Excuse Me Odisha

ଯାହା କହିବୁ ସତ କହିବୁ

ତୁଳସୀରେ କେଉଁ ଜଳ ଅର୍ପଣ କରିବା ଉଚିତ ନୁହେଁ। ଯଦି ଅର୍ପଣ କରିବେ ତା ହେଲେ ଘରକୁ ଆସିବା ଭୟଙ୍କର ଗରିବୀ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ତୁଳସୀରେ କେଉଁ ଜଳ ଅର୍ପଣ କରିବା ଉଚିତ ନୁହେଁ। ଘୋର ପାପ ଲାଗିଥାଏ

ତୁଳସୀରେ ଏମିତି ଜଳ କେବେବି ଅର୍ପଣ କରନ୍ତୁ ନାହିଁ ନଚେତ ପୁରା ଘର ବର୍ବାଦ ହୋଇଯାଏ। ଘରକୁ ଗରିବୀ ଆସିଯିବ। ଏହା ସହିତ ଜାଣିବା କେଉଁ ମହିଳାଙ୍କୁ ଭୁଲରେ ବି ତୁଳସୀ ମାଙ୍କୁ ଜଳ ଅର୍ପଣ କରିବା ଉଚିତ ନୁହେଁ। ନଚେତ ହୋଇଥାଏ ଘୋର ଅନର୍ଥ। ମା ତୁଳସୀଙ୍କ ସହିତ ମା ଲକ୍ଷ୍ମୀ ମଧ୍ୟ ହୋଇଯାନ୍ତି କ୍ରୋଧିତ। ଆସନ୍ତୁ ଜାଣିବା ତୁଳସୀରେ କେଉଁ ଜଳ ଅର୍ପଣ କରିବା ଉଚିତ ଏବଂ କେଉଁ ଜଳ ଅର୍ପଣ କରିବା ଉଚିତ ନୁହେଁ ଜାଣିବା।

ବାସ୍ତୁ ଶାସ୍ତ୍ର ଅନୁସାରେ ତୁଳସୀ ଗଛକୁ ବହୁତ ପବିତ୍ର ମାନାଯାଏ। ଶାସ୍ତ୍ରରେ ଏହା ବି ଉଲ୍ଲେଖ ଅଛି ତୁଳସୀ ଗଛ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କୁ ବହୁତ ପ୍ରିୟ ଅଟେ। ଶାସ୍ତ୍ର ଅନୁସାରେ ଯେଉଁଠି ତୁଳସୀ ଗଛ ଥାଏ ସେଠାରେ ସାକ୍ଷତ ମା ଲକ୍ଷ୍ମୀ ଅସ୍ଥାୟୀ ରୂପରେ ବାସ କରିଥାନ୍ତି। ଜଣେଇ ଦେଉଛୁ କି ଯେଉଁ ବ୍ୟକ୍ତି ତୁଳସୀର ଠିକ ନିୟମ ଅନୁସାରେ ପୂଜା କରିଥାଏ ଦେଖା ଶୁଣା କରିଥାଏ ତ ମା ଲକ୍ଷ୍ମୀ ସର୍ବଦା ସେହି ଘରେ ବାସ କରିଥାନ୍ତି। ଶାସ୍ତ୍ର ଅନୁସାରେ ତୁଳସୀ ଗଛରେ କେବେବି ଭୁଲରେ ନି ମଧ୍ୟ ଗଙ୍ଗା ଜଳ ଅର୍ପଣ କରିବା ଉଚିତ ନୁହେଁ।

ଯେକୌଣସି ପାଣି ହେଉ ସଫା ହେବା ଉଚିତ। ସର୍ବଦା ଲୋକେ ବାଥରୁମରେ ପାଣି ଭରି ତୁଳସୀରେ ଅର୍ପଣ କରିଦିଅନ୍ତି ଅର୍ଥାତ ଅପରିଷ୍କାର ହାତରେ ଜଳ ଅର୍ପଣ କରନ୍ତୁ ନାହିଁ। ପ୍ରଥମେ ସ୍ନାନ ସାରି ହାତକୁ ଭଲ ଭାବରେ ଧୋଇ ତୁଳସୀ ଗଛରେ ଜଳ ଅର୍ପଣ କରନ୍ତୁ। ଅପରିଷ୍କାର ହାତରେ ଜଳ ଅର୍ପଣ କରିଲେ ଘୋର ପାପ ଲାଗିଥାଏ। ବାଥରୁମର ପାଣିରେ ତୁଳସୀ ଗଛରେ ଜଳ ଭୁଲରେ ବି ଅର୍ପଣ କରନ୍ତୁ ନାହିଁ।

ଯେଉଁ ପାତ୍ରରେ ଆପଣ ପାଣି ବ୍ୟବହାର କରୁଛନ୍ତି ତାହାକୁ ଭଲ ଭାବରେ ଧୋଇ ଦିଅନ୍ତୁ ସେହି ପାତ୍ର ଅପରିଷ୍କାର ନହେବା ଦରକାର। ସେହି ପାତ୍ରରେ ଜଳ ଭରି ତୁଳସୀରେ ଜଳ ଅର୍ପଣ କରିବା ଉଚିତ ନୁହେଁ। ଏହା ଦ୍ବାରା ତୁଳସୀ ମା କ୍ରୋଧିତ ହୋଇପାରନ୍ତି। ଏହା ସହିତ ଆପଣଙ୍କ ତୁଳସୀ ଗଛ ଶୁଖି ଯାଇପାରେ।

ଯେଉଁ ପାଣି ଆପଣ ପିଅନ୍ତି ସେହି ପାଣିକୁ ଆପଣ ତୁଳସୀରେ ଦେବା ଉଚିତ କିନ୍ତୁ ଏହି କଥାର ଧ୍ୟାନ ଦେବେ କି ତୁଳସୀରେ ସାଧା ଜଳ ଅର୍ପଣ କରନ୍ତୁ ନାହିଁ ସେଥିରେ ଫୁଲ କିମ୍ବା ଅଳ୍ପ ଗଙ୍ଗା ଜଳ ଅବଶ୍ୟ ପକେଇ ଦିଅନ୍ତୁ। ଏହା ଦ୍ୱାରା ପାଣିର ଗୁଣବତା ଅନେକ ଅଧିକ ବଢିଯାଏ ଏବଂ ଦୈବୀଶକ୍ତିର ସଞ୍ଚାର ହେବାକୁ ଲାଗିଥାଏ। ସପ୍ତାହରେ ଥରେ ଯେତେବେଳେ ଆପଣ ତୁଳସୀରେ ଜଳ ଅର୍ପଣ କରିବେ ତ ପାଣିରେ ଅଳ୍ପ ଗାଈର ଶୁଦ୍ଧ କ୍ଷୀର ଅବଶ୍ୟ ପକେଇ ଦିଅନ୍ତୁ। ଏହା ଦ୍ବାରା ଆପଣଙ୍କ ତୁଳସୀ ହରା ଭରା ରହିବ। ଏହା ଦ୍ବାରା ଆପଣଙ୍କ ସମସ୍ତ ଖରାପ ହୋଇଥିବା କାମ ହେବାକୁ ଲାଗିବ। ଏହା ଦ୍ବାରା ଘରକୁ ଖୁସି ଆସିଥାଏ।

ମାସିକ ଧର୍ମ ସମୟରେ ତୁଳସୀ ଗଛରେ ପାଣି ଦେବା ଉଚିତ ନୁହେଁ। ଏମିତି ସମୟରେ ଆପଣ କାହା ଦ୍ୱାରା ତୁଳସୀରେ ଜଳ ଅର୍ପଣ କରେଇ ପାରିବେ। ଦ୍ରୋପତିଙ୍କୁ ଯେତେବେଳେ ବସ୍ତ୍ର ହରଣ କରିବା ପାଇଁ ଦୁଃଶାସନ ତାଙ୍କୁ ଆଣିବା ପାଇଁ ଯାଇଥିଲେ ସେହି ସମୟରେ ଦ୍ରୋପତିଙ୍କର ମାସିକ ଧର୍ମ ଚାଲିଥିଲା। ସେହି କାରଣରୁ ସେ ତାଙ୍କ କକ୍ଷରେ ନରହି ଅନ୍ୟ କକ୍ଷରେ ରହୁଥିଲେ। ଏଥିରୁ ଜଣାପଡେ କି ପ୍ରାଚୀନ କାଳରୁ ହିଁ ଏହାକୁ ମାନାଯାଇ ଆସୁଅଛି। ଏହି କାରଣରୁ ଏହି ସମୟରେ ସ୍ତ୍ରୀଙ୍କୁ କୌଣସି ପବିତ୍ର ଜାଗାକୁ ଯିବା କିମ୍ବା ତୁଳସୀଙ୍କର ପୂଜା କରିବା ଅନୁଚିତ ବୋଲି ମାନାଯାଏ।

ଚରିତ୍ରହୀନ ନାରୀ। ତୁଳସୀ ସତୀ ଏବଂ ପବିତ୍ର ଗଛ। ଏହାର ପୂଜା କେବଳ ଜଣେ ପତିବ୍ରତା ନାରୀ ହିଁ କରିବା ଉଚିତ। ଯେଉଁ ସ୍ତ୍ରୀ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖେ ତାଙ୍କୁ ତୁଳସୀ ପୂଜା କରିବାର ଖରାପ ଫଳ ମିଳିଥାଏ।

ଦୁଷ୍ଟ ସ୍ତ୍ରୀ। ଶାସ୍ତ୍ର ଅନୁସାରେ ଯେଉଁ ସ୍ତ୍ରୀ ଦୁଷ୍ଟ କପଟୀ ଅଟେ ଅନ୍ୟର ଭଜନରେ ବିଷ ଢାଳେ ଏପରି ସ୍ତ୍ରୀଙ୍କ ଦ୍ୱାରା ତୁଳସୀଙ୍କର ପୂଜା କରାଯାଏ ତ ଏହାର ଅଶୁଭ ଫଳ ମିଳିଥାଏ।

ତୁଳସୀ ଗଛ ବୁଧଙ୍କର ପ୍ରତିନିଧିତ୍ୱ। ଯାହା ଭଗବାନ ଶ୍ରୀକୃଷ୍ଣଙ୍କର ଏକ ସ୍ୱରୂପ ଅଟେ। ଭଗବାନ ଶ୍ରୀକୃଷ୍ଣଙ୍କୁ ତୁଳସୀ ଅଧିକ ପ୍ରିୟ ଅଟେ। ଭଗବାନ ଶ୍ରୀକୃଷ୍ଣଙ୍କୁ କେଉଁ ବି ଭୋଗ ବିନା ତୁଳସୀରେ କରାଯାଏ ନାହିଁ। ଯେଉଁ ପରିବାରର ଲୋକମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ମାନନ୍ତି ସେମାନଙ୍କର ଘରେ ତୁଳସୀ ଗଛ ରହିବା ଜରୁରୀ ଅଟେ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ତୁଳସୀର ପୂଜା କରିବା ଉଚିତ। ସେ ଘରେ ସୁଖ ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ। ତୁଳସୀକୁ ପ୍ରମେଶ୍ୱର ମାନାଯାଏ।

କାହିଁକିନା ଭଗବାନ ବିଷ୍ଣୁଙ୍କର ପ୍ରିୟ ଗଛ ଅଟେ। ଯେଉଁ ପ୍ରକାରରେ ଭଗବାନ ବିଷ୍ଣୁଙ୍କର ପୂଜାରେ ତାମସିକ ଜିନିଷର ବ୍ୟବହାର କରାଯାଏ ନାହିଁ ସେହି ପ୍ରକାରରେ ତାମସିକ କ୍ରିୟା କରୁଥିବା ଲୋକଙ୍କୁ ନିଜ ଘରେ ତୁଳସୀ ଗଛ ଲଗାଇବା ଉଚିତ ନୁହେଁ। ଅର୍ଥାତ ଯେଉଁ ଘରେ ମାଂସ ରଖାଯାଏ ବା ଖିଆଯାଏ ସେହି ଘରେ ତୁଳସୀ ଗଛ ଲଗାନ୍ତୁ ନାହିଁ। ଭଗବାନ ବିଷ୍ଣୁଙ୍କ ଭକ୍ତ ପାଇଁ ମଦ୍ୟପାନ କରିବା ବର୍ଜିତ ଅଟେ ଯେଉଁ ଘରେ ଲୋକେ ମଦ୍ୟପାନ କରନ୍ତି ସେହି ଘରେ ତୁଳସୀ ଗଛ ରଖିବା ଉଚିତ ନୁହେଁ। ସେହି ଜାଗାରେ ତୁଳସୀକୁ ରଖିବା ଦ୍ୱାରା ଲାଭ ବଦଳରେ ହାନି ହୋଇଥାଏ।

ଯଦି ଆପଣ ଏହି ନିୟମର ପାଳନ କରିପାରୁନାହାନ୍ତି ତ ଘରେ ତୁଳସୀ ଗଛ ଭୁଲରେ ବି ଲଗାନ୍ତୁ ନାହିଁ। କେବେବି ତୁଳସୀ ଗଛକୁ ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ। କାରଣ ଏହି ଦିଗରେ ରଖାଯାଇଥିବା ତୁଳସୀ ଅଶୁଭ ଫଳ ଦେଇଥାଏ। ତୁଳସୀକୁ ସବୁବେଳେ ଉତ୍ତର ଦିଗରେ ରଖିବା ଉଚିତ। ଯାହାକୁ ବୁଧଙ୍କ ଦିଗ ମାନାଯାଏ। ତୁଳସୀକୁ କେବେ ମଧ୍ୟ ଜମିରେ ଲଗାନ୍ତୁ ନାହିଁ। ସବୁବେଳେ ତୁଳସୀକୁ କଳସରେ ଲଗାନ୍ତୁ। ଜମିରେ ଲଗେଇବା ଦ୍ୱାରା ତୁଳସୀ ଅଶୁଭ ଫଳ ଦେଇଥାଏ ଯେଉଁ କାରଣରୁ ଘରର ସଦସ୍ୟଙ୍କ ଶରୀରରେ ଅଶୁଭ ଶକ୍ତି ବଢିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *