Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ କୁହନ୍ତି – ସକାଳେ ଉଠିକି ଦେଖନ୍ତୁ ନାହିଁ ଏହି ୪ଟି ଜିନିଷ,ଦେଖିବେ ଗୋଟିଏ ଚୁଟକୀରେ ଗରିବୀ ଦୂର ହେଇଯିବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଗବାନ କୁହନ୍ତି ସକାଳେ ଦେଖନ୍ତୁ ନାହିଁ ଏହି ଜିନିଷ ହୋଇଯିବେ ଗରିବୀ।

ଯେଉଁ ମନୁଷ୍ୟ ପ୍ରତିଦିନ ସକାଳେ ଏହି ୩ ଟି ଜିନିଷର ଦର୍ଶନ କରିବ ସେ କେବେବି ଗରିବ ରହିବ ନାହିଁ ଏହା ସହିତ ଜାଣିବା ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରା ରଚିତ କିଛି କାର୍ଯ୍ୟ ବିଷୟରେ ଯାହା କୌଣସି ବି ବ୍ୟକ୍ତିଙ୍କୁ ସକାଳ ସମୟରେ କରିବା ଉଚିତ ନୁହେଁ। ଏହି କାର୍ଯ୍ୟ କରିଲେ ବ୍ୟକ୍ତିର ଭଲ ସମୟ ବି ଖରାପ ସମୟରେ ପରିଣତ ହୋଇଯିବ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ମାନବ ଶରୀର ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଏବଂ ଦୁର୍ଲଭ ଅଟେ। ଯଦି ଶାସ୍ତ୍ର ଅନୁସାରେ ଏହାର ବ୍ୟବହାର କରାଯାଏ ତେବେ ମନୁଷ୍ୟ ପୁଣ୍ୟକୁ ବି ପ୍ରାପ୍ତ କରିନେଇଥାଏ। ଏଥିପାଇଁ ଶାସ୍ତ୍ରରେ ବହୁତ ସାଧନ କୁହାଯାଇଛି। ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରା ରଚିତ ଯେଉଁ ବ୍ୟକ୍ତି ପ୍ରତିଦିନ ସକାଳେ ଏହି ଜିନିଷର ଦର୍ଶନ କରିଥାଏ ସେ ବ୍ୟକ୍ତି ଜୀବନରେ କେବେବି ଦୁଃଖୀ ଦରିଦ୍ର ରୋଗୀ ହୋଇନଥାଏ।

ପୁରାଣ ଅନୁସାରେ ମନୁଷ୍ୟଙ୍କୁ ସ୍ନାନ ଦାନ ପୂଜାପାଠ ଏବଂ ଅତିଥି ସତ୍କାର ଭଳି କାମ ପ୍ରତିଦିନ କରିବା ଉଚିତ। ମନୁଷ୍ୟଙ୍କୁ ପ୍ରାତଃ ସମୟରେ ଉଠିବା ମାତ୍ରେ ସ୍ନାନ କରିବା ପୂର୍ବରୁ ହିଁ କିଛି କାର୍ଯ୍ୟ କରିବା ଅତ୍ୟନ୍ତ ଆବଶ୍ୟକ ଅଟେ। ପ୍ରାତଃ ସମୟରେ ଉଠିବା ପରେ ଯାହାବି ଆବଶ୍ୟକ କାର୍ଯ୍ୟ କରିବା ତାହା ଶାସ୍ତ୍ରରେ ବିଧି ବିଧାନ ଭାବରେ ଉଲ୍ଲେଖ ଅଛି। ଆସନ୍ତୁ ଜାଣିବା ମନୁଷ୍ୟଙ୍କୁ ସକାଳୁ ଉଠିବା ପରେ କେଉଁ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ଉଚିତ।

ବ୍ରହ୍ମ ମୁହୂର୍ତ୍ତରେ ଉଠିବା। ବ୍ୟକ୍ତିଙ୍କୁ ଡେରି ସମୟ ପର୍ଯ୍ୟନ୍ତ ଶୋଇବା ଉଚିତ ନୁହେଁ। ଏହି ସମୟରେ ଶୋଇବା ଶାସ୍ତ୍ରରେ ନିଷେଧ ଅଟେ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁ ବ୍ୟକ୍ତି ସକାଳୁ ଉଠି ଭଗବାନଙ୍କର ଧ୍ୟାନ କରିଥାଏ ତାର ପରାଜୟ କେବେବି ହୋଇନଥାଏ ସେ କେବଳ ଉନ୍ନତି କରିଥାଏ।

ଯେଉଁ ଘରେ ସ୍ତ୍ରୀ ଏବଂ ପୁରୁଷ ପ୍ରତିଦିନ ସକାଳୁ ଉଠି ଭଗବାନଙ୍କର ଆରୋଧନା କରିଥାନ୍ତି ତାଙ୍କ ଘରେ ସାକ୍ଷତ ମା ଲକ୍ଷ୍ମୀ ବାସ କରିଥାନ୍ତି

ଆଖି ଖୋଲିବା ମାତ୍ରେ ସର୍ବପ୍ରଥମେ ସକାକୁ ଉଠି ନିଜ ହାତ ପାପୁଲିକୁ ଦେଖିବା ଶୁଭ ହୋଇଥାଏ। ମନୁଷ୍ୟ ସକାଳୁ ଶେଯରୁ ଉଠିବା ପରେ ସର୍ବପ୍ରଥମେ ନିଜ ହାତ ପାପୁଲିର ଦର୍ଶନ କରିବା ଉଚିତ ଏବଂ ଦର୍ଶନ କରିବା ସମୟରେ ଏହି ମନ୍ତ୍ରର ଜପ କରିବା ଉଚିତ କରାଗ୍ରେ ବସତି ଲକ୍ଷ୍ମୀ କର୍ମ ମଧ୍ୟ ସ୍ୱରସ୍ୱତୀ କରମୂଳେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନମ।

ଏହାର ଅର୍ଥ ପାପୁଲିର ଅଗ୍ରଭାଗରେ ମା ଲକ୍ଷ୍ମୀଙ୍କ ବାସସ୍ଥାନ ହୋଇଥାଏ ମଧ୍ୟମରେ ମା ସ୍ୱରସ୍ୱତୀ ଏବଂ ମୂଳ ଭାଗରେ ଭଗବାନ ଶ୍ରୀକୃଷ୍ଣ ଗୋବିନ୍ଦଙ୍କ ବାସସ୍ଥାନ ହୋଇଥାଏ। ତେଣୁ ସକାଳୁ ଉଠିବା ପରେ ହିଁ ଏହି ୩ ଭଗବାନଙ୍କ ଦର୍ଶନ କରିଲେ ତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ମନୁଷ୍ୟଙ୍କର ଭାଗ୍ୟର ଦ୍ୱାର ଖୋଲି ଯାଇଥାଏ ଏପରି ବ୍ୟକ୍ତି ଜୀବନରେ ଅଗ୍ରଗତି କରନ୍ତି ଏବଂ ତାଙ୍କ ଘର ସୁଖ ସମୃଦ୍ଧତାରେ ପରିପୂର୍ଣ୍ଣ ହୋଇଯାଇଥାଏ।

ବନ୍ଦନା। ପ୍ରଥମେ ସକାଳୁ ଉଠିବା ପରେ ପୃଥିବୀ ମାଙ୍କୁ ପ୍ରଣାମ କରନ୍ତୁ ଏବଂ ତାଙ୍କ ଉପରେ ପାଦ ରଖିବା ପୂର୍ବରୁ ତାଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ। ଏମିତି ପ୍ରତିଦିନ କରିଲେ ବ୍ୟକ୍ତି ସବୁ ପ୍ରକାରର ବିପଦରୁ ରକ୍ଷା ପାଇଥାଏ।

ମୁଖ ଶୁଦ୍ଧି। ମୁଖ ଶୁଦ୍ଧି ବିନା ପୂଜାପାଠ ମନ୍ତ୍ର ଆଦି ନିଷ୍ଫଳ ଅଟେ। ମୁଖ ଶୁଦ୍ଧି ପାଇଁ ପ୍ରତିଦିନ ଦାନ୍ତ ସଫା କରିବା କରିବା ଉଚିତ। ବହୁତ ଲୋକ ଆଜିକାଲି ବେଡ଼ ଟି ନେଇଥାନ୍ତି। ବିଛଣାରେ ବସି କିଛି ଖାଇଥାନ୍ତି କିନ୍ତୁ ଜଣେଇ ଦେଉଛୁ ବିନା ଦାନ୍ତ ସଫାରେ କୌଣସି ଜିନିଷ ଖାଇବା ଉଚିତ ନୁହେଁ। ଏହା ଦ୍ବାରା ବ୍ୟକ୍ତିକୁ ଦୋଷ ଲାଗିଥାଏ।

ପ୍ରତିଦିନ ସୂର୍ଯ୍ୟଦେବଙ୍କୁ ପ୍ରଣାମ କରନ୍ତୁ। ପ୍ରତିଦିନ ସକାଳୁ ସୂର୍ଯ୍ୟଦେବଙ୍କୁ ଦର୍ଶନ କରିଲେ ବ୍ୟକ୍ତକୁ ସବୁ ପାପରୁ ମୁକ୍ତି ମିଳିଥାଏ। ତାକୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ।

ବ୍ୟକ୍ତିଙ୍କୁ ରାତିରେ ପିନ୍ଧିଥିବା ବସ୍ତ୍ର ସକାଳେ ପିନ୍ଧିବା ଉଚିତ ନୁହେଁ। ଏହା ଦ୍ବାରା ଦୁର୍ଭାଗ୍ୟ ଆସିଥାଏ। ଶୀଘ୍ର କାମ ସାରି ସ୍ନାନ କରିବା ପରେ ଶୁଦ୍ଧ ବସ୍ତ୍ର ପରିଧାନ କରିବା ଉଚିତ ଏବଂ ଏହା ପରେ ଭଗବାନଙ୍କ ପୂଜାପାଠ କରିବା ଉଚିତ।।

ସକାଳ ସମୟରେ କିଛି କାର୍ଯ୍ୟ ଅଛି ଯାହାକୁ କରିବା ଉଚିତ ନୁହେଁ।

ମନୁଷ୍ୟ ସକାଳୁ ଉଠିବା ପରେ କେବେବି ଭୁଲରେ ଆଇନାରେ ମୁହଁ ଦେଖିବା ଉଚିତ ନୁହେଁ। ଏମତି କରିବା ଅଶୁଭ ମାନାଯାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ସକାଳୁ ଉଠି ବ୍ୟକ୍ତି ଆଇନା ଦେଖିଲେ ବ୍ୟକ୍ତିର ଜୀବନରେ ଅନେକ ସମସ୍ୟା ଆସିପାରେ। ଯେମିତି ଘରେ ଝଗଡା ଲାଗି ରହିବା ଘରେ ବିମାରୀ ହେବା ଘରର ଅଭାବ ହେବା ଯେମିତି ଅନେକ ସମସ୍ୟା ଆସିପାରେ।

ସକାଳେ ଉଠିବା ପରେ କୌଣସି ଦୁଷ୍ଟ ବ୍ୟକ୍ତିକୁ ଦେଖିବା ଉଚିତ ନୁହେଁ। ଦୁଷ୍ଟ ଦର୍ଜନ ପାପୀ ଓ ଚରିତ୍ରହୀନ ବ୍ୟକ୍ତିଙ୍କୁ ଦର୍ଶନ କରିଲେ ବ୍ୟକ୍ତିର ଜୀବନରେ ନକରାତ୍ମକ ବଢିଥାଏ ତା ସହିତ କୌଣସି ଚରିତ୍ରହୀନ ବ୍ୟକ୍ତିଙ୍କ ଚେହେରା ଦେଖିବା ଉଚିତ ନୁହେଁ।

ସକାଳୁ ଉଠିବା ପରେ ମନୁଷ୍ୟ କେବେବି ଅଶୁଭ କଥା କହିବା ଉଚିତ ନୁହେଁ। ଅନ୍ୟ କାହାକୁ ଅପବ୍ୟବହାର କରିବା ଉଚିତ ନୁହେଁ ଏବଂ ସ୍ନାନ ନକରି ଭଗବାନଙ୍କ ପୂଜା ସ୍ଥଳକୁ ଯିବା ଉଚିତ ନୁହେଁ। ସ୍ନାନ କରି ପବିତ୍ର ହେବା ପରେ ସେହି ସ୍ଥାନକୁ ଯିବା ଉଚିତ।

ମନୁଷ୍ୟ ସକାଳୁ ଉଠିବା ପରେ ନିଜ ଛାଇକୁ ଦେଖିବା ଉଚିତ ନୁହେଁ। ଛାଇ ଦ୍ଵନ୍ଦ ସୃଷ୍ଟି କରିବା ସହିତ ସକାଳୁ ସକାଳୁ ଦେଖିବା ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରିଥାଏ।

ପ୍ରତିଦିନ ସକାଳେ ଝାଡୁ ପୋଛା କରିବା ଉଚିତ। ଘରକୁ ସ୍ୱଚ୍ଛ ଏବଂ ପରିଷ୍କାର ରଖିବା ଉଚିତ।

ସୂର୍ଯ୍ୟାସ୍ତ ପରେ ଝାଡୁ ପୋଛା କଲେ ଗରିବୀ ଆସିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *