Excuse Me Odisha

ଯାହା କହିବୁ ସତ କହିବୁ

ଏହି ଦିନ କେଶ ଧୋଉଥିବା ମହିଳାଙ୍କ ଘରକୁ ମା ଲକ୍ଷ୍ମୀ କେବେବି ପ୍ରବେଶ କରନ୍ତି ନାହିଁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ଦିନ କେଶ ଧୋଉଥିବା ମହିଳାଙ୍କ ଘରକୁ ମା ଲକ୍ଷ୍ମୀ କେବେବି ପ୍ରବେଶ କରନ୍ତି ନାହିଁ।

ଆମର ଶାସ୍ତ୍ରରେ ଏମିତି ଅନେକ କଥା ପ୍ରଚଳିତ ଯାହାକୁ ପାଳନ କରିବା ଆମର କର୍ତ୍ତବ୍ୟ ଅଟେ କାରଣ ଏହି ଧାରଣା ଆଧ୍ୟାତ୍ମିକତା ନୁହେଁ ବରଂ ବୈଜ୍ଞାନିକ ଦୃଷ୍ଟିକୋଣରୁ ବି ଆମ ପାଇଁ ଉପଯୋଗୀ ହୋଇଥାଏ। ଏହି ମାନ୍ୟତାକୁ ପାଳନ କରିବା ଦ୍ୱାରା ଆମ ଜୀବନରେ ସୁଖ ସମୃଦ୍ଧି ପରିବାରରେ ଶାନ୍ତି ଏବଂ ଘରର ବାତାବରଣ ରୋଗ ମୁକ୍ତ ହୋଇଯାଇଥାଏ। ଏଥିପାଇଁ ସର୍ବଦା ନିରୋଗୀ ଏବଂ ସୁଖୀ ରହିବା ପାଇଁ ଆମକୁ ଆମର ଧର୍ମ ଗ୍ରନ୍ଥରେ କୁହାଯାଇଥିବା ଏହି ମାନ୍ୟତାର ପାଳନ ଅବଶ୍ୟ କରିବା ଉଚିତ। ଆଜିର ଏହି ପୋଷ୍ଟରେ ଜାଣିବା ମହିଳା ମାନଙ୍କୁ କେଉଁ ଦିନରେ କେଶ ଧୋଇବା ଉଚିତ ଏବଂ କେଉଁ ଦିନରେ ଧୋଇବା ଉଚିତ ନୁହେଁ।

ଶାସ୍ତ୍ରରେ କିଛି ଏମିତି ତିଥି ଏବଂ ଦିନ ବିଷୟରେ କୁହାଯାଇଛି ଯେଉଁ ଦିନ କେଶ ଧୋଇଲେ ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ। ଖାସ କରି ମହିଳାଙ୍କୁ ଏହି ଦିନରେ କେଶ ଭୁଲରେ ବି ଧୋଇବା ଉଚିତ ନୁହେଁ ଏହା ସହିତ ଏହି ଦିନ ନଖ କାଟିବା ବି ଅଶୁଭ ମାନାଯାଇଛି। ଯାହାର କୁପ୍ରଭାବ ଆମର ଆର୍ଥିକ ସ୍ଥିତି ଏବଂ ଶାରୀରିକ ସ୍ୱାସ୍ଥ୍ୟ ଉପରେ ବି ପଡିଥାଏ।

ତେବେ ଆସନ୍ତୁ ଜାଣିବା ଆମର ଶାସ୍ତ୍ରରେ ମହିଳାଙ୍କ କେଶ ଧୋଇବାକୁ ନେଇ କେଉଁ ମହତ୍ୱପୂର୍ଣ୍ଣ କଥା କୁହାଯାଇଛି ଯାହାର ପାଳନ କରିଲେ ସାକ୍ଷତ ମା ଲକ୍ଷ୍ମୀଙ୍କ କୃପା ଆମର ଉପରେ ବର୍ଷିଥାଏ ଏବଂ ଆମର ସବୁ ଦୁଃଖ ଏବଂ ସଙ୍କଟର ନିବାରଣ ହୋଇଥାଏ।

ବିବାହିତା ମହିଳାଙ୍କୁ ଅମାବାସ୍ୟା ପୂର୍ଣ୍ଣିମା ଏବଂ ଏକାଦଶୀ ଦିନ ନିଜର କେଶ କେବେବି ଧୋଇବା ଉଚିତ ନୁହେଁ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ସବୁ ପର୍ବ ତିଥି ଅନୁସାରେ ପାଳନ କରାଯାଏ ଯାହାକି ଶୁଭ ହୋଇଥାଏ ଏଥିପାଇଁ ପର୍ବର ଏକ ଦିନ ପୂର୍ବରୁ କେଶ ଧୋଇବା ଉଚିତ ହୋଇଥାଏ

ମହିଳାଙ୍କୁ ସିନ୍ଦୁର ଲଗାଇବା ଉଚିତ। ସିନ୍ଦୁର ଲଗାଇବା ମାତ୍ରେ ହିଁ ଏହା ଗଙ୍ଗା ଜଳରେ ସ୍ନାନ କରିବା ସହିତ ସମାନ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରେ ଯଦି ଅମାବାସ୍ୟା ଏବଂ ପୂର୍ଣ୍ଣିମା ତିଥି ଦିନ ଚନ୍ଦ୍ର ଉଚ୍ଚ ସ୍ଥିତିରେ ଥାଆନ୍ତି କିମ୍ବା ନୀଚ ସ୍ଥିତିରେ ଥାନ୍ତି ଏପରି ସ୍ଥିତିରେ ଯଦି ବିବାହିତା ମହିଳା ନିଜର କେଶ ଧୋଇବାର ଚେଷ୍ଟା କରନ୍ତି ତ ଏହାର ପରିଣାମ ତାଙ୍କ ଜୀବନରେ ପଡିଥାଏ। ତାଙ୍କ ପରିବାରରେ ଅଶାନ୍ତି ଉତ୍ପନ ହୋଇପାରେ।

ସୋମବାର ଦିନ ବିବାହିତା ମହିଳାମାନେ ନିଜର କେଶ ଧୋଇ ପାରିବେ। ଯଦି ସୋମବାର ଦିନ ବିବାହିତା ମହିଳା ବ୍ରତ ରଖନ୍ତି ତ କେଶ ଧୋଇବା ଉଚିତ ନୁହେଁ। ଯଦି କୌଣସି ବିବାହିତା ମହିଳାଙ୍କ ସନ୍ତାନଙ୍କ ଜନ୍ମ ସୋମବାର ଦିନ ହୋଇଥାଏ ତେବେ ଏହି ଦିନ ବିବାହିତ ମହିଳା କେଶ ଧୋଇବା ଉଚିତ ନୁହେଁ। କାରଣ ଏମିତି କରିଲେ ନିଜ ସନ୍ତାନଙ୍କ ଅମଙ୍ଗଳ ହୋଇପାରେ। ଯଦି ଆପଣଙ୍କର ସନ୍ତାନଙ୍କ ଜନ୍ମ ସୋମବାର ଦିନ ହୋଇନଥିବ ତେବେ ଆପଣ ନିଜର କେଶ ଧୋଇ ପାରିବେ। ଭଲ ପ୍ରଭାବ ପାଇଁ ପାଣିରେ ପଳାସ ଫୁଲର ପତ୍ର ପକାଇ ନିଜର କେଶ ଧୋଇବା ଦ୍ୱାରା ଘରେ ଶାନ୍ତି ବନି ରହିବ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ବି ଭଲ ରହିବ।

ମଙ୍ଗଳବାର ଦିନ ବିବାହିତା ମହିଳା ନିଜର କେଶ ଧୋଇବା ଉଚିତ ନୁହେଁ। ଏହି ଦିନ କେଶ ଧୋଇଲେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ଏବଂ ବୈବାହିକ ଜୀବନରେ ବାଧା ଉତ୍ପନ ହୋଇପାରେ। ମଙ୍ଗଳବାର ଦିନ କେବଳ ସ୍ନାନ କରି ସିନ୍ଦୁର ଲଗାଇବା ଉଚିତ। ଯଦି ମଙ୍ଗଳବାର ଦିନ ଆବଶ୍ୟକତା ପଡ଼େ କେଶ ଧୋଇବା ପାଇଁ ତେବେ ପାଣିରେ ଆମ୍ବଲା ଗୁଣ୍ଡ ମିଶାଇ ଧୋଇ ପାରିବେ। ଏମିତି କଲେ ମଙ୍ଗଳଙ୍କ ଅଶୁଭ ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିନଥାଏ।

ବୁଧବାର ଦିନ ବିବାହିତା ମହିଳା କେଶ ଧୋଇବା ପାରିବେ କିନ୍ତୁ ଖାସ କରି ସେହି ମହିଳାମାନେ ଏହି ଦିନ କେଶ ଧୋଇବେ ନାହିଁ ଯେଉଁମାନଙ୍କର ଛୋଟ ଭାଇ ଥିବ। ଶାସ୍ତ୍ର ଆଧାରରେ ଯେଉଁ ମହିଳା ବୁଧବାର ଦିନ କେଶ ଧୋଇଥାଏ ତାର ସାନ ଭାଇକୁ କଷ୍ଟ ଭୋଗିବାକୁ ପଡିଥାଏ। ତାଙ୍କର ଛୋଟ ଭାଇଙ୍କ ସ୍ୱାସ୍ଥ୍ୟ ଏବଂ ଜୀବନ ଉପରେ ପ୍ରଭାବ ପଡିଥାଏ।

ଗୁରୁବାର ଦିନ କେବେବି ଘରର ସ୍ତ୍ରୀ କିମ୍ବା କୌଣସି ବି ପୁରୁଷଙ୍କୁ ନିଜର କେଶ ଧୋଇବା ଉଚିତ ନୁହେଁ। ଏହି ଦିନ କେଶ ଧୋଇଲେ ଘରକୁ ଦରିଦ୍ରତା ଆସିଥାଏ। ବିବାହିତା ମହିଳା ଏହି ଦିନ କେଶ ଧୋଇଲେ ତାଙ୍କର ସ୍ୱାମୀଙ୍କ ଆୟୁଷ କମ ହୋଇଥାଏ। ଏଥିପାଇଁ ଗୁରୁବାର ଦିନ ଭୁଲରେ ବି କେଶ ଧୁଅନ୍ତୁ ନାହିଁ। ଯଦି କୌଣସି କାରଣ ବସତ ଆବଶ୍ୟକତା ପଡେ ତ ନିଜ କେଶରେ ଅଳ୍ପ ହଳଦୀ ଏବଂ ବେଶନ ମିଶାଇ ଲଗାନ୍ତୁ ଏବଂ ଏହାପରେ କେଶ ଧୋଇ ପାରିବେ।

ଗୁରୁବାର ଦିନ ପୋଛା ମାରିବା ଉଚିତ ନୁହେଁ। ବୃହସ୍ପତି ଦେବତାଙ୍କୁ ଗୁରୁ ମାନାଯାଏ। ଏମିତି ମାନ୍ୟତା ଅଛି କି ଗୁରୁବାର ଦିନ କେଶ ଧୋଇଲେ ବା କାଟିଲେ ଘରେ ଆର୍ଥିକ ସମସ୍ୟା ଉତ୍ପନ ହୋଇଥାଏ। ଆପଣଙ୍କ ଗ୍ରହ ବି ନିଜର ଦିଗ ବଦଳାଇବାକୁ ଲାଗନ୍ତି। ସବୁ ବୃହସ୍ପତି ଗୁରୁଙ୍କ କାରଣରୁ ହିଁ ହୋଇଥାଏ।

ସ୍ତ୍ରୀ କିମ୍ବା ପୁରୁଷ ଶୁକ୍ରବାର ଦିନ କେଶ ଧୋଇବା ବା କାଟିବାକୁ ଅତ୍ୟନ୍ତ ଶୁଭ ମାନାଯାଏ। ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କର ବାର ହୋଇଥାଏ ସେଥିପାଇଁ ଏହି ଦିନ କେଶକୁ ନିଶ୍ଚୟ ପରିଷ୍କାର କରନ୍ତୁ। ଏମିତି କଲେ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ। ଯଦି କୌଣସି ସ୍ତ୍ରୀଙ୍କୁ ପୁତ୍ର ପ୍ରାପ୍ତିର କାମନା ଅଛି ତେବେ ଏହି ଦିନ ମହିଳା କେଶ ଧୁଅନ୍ତୁ ନାହିଁ।

ଶନିବାର ଦିନ ଶନି ମହାରାଜଙ୍କ ଦିନ ଅଟେ। ଏହି ଦିନ ନାଁ ମଥାରେ ତେଲ ଲଗେଇବା ଉଚିତ ନାଁ ନିଜର କେଶ ଧୋଇବେ ଏମିତି କଲେ ଶନିଙ୍କ କୁଦୃଷ୍ଟି ଆପଣଙ୍କ ଉପରେ ପଡିଥାଏ। କୌଣସି କାରଣରେ ଯଦି ଆପଣଙ୍କୁ ଶନିବାର ଦିନ କେଶ ଧୋଇବାକୁ ପଡ଼ିଯାଏ ଅଳ୍ପ ହଳଦୀ କିମ୍ବା ବେଶନକୁ କେଶରେ ଲଗେଇ ଧୋଇ ନିଅନ୍ତୁ। ଯଦି ଆବଶ୍ୟକତା ପଡ଼େ ତ ଏହି ଦିନ କେଶ ଧୁଅନ୍ତୁ ନଚେତ ଏହି ଦିନ କେବେବି କେଶ ଧୁଅନ୍ତୁ ନାହିଁ।

ଶାସ୍ତ୍ର ଅନୁସାରେ କୌଣସି ବିବାହିତା ମହିଳାଙ୍କୁ ମଥା ଧୋଇ ଶିନ୍ତିରେ ସିନ୍ଦୁର ଲଗେଇ ପୂଜା କରିବାର ବିଧି ଅଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *