Excuse Me Odisha

ଯାହା କହିବୁ ସତ କହିବୁ

ଏହି ରାଶିର ଝିଅମାନଙ୍କ ପାଇଁ କଠିନ ହୋଇଥାଏ ସ୍ବାମୀ ଓ ଶାଶୂଘର ଲୋକଙ୍କୁ ଖୁସିରେ ରଖିବା। କରିବାକୁ ପଡ଼ିଥାଏ ଅନେକ ଉପାୟ

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ସ୍ଥିତିକୁ ଦେଖି ଶାଶୂଘରର ପରିସ୍ଥିତି ବିଷୟରେ ଜାଣି ହୋଇଥାଏ। ଶାସ୍ତ୍ର ଅନୁସାରେ କିଛି ରାଶିର ଝିଅମାନଙ୍କୁ ବିବାହ ପରେ ଶାଶୂଘରେ ଅନେକ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ।

ପ୍ରତ୍ୟେକ ଝିଅର ପିତାମାତାଙ୍କର ଏହି ଚିନ୍ତା ରହିଥାଏ କି ଝିଅର ଶାଶୂଘର ଲୋକେ କିଭଳି ହୋଇଥିବେ।ଏଥିପାଇଁ ସେମାନେ ଚିନ୍ତିତ ରହିଥାନ୍ତି। କଣ ଆପଣ ଜାଣିଛନ୍ତି ଏହି ବିଷୟରେ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି। କୁଣ୍ଡଳୀରେ ସପ୍ତମ ଘର ଠାରୁ ଏହାର ସୂଚନା ମିଳିଥାଏ।

କୁହାଯାଏ କି ଘରକୁ ପାପ ଓ କ୍ରୂର ଗ୍ରହର ଦୃଷ୍ଟି ପଡ଼ିଲେ ବ୍ୟକ୍ତିକୁ ଅନେକ କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବ୍ୟକ୍ତିର କୁଣ୍ଡଳୀରେ ସପ୍ତମ ଭାଗ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ସପ୍ତମ ଭାଗରେ ବ୍ୟକ୍ତିର ଦାମ୍ପତ୍ୟ ଜୀବନ ବିଷୟରେ ସୂଚନା ମିଳିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ଝିଅମାନଙ୍କୁ ଶାଶୂଘରକୁ ଯିବା ପରେ ଅନେକ କଠିନ ପରିସ୍ଥିତିର ମୁକାବିଲା କରିବାକୁ ପଡ଼ିଥାଏ।

କର୍କଟ ରାଶି :-

ଏହି ରାଶିର ଝିଅମାନେ ବିବାହ ପରେ ଶାଶୂଘର ଲୋକଙ୍କ ସହିତ ତାଳମେଳରେ ରହିବା ପାଇଁ ବହୁତ କଷ୍ଟ କରିଥାନ୍ତି। ଏମାନେ ବହୁତ ଭାବୁକ ଓ ସରଳ ହୃଦୟର ହୋଇଥାନ୍ତି। ଏହି ରାଶିର ସ୍ବାମୀ ଚନ୍ଦ୍ର ଗ୍ରହ ଅଟନ୍ତି। ଚନ୍ଦ୍ର ଗ୍ରହକୁ ମନର କାରକ ମାନା ଯାଇଥାଏ। ଏମାନେ ନିଜ ଶାଶୁଘରେ ସ୍ଵାମୀ ଓ ପରିବାର ଲୋକଙ୍କ ସହିତ ଉତ୍ତମ ତାଳମେଳ ରଖିବା ପାଇଁ ଅନେକ କଠିନ ପରିସ୍ଥିତିର ସାମ୍ନା କରିଥାନ୍ତି। କିନ୍ତୁ ଭୟ କରିବାର ଆବଶ୍ୟକତା ନାହିଁ। କାରଣ ପରିସ୍ଥିତି ଆପେ ଆପେ ଠିକ୍ ହୋଇଯିବ। ଯେଉଁ ଝିଅମାନଙ୍କର ନାମ ହି, ହୁ, ହେ, ହୋ, ଡି, ଡୁ, ଡେ, ଡୋ ରୁ ଆରମ୍ଭ ହୋଇଥାଏ, ସେମାନଙ୍କର କର୍କଟ ରାଶି ଅଟେ।

ମକର ରାଶି :-

ଶାସ୍ତ୍ର ଅନୁସାରେ ଏହି ରାଶିର ଝିଅମାନେ ବହୁତ ସ୍ମାର୍ଟ ଓ ସାହସୀ ହୋଇଥାନ୍ତି। ଏମାନେ କୌଣସି କଠିନ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଭୟ କରନ୍ତି ନାହିଁ। ମକର ରାଶିର ସ୍ବାମୀ ଶନି ଗ୍ରହ ଅଟନ୍ତି। ତେଣୁ ଏହି ରାଶି ଉପରେ ଭଗବାନ ଶନିଙ୍କର ପ୍ରଭାବ ରହିଥାଏ। ଭଗବାନ ଶନିଙ୍କୁ ନ୍ୟାୟର ଦେବତା କୁହାଯାଇଥାଏ। ତେଣୁ ଏହି ରାଶିର ଝିଅମାନେ ଭୁଲ କୁ ଭୁଲ ଓ ଠିକ୍ କୁ ଠିକ୍ କହିଥାନ୍ତି।

ଏହି ରାଶିର ଝିଅମାନେ ସବୁ କାର୍ଯ୍ୟ ଗମ୍ଭୀର ହୋଇ କରିଥାନ୍ତି। ସମୟ ଅନୁସାରେ ଏମାନେ ପରିବାର ଲୋକଙ୍କର ହୃଦୟ ଜିତି ନେଇଥାନ୍ତି। କଠିନ ସମସ୍ୟାକୁ ଖୁବ୍ ସହଜରେ ସମାଧାନ କରିବାର କ୍ଷମତା ଏମାନଙ୍କ ପାଖରେ ରହିଥାଏ। ଯେଉଁ ଝିଅମାନଙ୍କର ନାମ ଭୋ, ଜା, ଜି, ଖି, ଖୁ, ଖେ, ଗା, ଗୀ ରୁ ଆରମ୍ଭ ହୋଇଥାଏ ସେମାନଙ୍କର ମକର ରାଶି ଅଟେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *