାଗିଥିବା ଧୂଳିକୁ ମନୁଷ୍ୟ ନିଜ ମଥାରେ ଲଗାଇଲେ ତାର ସବୁ ପାପ ନଷ୍ଟ ହୋଇ ଯାଇଥାଏ।

ଯଦି ଆପଣ ଗ୍ରହ ଦୋଷରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତାହେଲେ ପ୍ରତ୍ୟେକଦିନ ଗାଈକୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ। ଏହାଦ୍ବାରା ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ। ଗାଈ ଦାନ କରିବା ଶାସ୍ତ୍ରରେ ଶୁଭ ବୋଲି ମାନା ଯାଇଛି। ଯଦି କୁଣ୍ଡଳୀରେ ମଙ୍ଗଳ ଗ୍ରହର ସ୍ଥିତି ଅଶୁଭ ରହିଛି, ତାହେଲେ କୌଣସି ଅସହାୟ ବା ବ୍ରାହ୍ମଣଙ୍କୁ ଗାଈ ଦାନ କରିବା ନିହାତି ଆବଶ୍ୟକ ଅଟେ। ଗାଈକୁ ରୁଟି ଖାଇବାକୁ ଦେବା ସମୟରେ ନିଜ ମନସ୍କାମନା ଗାଈର କାନରେ କହି ଦିଅନ୍ତୁ। ଏହାଦ୍ବାରା ଆପଣଙ୍କର ସବୁ ଅଭିଳାଷା ପୂରଣ ହେବ।

ପ୍ରତ୍ୟେକଦିନ ଗାଈକୁ ପୂଜାର୍ଚ୍ଚନା କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ନବଗ୍ରହ ସନ୍ତୁଷ୍ଟ ହୋଇଥାନ୍ତି। ଆପଣଙ୍କ ଘରର ଦୁଆର ପାଖକୁ ଆସିଥିବା ଗାଈକୁ ନିଶ୍ଚିତ ଭାବରେ ଖାଇବାକୁ ଦିଅନ୍ତୁ ଏବଂ ତାର ପିଠି ଉପରେ ନିଶ୍ଚିତ ଭାବରେ ହାତ ବୁଲାଇ ଆଣନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ଦାରିଦ୍ର୍ୟତା ଦୂର ହେବା ସହିତ ସବୁ ସଙ୍କଟ ମଧ୍ୟ ଟଳି ଯାଇଥାଏ।

ଘରେ ପ୍ରସ୍ତୁତ ହେଉଥିବା ପ୍ରଥମ ରୁଟିକୁ ଗାଈକୁ ଖାଇବାକୁ ଦେବା ଉଚିତ, ଏହା ଶୁଭ ହୋଇଥାଏ। କହିବାକୁ ଗଲେ ଆଜିର ଆଧୁନିକ ଦୁନିଆରେ ଗାଈର କ୍ଷୀରରୁ ମିଠା, ଦହି, ଘିଅ ଭଳି ଅନେକ ସାମଗ୍ରୀ ପ୍ରସ୍ତୁତ କରାଯାଉଛି, କିନ୍ତୁ ମନୁଷ୍ୟ ଗାଈକୁ ସମ୍ମାନ ଦେଉ ନାହିଁ। ତେଣୁ ଏଭଳି ଭୂଲ କରିବାରୁ ସର୍ବଦା ବଞ୍ଚିତ ହୁଅନ୍ତୁ। କାରଣ ପଶୁପକ୍ଷୀ କଥା କହି ପାରୁ ନଥିଲେ ମଧ୍ୟ ତାଙ୍କର ମଧ୍ୟ ହୃଦୟ ରହିଛି, ସେମାନେ ସବୁକିଛି ବୁଝି ପାରି ଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *