Excuse Me Odisha

ଯାହା କହିବୁ ସତ କହିବୁ

ଆଜି ତୁଳସୀ ଗଛରେ ଅର୍ପଣ କରିଦିଅନ୍ତୁ ଏହି ୧ ଜିନିଷ ! ଚମକିଯିବ ଆପଣଙ୍କ ଭାଗ୍ୟ। ବର୍ଷ ବର୍ଷର ଗରିବୀ ହେବ ଦୂର।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଗୁରୁବାର ଦିନ ପବିତ୍ର ମହା ଏକାଦଶୀ ତୁଳସୀ ଗଛରେ ଚଢେଇ ଦିଅନ୍ତୁ ଏହି ଜିନିଷ ଚମକିଯିବ ଆପଣଙ୍କ ଭାଗ୍ୟ। ବର୍ଷ ବର୍ଷର ଗରିବୀ ହେବ ଦୂର।

ବନ୍ଧୁଗଣ ୧୨ ମଇ ୨୦୨୨ ଗୁରୁବାରକୁ ବଡ଼ ମହିନୀ ଏକାଦଶୀରେ ବନୁଛି ବଡ଼ ଶୁଭ ସଂଯୋଗ। ହିନ୍ଦୁ ଧର୍ମ ଅନୁସାରେ ଭଗବାନ ବିଷ୍ଣୁ ମହିନୀ ରୂପ ନେଇ ଦେବତା ମାନଙ୍କୁ ଅମୃତ ପାନ କରାଇ ଥିଲେ ଏହି ଦିନ। ଏହି ଦିନ ତୁଳସୀକୁ ଚଢେଇ ଦିଅନ୍ତୁ ଗୋଟିଏ ଜିନିଷ ଆପଣଙ୍କର ଭାଗ୍ୟ ଚମକି ଉଠିବ। ଆପଣଙ୍କର ବର୍ଷ ସାରାର ଦୁଃଖ ଗରିବତା ଦାରିଦ୍ର୍ୟତା ସବୁ ଦୂର ହୋଇଯିବ। ବୈଶାଖ ମାସର ଶୁକ୍ଳପକ୍ଷର ଏକାଦଶୀକୁ ମହିନୀ ଏକାଦଶୀ କୁହାଯାଏ। ଏହି ଏକାଦଶୀରେ ଗ୍ରହଙ୍କର ବିଶେଷ ସଂଯୋଗ ବନୁଛି।

ଜ୍ୟୋତିଷଙ୍କ ଅନୁସାରେ ଏହି ଦିନ ଚନ୍ଦ୍ରମା କନ୍ୟା ରାଶିର ପ୍ରବେଶ କରିବେ ଏବଂ ଶନି କୁମ୍ଭ ଏବଂ ଦେବଗୁରୁ ବୃହସ୍ପତି ମୀନ ରାଶିରେ ବିରାଜମାନ କରିବେ। ଭଗବାନ ଶ୍ରୀହରୀଙ୍କୁ ଏହି ଦିନ ପୂଜା କରିବା ଦ୍ୱାରା ଆପଣଙ୍କୁ ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ। ଏହି ଦିନ ତେଲର ପ୍ରୟୋଗ କରି ସ୍ନାନ କରିବା ଭୋଜନ କରିବା ତଥା ତର୍ପଣ କରିବାରେ କରାଯାଏ ତା ସହିତ ଦାନ ମଧ୍ୟ କରାଯାଏ।

କିଛି ବିଶେଷ ମନ କାମନାକୁ ପୂରଣ କରିବା ପାଇଁ ଭକ୍ତଙ୍କୁ ଏହି ଏକାଦଶୀର ବ୍ରତ ଅବଶ୍ୟ ରଖିବା ଉଚିତ। ଏହିଥର ଏହି ଏକାଦଶୀ ଗୁରୁବାର ଦିନକୁ ପଡୁଛି। ଆହୁରି ଅଧିକ ଶୁଭ ସଂଯୋଗ ନେଇ ଏହି ଏକାଦଶୀ ଆସୁଅଛି। ଏହି ଏକାଦଶୀ ଦିନ ଭଗବାନ ଶ୍ରୀହରୀଙ୍କ ପୂଜା କରାଯାଏ ଯେଉଁ ବି ଭକ୍ତ ଏହି ଏହି ବିଶେଷ ବ୍ରତ ଦିନ ପୂଜା ପାଠ କରିକି ଯଦି ସମ୍ଭବ ତେବେ ଉପବାସ ମଧ୍ୟ ରଖନ୍ତୁ ଏବଂ ନିଜ ସାମର୍ଥ୍ୟ ଅନୁଯାୟୀ ଦାନ ଦକ୍ଷିଣା କରନ୍ତୁ।

ପଦ୍ମ ପୁରାଣ ଅନୁସାରେ ଯେଉଁ ଭକ୍ତ ସଚା ମନରେ ଏହି ଏକାଦଶୀର ବ୍ରତ ରଖନ୍ତି ତାଙ୍କୁ ମୋକ୍ଷର ପ୍ରାପ୍ତି ହୋଇଥାଏ। ସବୁ ପାପରୁ ମୁକ୍ତି ମିଳିଯାଏ ଏବଂ ଜୀବନରେ ଆସିବାକୁ ଥିବା ସବୁ ସମସ୍ୟା ଦୂର ହୋଇଯାଏ ତା ସହିତ ଯେତେ ପୁଣ୍ୟ କନ୍ୟା ଦାନ ହଜାର ବର୍ଷର ତପସ୍ୟା ଏବଂ ସ୍ୱର୍ଣ୍ଣ ଦାନର ଫଳ ପ୍ରାପ୍ତ ହୋଇଥାଏ ଏହି ଏକାଦଶୀର ବ୍ରତ ରଖିଲେ ଏହିସବୁ ପ୍ରାପ୍ତ ହୋଇଥାଏ। ଆଜି ଆମେ ଏହି ପୋଷ୍ଟରେ ଜଣେଇବୁ ମହିନୀ ଏକାଦଶୀର ବ୍ରତ ଏହି ବର୍ଷ କେବେ ରଖିବେ ଏବଂ ଏହାକୁ କେବେ ଶେଷ କରିବେ ତା ସହିତ ଆପଣ ଏହାର ପୂଜା କେମିତି କରିବେ।

ଏକାଦଶୀ ଦିନ ତୁଳସୀ ଉପରେ କଣ ଚଢ଼େଇବେ ଏବଂ ତୁଳସୀର ପୂଜା କଲେ ଆପଣଙ୍କୁ ବିଶେଷ ପୁଣ୍ୟ ଫଳ ମିଳିବ କାରଣ ଭଗବାନ ବିଷ୍ଣୁ ପ୍ରସନ୍ନ ମୁଦ୍ରାରେ ଥାନ୍ତି ଏବଂ ମା ଲକ୍ଷ୍ମୀଙ୍କର ଅପାର କୃପା ଦୃଷ୍ଟି ମଧ୍ୟ ବର୍ଷିବ। ଏକାଦଶୀ ଦିନ ତୁଳସୀର ପୂଜା କରିବା ଦ୍ୱାରା ସୌଭାଗ୍ୟର ପ୍ରାପ୍ତି ହୋଇଥାଏ। ବନ୍ଧୁଗଣ ଏହିଥର ମହିନୀ ଏକାଦଶୀ ୧୨ ମଇ ଗୁରୁବାର ଦିନ ପଡୁଛି। ଏହି ଦିନ ଏକାଦଶୀ ବ୍ରତକୁ ରଖାଯିବ କାରଣ ଏହି ଦିନ ପୂଜା ପୁରା ଦିନ ଏବଂ ପୁରା ରାତି ରହିବ

ଯେଉଁମାନେ ବ୍ରତ ରଖୁଛନ୍ତି ପୂଜା କରୁଛନ୍ତି ସେମାନେ ସ୍ନାନ କରିବା ପାଣିରେ ଟିକେ ରାଶି ତେଲ ପକେଇ ସେହି ଦିନ ସ୍ନାନ କରନ୍ତୁ। ଆଉ ସେହି ତେଲ ଲଗାନ୍ତୁ।

ଯେଉଁ ବି ପାଣି ଆପଣ ପିଉଛନ୍ତି ସେହି ପାଣିରେ ଆପଣ ଟିକେ ତେଲ ଢାଳି ପିଅନ୍ତୁ।

ଏହି ଦିନ ଆପଣ ତେଲର ଦାନ କରନ୍ତୁ କିମ୍ବା ତେଲରେ ତିଆରି ଲଡୁ ଖାଆନ୍ତୁ।

ଏହିଦିନ ଆପଣ ତେଲର ସେକ ଦିଅନ୍ତୁ। ଏହି ତେଲରେ ସେକ ଦେବା ବହୁତ ଭଲ ହୋଇଥାଏ।

ଏହି ଦିନ ଆପଣ ନିଜ ମଥାରେ ତେଲ ଲଗାନ୍ତୁ। ମଥାରେ ତେଲ ଲଗାଇଲେ ପୁଣ୍ୟ ଫଳର ପ୍ରାପ୍ତ ହୋଇଥାଏ।

ଏହିଥର ମହିନୀ ଏକାଦଶୀ କିଛି ଶୁଭ ସଂଯୋଗ ନେଇ ଆସୁଛି। ଏହିଦିନ ଆପଣ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠନ୍ତୁ। ଏବଂ ସ୍ନାନ ଆଦି ସାରି ସ୍ୱଚ୍ଛ ବସ୍ତ୍ର ଧାରଣ କରନ୍ତୁ ଏହି ଦିନ ଆପଣ ହଳଦିଆ ବସ୍ତ୍ର ଧାରଣ କରନ୍ତୁ। ଏହି ଦିନ ହଳଦିଆ ବସ୍ତ୍ର ଧାରଣ କଲେ ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ। ଏହି ଦିନ ଆପଣ ଭୁଲରେ ମଧ୍ୟ କଳା ଏବଂ ନୀଳ ବସ୍ତ୍ର ଧାରଣ କରନ୍ତୁ ନାହିଁ। ହଳଦିଆ ବସ୍ତ୍ର ପରିଧାନ କରି ଆପଣ ପୂଜା ସ୍ଥାନକୁ ଯାଆନ୍ତୁ। ସଫା ସୁତରା କରି ଗୋଟିଏ ଦୀପ ଲଗାନ୍ତୁ।

ଭଗବାନ ବିଷ୍ଣୁଙ୍କ ସାମ୍ନାରେ ବସି ଆପଣ ଗୋଟିଏ ପାତ୍ରରେ ହଳଦିଆ ଫୁଲ ହଳଦିଆ ଫଳ ହଳଦିଆ ବସ୍ତ୍ର ଅର୍ପଣ କରନ୍ତୁ। ଏହି ଦିନ ମା ଲକ୍ଷ୍ମୀଙ୍କୁ ଲାଲ ବସ୍ତ୍ର ଲାଲ ଫୁଲ ଫଳ ଅର୍ପଣ କରନ୍ତୁ। ପୁଣି ଭଗବାନ ବିଷ୍ଣୁଙ୍କର ମନ୍ତ୍ରକୁ ଜପ କରନ୍ତୁ ” ଓଁ ନମଃ ଭଗବତେ ବାସୁଦେବାୟ”। ଆପଣ ଭଗବାନ ବିଷ୍ଣୁଙ୍କର ଏହି ମନ୍ତ୍ରକୁ ଅଧିକରୁ ଅଧିକ ଜପ କରନ୍ତୁ। ଏହା ପରେ ଭଗବାନ ବିଷ୍ଣୁଙ୍କର ପୂଜା କରି ମା ଲକ୍ଷ୍ମୀଙ୍କର ପୂଜା କରନ୍ତୁ। ଏହା ପରେ ବିଶେଷ ମନ କାମନା କୁହନ୍ତୁ। ବ୍ରତ ରଖିଥିବା ଲୋକଙ୍କୁ ଏହା ଧ୍ୟାନ ରଖିବା ଉଚିତ କି ଏହି ଦିନ ଚାଉଳର ସେବନ କରନ୍ତୁ ନାହିଁ। ଏକାଦଶୀ ଦିନ ଚାଉଳ ସେବନ କରୁଥିବା ଲୋକ ପର ଜନ୍ମରେ ଜନ୍ତୁ କିମ୍ବା କୀଟ ରୂପରେ ଜନ୍ମ ନେଇଥାନ୍ତି।

ଆପଣ ଏହି ଦିନ ତେଲ ଖାଆନ୍ତୁ। ତେଲ ଦାନ କରନ୍ତୁ। ପୂଜାପାଠ କରିବା ପରେ ଆପଣ ଏହି ଚମତ୍କାର ଉପାୟକୁ କରନ୍ତୁ କାରଣ ଏହିଦିନ ଆପଣ ତୁଳସୀର ପୂଜା ବିଶେଷ ରୂପେ କରନ୍ତୁ। ପୂଜାପାଠ କରିବା ପରେ ଗୋଟେ ତମ୍ବା ପାତ୍ରରେ ଆପଣ ଜଳ ନିଅନ୍ତୁ ଏବଂ ଆପଣ ସେଥିରେ ହଲଦୀରେ ଗୋଟିଏ କଣ୍ଠିକୁ କିମ୍ବା ୫ ଟି ୭ଟି କିମ୍ବା ୨୧ଟି ଆପଣଙ୍କ ପକ୍ଷେ ଯେତେ ସମ୍ଭବ ସେତିକି ଢାଳି ଦିଅନ୍ତୁ ଏବଂ ପୁଣି ଆପଣ ଲାଲ ଫୁଲ ସେଥିରେ ଢାଳନ୍ତୁ। ଏହାପରେ ମା ତୁଳସୀଙ୍କୁ ସେହି ଜଳ ଢାଳନ୍ତୁ।

ବିଶେଷ ମନକାମନା କୁହନ୍ତୁ। ୩ ଥର ପରିକ୍ରମା କରନ୍ତୁ ଏବଂ ତୁଳସୀ ପାଖରେ ଗୋଟିଏ ଦୀପ ଅବଶ୍ୟ ଜାଳନ୍ତୁ। ଏକାଦଶୀ ଦିନ ତୁଳସୀର ପୂଜା କରିବା ବିଶେଷ ଫଳଦାୟୀ ହୋଇଥାଏ। ଏହି ଦିନ ତୁଳସୀ ପତ୍ରକୁ ଭଗବାନ ବିଷ୍ଣୁଙ୍କ ଭୋଗରେ ନିଶ୍ଚୟ ଦିଅନ୍ତୁ। କାରଣ ତୁଳସୀ ପତ୍ର ବିନା ଭଗବାନ ବିଷ୍ଣୁ ଭୋଗ ଗ୍ରହଣ କରନ୍ତି ନାହିଁ। ଏହି ଦିନ ପୂଜା ପାଠ କରି ନିଜର ବିଶେଷ ମନକାମନା ରଖନ୍ତୁ।

ଏକାଦଶୀ ଦିନ ଆପଣ ତୁଳସୀ ପାଖକୁ ଯାଇ ଗୋଟିଏ ହଳଦିଆ ବସ୍ତ୍ର ନେଇ ସେଥିରେ ଅଳେଇଚ ଏବଂ ମୁଦ୍ରା ଗୋଟିଏ ହଳଦୀ ଗଣ୍ଠି ନିଅନ୍ତୁ। ଆପଣ ତାହାକୁ ଚୁପ ଚାପ ତୁଳସୀକୁ ଚଢାଇ ଦିଅନ୍ତୁ। ଚଢ଼େଇବା ପରେ ନିଜର ମନକାମନା କୁହନ୍ତୁ। ଆପଣ ପର ଦିନ ତାକୁ ସେଠାରୁ ଉଠାଇ ଆଣି ଘରେ ଧନ ରଖୁଥିବା ଜାଗାରେ ରଖିଦିଅନ୍ତୁ। ଏହା ଦ୍ବାରା ଧନର ଆଗମନ ହୋଇଥାଏ। ବର୍ଷ ସାରା ଆପଣଙ୍କ ଭାଗ୍ୟ ଚମକି ଉଠିବ। ଆପଣ ଚାହିଁଲେ ଗୋଟିଏ ମୁଦ୍ରାକୁ ନେଇ ହଳଦୀ ଦ୍ୱାରା ନିଜ ନାଁର ପ୍ରଥମ ଅକ୍ଷରକୁ ଲେଖନ୍ତୁ। ଏବଂ ଏହାକୁ ଚୁପଚାପ ତୁଳସୀ ଉପରେ ଚଢାଇ ପରେ ଏହାକୁ ଆଲମାରୀରେ ରଖନ୍ତୁ। ବର୍ଷ ସାରା ଆପଣଙ୍କର ଗରିବତା ଦୂର ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *