Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରିରେ ଘରକୁ ଏହି ୪ ଗୋଟି ପକ୍ଷୀ ଆସିଲେ ମିଳିଥାଏ ଶୁଭ ସଂକେତ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ହିନ୍ଦୁଧର୍ମରେ ନବରାତ୍ରିକୁ ବହୁତ ମହତ୍ତ୍ଵ ଦିଆଯାଇଛି। ଏହି ସମୟରେ ଲୋକେ ଦେବୀ ଦୁର୍ଗାଙ୍କର ବିଧି ପୂର୍ବକ ପୂଜାର୍ଚ୍ଚନା କରିଥାନ୍ତି। ନବରାତ୍ରିର ନଅ ଦିନ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କର ଅଲଗା ଅଲଗା ସ୍ୱରୁପକୁ ପୂଜାର୍ଚ୍ଚନା କରାଯାଇଥାଏ। ଏଭଳି ମାନ୍ୟତା ରହିଛି କି ଦେବୀ ଦୁର୍ଗାଙ୍କୁ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କରିବା ଦ୍ୱାରା ମାଆ ଦୁର୍ଗା ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇ ସବୁ ମନସ୍କାମନା ପୂରଣ କରିଥାନ୍ତି। ଏହାସହିତ ଜୀବନର ସବୁ ଦୁଃଖକଷ୍ଟ ଦୂର କରି ଦେଇଥାନ୍ତି।

ଭକ୍ତ ମାନେ ନଅ ଦିନ ପର୍ଯ୍ୟନ୍ତ ଜାଗରଣ କରି ମାଆଙ୍କର ଆରାଧନା କରିଥାନ୍ତି। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଶାରଦୀୟ ନବରାତ୍ରି ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦ ତିଥିରେ ଆରମ୍ଭ ହୋଇ ଦଶମୀ ତିଥିରେ ସମାପ୍ତ ହୋଇଥାଏ। ଏହି ବର୍ଷ ଶାରଦୀୟ ନବରାତ୍ରି ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୫ ତାରିଖ ଦିନ ସମାପ୍ତ ହେବ। ଏହି ବର୍ଷ ମାଆ ଦୁର୍ଗା ହାତୀ ଉପରେ ବସି ପୃଥିବୀ ପୃଷ୍ଠକୁ ପଦାର୍ପଣ କରୁଛନ୍ତି

ଯାହାଦ୍ଵାରା ଚାରି ପାଖ ସବୁଜମୟ ଓ ସକାରାତ୍ମକ ହୋଇ ଉଠିବ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛି କି ନବରାତ୍ରି ସମୟରେ ଘରକୁ କେଉଁ ପକ୍ଷୀ ଆସିବା ଶୁଭ ଓ କେଉଁ ପକ୍ଷୀ ଆସିବା ଅଶୁଭ ହୋଇଥାଏ।

ପ୍ରଥମେ ହେଉଛି ପେଚା। ପେଚାକୁ ଦେବୀ ଲକ୍ଷ୍ମୀଙ୍କର ବାହନ କୁହାଯାଏ। ନବରାତ୍ରିରେ ପେଚା ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ପାରା ମଧ୍ୟ ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ପକ୍ଷୀ ମାନଙ୍କୁ ନବରାତ୍ରି ସମୟରେ ଭୋଜନ କରାଇବା ବହୁତ ଶୁଭ ହୋଇଥାଏ। ଏହାଦ୍ବାରା ପରିବାରରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ ଏବଂ ପରିବାର ଲୋକଙ୍କର ଉନ୍ନତି ହୋଇଥାଏ। ଏହି ପକ୍ଷୀ ମାନେ ପରିବାର ପାଇଁ ଅନୁକୂଳ ସାବ୍ୟସ୍ତ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *