Excuse Me Odisha

ଯାହା କହିବୁ ସତ କହିବୁ

ପିତୃପକ୍ଷରେ ପିତୃଦୋଷର ନିବାରଣ ପାଇଁ କରନ୍ତୁ କିଛି ଖାସ ଉପାୟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପିତୃପକ୍ଷ ସେପ୍ଟେମ୍ବର ୧୦ ତାରିଖ ଆରମ୍ଭ ହୋଇ ୨୫ ସେପ୍ଟେମ୍ବର ଦିନ ସମାପ୍ତ ହେବ। ମାନା ଯାଇଥାଏ କି ପିତୃପକ୍ଷ ଦିନ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନ ଆଦି କରାଯାଇଥାଏ। ଯେଉଁ ଲୋକମାନେ ନିଜ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ମଧ୍ୟ କରି ନଥାନ୍ତି, ସେମାନଙ୍କୁ ପିତୃଦୋଷ ଲାଗିଥାଏ।

ପିତୃପୁରୁଷ ମାନେ ପିତୃପକ୍ଷ ପ୍ରଥମ ଦିନ ବା ଭାଦ୍ରବ ପୂର୍ଣ୍ଣିମା ଦିନ ପିତ୍ରୁଲୋକରୁ ପୃଥିବୀ ଲୋକକୁ ଆସିଥାନ୍ତି। ଅମାବାସ୍ୟା ପର୍ଯ୍ୟନ୍ତ ଏହି ଶ୍ରାଦ୍ଧ , ତର୍ପଣ ଆଦି ଗ୍ରହଣ କରିଥାନ୍ତି ଏବଂ ଆଶୀର୍ବାଦ ଦେଇଥାନ୍ତି। ହିନ୍ଦୁ ଧର୍ମରେ ମୃତ ବ୍ୟକ୍ତିର ଶ୍ରାଦ୍ଧ କରିବା ଅତ୍ୟନ୍ତ ଜରୁରୀ ମାନା ଯାଇଥାଏ। ଶ୍ରାଦ୍ଧ ନକଲେ ମୃତ ବ୍ୟକ୍ତିର ଆତ୍ମାକୁ ମୁକ୍ତି ମିଳି ନଥାଏ।କୁହାଯାଏ କି ପିତୃପକ୍ଷ ଚାଲୁଥିବା ସମୟର ମୃତ୍ୟୁର ଦେବତା ଯମରାଜା ଆତ୍ମା ମାନଙ୍କୁ ମୁକ୍ତ କରି ଦେଇଥାନ୍ତି। ପିତୃପୁରୁଷ ସନ୍ତୁଷ୍ଟ ନହେଲେ ଘରେ ଅଶାନ୍ତି ଦେଖା ଦେଇଥାଏ।

ତେଣୁ ଏହି ମହାମାରୀ ସଙ୍କଟ ସମୟରେ ସରକାର ସବୁ ତୀର୍ଥ ସ୍ଥଳ ବନ୍ଦ କହିଛନ୍ତି। ତେବେ ଏହି ସମୟରେ ଆପଣ ନିଜ ଘରେ ଶ୍ରାଦ୍ଧ ଓ ତର୍ପଣ ଦେବା ଆବଶ୍ୟକ। ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆମେ ଆପଣଙ୍କୁ ଏକ ଖାସ ଉପାୟ ବିଷୟରେ କହିବା ପାଇଁ ଯାଉଛୁ। ଏହି ଉପାୟକୁ ସଠିକ ଭାବରେ କରିବା ଦ୍ଵାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହାସହିତ ଏହି ଉପାୟକୁ କରିବା ଦ୍ୱାରା କାଳସର୍ପ ଦୋଷ ଓ କାଳସର୍ପ ଦୋଷ ଦୂର ହୋଇ ଯାଇଥାଏ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ।

ଏହି ଉପାୟ କରିବା ପୂର୍ବରୁ ସ୍ନାନ କରି ନିଜ ନିତ୍ୟକର୍ମ ସମାପ୍ତ କରନ୍ତୁ। ଏହାସହିତ ପୁରୁଷ ଲୋକମାନେ ଏହି ଉପାୟ କରିବା ସମୟରେ ଧୋତି ପରିଧାନ କରନ୍ତୁ ଏବଂ ତମ୍ବା ଲୋଟା ବ୍ୟବହାର କରନ୍ତୁ। ଏହି ଲୋଟାରେ ଅଳ୍ପ କ୍ଷୀର ଓ ଚାଉଳ ପକାନ୍ତୁ।ଏହି ଜଳକୁ ଭଗବାନ ସୂର୍ଯ୍ୟଙ୍କୁ ଅର୍ପଣ କରି ସୂର୍ଯ୍ୟ ମନ୍ତ୍ର ଜପ କରନ୍ତୁ। ତାପରେ ପିତୃଦୋଷରୁ ମୁକ୍ତି ପାଇଁ ପ୍ରାର୍ଥନା କରନ୍ତୁ ଏବଂ ପିତୃପୁରୁଷଙ୍କୁ ପ୍ରଣାମ କରନ୍ତୁ।ଏହାସହିତ ” ଓଁ ପିତୃଦେବତାୟ ନମଃ ” ମନ୍ତ୍ର ଜପ କରନ୍ତୁ।

ଶାସ୍ତ୍ର ଅନୁସାରେ ଏହି ଉପାୟ ପୌରାଣିକ ଯୁଗରୁ ପାଳନ କରାଯାଉଛି।ପିତୃପକ୍ଷ ଚାଲୁଥିବା ସମୟରେ ସୂର୍ଯ୍ୟଦେବଙ୍କୁ ପୂଜାର୍ଚ୍ଚନା କରିବା ଶୁଭ ହୋଇଥାଏ। ଏହାଦ୍ବାରା ପିତୃପୁରୁଷ ଏବଂ ଦେବୀ ଦେବତାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଯେଉଁ ବ୍ୟକ୍ତିର କୁଣ୍ଡଳୀରେ ସୂର୍ଯ୍ୟ ଗ୍ରହ ଶୁଭ ସ୍ଥିତିରେ ରହିଛନ୍ତି, ସେହି ବ୍ୟକ୍ତିଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ ଏବଂ ଜୀବନ ସୁଖରେ ଅତିବାହିତ ହୁଏ। ଏହାସହିତ ଅନେକ ସୁଖସୁବିଧା ପ୍ରାପ୍ତ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *