Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ଦିନ ଏହି ଗୋଟେ ଗଛ ମୂଳରେ ଦୀପ ପ୍ରଜ୍ବଳନ କରନ୍ତୁ। ଦେବୀ ଲକ୍ଷ୍ମୀ ଆପଣଙ୍କ ଘରେ ସ୍ଥାୟୀ ବାସ କରିବେ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଦୀପର ପର୍ବ ହେଉଛି ଦୀପାବଳି। ଯେତେବେଳେ ଭଗବାନ ଶ୍ରୀରାମଚନ୍ଦ୍ର ୧୪ ବର୍ଷ ବନବାସ ସାରି ଅଯୋଧ୍ୟାକୁ ଫେରି ଥିଲେ, ତାଙ୍କ ସ୍ବାଗତ ନିମନ୍ତେ ଅଯୋଧ୍ୟା ବାସୀ ଦୀପ ଜାଳି ଥିଲେ। ହିନ୍ଦୁଧର୍ମରେ ଏହି ପର୍ବର ଅର୍ଥ ସତ୍ୟ ଉପରେ ଜୟ ଅଥବା ଅଧର୍ମ ଉପରେ ଧର୍ମର ବିଜୟ ବୋଲି କୁହାଯାଇଛି। ଜୀବନର ଅନ୍ଧକାରକୁ ଦୂର କରି ଆଲୋକରେ ପ୍ରକାଶିତ କରିବାକୁ ଦୀପାବଳି ପର୍ବ ପାଳିତ ହୋଇଥାଏ।

ଯଦି ଆପଣଙ୍କ ଜୀବନରେ ସୁଖଶାନ୍ତି ନାହିଁ। ଦାରିଦ୍ର୍ୟତା କାରଣରୁ ଆପଣଙ୍କ ଜୀବନରେ ସର୍ବଦା ଅଶାନ୍ତି ଲାଗି ରହିଛି, ତାହେଲେ ଆପଣ ଦୀପାବଳି ଦିନ ଶାସ୍ତ୍ରରେ କୁହାଯାଇଥିବା କିଛି ଉପାୟ ଗୁଡ଼ିକୁ ପ୍ରୟୋଗ କରିବା ଆବଶ୍ୟକ। ଏହାସହିତ ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ଘରେ ଧନଧାନ୍ୟ ବୃଦ୍ଧି ହେବ। ଆପଣଙ୍କୁ କେବେବି ଆର୍ଥିକ ଅଭାବର ସମ୍ମୁଖୀନ ହେବାକୁ ପଡିବ ନାହିଁ।

ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ର ଅନୁସାରେ ଦୀପାବଳି ଦିନ କିଛି ଖାସ ଉପାୟ ପ୍ରୟୋଗ କରିବା ଦ୍ୱାରା ଜୀବନ ହସଖୁସିରେ ଅତିବାହିତ ହୋଇଥାଏ। ଦୀପାବଳି ଦିନ ଆପଣ ଘିଅର ଦୀପ ଲଗାନ୍ତୁ। ତୁଳସୀ ଗଛ ମୂଳରେ, ଠାକୁର ଘରେ ଏବଂ ଘରର ମୁଖ୍ୟ ଦୁଆର ସାମ୍ନାରେ ଦୀପ ଜଳାନ୍ତୁ। ମାନା ଯାଇଥାଏ କି ଦୀପାବଳି ଦିନ ଦେବୀ ଲକ୍ଷ୍ମୀ ପୃଥିବୀ ପୃଷ୍ଠରେ ଭ୍ରମଣ କରିଥାନ୍ତି ଏବଂ ତାଙ୍କୁ ଯେଉଁ ଘର ଆକର୍ଷିତ କରିଥାଏ, ସେଠାରେ ସେ ବାସ କରିଥାନ୍ତି।

ଦୀପାବଳି ଦିନ ଅଶ୍ୱତ୍ଥ ଗଛ ମୂଳରେ ଘିଅର ଦୀପ ଜଳାଇ ରଖନ୍ତୁ। ଏଭଳି କରିବା ଦ୍ଵାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ। କାରଣ ଅଶ୍ୱତ୍ଥ ଗଛରେ ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି। ଏହିଦିନ ପୂର୍ବପୁରୁଷଙ୍କ ପାଇଁ ମଧ୍ୟ ଦୀପ ପ୍ରଜ୍ବଳନ କରାଯାଇଥାଏ। ଯାହାଦ୍ଵାରା ପିତୃପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *