Excuse Me Odisha

ଯାହା କହିବୁ ସତ କହିବୁ

ବୁଦ୍ଧିମାନ ଓ ଜ୍ଞାନୀ ଲୋକେ ଏହି ୪ ଗୋଟି କଥା ଅନ୍ୟମାନଙ୍କୁ କୁହନ୍ତି ନାହିଁ, ଜୀବନରେ ସଫଳ ହେବାକୁ ଚାହୁଁଥିଲେ ଜାଣି ରଖନ୍ତୁ ଏହି କଥା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଗ୍ରନ୍ଥରେ ଏପରି ଅନେକ ଉପଦେଶ ଗୁଡ଼ିକ ବର୍ଣ୍ଣନା କରାଯାଇଛି, ଯାହାକୁ ପ୍ରୟୋଗ କରି ମନୁଷ୍ୟ ନିଜ ଜୀବନକୁ ସରଳ ଓ ସୁଖମୟ ରୂପରେ ଗଢି ତୋଳି ପାରିବ। ଚାଣକ୍ୟ ନିଜ ଜୀବନ ସହିତ ଜଡିତ ସମସ୍ତ କଥା ତାଙ୍କ ଚାଣକ୍ୟ ନୀତିରେ ବର୍ଣ୍ଣିତ କରିଛନ୍ତି। ସେ ମଣିଷ ଜୀବନକୁ ସୁଖ ଓ ସମୃଦ୍ଧିମୟ କରିବା ପାଇଁ ସେ ତାଙ୍କ ନୀତି ଗ୍ରନ୍ଥରେ ଅନେକ ଉପଦେଶ ଦେଇଛନ୍ତି। ବୁଦ୍ଧିମାନ ଲୋକମାନେ ୪ ଗୋଟି କଥା ଅନ୍ୟମାନଙ୍କ ଆଗରେ କହି ନଥାନ୍ତି, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ ଯଦି ଆପଣ ନିଜ ଜୀବନରେ ଆର୍ଥିକ ଅଭାବର ସାମ୍ନା କରୁଛନ୍ତି, ତାହେଲେ ଏହି କଥା ଅନ୍ୟ କାହା ଆଗରେ କହିବା ଉଚିତ ନୁହେଁ। ଏଭଳି ହେବା ଦ୍ଵାରା ଧନ କ୍ଷତି ହୋଇଥାଏ। ଏହାସହିତ ନିଜ ଦୁଃଖକୁ କେବେବି ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରିବା ଗୋଟେ ମୂର୍ଖାମୀ ବୋଲି ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି। ଚାଣକ୍ୟଙ୍କ ଅନୁସାରେ ଅନ୍ୟକୁ ନିଜ କ୍ଷତି ବିଷୟରେ ଅନ୍ୟମାନଙ୍କୁ କହିବା ଦ୍ୱାରା ଲୋକେ ନବୁଝି ହସିଥାନ୍ତି। ଏହାଛଡ଼ା ଆପଣ ମାନେ ନିଜ ସମସ୍ୟାର ସମାଧାନ କରିବା ଉଚିତ।

୨/ ଆଚାର୍ଯ୍ୟ ଚାଣକ୍ୟ ନୀତି ଅନୁସାରେ ନିଜର ଦୁଃଖ ଓ ଅସୁବିଧା ବିଷୟରେ ଅନ୍ୟମାନଙ୍କ ଆଗରେ କହିବା ଅନୁଚିତ ଅଟେ। ଆଜିକାଲି ଲୋକମାନେ ଆପଣଙ୍କ ଦୁଃଖ ଶୁଣି ଆପଣଙ୍କ ଦୁଃଖରେ ଦୁଃଖୀ ହେବେ ଓ ପରେ ଆପଣଙ୍କ ପଛରେ ସେମାନେ ଆପଣଙ୍କର ନିନ୍ଦା କରିବେ ଓ କୂଟନୀତି କରିବେ। ତେଣୁ ଏଭଳି ଭୁଲ କେବେବି କରନ୍ତୁ ନାହିଁ ଓ ଦୂରେଇ ରୁହନ୍ତୁ।

୩/ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଥିବା ଗୁପ୍ତ କଥାକୁ ଅନ୍ୟମାନଙ୍କ ଆଗରେ ପ୍ରକାଶ କରିବା ଉଚିତ ନୁହେଁ । ନିଜ ସ୍ତ୍ରୀଙ୍କ ସହିତ ଆପଣଙ୍କର କିଭଳି ସମ୍ପର୍କ ଅଛି ତାହା ବିଷୟରେ ଅନ୍ୟମାନଙ୍କୁ ଜଣାନ୍ତୁ ନାହିଁ।କାରଣ ବୁଦ୍ଧିମାନ ବ୍ୟକ୍ତି ନିଜ ସ୍ତ୍ରୀର ଗୁଣ ଓ ଦୋଷ କେବେବି ଅନ୍ୟମାନଙ୍କ ସାମ୍ନାରେ କୁହନ୍ତି ନାହିଁ।

କାରଣ ଜଣେ ସ୍ତ୍ରୀ ଯେପରି ସ୍ୱାମୀର ଭୁଲ ଓ ଠିକକୁ ଦେଖି ମଧ୍ୟ ତାଙ୍କ ସହିତ ସାରା ଜୀବନ ଦାୟିତ୍ୱ ତୁଲାଇ ଥାନ୍ତି। ତେଣୁ ସ୍ତ୍ରୀ ଓ ପୁରୁଷ ଉଭୟ ନିଜର ଅସୁବିଧାକୁ ଅନ୍ୟ କାହା ଆଗରେ କହିବା ଉଚିତ ନୁହେଁ।ଏଭଳି କରିବା ଦ୍ୱାରା ସେମାନେ ନିଜର ସମସ୍ୟା ସୃଷ୍ଟି କରିଥାନ୍ତି। ସ୍ତ୍ରୀ ଓ ପୁରୁଷ ଉଭୟ ମୃତ୍ୟୁ ପର୍ଯ୍ୟନ୍ତ ପରସ୍ପରର ସାଥୀ ହୋଇ ଚାଲିବା ଶିଖିବା ଉଚିତ।

୪/ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ ଯଦି କିଏ ଆପଣଙ୍କୁ କଟୁ ବଚନ କହୁଛନ୍ତି, ତାହେଲେ ଏହି ବିଷୟରେ ଅନ୍ୟମାନଙ୍କ ସାମ୍ନାରେ ପ୍ରକାଶ କରନ୍ତୁ ନାହିଁ। ଖରାପ ଆଚରଣ କରୁଥିବା ବ୍ୟକ୍ତି ଅନ୍ୟକୁ ସର୍ବଦା କଷ୍ଟ ଦେବା ପାଇଁ ଚାହିଁଥାନ୍ତି । ଏମିତିରେ ଯଦି ଆପଣ ସେହି କଡା କଥାକୁ ନିଜ ମନ ଭିତରେ ରଖି ଅନ୍ୟ କାହା ଆଗରେ ପ୍ରକାଶ କରିବେ, ତାହେଲେ ଲୋକମାନଙ୍କ ସାମ୍ନାରେ ଆପଣ ନିଜ ସମ୍ମାନ ହରାଇ ପାରନ୍ତି। ତେଣୁ ଏଭଳି ଭୁଲ କଦାପି କରନ୍ତୁ ନାହିଁ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଲେଖା କିପରି ଲାଗିଲା, ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *