Excuse Me Odisha

ଯାହା କହିବୁ ସତ କହିବୁ

ତୁଳସୀ ଗଛ ମୂଳରେ ବାନ୍ଧି ଦିଅନ୍ତୁ ଏହି ଗୋଟେ ଜିନିଷ, ରାତାରାତି ହୋଇଯିବେ ମାଲାମାଲ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପବିତ୍ର ଦୀପାବଳି ଅବସରରେ ଆପଣ ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଦୀପାବଳି ଦିନ ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଲୋକେ ଅନେକ ଉପାୟ କରିଥାନ୍ତି। ଏହିଦିନ ଦେବୀ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଧନ ସ୍ଥିର ରହିଥାଏ।

ଦୀପାବଳି ଦିନ ଘରର ଦୁଆର ମୁହଁକୁ ଆମ୍ବପତ୍ର ଓ ଗେଣ୍ଡୁଫୁଲରେ ସଜାଇ ଦିଅନ୍ତୁ। ଏହାସହିତ ଲାଲ ସିନ୍ଦୂରରେ ଅଳ୍ପ ଘିଅ ମିଶାଇ ସ୍ଵସ୍ତିକ ଚିହ୍ନ ତିଆରି କରନ୍ତୁ। ଏହାଦ୍ବାରା ଘରକୁ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ। କୁହାଯାଏ କି ଦୀପାବଳି ଦିନ ତୁଳସୀ ଗଛ ମୂଳରେ ଘିଅର ଦୀପ ଜାଳିବା ଉଚିତ। ପ୍ରତ୍ୟେକ ହିନ୍ଦୁ ଲୋକଙ୍କ ଘରର ଅଗଣାରେ ଦେବୀ ତୁଳସୀଙ୍କୁ ପୂଜାର୍ଚ୍ଚନା କରାଯାଏ।

ଘରେ ତୁଳସୀ ଗଛ ରହିବା ଅତ୍ୟନ୍ତ ଶୁଭ ଅଟେ । ତେଣୁ ପ୍ରତ୍ୟେକଦିନ ତୁଳସୀ ଗଛ ମୂଳରେ ଜଳ ଅର୍ପଣ କରି ପୂଜାର୍ଚ୍ଚନା କରିବା ଦ୍ୱାରା ନିଶ୍ଚିତ ଭାବରେ ଲାଭ ପ୍ରାପ୍ତ ହୋଇଥାଏ। ଏହାସହିତ ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ପୌରାଣିକ ମାନ୍ୟତା ଅନୁସାରେ ତୁଳସୀକୁ ଅମୃତ ସମାନ ମାନା ଯାଇଛି। କୁହାଯାଏ କି ଯେଉଁଠାରେ ତୁଳସୀ ଗଛ ରହିଥାଏ, ସେଠାରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ମଧ୍ୟ ବାସ କରିଥାନ୍ତି।

ଶାସ୍ତ୍ରରେ କୁହାଯାଇଛି କି ତୁଳସୀ ଗଛ ପାଖରେ କଦଳୀ ଗଛ ଲଗାଇଲେ, ଦେବୀ ଲକ୍ଷ୍ମୀଙ୍କର କୃପା ଲାଭ ହୋଇଥାଏ। ତେଣୁ ଆପଣ ଦୀପାବଳି ଦିନ ତୁଳସୀ ଗଛ ପାଖରେ କଦଳୀ ଗଛ ଲଗାନ୍ତୁ। ଏହାଦ୍ବାରା ଘର ଧନଧାନ୍ୟ ପରିପୂର୍ଣ ହୋଇଯିବ। ଯେଉଁ ଘରେ ତୁଳସୀ ଗଛ ସହିତ ଶାଳଗ୍ରାମ ରଖା ଯାଇଥାଏ

ସେହି ଘରେ ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀର ବାସ ହୋଇଥାଏ ଏବଂ ସେଠାରେ ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ। ଘରେ ଶୁଖି ଯାଇଥିବା ତୁଳସୀ ଗଛ ରଖିବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ। ଦୀପାବଳି ଦିନ ଆପଣ ଭଗବାନ ଶ୍ରୀଗଣେଶ ଏବଂ ଦେବୀ ଲକ୍ଷ୍ମୀଙ୍କ ମୂର୍ତ୍ତି ଆଣି ପୂଜାର୍ଚ୍ଚନା କରନ୍ତୁ। ଏହାଦ୍ବାରା ଆପଣଙ୍କ ଘରୁ ସବୁ ଆର୍ଥିକ ସଙ୍କଟ ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *