Excuse Me Odisha

ଯାହା କହିବୁ ସତ କହିବୁ

ଏହି ଦିଗରେ ଲଗାନ୍ତୁ ମୃତ ବ୍ୟକ୍ତିଙ୍କ ଫଟୋ, ନଚେତ ଲାଗିପାରେ ପିତୃଦୋଷ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଯଦି ଆଇନ ନିଜ ଘରର କାନ୍ଥରେ ପିତୃପୁରୁଷ ବା ମୃତ ବ୍ୟକ୍ତିଙ୍କ ଫଟୋ ଲଗାଉଛନ୍ତି, ତାହେଲେ ଆପଣଙ୍କୁ ଶାସ୍ତ୍ରରେ ଦିଆଯାଇଥିବା କିଛି ବିଶେଷ ନିୟମ ଗୁଡ଼ିକର ପାଳନ କରିବା ଆବଶ୍ୟକ। ଖାସ କରି ପିତୃପକ୍ଷ ଚାଲୁଥିବା ସମୟରେ ଏହି କଥାର ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ପିତୃପକ୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ସେପ୍ଟେମ୍ବର ୧୦ ତାରିଖ ଠାରୁ ଆରମ୍ଭ ହୋଇ ୨୫ ସେପ୍ଟେମ୍ବର ଆଶ୍ୱିନ ମାସ ଅମାବାସ୍ୟା ତିଥିରେ ସମାପ୍ତ ହେବ।

ମାନା ଯାଇଥାଏ କି ପିତୃପକ୍ଷ ଦିନ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନ ଆଦି କରାଯାଇଥାଏ। ଯେଉଁ ଲୋକମାନେ ନିଜ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରି ପାରି ନଥାନ୍ତି, ସେମାନଙ୍କୁ ପିତୃଦୋଷ ଲାଗିଥାଏ। ପିତୃପୁରୁଷ ମାନେ ଏହି ପିତୃପକ୍ଷ ସମୟରେ ପିଣ୍ଡ ଓ ତର୍ପଣ ଆଦି ଗ୍ରହଣ କରିବା ପାଇଁ ଭୁଲୋକକୁ ଆସିଥାନ୍ତି ଏବଂ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ପିତୃପୁରୁଷ ସନ୍ତୁଷ୍ଟ ହେଲେ, ସେମାନେ ନିଜର ପରିବାର ଲୋକଙ୍କୁ ସର୍ବଦା ସଙ୍କଟରୁ ରକ୍ଷା କରିଥାନ୍ତି।

ଅଧିକାଂଶ ଲୋକେ ନିଜ ମୃତ ସମ୍ପର୍କୀୟଙ୍କ ଫଟୋ ଘରର କାନ୍ଥରେ ଲଗାଇ ଥାଆନ୍ତି। କିନ୍ତୁ ସେମାନଙ୍କର ଫଟୋ ଲଗାଇବା ସମୟରେ ସ୍ଥାନ ଓ ଦିଗର ଧ୍ୟାନ ରଖି ପାରନ୍ତି ନାହିଁ। ଏହି କାରଣରୁ ଅନେକ ସଙ୍କଟ ଆସିଥାଏ। ବସ୍ତୁ ଶାସ୍ତ୍ର ଅନୁସାରେ ପୂର୍ବପୁରୁଷଙ୍କ ଫଟୋ ଘରେ ଲଗାଇବା ଦ୍ଵାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। କିନ୍ତୁ ଭୁଲ ଦିଗରେ ଲଗାଇବା ଦ୍ଵାରା ଅନେକ ନକରାତ୍ମକ ପରିଣାମ ଭୋଗ କରିବାକୁ ପଡିଥାଏ। ଏହାସହିତ ପୂର୍ବପୁରୁଷଙ୍କ ଫଟୋଚିତ୍ର କ୍ରୋଧୀ ଅବସ୍ଥାରେ ରହିବା ଅଶୁଭ ହୋଇଥାଏ, ତେଣୁ ସେମାନଙ୍କର ହସଖୁସି ଅବସ୍ଥା ଥିବା ଫଟୋ ଘରେ ଲଗାଇବା ଉଚିତ।

ଘରେ ପିତୃପୁରୁଷଙ୍କ ଫଟୋଚିତ୍ର କେବଳ ଉତ୍ତର ଦିଗରେ ଲଗାଇବା ଉଚିତ ଅର୍ଥାତ ଫଟୋରେ ତାଙ୍କ ମୁହଁ ଦକ୍ଷିଣ ଦିଗ ଆଡ଼କୁ ରହିବା ଉଚିତ। କେବେବି ଠାକୁର ଘରେ ମୃତ ବ୍ୟକ୍ତିଙ୍କ ଫଟୋ ରଖିବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ। ଏହାଦ୍ବାରା ଭଗବାନ କ୍ରୋଧିତ ହୋଇଥାନ୍ତି ଏବଂ ମୃତ ବ୍ୟକ୍ତିଙ୍କ ଆତ୍ମା ପ୍ରେତ ହୋଇ ପରିବାର ଲୋକଙ୍କୁ ହଇରାଣ କରିଥାନ୍ତି। କେବଳ ଶ୍ରାଦ୍ଧ ପକ୍ଷ ଚାଲୁଥିବା ସମୟରେ ପୂର୍ବପୁରୁଷଙ୍କୁ ପୂଜା କରିବା ଆବଶ୍ୟକ ଅନ୍ୟଥା ଅନ୍ୟ କୌଣସି ସମୟରେ ପୂଜା କରିବା ଅଶୁଭ ହୋଇଥାଏ। ତେଣୁ ଏଥିପ୍ରତି ଧ୍ୟାନ ରଖନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *