Excuse Me Odisha

ଯାହା କହିବୁ ସତ କହିବୁ

ଧନ୍ତେରସ ଦିନ ଏହି ୫ଟି ଜିନିଷ କ୍ରୟ କରିବାର ଭୁଲ କଦାପି କରନ୍ତୁ ନାହିଁ। ନଚେତ ଘରକୁ ଦାରିଦ୍ର୍ୟତା ଗ୍ରାସ କରିଥାଏ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଧନ୍ତେରସ ଦିନ କିଛି ଅଶୁଭ ଜିନିଷ କ୍ରୟ କଲେ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ। ଭାରତରେ ଦୀପାବଳି ଉତ୍ସବ ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଇଥାଏ। ଦୀପାବଳି ପର୍ବରେ ପ୍ରଭୁ ଶ୍ରୀଗଣେଶ , ମାଆ କାଳୀ, ଧନର ଦେବତା କୁବେର ମହାରାଜ, ଭଗବାନ ଧନବନ୍ତରୀ ଏବଂ ଦେବୀ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ।

ଦୀପାବଳି ପର୍ବ କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ପାଳନ କରାଯାଇଥାଏ। ଏଥର କାର୍ତ୍ତିକ ଅମାବାସ୍ୟା ତିଥି ଅକ୍ଟୋବର ୨୪ ଓ ୨୫ ତାରିଖରେ ପଡୁଛି। ଅମାବାସ୍ୟା ତିଥି ଆରମ୍ଭ ହେଉଛି ଅକ୍ଟୋବର ୨୪ ତାରିଖ ସନ୍ଧ୍ୟା ୫: ୨୭ ମିନିଟରେ ଆରମ୍ଭ ହୋଇ ଅକ୍ଟୋବର ୨୫ ତାରିଖ ୪:୧୮ ଘଟିକାରେ ସମାପ୍ତ ହେବ।

ଦୀପାବଳିକୁ ଧନର ଦେବୀ ଲକ୍ଷ୍ମୀଙ୍କର ଆରାଧନା କରିବାର ପର୍ବ ମାନା ଯାଇଥାଏ। ପୌରାଣିକ ମାନ୍ୟତା ଅନୁସାରେ, ସମୁଦ୍ର ମନ୍ଥନରୁ ଦେବୀ ଲକ୍ଷ୍ମୀଙ୍କର ଉତ୍ପତ୍ତି ହେବା ସହିତ ଭଗବାନ ଧନବନ୍ତରୀଙ୍କର ମଧ୍ୟ ଉତ୍ପତ୍ତି ହୋଇଥିଲା। ତେଣୁ ସେହି ଦିନକୁ ଧନ୍ତେରସ ରୂପରେ ପାଳନ କରାଯାଏ। ଦୀପାବଳି ସମୟରେ କିଛି ଏଭଳି ବସ୍ତୁ କ୍ରୟ କରିବା ଉଚିତ ନୁହେଁ, ଯାହା ଶାସ୍ତ୍ର ସମ୍ମତ ନୁହେଁ। କାରଣ ଏହି ବସ୍ତୁ କ୍ରୟ କରିବା ଦ୍ଵାରା ଘରେ ନକାରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ। ପରିବାର ଲୋକଙ୍କ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ।

ପ୍ରଥମେ ଆସନ୍ତୁ ଜାଣିବା ବାସନ କୁସନ ବିଷୟରେ। ଧନ୍ତେରସରେ ଷ୍ଟିଲ ବାସନ କିଣିବା ବର୍ଜିତ ଅଟେ। କାରଣ ଏହା ଉପରେ ରାହୁ ଗ୍ରହର ପ୍ରଭାବ ରହିଥାଏ। ରାହୁ ଘର ପାଇଁ ଅଶୁଭ ହୋଇଥାଏ। ତେଣୁ ଆପଣ ତମ୍ବା, ପିତଳ ବାସନ କ୍ରୟ କରି ପାଇବେ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଲୁହାକୁ ଶନିଙ୍କ କାରକ କୁହାଯାଏ। ଧନ୍ତେରସ ଦିନ କେବେବି ଲୁହା ଜିନିଷ କ୍ରୟ କରିବା ଉଚିତ ନୁହେଁ। ଏହାଦ୍ବାରା ଶନିଙ୍କ କୋପର ସାମ୍ନା କରିବାକୁ ପଡ଼ି ପାରେ।

ତୀକ୍ଷ୍ଣ ବସ୍ତୁ ବା କାଚର ବସ୍ତୁ କ୍ରୟ କରନ୍ତୁ ନାହିଁ। ଏଗୁଡ଼ିକୁ ଦୁର୍ଭାଗ୍ୟର ପ୍ରତୀକ ମାନା ଯାଇଥାଏ।ଯାହାଫଳରେ ଏହା ଆପଣଙ୍କ ଘର ପାଇଁ ଅମଙ୍ଗଳ ହୋଇଥାଏ। ଧନ୍ତେରସ ଦିନ କାଚ ବ୍ୟବହାର କରିବା ମଧ୍ୟ ଅନୁଚିତ ହୋଇଥାଏ। ଧନ୍ତେରସ ଦିନ ନକଲି ଗହଣା ଆଦି କ୍ରୟ କରିବା ଉଚିତ ନୁହେଁ। ଏହାସହିତ ଏହିଦିନ ପ୍ଲାଷ୍ଟିକ ଜିନିଷ ଆଦି ମଧ୍ୟ କ୍ରୟ କରିବା ଉଚିତ ନୁହେଁ। ନଚେତ ଦେବୀ ଲକ୍ଷ୍ମୀ ଓ ଭଗବାନ ଧନବନ୍ତରୀ ଅସନ୍ତୁଷ୍ଟ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *