Excuse Me Odisha

ଯାହା କହିବୁ ସତ କହିବୁ

ଜାଣନ୍ତୁ, ଠାକୁର ଘର ସମ୍ବନ୍ଧୀୟ କିଛି ବିଶେଷ ଅନୁଚିନ୍ତା। ଦୀପ ଜଳାଇବାର ମହତ୍ତ୍ଵ କଣ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଘରେ ଠାକୁର ଘର ସବୁଠାରୁ ଶୁଭ ସ୍ଥାନ ହୋଇଥାଏ। ଏଠାରେ ପଶିବା ମାତ୍ରେ ମନରେ ସକାରାତ୍ମକ ଓ ଶାନ୍ତି ଭାବନା ଜାଗ୍ରତ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଠାକୁର ଘରେ ଘିଅର ଦୀପ କହିବା ଦ୍ଵାରା କେଉଁ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ମନୁଷ୍ୟକୁ ଜୀବନରେ ଅନେକ ଦୁଃଖକଷ୍ଟ ଓ ସୁଖଦୁଃଖ ଦେଇ ଗତି କରିବାକୁ ପଡ଼ିଥାଏ। ଜାଣତରେ ହେଉ ଅବା ଅଜାଣତରେ ଆମ ଦ୍ଵାରା କିଛି ଏଭଳି ଭୁଲ ହୋଇ ଯାଇଥାଏ, ଯାହାଦ୍ଵାରା ଆମକୁ ସବୁ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେଣୁ ଆସନ୍ତୁ ଜାଣିବା। ପ୍ରତ୍ୟେକଦିନ ଠାକୁର ଘରକୁ ସଫାସୁତୁରା ରଖିବା ଆବଶ୍ୟକ। କାରଣ ଈଶ୍ୱରଙ୍କୁ ଅଳିଆ ଆବର୍ଜନା ସ୍ଥାନ ପସନ୍ଦ ନୁହେଁ, ଏହାଦ୍ବାରା ସେ କ୍ରୋଧିତ ହୋଇ ଯାଇଥାନ୍ତି।

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଲୋକଙ୍କ ଘରେ ଠାକୁରଙ୍କ ସାମ୍ନାରେ ଘିଅ ବା ତେଲର ଦୀପ ପ୍ରଜ୍ବଳନ କରାଯାଇଥାଏ। ଏହାଦ୍ବାରା ଈଶ୍ୱର ପ୍ରସନ୍ନ ହୋଇଥାନ୍ତି।ଯେଉଁମାନେ ସନ୍ଧ୍ୟା ସମୟରେ ନିଜ ଘରେ ଘିଅ ଦୀପ ଜଳାଇ ନଥାନ୍ତି, ସେମାନଙ୍କ ଘରକୁ ସର୍ବଦା ସଙ୍କଟ ମାଡି ଆସିଥାଏ। ଯାହାଫଳରେ କାର୍ଯ୍ୟକ୍ଷେତ୍ରରେ କଠିନ ପରିଶ୍ରମ କରି ମଧ୍ୟ ଆଶାନୁରୂପ ସଫଳତା ମିଳି ନଥାଏ। ସୂର୍ଯ୍ୟାସ୍ତ ପରେ ନକାରାତ୍ମକ ଶକ୍ତି ପ୍ରବଳ ହୋଇ ଯାଇଥାନ୍ତି। ଏହି ସମୟରେ ଆପଣଙ୍କୁ ଗୋଡ଼ ହାତ ଧୋଇ ସଞ୍ଜ ଦେବା ଆବଶ୍ୟକ।

ଯଦି ଆପଣଙ୍କୁ ଚାକିରି କ୍ଷେତ୍ରରେ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ବା ଆର୍ଥିକ ସଂକଟର ସାମ୍ନା କରିବାକୁ ପଡୁଛି, ତାହେଲେ ପ୍ରତ୍ୟେକଦିନ ଘରର ଉତ୍ତର ଦିଗରେ ଘିଅର ଦୀପ ପ୍ରଜ୍ବଳନ କରନ୍ତୁ। ଦେଖିବେ ଆପଣଙ୍କର ସବୁ ସମସ୍ୟା ଦୂର ହୋଇ ଯିବ। ଏହାସହିତ ଯେଉଁ କାର୍ଯ୍ୟରେ ଆପଣ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ। ଦୀପରୁ ବାହାରୁ ଥିବା ଉର୍ଜା ଘରର ବାତାବରଣକୁ ସକାରାତ୍ମକ କରି ଦେଇଥାଏ।

ଆସନ୍ତୁ ଜାଣିବା ଠାକୁର ଘରେ ଏଭଳି କେଉଁ ଜିନିଷ ରଖିଲେ ଶୁଭ ହୋଇଥାଏ। ଯଦି ଆପଣ ଭଗବାନ ଶ୍ରୀକୃଷ୍ଣଙ୍କର ଭକ୍ତ ଅଟନ୍ତି, ତାହେଲେ ଆପଣଙ୍କୁ ଭଗବାନ ଶ୍ରୀକୃଷ୍ଣ ଓ ଦେବୀ ରାଧାଙ୍କର ଯୁଗଳ ମୂର୍ତ୍ତି ଆଣି ରଖନ୍ତୁ। ଏହା ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି ଆପଣ ଠାକୁର ଘରେ ଦେବୀ ଲକ୍ଷ୍ମୀଙ୍କର ମୂର୍ତ୍ତି ରଖି ପୂଜା କରୁଛନ୍ତି ତାହେଲେ ତାଙ୍କ ବାମ ପାଖରେ ପ୍ରଭୁ ଶ୍ରୀଗଣେଶଙ୍କର ମୂର୍ତ୍ତି ମଧ୍ୟ ରଖନ୍ତୁ।

ଏଭଳି କରିବା ଦ୍ଵାରା ଆପଣଙ୍କ ଜୀବନରେ ଅର୍ଥର ସମସ୍ୟା ଦୂର ହୋଇଯିବ। ଯଦି ଆପଣ ନିଜ ଠାକୁର ଘରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମୂର୍ତ୍ତି ରଖୁଛନ୍ତି, ତାହେଲେ ଆପଣ ପ୍ରଭୁ ହନୁମାନଙ୍କର ମୂର୍ତ୍ତି ମଧ୍ୟ ରଖନ୍ତୁ। ଠାକୁର ଘରେ କେବେବି ଏକା ପ୍ରକାରର ଠାକୁର ମୂର୍ତ୍ତି ଅଧିକ ରଖିବା ଉଚିତ ନୁହେଁ। ନଚେତ ଘର ଉପରକୁ ବିପଦ ମାଡି ଆସିପାରେ। ଠାକୁର ଘରେ ଆପଣ ଶିବଲିଙ୍ଗ ପାଖରେ ତମ୍ବାର ନାଗ ସାପ ରଖିବା ଆବଶ୍ୟକ। ଏହିସବୁ ଉପରେ ଧ୍ୟାନ ଦେବା ଦ୍ଵାରା ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *