Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ଯେଉଁ ବିବାହିତା ସ୍ତ୍ରୀ ଏହି ୫ ଗୋଟି ବ୍ରତ କରିଥାନ୍ତି, ତାଙ୍କ ଘରକୁ କେବେବି ଦାରିଦ୍ର୍ୟତା ଗ୍ରାସ କରି ନଥାଏ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ବ୍ରତ ଓ ଉପବାସ କରିବା ଦ୍ୱାରା ମନ ଓ ଆତ୍ମାର ଶୁଦ୍ଧି ହୋଇଥାଏ।ଆତ୍ମୀୟ ସୁଖ ସନ୍ତୁଷ୍ଟ ଏବଂ ଶାନ୍ତି ପ୍ରାପ୍ତ ହୋଇଥାଏ। ବ୍ରତ ଓ ଉପବାସ ଏକ ସଂକଳ୍ପ ହୋଇଥାଏ ଏବଂ ନିଜ ଆରାଧ୍ୟ ଦେବତାଙ୍କ ସହିତ ଯୋଡ଼ି ହେବାର ଏକ ମାଧ୍ୟମ ମଧ୍ୟ ହୋଇଥାଏ। ଆମ ଭାରତୀୟ ସଂସ୍କୃତିରେ କନ୍ୟା ଏବଂ ନାରୀ ମାନଙ୍କୁ ଦେବୀଙ୍କ ସ୍ୱରୂପ ବୋଲି କୁହାଯାଏ।ଯେପରି ଦେବୀ ମନୁଷ୍ୟର ସବୁ ସଙ୍କଟ ହରଣ କରି ଥାଆନ୍ତି

ଠିକ୍ ସେହିପରି ପରିବାରରେ ଜଣେ ନାରୀ ହିଁ ସୁଖ ଓ ଦୁଃଖର କର୍ତ୍ତା ହୋଇଥାଏ। ନାରୀ ହିଁ ସମ୍ପୂର୍ଣ୍ଣ ପରିବାର ଲୋକଙ୍କର ଯତ୍ନ ନେଇଥାଏ ଏବଂ ନିଜ ସ୍ୱାମୀଙ୍କର ମଙ୍ଗଳ କାମନା କରି ବ୍ରତ ଓ ଉପବାସ କରିଥାଏ। ଏହି ବ୍ରତ ଓ ଉପବାସ କରିବାର ଶୁଭ ଫଳ ତାର ସ୍ବାମୀ ଓ ପରିବାର ଲୋକଙ୍କୁ ମିଳିଥାଏ। ଏହାସହିତ ଘରକୁ କୌଣସି ସଙ୍କଟ ଆସି ନଥାଏ ଓ ଘର ସୁଖ ଶାନ୍ତି ବଜାୟ ରହିଥାଏ।

ଲୀଳାମୟ ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ମଧ୍ୟ ପ୍ରତ୍ୟେକ ନାରୀ କିଛି ନା କିଛି ବ୍ରତ ନିଶ୍ଚିତ ଭାବରେ କରିବା ଉଚିତ। ଏହି ବ୍ରତ ଓ ଉପବାସକୁ କରିବା ଦ୍ୱାରା ପ୍ରତ୍ୟେକ ମହିଳା ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ଲାଭ କରିଥାନ୍ତି। ଏଭଳି ସ୍ତ୍ରୀଲୋକଙ୍କ ଘରୁ ରୋଗ,ଶୋକ,କଷ୍ଟ,ଦୁଃଖ ଏବଂ ନକରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ ଏବଂ ସେହି ଘରେ ସର୍ବଦା ସୁଖ ଓ ଶାନ୍ତି ଏବଂ ସକରାତ୍ମକ ଭାବନା ଜାଗ୍ରତ ହୋଇଥାଏ।ପରିବାର ଲୋକଙ୍କୁ ଧନ ସଂପତ୍ତି ଓ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ଆଜି ଆମେ ଆପଣଙ୍କୁ କିଛି ଏଭଳି ବିଶେଷ ବ୍ରତ ଓ ଉପବାସ ବିଷୟରେ କହିବା ପାଇଁ ଯାଉଛୁ, ଯାହାକୁ ପାଳନ କରିବା ଦ୍ୱାରା ଘରେ କେବେବି ଦାରିଦ୍ର୍ୟତା ରହେ ନାହିଁ ଏବଂ ସୁଖ ଶାନ୍ତି ଓ ଧନସମ୍ପତ୍ତିରେ ପୁରି ଉଠିଥାଏ।ଆସନ୍ତୁ ସେହି ବ୍ରତ ବିଷୟରେ ଜାଣିବା।

– ପ୍ରଥମରେ ହେଉଛି ଷୋହଳ ସୋମବାର ବ୍ରତ। ଷୋହଳ ସୋମବାର ବ୍ରତ ପ୍ରତ୍ୟେକ ମହିଳା ମାନେ କରି ପାରିବେ। କିନ୍ତୁ ଏହି ବ୍ରତକୁ ବିଶେଷ କରି ଅବିବାହିତ ଝିଅ ଏବଂ ସୌଭାଗ୍ୟବତୀ ମହିଳା ମାନେ କରିଥାନ୍ତି। ଅବିବାହିତ ଝିଅମାନେ ଭାଗବାନ ଶିବଙ୍କ ଭଳି ସ୍ୱାମୀ ପାଇବା ପାଇଁ ଏହି ବ୍ରତ କରିଥାନ୍ତି ଏବଂ ସୌଭାଗ୍ୟବତୀ ମହିଳା ମାନେ ନିଜ ସ୍ୱାମୀଙ୍କ ସୁରକ୍ଷା ଓ ଲମ୍ବା ଆୟୁଷ ପାଇଁ ଏହି ବ୍ରତ କରିଥାନ୍ତି। ମହିଳା ମାନେ ଏହି ବ୍ରତ ନିଶ୍ଚିତ ଭାବରେ ରଖିବା ଉଚିତ।

– ଦ୍ଵିତୀୟରେ ହେଉଛି ହରିତାଲି ବ୍ରତ। ଭାରତର କିଛି ସ୍ଥାନରେ ଏହି ବ୍ରତକୁ କରିବାର ପ୍ରଥା ରହିଛି। ଭାଦ୍ରବ ମାସ ଶୁକ୍ଳପକ୍ଷ ତୃତୀୟାରେ ଏହି ବ୍ରତ କରା ଯାଇଥାଏ। ଏହି ବ୍ରତ ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କୁ ସମର୍ପିତ ଅଟେ। ଏହା ଷୋହଳ ସୋମବାର ଭଳି ହିଁ ଏହି ବ୍ରତ ଅବିବାହିତ ଥିବା ଝିଅମାନେ ଏବଂ ବିବାହିତା ମହିଳା ମାନେ କରିଥାନ୍ତି।

– ତୃତୀୟରେ ହେଉଛି ସାବିତ୍ରୀ ବ୍ରତ। ଭାରତର ଅନେକ ସ୍ଥାନରେ ଏହି ସାବିତ୍ରୀ ବ୍ରତ ଅଲଗା ଅଲଗା ନାମରେ ଜଣା ଯାଇଥାଏ। ପୌରାଣିକ କାଳରୁ ହିଁ ପ୍ରତ୍ୟେକ ବିବାହିତା ମହିଳା ମାନେ ସର୍ବଦା ସୌଭାଗ୍ୟବତୀ ରହିବା ପାଇଁ ଏବଂ ନିଜ ସ୍ୱାମୀଙ୍କ ଦୀର୍ଘାୟୁ, ଭଲ ସ୍ୱାସ୍ଥ୍ୟ ପାଇଁ ଏହି ବ୍ରତ କରିଥାନ୍ତି। ଏହି ବ୍ରତର କଥା ମହାନ ସତୀ ସାବିତ୍ରୀଙ୍କ ସହିତ ଯୋଡି ହୋଇ ରହିଛି, ଯିଏ ନିଜ ତପ ଏବଂ ସତିତ୍ବ ବଳରେ ଯମରାଜାଙ୍କ ଠାରୁ ନିଜ ସ୍ୱାମୀକୁ ଫେରେଇ ଆଣିଥିଲେ। ଏହି ଘଟଣାର ସାକ୍ଷୀ ଗୋଟେ ବରଗଛ ଥିଲା, ତେଣୁ ସେହିଦିନ ଠାରୁ ଏହି ବ୍ରତକୁ ବଟ ସାବିତ୍ରୀ ବା ସାବିତ୍ରୀ ବ୍ରତ ରୂପରେ ନାମିତ କରାଗଲା।

– ଚତୁର୍ଥରେ ହେଉଛି ଚନ୍ଦ୍ର ପୂଜା ବ୍ରତ ବା କରବା ଚୋଥ ବ୍ରତ। ଏହି ବ୍ରତକୁ ପ୍ରତ୍ୟେକ ବିବାହିତା ମହିଳା ମାନେ ସୌଭାଗ୍ୟବତୀ ରହିବା ପାଇଁ କରିଥାନ୍ତି।ଏହି ବ୍ରତକୁ ମହିଳା ମାନେ ନିଜ ସ୍ୱାମୀଙ୍କ ଲମ୍ବା ଆୟୁଷ ଏବଂ ଭଲ ସ୍ୱାସ୍ଥ୍ୟ ସହିତ ସବୁବେଳେ ଖୁସିରେ ରୁହନ୍ତୁ ବୋଲି ଏହି ବ୍ରତ ପାଳନ କରିଥାନ୍ତି। ଏହି ବ୍ରତ ସମୟରେ ମହିଳା ମାନେ ନିର୍ଜଳା ଉପବାସ କରିଥାନ୍ତି। ରାତିରେ ଚନ୍ଦ୍ରଙ୍କର ପୂଜାର୍ଚ୍ଚନା ପରେ ସ୍ୱାମୀଙ୍କ ହାତରୁ ହିଁ ନିଜ ବ୍ରତକୁ ଭାଙ୍ଗି ଥାଆନ୍ତି ଓ ଭୋଜନ କରିଥାନ୍ତି।

– ପଞ୍ଚମରେ ହେଉଛି ବୈଭବ ଲକ୍ଷ୍ମୀ ବ୍ରତ ଏବଂ ସନ୍ତୋଷୀ ମାଆଙ୍କ ବ୍ରତ। ଏହି ବ୍ରତକୁ ମହିଳା ମାନେ କରିବା ଦ୍ୱାରା ଘରେ ସୁଖ ଓ ଶାନ୍ତି ବଜାୟ ରହିଥାଏ ଏବଂ ଘରେ କେବେବି ଧନର ଅଭାବ ହୋଇ ନଥାଏ।

ଏହାଛଡା ଏଭଳି ଅନେକ ବ୍ରତ ରହିଛି ଯେପରି ଏକାଦଶୀ, ନବରାତ୍ରି ଆଦି ସବୁକୁ ପ୍ରତ୍ୟେକ ମହିଳା ମାନେ ଭକ୍ତି ଏବଂ ଶ୍ରଦ୍ଧା ମନରେ କରିବା ଉଚିତ।

ବନ୍ଧୁଗଣ, ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ।ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଏହାସହିତ ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ଫେସବୁକ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *