Excuse Me Odisha

ଯାହା କହିବୁ ସତ କହିବୁ

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଏହି ରାଶିର ଲୋକଙ୍କ ପାଇଁ ଶୁଭ ଦିନ ! ବକ୍ରୀ ହେବାକୁ ଯାଉଛନ୍ତି ବୁଧ ଗ୍ରହ !

ସେୟାର୍ କରନ୍ତୁ

ମଇ ମାସ ୧୦ ତାରିଖ ଦିନ ବୁଧ ଗ୍ରହ ବୃଷ ରାଶିରେ ବକ୍ରି ହେବାକୁ ଯାଉଛନ୍ତି। ବୁଧ ଗ୍ରହ ୨୩ ଦିନ ପର୍ଯ୍ୟନ୍ତ ବକ୍ରି ରହିବେ ଏବଂ ଏହାର ପ୍ରଭାବ ପ୍ରତ୍ୟେକ ରାଶିର ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି। ତେବେ ୩ ଗୋଟି ବିଶେଷ ରାଶିର ଲୋକଙ୍କ ଉପରେ ପଡ଼ିବ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ଗ୍ରହର ବକ୍ରି ହେବା ତାର ପ୍ରଭାବକୁ ତୀବ୍ର କରି ଦେଇଥାଏ। ଯେତେବେଳେ କୌଣସି ଗ୍ରହ ବକ୍ରି ହେବା ଦ୍ବାରା ଏହାର ପ୍ରଭାବ ପ୍ରତ୍ୟେକ ରାଶିର ଲୋକଙ୍କ ଉପରେ ପଡ଼ିବ।ଏହାଦ୍ଵାରା ବ୍ୟକ୍ତିଙ୍କୁ ଧନ, ଐଶ୍ୱର୍ଯ୍ୟ, ବୁଦ୍ଧି, ବ୍ୟାପାର ଆଦି ପ୍ରାପ୍ତ ହୋଇଥାଏ। ମଇ ମାସ ୧୦ ତାରିଖ ଦିନ ବୁଧ ଗ୍ରହ ବୃଷ ରାଶିରେ ବକ୍ରି ହେବାକୁ ଯାଉଛନ୍ତି। ବୁଧ ଗ୍ରହ ୨୩ ଦିନ ପର୍ଯ୍ୟନ୍ତ ବକ୍ରି ରହିବେ ଏବଂ ଏହାର ପ୍ରଭାବ ପ୍ରତ୍ୟେକ ରାଶିର ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି। ତେବେ ୩ ଗୋଟି ବିଶେଷ ରାଶିର ଲୋକଙ୍କ ଉପରେ ଶୁଭ ପ୍ରଭାବ ଓ ୫ ଗୋଟି ରାଶିର ଲୋକଙ୍କୁ ଅଶୁଭ ଫଳ ମିଳିପାରେ।

ବୃଷ ରାଶି :-

ବୁଧ ବକ୍ରି ହେବା ଦ୍ବାରା ଏହାର ପ୍ରଭାବ ଏହି ରାଶିର ଲୋକଙ୍କ ଉପରେ ଶୁଭ ପ୍ରଭାବ ପଡ଼ିବାକୁ ଯାଉଛି। ଚାକିରି କରିଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ଯୋଗ ରହିଛି। ଆୟରେ ବୃଦ୍ଧି ହେବାର ଯୋଗ ରହିଛି।

କର୍କଟ ରାଶି :-

ବୁଧ ଗ୍ରହ ବକ୍ରି ହେବା ଦ୍ବାରା ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆୟରେ ବୃଦ୍ଧି ହେବା ସହିତ କ୍ୟାରିୟରରେ ସଫଳତା ହାସଲ କରିବେ। ସମ୍ପର୍କୀୟଙ୍କ ସହିତ ସମ୍ବନ୍ଧ ମଧୁର ହେବ।

ମୀନ ରାଶି :-

ବୁଧ ଗ୍ରହ ବକ୍ରି ହେବାର ପ୍ରଭାବ ଏହି ରାଶିର ଲୋକଙ୍କ ପାଇଁ ସାମାନ୍ୟ ରହିବ। ଚାକିରି କ୍ଷେତ୍ରରେ କାର୍ଯ୍ୟ ଚାପ ବଢିପାରେ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। କୌଣସି ସ୍ଥାନରେ ନିବେଶ କଲେ, ଆପଣଙ୍କୁ ଫାଇଦା ମିଳିପାରେ।

ଏହି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ :-

ବୁଧ ଗ୍ରହ ବକ୍ରି ହେବା ଦ୍ବାରା ଏହାର ପ୍ରଭାବ ଦ୍ଵାରା କିଛି ରାଶିର ଲୋକଙ୍କୁ ଅନେକ କଠିନ ସମସ୍ୟାର ସାମ୍ନା କରିବାକୁ ପଡିପାରେ। କ୍ୟାରିୟର ଓ ଆର୍ଥିକ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥାଏ।ବୁଧ ଗ୍ରହ ବୃଷ ରାଶିରେ ବକ୍ରି ହେବା ଦ୍ବାରା ଏହାର ପ୍ରଭାବରେ ୫ଟି ରାଶିର ଲୋକଙ୍କୁ ଅଶୁଭ ପରିଣାମ ପ୍ରାପ୍ତ ହେବ।ସେହି ୫ ଗୋଟି ରାଶିର ଲୋକେ ହେଉଛନ୍ତି, ମିଥୁନ ରାଶି, କନ୍ୟା ରାଶି, ତୁଳା ରାଶି, ବିଛା ରାଶି, ଧନୁ ରାଶି।ଏହି ରାଶିର ଲୋକଙ୍କୁ ଆଶାନୁରୂପ ସଫଳତା ମିଳିବ ନାହିଁ।ଖର୍ଚ୍ଚ ବଢିପାରେ। ଆଶାନୁରୂପ ସଫଳତା ମିଳିବ ନାହିଁ। କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରିବା ଉଚିତ, ନଚେତ ବୁଧ ଗ୍ରହର କୋପ ସହିବାକୁ ପଡିପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *