Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରିରେ ଘରକୁ ଆଣନ୍ତୁ ଏହି ଖାସ ଜିନିଷ। ରାତାରାତି ହୋଇଯିବେ ମାଲାମାଲ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଧର୍ମଗ୍ରନ୍ଥ ଅନୁସାରେ ରାମାୟଣରେ ହନୁମାନ ହିମାଳୟରୁ ସଂଜୀବନୀ ଗଛ ଆଣି ଲକ୍ଷ୍ମଣଙ୍କ ଜୀବନ ବଞ୍ଚାଇ ଥିଲେ। ଆମ ଆଖପାଖ ଅଞ୍ଚଳରେ ଏଭଳି ଅନେକ ଗଛ ରହିଛି, ଯାହାକୁ ପ୍ରୟୋଗ କରି ମନୁଷ୍ୟ ଲାଭବାନ ହୋଇ ପାରିବେ। ବୃକ୍ଷଲତା ଆମ ଜୀବନ ସହିତ ଆମ ଆସ୍ଥା ସହିତ ଜଡିତ ଅଛନ୍ତି। କାରଣ ତୁଳସୀ ଗଛ, ବେଲ ଗଛ, ଅଶ୍ୱତ୍ଥ ଗଛ ଗୁଡ଼ିକ ମଧ୍ୟରେ ଦିବ୍ୟ ଶକ୍ତି ରହିଥାଏ।

ତେବେ ଆସନ୍ତୁ ଜାଣିବା ନବରାତ୍ରି ସମୟରେ କେଉଁ ଗଛର ଚେର ଆଣି ରଖିବା ଦ୍ଵାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଅପରାଜିତା ଗଛର ଚେର ଆଣି ତାବିଜ କରି ଧାରଣ କଲେ ସବୁ ମନସ୍କାମନା ପୂରଣ ହୋଇଥାଏ। ନବରାତ୍ରି ସମୟରେ ଘରର ଆଖପାଖରେ ଟଗର ଗଛ ରୋପଣ କରନ୍ତୁ, ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଚାକିରି କ୍ଷେତ୍ରରେ ଆସୁଥିବା ସମସ୍ୟା ଖୁବ୍ ଶୀଘ୍ର ଦୂର ହୋଇଯିବ।

ନବରାତ୍ରି ସମୟରେ ଘରକୁ ମୟୂର ପର, ଶଙ୍ଖ, ସୁନାରୁପା ଆଦି କିଣି ଆଣିବା ଉଚିତ। ଏହାଦ୍ବାରା ଘର ଧନଧାନ୍ୟରେ ପରିପୂର୍ଣ ହୋଇ ଯାଇଥାଏ।ନବରାତ୍ରି ସମୟରେ କଉଡ଼ି ଓ ପଦ୍ମ ଫୁଲ ଦେବୀ ଲକ୍ଷ୍ମୀଙ୍କୁ ଅର୍ପଣ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ହିନ୍ଦୁଧର୍ମରେ ବରଗଛକୁ ଦିବ୍ୟ ବୃକ୍ଷ ମାନା ଯାଇଥାଏ। କାରଣ ଏହା ଅକାଳ ସମୟରେ ମଧ୍ୟ ଜୀବିତ ରହିଥାଏ। ଏହି ଗଛ ଅଧିକ ଅମ୍ଳଜାନ ତିଆରି କରିଥାଏ। ବରଗଛର ପୂଜାର୍ଚ୍ଚନା କଲେ ସବୁ ମନସ୍କାମନା ପୂରଣ ହୋଇଥାଏ ଏବଂ ଧନସମ୍ପତ୍ତି ପ୍ରାପ୍ତ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *