Excuse Me Odisha

ଯାହା କହିବୁ ସତ କହିବୁ

ଜୁନ ୫ ତାରିଖ ପାଖରୁ ୧୪୧ ଦିନ ପର୍ଯ୍ୟନ୍ତ ବକ୍ରୀ ହେବାକୁ ଯାଉଛନ୍ତି ଶନି। ସାଢ଼େସାତୀରୁ ମୁକ୍ତି ପାଇଁ କରନ୍ତୁ ଏହି ଉପାୟ।

ସେୟାର୍ କରନ୍ତୁ

ଜୁନ ୫ ତାରିଖ ରବିବାର ଦିନ ଶନି ଗ୍ରହ ନିଜ ସ୍ୱରାଶି କୁମ୍ଭରେ ବକ୍ରୀ ହେବାକୁ ଯାଉଛନ୍ତି। ଭଗବାନ ଶନିଙ୍କ କୋପରୁ ରକ୍ଷା ପାଇବା ପାଇଁ ଆପଣ କିଛି ବିଦେଶ ଉପାୟ କରି ପାରିବେ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ କୌଣସି ଗ୍ରହ ଗୋଚର କରିଥାଏ ବା ବକ୍ରୀ ହୋଇଥାଏ, ଏହାର ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ଉପରେ ପଡ଼ିଥାଏ। ଜୁନ ୫ ତାରିଖ ରବିବାର ଦିନ ଶନି ଗ୍ରହ ନିଜ ସ୍ୱରାଶି କୁମ୍ଭରେ ବକ୍ରୀ ହେବାକୁ ଯାଉଛନ୍ତି। ଶନି ଗ୍ରହ ଅକ୍ଟୋବର ୨୩ ତାରିଖ ପର୍ଯ୍ୟନ୍ତ କୁମ୍ଭ ରାଶିରେ ହିଁ ରହିବେ।

ଜୁନ ୫ ତାରିଖ ଦିନ ଶନି ୩ ଘଟିକା ୧୬ ମିନିଟରେ କୁମ୍ଭ ରାଶିରେ ପ୍ରବେଶ କରିବେ। ଶନି ଗ୍ରହ ୧୪୧ ଦିନ ପର୍ଯ୍ୟନ୍ତ ଓଲଟା ଚଳନ କରିବାକୁ ଯାଉଛନ୍ତି। ଯେଉଁ ଲୋକଙ୍କ ଉପରେ ଶନି ଗ୍ରହର କୋପ ଦୃଷ୍ଟି ପଡ଼ିଥାଏ, ସେହି ବ୍ୟକ୍ତିର ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଭଗବାନ ଶନିଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଉପାୟ ଗୁଡ଼ିକ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ।

– ଭଗବାନ ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ତେଣୁ ଶନିଙ୍କ କୋପରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ପ୍ରଥମେ ଉଚିତ କର୍ମ କରିବା ଉଚିତ। ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ। କ୍ରୋଧ, ଗ୍ରୁନା, ଅହଙ୍କାର ଠାରୁ ଦୂରେଇ ରୁହନ୍ତୁ।

– ପ୍ରତ୍ୟେକଦିନ ଶନିଙ୍କ ବୀଜ ମନ୍ତ୍ର ଉଚ୍ଚାରଣ କରନ୍ତୁ। ଏହାସହିତ ଓଁ ସମ୍ ଶନିଶ୍ଚରାୟ ନମଃ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ସବୁ ସମସ୍ୟା ଦୂର ହେବ।

– ଭଗବାନ ଶନିଙ୍କ କୋପରୁ ମୁକ୍ତି ପାଇବା ପାଇଁ ଶନିବାର ସମୀ ଗଛ ରୋପଣ କରନ୍ତୁ। ସର୍ବଦା ସେହି ଗଛରେ ଜଳ ଅର୍ପଣ କରନ୍ତୁ। ଏହାସହିତ ଶନିଙ୍କ ପାଖରେ ସୋରିଷ ତେଲର ଦୀପ ପ୍ରଜ୍ବଳନ କରନ୍ତୁ। ସମୀ ଗଛ ଭଗବାନ ଶନିଙ୍କ ପ୍ରିୟ ଅଟେ।

– ପ୍ରତ୍ୟେକ ଶନିବାର ଦିନ ଅଶ୍ୱତ୍ଥ ଗଛରେ ଘିଅର ଦୀପ ଜଳାନ୍ତୁ। ଏହାସହିତ ସୋରିଷ ତେଲର ଦୀପ ମଧ୍ୟ ପ୍ରଜ୍ବଳନ କରନ୍ତୁ।

– ଭଗବାନ ଶନିଙ୍କ କୋପରୁ ମୁକ୍ତି ପାଇବା ପାଇଁ ପ୍ରତ୍ୟେକଦିନ ଶନିଦେବଙ୍କୁ ପୂଜାର୍ଚ୍ଚନା କରନ୍ତୁ।

– ଶନିବାର ଦିନ କୌଣସି ଜୀବଜନ୍ତୁଙ୍କର କ୍ଷତି କରନ୍ତୁ ନାହିଁ। ନଚେତ ଭଗବାନ ଶନି କ୍ରୋଧିତ ହୋଇ ଯାଇଥାନ୍ତି।

– ଶନିବାର ଦିନ ଶନି ବ୍ରତ କରିବା ଓ ଶନି ଚାଳିଶା ପାଠ କରିବା ଦ୍ୱାରା ଜୀବନର ସବୁ ଦୁଃଖକଷ୍ଟ ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *