Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ଦିନ ଏହି ଖାସ ଜିନିଷ ଘରକୁ ଆଣନ୍ତୁ। ଘରୁ ସମସ୍ତ ଆର୍ଥିକ ସଙ୍କଟ ହୋଇଯିବ ଦୂର।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଧନତରେଶ ଦିନ କେଉଁ ସବୁ ଜିନିଷ ଘରକୁ ଆଣିବା ଉଚିତ ନୁହେଁ, ଆସନ୍ତୁ ଜାଣିବା। ଧନତରେଶ ଦିନ କିଛି ଅଶୁଭ ଜିନିଷ କ୍ରୟ କଲେ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ। ଭାରତରେ ଦୀପାବଳି ଉତ୍ସବ ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଇଥାଏ।

ଦୀପାବଳି ପର୍ବରେ ପ୍ରଭୁ ଶ୍ରୀଗଣେଶ , ମାଆ କାଳୀ, ଧନର ଦେବତା କୁବେର ମହାରାଜ, ଦେବୀ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ। ଦୀପାବଳି ପର୍ବ କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ପାଳନ କରାଯାଇଥାଏ। ଏଥର କାର୍ତ୍ତିକ ଅମାବାସ୍ୟା ତିଥି ଅକ୍ଟୋବର ୨୪ ଓ ୨୫ ତାରିଖରେ ପଡୁଛି।

ଦୀପାବଳିକୁ ଧନର ଦେବୀ ଲକ୍ଷ୍ମୀଙ୍କର ଆରାଧନା କରିବାର ପର୍ବ ମାନା ଯାଇଥାଏ। ପୌରାଣିକ ମାନ୍ୟତା ଅନୁସାରେ, ସମୁଦ୍ର ମନ୍ଥନରୁ ଯେପରି ଦେବୀ ଲକ୍ଷ୍ମୀଙ୍କର ଉତ୍ପତ୍ତି ହୋଇଥିଲା, ସେହିପରି ଧନନ୍ତରି ମଧ୍ୟ ଉତ୍ପତ୍ତି ହୋଇଥିଲେ। ଦୀପାବଳି ସମୟରେ କିଛି ଏଭଳି ବସ୍ତୁ କ୍ରୟ କରିବା ଉଚିତ ନୁହେଁ, ଯାହା ଶାସ୍ତ୍ର ସମ୍ମତ ନୁହେଁ। କାରଣ ଏହି ବସ୍ତୁ କ୍ରୟ କରିବା ଦ୍ଵାରା ଘରେ ନକାରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ। ପରିବାର ଲୋକଙ୍କ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ।

ପ୍ରଥମେ ଆସନ୍ତୁ ଜାଣିବା ବାସନ କୁସନ ବିଷୟରେ। ଧନ୍ତେରସରେ ଷ୍ଟିଲ ବାସନ କିଣିବା ବର୍ଜିତ ଅଟେ। କାରଣ ଏହା ଉପରେ ରାହୁ ଗ୍ରହର ପ୍ରଭାବ ରହିଥାଏ। ରାହୁ ଘର ପାଇଁ ଅଶୁଭ ହୋଇଥାଏ। ଲୁହାକୁ ଶନିଙ୍କ କାରକ କୁହାଯାଏ। ଧନତରେଶ ଦିନ କେବେବି ଲୁହା ଜିନିଷ କ୍ରୟ କରିବା ଉଚିତ ନୁହେଁ। ଏହାଦ୍ବାରା ଶନିଙ୍କ କୋପର ସାମ୍ନା କରିବାକୁ ପଡ଼ି ପାରେ। କିନ୍ତୁ ପିତଳ ଓ ତମ୍ବା ଧାତୁର ବାସନ କ୍ରୟ କରିବା ଶୁଭ ହୋଇଥାଏ। ଯଦି ଆପଣ ବାହାରୁ ବାସନ କିଣି ଆଣୁଛନ୍ତି, ତାହେଲେ ସେହି ବାସନକୁ ଘରେ ନରଖି ସେଥିରେ ଥରେ ଭୋଜନ ପ୍ରସ୍ତୁତ କରନ୍ତୁ।

ଧନତରେଶ ଦିନ ତୀକ୍ଷ୍ଣ ବସ୍ତୁ ବା କାଚର ବସ୍ତୁ କ୍ରୟ କରନ୍ତୁ ନାହିଁ। ଏଗୁଡ଼ିକୁ ଦୁର୍ଭାଗ୍ୟର ପ୍ରତୀକ ମାନା ଯାଇଥାଏ।ଯାହାଫଳରେ ଏହା ଆପଣଙ୍କ ଘର ପାଇଁ ଅମଙ୍ଗଳ ହୋଇଥାଏ। ତେଣୁ ଧନତରେଶ ଦିନ କାଚ ବ୍ୟବହାର କରନ୍ତୁ ନାହିଁ ଏବଂ କାଚର ବସ୍ତୁ କ୍ରୟ କରନ୍ତୁ ନାହିଁ । ଧନତରେଶଦିନ ନକଲି ଗହଣା ଆଦି କ୍ରୟ କରିବା ଉଚିତ ନୁହେଁ। ଏହାସହିତ ଏହିଦିନ ପ୍ଲାଷ୍ଟିକ ଜିନିଷ ଆଦି ମଧ୍ୟ କ୍ରୟ କରିବା ଉଚିତ ନୁହେଁ। ନଚେତ ଦେବୀ ଲକ୍ଷ୍ମୀ ଓ କୁବେର ମହାରାଜା ଅସନ୍ତୁଷ୍ଟ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *