Excuse Me Odisha

ଯାହା କହିବୁ ସତ କହିବୁ

ଶନିବାର ଦିନ ଅଶ୍ୱତ୍ଥ ଗଛ ମୂଳରେ ଦୀପ ଜଳାଇବା ଦ୍ୱାରା କେଉଁ ଲାଭ ମିଳିଥାଏ? ଜାଣନ୍ତୁ!

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପୌରାଣିକ ଯୁଗରୁ ଅଶ୍ୱତ୍ଥ ଗଛକୁ ଦେବତା ରୂପରେ ପୂଜା କରାଯାଇଥାଏ। ଯଦି ଆପଣ ଆର୍ଥିକ ସମସ୍ୟାରେ ଘେରି ରହିଛନ୍ତି ବା ସର୍ବଦା ମାନସିକ ରୂପରେ ଚିନ୍ତିତ ରହୁଛନ୍ତି, ତାହେଲେ ଆପଣଙ୍କୁ ଅଶ୍ୱତ୍ଥ ଗଛକୁ ପୂଜାର୍ଚ୍ଚନା କରିବା ଆବଶ୍ୟକ। କୁହାଯାଏ କି ଅଶ୍ୱତ୍ଥ ଗଛରେ ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି।

ଯଦି ଆପଣ ଅଶ୍ୱତ୍ଥ ଗଛକୁ ପୂଜା କରିବେ, ତାହେଲେ ନିଶ୍ଚିତ ଭାବରେ ଆପଣଙ୍କୁ ଲାଭପ୍ରାପ୍ତ ହେବ। ଆହୁରି ମଧ୍ୟ କୁହାଯାଏ ଅଶ୍ୱତ୍ଥ ଗଛରେ ପିତୃପୁରୁଷଙ୍କର ବାସ ହୋଇଥାଏ। ଅଶ୍ୱତ୍ଥ ଗଛକୁ ପୂଜାର୍ଚ୍ଚନା କଲେ ସୁଖସମୃଦ୍ଧି ପ୍ରାପ୍ତ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏକ ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ସଠିକ ଭାବରେ ପ୍ରୟୋଗ କଲେ ନିଶ୍ଚିତ ଭାବରେ ଲାଭବାନ ହେବେ।

ଯଦି ଆପଣ ଋଣ ଘେରରେ ବୁଡି ରହୁଛନ୍ତି, ଘରେ ଅଧିକାଂଶ ସମୟରେ କଳି ଝଗଡା ଲାଗି ରହୁଛି, ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚାହୁଁଛନ୍ତି, ଆପଣଙ୍କୁ କଠିନ ପରିଶ୍ରମର ଉଚିତ ଫଳ ପ୍ରାପ୍ତ ହେଉ ନାହିଁ, ତାହେଲେ ଆପଣ ସନ୍ଧ୍ୟା ସମୟରେ ଅଶ୍ୱତ୍ଥ ଗଛ ମୂଳକୁ ଯାଆନ୍ତୁ। ତାପରେ ଅଶ୍ୱତ୍ଥ ଗଛକୁ ପ୍ରଣାମ କରନ୍ତୁ। ତାପରେ ଗୋଟେ ପତ୍ର ନେଇ ସେଥିରେ ନିଜ ସମସ୍ୟା ସବୁ ଲେଖି ଦିଅନ୍ତୁ।ତାପରେ ଏହାକୁ ଗୋଟେ ଲାଲ କପଡ଼ାରେ ଗୁଡାଇ ନିଜ ହାତରେ ବାନ୍ଧି ଦିଅନ୍ତୁ।ଏହାସହିତ ଆପଣ ” ଓଁ ହିମ୍ ବଟ୍ ସ୍ୱାହା” ମନ୍ତ୍ର ଜପ କରନ୍ତୁ।

ଯଦି ଆପଣ ଅଶ୍ୱତ୍ଥ ଗଛ ମୂଳରେ ବସି ନିଜ ମନସ୍କାମନା କହିଲେ ନିଶ୍ଚିତ ଭାବରେ ପୂରଣ ହୋଇଥାଏ। ଅଶ୍ୱତ୍ଥ ଗଛ ମୂଳରୁ ଗୋଟେ ଲାଲ କପଡ଼ାରେ ମାଟି ଆଣି ନିଜ ଘରେ ରଖନ୍ତୁ। ଦେଖିବେ ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହେବା ସହିତ ସବୁ କ୍ଷେତ୍ରରେ ସଫଳତା ହାସଲ କରିବେ। ଘରେ ସୁଖଶାନ୍ତି ବୃଦ୍ଧି ହେବ। ଏହାସହିତ ଅଶ୍ୱତ୍ଥ ଗଛ ମୂଳରେ ଜଳ ଅର୍ପଣ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *