Excuse Me Odisha

ଯାହା କହିବୁ ସତ କହିବୁ

ପିତୃପକ୍ଷ ଚାଲୁଥିବା ବେଳେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରୁଥିବା ଲୋଟାରେ ପକାନ୍ତୁ ଏହି ଗୋଟେ ଜିନିଷ, ମିଳିଯିବ ପିତୃଦୋଷରୁ ମୁକ୍ତି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପିତୃପକ୍ଷ ସେପ୍ଟେମ୍ବର ୧୦ ତାରିଖ ଆରମ୍ଭ ହୋଇ ୨୫ ସେପ୍ଟେମ୍ବର ଦିନ ସମାପ୍ତ ହେବ। ମାନା ଯାଇଥାଏ କି ପିତୃପକ୍ଷ ଦିନ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନ ଆଦି କରାଯାଇଥାଏ। ଯେଉଁ ଲୋକମାନେ ନିଜ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରି ପାରି ନଥାନ୍ତି, ସେମାନଙ୍କୁ ପିତୃଦୋଷ ଲାଗିଥାଏ।

କୁହାଯାଏ କି ପିତୃପକ୍ଷ ସମୟରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ଦ୍ୱାରା ସେ ପ୍ରସନ୍ନ ହୋଇଥାନ୍ତି। ଯଦି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯିବ ନାହିଁ, ତାହେଲେ ତାଙ୍କ ଆତ୍ମା କ୍ରୋଧିତ ହୋଇ ଯାଇଥାନ୍ତି। ପିତୃଦୋଷ ଲାଗିଲେ ଘରେ ଅଶାନ୍ତ ପରିବେଶ ସୃଷ୍ଟି ହୁଏ ଏବଂ ଆର୍ଥିକ ସମସ୍ୟା ମଧ୍ୟ ଦେଖା ଦେଇଥାଏ। ପିତୃପକ୍ଷରେ ଶ୍ରାଦ୍ଧ କର୍ମ ସର୍ବଦା କରିବା ଉଚିତ।

ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଜି ଆମେ ଆପଣଙ୍କୁ ଏକ ଖାସ ଉପାୟ ବିଷୟରେ କହିବା ପାଇଁ ଯାଉଛୁ। ଏହି ଉପାୟକୁ ସଠିକ ଭାବରେ କରିବା ଦ୍ଵାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହାସହିତ ଏହି ଉପାୟକୁ କରିବା ଦ୍ୱାରା କାଳସର୍ପ ଦୋଷ ଓ କାଳସର୍ପ ଦୋଷ ଦୂର ହୋଇ ଯାଇଥାଏ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ। ଏହି ଉପୟକୁ କରିବା ପୂର୍ବରୁ କୌଣସି ପ୍ରକାରର ଜିନସ୍, ପ୍ୟାଣ୍ଟ୍ ଆଦି ବସ୍ତ୍ର ପରିଧାନ କରିବା ଅନୁଚିତ।

ଏହି ଉପାୟ କରିବା ପୂର୍ବରୁ ଆପଣ ପ୍ରଥମେ ସ୍ନାନ ସାରି ନିଜ ନିତ୍ୟକର୍ମ ସମାପନ କରନ୍ତୁ। ତାପରେ ଧୋତି ପରିଧାନ କରନ୍ତୁ ଏବଂ ତମ୍ବା ଲୋଟାରେ ଶୁଦ୍ଧ ଜଳ ନେଇ ସେଥିରେ ଅଳ୍ପ କଞ୍ଚା କ୍ଷୀର ଓ ଚାଉଳ ପକାନ୍ତୁ।ଏହି ଜଳକୁ ଭଗବାନ ସୂର୍ଯ୍ୟଙ୍କୁ ଅର୍ପଣ କରି ସୂର୍ଯ୍ୟ ମନ୍ତ୍ର ଜପ କରନ୍ତୁ। ତାପରେ ପିତୃଦୋଷରୁ ମୁକ୍ତି ପାଇବା ପାଇଁ ପ୍ରାର୍ଥନା କରନ୍ତୁ ଏବଂ ପିତୃପୁରୁଷଙ୍କୁ ପ୍ରଣାମ କରନ୍ତୁ।ଏହାସହିତ ” ଓଁ ପିତୃଦେବତାୟ ନମଃ ” ମନ୍ତ୍ର ଜପ କରନ୍ତୁ।

ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିବା ଦ୍ୱାରା ଆପଣଙ୍କ ଜୀବନ ସୁଖମୟ ରହିବ। ଆପଣଙ୍କୁ ଆର୍ଥିକ ଲାଭ ମଧ୍ୟ ପ୍ରାପ୍ତି ହେବ। କିନ୍ତୁ ପିତୃପକ୍ଷ ଚାଲୁଥିବା ସମୟରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ ଏବଂ ପିତୃପୁରୁଷ ପ୍ରସନ୍ନ ହୋଇଥାନ୍ତି। ସଠିକ ନିୟମ ପାଳନ କରି ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ସେମାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *