Excuse Me Odisha

ଯାହା କହିବୁ ସତ କହିବୁ

ଗାଈକୁ ଏହି ସମୟରେ ଖୁଆଇ ଦିଅନ୍ତୁ ହଳଦୀ ଓ ରୋଟି ! ବନିଯିବେ କୋଟିପତି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଗାଈକୁ ଏହି ସମୟରେ ଖୁଆଇ ଦିଅନ୍ତୁ ହଳଦୀ ରୋଟି। ବନିଯିବେ କୋଟିପତି।

ଗାଈକୁ ହଳଦୀ ରୋଟି ଖୁଆଇବାର ଠିକ ତରିକା ଏବଂ ଠିକ ସମୟ ଯାହା ଦ୍ୱାରା ଆପଣ ମାଲାମାଲ ହୋଇପାରିବେ। ଏହା ସହିତ ଜାଣିବା କେଉଁ ଜିନିଷ ଅଛି କେବେବି ଗାଈକୁ ଖାଇବାକୁ ଦେବା ଉଚିତ ନୁହେଁ ନଚେତ ସବୁ ଦେବୀ ଦେବତା ଆପଣଙ୍କ ଉପରେ କ୍ରୋଧିତ ହୋଇଯିବେ। ଏମିତି କେଉଁ ଫଳ ଅଛି ଯାହାକୁ ଗାଈକୁ ଖାଇବାକୁ ଦେଲେ ସ୍ଵୟଂ ଭଗବାନ ଶ୍ରୀକୃଷ୍ଣଙ୍କର କୃପାର ପାତ୍ର ବନିଯିବେ ଏହା ସହିତ ଜାଣିବା ଗାଈକୁ ନେଇ ଶୁଭ ଏବଂ ଅଶୁଭର ସଂକେତ ବିଷୟରେ।

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଗାଈକୁ ହଳଦୀ ଏବଂ ରୋଟି ଖାଇବାକୁ ଦେଲେ ମନୁଷ୍ୟଙ୍କ ଭିତରେ କେଉଁ ଲାଭ ହୋଇଥାଏ। ଆଜି ଆମେ ଆପଣଙ୍କୁ ଜଣେଇବୁ ଶାସ୍ତ୍ର ଅନୁସାରେ ଗାଈକୁ ରୋଟି ଖାଇବାକୁ ଦେଲେ କଣ କଣ ଲାଭ ମିଳିଥାଏ। ଗାଈକୁ ରୋଟି ଖୁଆଇବାର ଠିକ ତରିକା କଣ।

ହିନ୍ଦୁ ଧର୍ମ ଶାସ୍ତ୍ରରେ ପଶୁପକ୍ଷୀ ମାନଙ୍କୁ ଅନ୍ନ ଖୁଆଇବାର ପରମ୍ପରା ଅନେକ ବର୍ଷରୁ ଚାଲି ଆସୁଛି। ଶାସ୍ତ୍ର ଅନୁସାରେ ଗାଈ ଦେହରେ ୩୩ କୋଟି ଦେବୀ ଦେବତାଙ୍କର ବାସ ହୋଇଥାଏ। ଯେବେବି ଭୋଗ ଲଗାଇଥାନ୍ତି ତ ୩୩ କୋଟି ଦେବୀ ଦେବତାଙ୍କୁ ଗାଈ ମାଧ୍ୟମରେ ଭୋଗ ଲଗାଇପାରିବେ। ଏହାଠାରୁ ଅଧିକ ପୁଣ୍ୟ କଣ ହୋଇପାରେ।

ପ୍ରଥମେ ଗାଈକୁ ଖାଇବାକୁ ଦିଅନ୍ତୁ ଏହାପରେ ପରିବାର ସଦସ୍ୟଙ୍କୁ ଭଜନ ଦିଅନ୍ତୁ। ଗାଈର ମୂତ୍ରକୁ ବି ସେବନ କରାଯାଏ। ଯାହାକୁ ଗୋଧନ କୁହାଯାଏ। ଗାଈର ସେବା କଲେ ୩୩ କୋଟି ଦେବୀ ଦେବତାଙ୍କ ସେବା ହୋଇଥାଏ। ଏମିତି ଶାସ୍ତ୍ରରେ ଉଲ୍ଲେଖ ଅଛି ଯେଉଁ ଘରେ ଗାଈ ପାଳନ କରାଯାଏ ତ ତାଙ୍କର ପିଢ଼ି ଅନେକ ସୁଖର ଭୋଗ କରିଥାନ୍ତି ଅର୍ଥାତ ଏତେ ପୁଣ୍ୟ ଲାଭ ମିଳିଥାଏ ଯେ ସେହି କୂଳରେ ଜନ୍ମ ନେବା ପିଢ଼ି ସଂସାରର ସୁଖ ପ୍ରାପ୍ତି କରିଥାନ୍ତି।

ଯଦି ଆପଣ ଗାଈକୁ ରୋଟି ସହିତ ଅଳ୍ପ ଗୁଡ଼ବି ଖୁଆଇଥାନ୍ତି ତ ବଡ଼ ପୁଣ୍ୟ ମିଳିଥାଏ। ଗରମ ଦିନରେ ଗାଈକୁ ଗୁଡ଼ ଖାଇବାକୁ ଦେବେ ନାହିଁ। ଶୀତ ଦିନରେ ରୋଟି ସହିତ ଗୁଡ଼ ଦେବେ। ଆପଣଙ୍କୁ ଗାଈକୁ ହଳଦୀ ରୋଟି ଖାଇବାକୁ ଦେବା ଉଚିତ। ଯେବେବି ଗାଈକୁ ଗୁଡ଼ ଖାଇବାକୁ ଦେବେ ତ ଗାଈ ବସିଥିବା ଉଚିତ। ଛିଡା ହୋଇଥିବା ଗାଈକୁ କେବେବି ଗୁଡ଼ ଖାଇବାକୁ ଦେବା ଉଚିତ ନୁହେଁ।

ସୋମବାର ଦିନ ଭଗବାନ ଶିବଙ୍କ ପାଖରେ ଭୋଗ ଲଗାଇ ଗାଈକୁ କିଛି ନାଁ କିଛି ଧଳା ରଙ୍ଗର ଜିନିଷ ନିଶ୍ଚୟ ଖାଇବାକୁ ଦେବା ଉଚିତ ଯେମିତିକି ବରଫି ଚାଉଳ ଧଳା ଲଡୁ ଖାଇବାକୁ ଦିଅନ୍ତୁ ଏହା ଦ୍ବାରା ଅନେକ ଗୁଣା ପୁଣ୍ୟ ମିଳିଥାଏ ଏବଂ ସୋମବାର ବ୍ରତ ସଫଳ ହୋଇଯାଇଥାଏ।

ମଙ୍ଗଳବାର ଦିନ ଗାଈକୁ ବେଶନ ଲଡୁ ଖାଇବାକୁ ଦିଅନ୍ତୁ। ଏହା ଦ୍ବାରା ଲାଭ ମିଳିଥାଏ। ଏହା ଦ୍ବାରା ବ୍ୟକ୍ତିର ମଙ୍ଗଳ ଶାନ୍ତ ହୋଇଥାଏ।

ବୁଧବାର ଦିନ ଗାଈକୁ ସବୁଜ ରଙ୍ଗର ଘାସ ଖାଇବାକୁ ଦିଅନ୍ତୁ। ଏମିତି କଲେ ବୁଧ ଗ୍ରହ ଶାନ୍ତ ହୋଇଥାନ୍ତି। ଏହା ଦ୍ବାରା ଭଗବାନ ଗଣେଶ ପ୍ରସନ୍ନ ହୋଇଥାନ୍ତି।

ଗୁରୁବାର ଦିନ ଗାଈକୁ ଯେବେବି ରୋଟି ଖାଇବାକୁ ଦେବେ ତ ରୋଟି ସହିତ ଅଳ୍ପ ହଳଦୀ ମିଶାଇ ୨ ଟି ରୋଟି ଖାଇବାକୁ ଦିଅନ୍ତୁ। ଏହା ଦ୍ବାରା ପୂଣ୍ୟ ଲାଭ ହୋଇଥାଏ। ଆପଣଙ୍କୁ ଜୀବନରେ ଲୌକିକ ଏବଂ ଅଲୌକିକ ଦୁଇଟି ଯାକର ଲାଭ ମିଳିଥାଏ।

ଶୁକ୍ରବାର ଦିନ ଗାଈକୁ କ୍ଷୀରି ଖାଇବାକୁ ଦେଲେ ଶୁକ୍ର ଗ୍ରହ ମଜବୁତ ହୋଇଥାଏ। ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଯେଉଁ କାରଣରୁ ବ୍ୟକ୍ତି ମାଲାମାଲ ହୋଇଯାନ୍ତି।

ଶନିବାର ଦିନ ଗାଈକୁ କଳା ତିଳ ଏବଂ ବିରି ପେଶୀ କରି ଗହମ ଅଟାରେ ପକାଇ ରୋଟି ପ୍ରସ୍ତୁତ କରି ଖାଇବାକୁ ଦେଲେ ଶନିଦୋଷ ଶାନ୍ତ ହୋଇଯାଇଥାଏ।

ପ୍ରତ୍ୟକ ରବିବାର ଦିନ ରୋଟି ସହିତ ଗୁଡ଼ ମିଶାଇ ଗାଈକୁ ଖାଇବାକୁ ଦେଲେ ସୂର୍ଯ୍ୟଙ୍କ ମହାଦୋଷା ଠିକ ହୋଇଯାଇଥାଏ। ବ୍ୟକ୍ତି ନିଶ୍ଚୟ ଧନୀ ବନିଯାଇଥାଏ।

ଗାଈର ସେବା ମଜବୁରୀରେ କରନ୍ତୁ ନାହିଁ ପୁରା ହୃଦୟରୁ କରନ୍ତୁ। ଗାଈ ମାତାଙ୍କୁ କେବେବି ମାରନ୍ତୁ ନାହିଁ।

ପ୍ରତୋକ ଦିନ ସକାଳୁ ରୁଟି କରିବା ସମୟ ରେ ପ୍ରଥମ ରୁଟି କରି ଗାଈକୁ ଖୁଆନ୍ତୁ ସେଥିରେ ଘିଅ ଏବଂ ଗୁଡ଼ ମିଶାଇ ଏହା ସହିତ ଅଳ୍ପ ଟିକେ ହଳଦୀ ବି ପକାଇବେ ଦେବେ। କୁହାଯାଏ ପ୍ରତିଦିନ ଗାଈକୁ ରୋଟି ଖୁଆଉଥିବା ବ୍ୟକ୍ତିଙ୍କୁ ବର୍ତ୍ତମାନ ପିଢ଼ି ସହିତ ଆସୁଥିବା ପିଢ଼ି ବି ପୁଣ୍ୟ ପ୍ରାପ୍ତ କରିଥାନ୍ତି। ଦୁଃଖ କଷ୍ଟ ଦୂର ହୋଇଥାଏ। ବସିଥିବା ଗାଈକୁ ଖାଇବାକୁ ଦେଲେ ଲାଭ ମିଳିଥାଏ। ଏହା ଦ୍ୱାରା ଜରୁରୀ କାମ ଶୀଘ୍ର ସହଜରେ ବନି ଯାଇଥାଏ।

ଗାଈକୁ ରୁଟିତ ପ୍ରତ୍ୟକ ଲୋକ ଖୁଆଇଥାନ୍ତି। ଏହି ରୁଟି ବାସି ହେବା ଉଚିତ ନୁହେଁ। କିମ୍ବା ଗୋଟିଏ ଦିନ ପୂର୍ବରୁ ଯେଉଁ ରୁଟିକୁ ବନେଇ ଥାଆନ୍ତି ତାକୁ ସକାଳୁ ସକାଳୁ ଖୁଆଇବା ଉଚିତ ନୁହେଁ। କେତେଥର ଆପଣ ରୁଟି ବନେଇଦେଇ ଥାନ୍ତି କିନ୍ତୁ ସେହିଦିନ ଗାଈ ଆପଣଙ୍କୁ ମିଳେ ନାହିଁ ସେହି ରୁଟିକୁ ରଖିଦିଅନ୍ତି ଏବଂ ତା ପର ଦିନ ଗାଈକୁ ସେହି ରୁଟି ଖୁଆଇବା ଦ୍ୱାରା ଏହା ଗାଈର ଅପମାନ ବୋଲି ମାନାଯାଏ। ଗୋଟିଏ ଦିନ ଆଗରୁ ବଳକା ରହିଥିବା ରୁଟିକୁ ଗାଈକୁ ଖୁଆଇବା ଉଚିତ ନୁହେଁ।

ପଚା ସଢା ଜିନିଷ ଖରାପ ଜିନିଷ ଗାଈକୁ ଖୁଆନ୍ତୁ ନାହିଁ। ଏହା ଦ୍ୱାରା ଘରକୁ ସମସ୍ୟା ଆସିଥାଏ। ଯଦି ଆପଣ ଏପରି କରୁଥାନ୍ତି ତାହେଲେ ନିଜର ଅଭ୍ୟାସକୁ ବଦଳାଇ ଦିଅନ୍ତୁ। କାରଣ ଏହା ଦ୍ୱାରା ଘରକୁ ଦରିଦ୍ରତା ଆସିଥାଏ। ଗାଈକୁ ଘାସ ତ ପ୍ରତ୍ୟକ ଲୋକ ଖୁଆଇଥାନ୍ତି ଘାସ ଖୁଆଇବା ସମୟରେ ଆପଣ ଗୋଟିଏ କଥାର ଧ୍ୟାନ ରଖନ୍ତୁ ଗାଈକୁ ସବୁଠୁ ଅଧିକ ଅସ୍ତ ପତ୍ର ଖୁଆଇଥାନ୍ତି କିନ୍ତୁ ଗାଈକୁ ଅସ୍ତ ପତ୍ର ଆପଣ ନିଜେ ତୋଳିକି ଖୁଆନ୍ତୁ ନାହିଁ।

ଆପଣ ଘରକୁ ପନିପରିବା ଆଣନ୍ତି ତ ସେଥିରେ ଶାଗ ଆସିଥାଏ ତ ଆପଣ ସେଥିରୁ ଭଲ ଜିନିଷ ବାଛି ରଖି ଦେଇ ବଞ୍ଚି ଥିବା ଜିନିଷକୁ ଗାଈକୁ ଖୁଆନ୍ତୁ ନାହିଁ। ଆପଣ ଯାହା ଦିଅନ୍ତି ଗାଈ ଖାଇଦିଏ। କିନ୍ତୁ କିଛି ଭଲ ଜିନିଷ ମିଶାଇ ଗାଈକୁ ଖୁଆଇ ଦିଅନ୍ତୁ ତ ଭଲ ଫାଇଦା ମିଳିବ। ଗାଈକୁ କ୍ଷୀର ପିଆଇବା ଉଚିତ ନୁହେଁ। ଆପଣ ଦହି ଚାଉଳ ଖୁଆଇ ପାରିବେ କିନ୍ତୁ କ୍ଷୀର ସଜ ହେଉ କିମ୍ବା ବାସି ଭୁଲରେ ମଧ୍ୟ ଗାଈକୁ ଖୁଆନ୍ତୁ ନାହିଁ। ତ ଏହି ୩ ଟି ଜିନିଷ ଗାଈକୁ ଭୁଲରେ ବି ମଧ୍ୟ ଖୁଆନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *