Excuse Me Odisha

ଯାହା କହିବୁ ସତ କହିବୁ

ଏମିତି ଦ୍ୱାର ଦେଇ ମା ଲକ୍ଷ୍ମୀ କେବେବି ଘରକୁ ପ୍ରବେଶ କରନ୍ତି ନାହିଁ। ମୁଖ୍ୟ ଦ୍ଵାରର ବାସ୍ତୁ ନିୟମ। ମୁଖ୍ୟ ଦ୍ୱାର ସାମ୍ନାରେ ଏହି ଜିନିଷ ରହିବା ଉଚିତ ନୁହେଁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏମିତି ଦ୍ୱାର ଦେଇ ମା ଲକ୍ଷ୍ମୀ କେବେବି ଘରକୁ ପ୍ରବେଶ କରନ୍ତି ନାହିଁ। ମୁଖ୍ୟ ଦ୍ଵାରର ବାସ୍ତୁ ନିୟମ। ମୁଖ୍ୟ ଦ୍ୱାର ସାମ୍ନାରେ ଏହି ଜିନିଷ ରହିବା ଉଚିତ ନୁହେଁ।

ବାସ୍ତୁଶାସ୍ତ୍ରରେ ଦ୍ଵାରକୁ ବହୁତ ମହତ୍ୱପୂର୍ଣ୍ଣ ଅଙ୍ଗ ମାନାଯାଇଛି। ଏହି ମୁଖ୍ୟ ଦ୍ୱାର ଦେଇ ଅନେକ ଉର୍ଜା ପ୍ରବେଶ କରିଥାଏ ଏହି ଉର୍ଜା ସକରାତ୍ମକ ବି ହୋଇପାରେ ଏବଂ ନକରାତ୍ମକବି ହୋଇପାରେ। ଏହି ମୁଖ୍ୟ ଦ୍ୱାର ମାଧ୍ୟରେ ଘରକୁ ଶୁଭ ଅଶୁଭ ଶକ୍ତି ଏବଂ ଭଲ ଓ ଖରାପ ଲୋକ ପ୍ରବେଶ କରିଥାନ୍ତି।

ଯଦି ମୁଖ୍ୟ ଦ୍ଵାରର ବାସ୍ତୁ ଠିକ ହୋଇନଥିବ ମୁଖ୍ୟ ଦ୍ଵାରର କିଛି ଏମିତି ଜିନିଷ ରଖିଥିବେ ତାହା ଘରକୁ ନକରାତ୍ମକ ଉର୍ଜାକୁ ନିଜ ଆଡକୁ ଆକର୍ଷିତ କରିଥାଏ ଏବଂ ବାସ୍ତୁଦୋଷ ଉତ୍ପନ ହୋଇଥାଏ ଏବଂ ସେହି ଘରେ ବାସ କରୁଥିବା ମୁରବିଙ୍କୁ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଏଥିପାଇଁ ମୁଖ୍ୟ ଦ୍ୱାର ବନେଇବା ସମୟରେ ଦିଗର ଧ୍ୟାନ ଦେବା ଉଚିତ। ଏହା ସହିତ ମୁଖ୍ୟ ଦ୍ୱାର କେମିତି ହେବା ଉଚିତ ମୁଖ୍ୟ ଦ୍ୱାର ସାମ୍ନାରେ କଣ ରହିବା ଉଚିତ କଣ ନୁହେଁ ମୁଖ୍ୟ ଦ୍ୱାରର ବେଦ ମୁଖ୍ୟ ଦ୍ଵାରର ଆକାର ଦ୍ୱାରରେ ବନା ଯାଇଥିବା କୌଣସି ବି ଚିତ୍ର ବାସ୍ତୁଶାସ୍ତ୍ର ଅନୁସାରେ ବହୁତ ମହତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି।

ଯଦି ଘରର ମୁଖ୍ୟ ଦ୍ଵାରର କବାଟ ଆପେ ଆପେ ଖୋଲି ଯାଇଥାଏ କିମ୍ବା ବନ୍ଦ ହୋଇଯାଇଥାଏ ତ ଏହା ବାସ୍ତୁଶାସ୍ତ୍ରରେ କୁହାଯାଇଥିବା କଥା ନିଶ୍ଚୟ ଜାଣିବା ଉଚିତ। ତେବେ ଆସନ୍ତୁ ଜାଣିବା ଆମର ବାସ୍ତୁଶାସ୍ତ୍ରରେ ଦ୍ୱାର ସମ୍ବଦ୍ଧିତ କିଛି ବାସ୍ତୁ ନିୟମ ବିଷୟରେ।

ଘରର ମୁଖ୍ୟ ଦ୍ୱାର ଅନ୍ୟ ଦ୍ୱାର ଅପେକ୍ଷା ବଡ଼ ହେବା ଉଚିତ। ମୁଖ୍ୟ ଦ୍ୱାର ସର୍ବଦା ଦୁଇଟି କବାଟ ହେବା ଦରକାର। ମୁଖ୍ୟ ଦ୍ୱାର ସୁନ୍ଦର ଏବଂ ମଜବୁତ ହେବା ଉଚିତ। କିନ୍ତୁ ଅଧିକ ବଡ଼ ହେବା କିମ୍ବା ଛୋଟ ହେବା ଉଚିତ ନୁହେଁ। କବାଟ ଖୋଲିଲା ବେଳେ ବନ୍ଦ କରିଲା ବେଳେ ଯେମିତି ସାଉଣ୍ଟ ଆସୁନଥିବା ଦରକାର। ଯଦି ସାଉଣ୍ଟ ଆସୁଥାଏ ତେବେ ସେଥିରେ ତେଲ ଲଗାଇ ଦିଅନ୍ତୁ।

କାଠରେ ତିଆରି ମୁଖ୍ୟ ଦ୍ୱାର ବହୁତ ଅଧିକ ପ୍ରଭାବଶାଳୀ ହୋଇଥାଏ। ମୁଖ୍ୟ ଦ୍ଵାରର ଠିକ ସାମ୍ନାରେ କୌଣସି କବାଟ କିମ୍ବା ଦ୍ୱାର ରହିବା ଉଚିତ ନୁହେଁ। ଏହାର ସିଧାରେ ୩ ଟି ଦ୍ୱାର ହେବା ଉଚିତ ନୁହେଁ।

ଆଜିକାଲି ମୁଖ୍ୟ ଦ୍ୱାରରେ ଏରୁଣ୍ଡି ବହୁତ କମ ଦେଖିବାକୁ ମିଳୁଛି ତ ଏହା ଦ୍ବାରା ଘରର ସଦସ୍ୟଙ୍କ ମଧ୍ୟରେ ମତଭେଦ ହୋଇଥାଏ। ସେଥିପାଇଁ ଘରର ଦ୍ୱାରରେ ଏରୁଣ୍ଡି ବନ୍ଧ ନିଶ୍ଚୟ ରଝନ୍ତୁ।

ଘରର କଲିଂ ବେଲର ଶବ୍ଦ ମଧୁର ହେବା ଦରକାର। ଓଁର ଉଚାରଣ କିମ୍ବା କିଛି ଭୋଜନ ବାଲା କଲିଂ ବେଲର ଶବ୍ଦ ରଖନ୍ତୁ। ଏହା ବହୁତ ଶୁଭ ହୋଇଥାଏ।

ଘରର ମୁଖ୍ୟ ଦ୍ୱାରରେ ନିଶ୍ଚୟ ପାପୋଜ ରଖନ୍ତୁ। ଏହା ଆୟତ୍ତକାର ପାପୋଜ ହୋଇଥିବା ଦରକାର।

ଘରର ମୁଖ୍ୟ ଦ୍ୱାର କେଉଁ ଦିଗରେ ରହିବା ଉଚିତ ଆସନ୍ତୁ ଜାଣିବା।

ଘରର ମୁଖ୍ୟ ଦ୍ୱାର ସବୁବେଳେ ଉତ୍ତର କିମ୍ବା ପୂର୍ବ ଦିଗ ହେବା ଉଚିତ। ଘରର ମୁଖ୍ୟ ଦ୍ୱାର ଉତ୍ତର କିମ୍ବା ପୂର୍ବ ଦିଗ ହେବା ଦ୍ୱାରା ଘରେ ସବୁବେଳେ ସୁଖ ଶାନ୍ତି ବନିରହିଥାଏ। ସବୁ ଶୁଭ ଶକ୍ତି ସକାରାତ୍ମକ ଶକ୍ତି ଆସିଥାଏ। ଘରେ ଦେବୀ ଏବଂ ଦେବତା ମାନଙ୍କର ବାସ ହୋଇଥାଏ।

ଘରର ମୁଖ୍ୟ ଦ୍ଵାରକୁ ସବୁବେଳେ ପରିଷ୍କାର ରଖନ୍ତୁ। ବନ୍ଧୁଗଣ ଘରର ମୁଖ୍ୟ ଦ୍ୱାର ପାଖରେ କିଛି ଲୋକ ଗଛ ଲଗାଇଥାଆନ୍ତି ଯାହା ଗଛର ଛାଇ ମୁଖ୍ୟ ଦ୍ୱାର ଉପରେ ପଡିଥାଏ। ଲୋକେ ଘରର ମୁଖ୍ୟ ଦ୍ୱାର ପାଖରେ ଜୋତା ଚପଲ ରଖିଥାନ୍ତି। ଆଉ କିଛି ଲୋକ ଡ଼ଷ୍ଟପିନ ମଧ୍ୟ ରଖିଥାନ୍ତି କିନ୍ତୁ ଏମିତି କେବେବି କରନ୍ତୁ ନାହିଁ। ଘରର ମୁଖ୍ୟ ଦ୍ୱାର ବହୁତ ହିଁ ସ୍ୱଚ୍ଛ ଏବଂ ସଫା ସୁତରା ହେବା ଉଚିତ। ଘରକୁ ପ୍ରବେଶ କରୁଥିବା ଦ୍ୱାର ସାମ୍ନାରେ ରଙ୍ଗଲି ବନାନ୍ତୁ ଶୁଭ ଲାଭ ଲେଖନ୍ତୁ ଏହା ବହୁତ ଶୁଭ ହୋଇଥାଏ। ପ୍ରତିଦିନ ମୁଖ୍ୟ ଦ୍ଵରରେ ଗଙ୍ଗା ଜଳ ଛିଞ୍ଚି ଦିଅନ୍ତୁ। ଯାହା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିବେ।

ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଅଶୋକ ପତ୍ରର ହାର ଲଗେଇ ଦେବେ। ଘରର ମୁଖ୍ୟ ଦ୍ଵାରକୁ ଫୁଲ ମାଳାରେ ସଜାଇ ଦେବେ। ଏମିତି କରିବା ଦ୍ୱାରା ସକାରାତ୍ମକ ଉର୍ଜା ଆପଣଙ୍କ ଘରକୁ ପ୍ରବେଶ କରିଥାଏ। ବନ୍ଧୁଗଣ ଘରର ମୁଖ୍ୟ ଦ୍ଵାରକୁ କେବେବି ଅନ୍ଧାର ରଖିବେ ନାହିଁ। ସେଠାରେ ସବୁବେଳେ ଆଲୋକ କରି ରଖନ୍ତୁ। ଏହା ଦ୍ବାରା ଘରକୁ କେବେବି ନକରାତ୍ମକ ଉର୍ଜା ପ୍ରବେଶ କରି ପାରିବ ନାହିଁ। ଯେଉଁ ଠାରେ ଅନ୍ଧାର ହୋଇଥାଏ ସେଠାରେ ନକରାତ୍ମକ ଉର୍ଜା ସହଜରେ ପ୍ରବେଶ କରିଥାଏ ଏବଂ ଘରର ଲୋକେ ସବୁବେଳେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।

ଘରର ମୁଖ୍ୟ ଦ୍ୱାରରେ ଭଗବାନ ଗଣେଶଙ୍କର ମୂର୍ତି ଲଗେଇ ଦେଇଥାନ୍ତି ମା ଲକ୍ଷ୍ମୀଙ୍କର ଫୋଟ କିମ୍ବା ତାଙ୍କ ଚରଣ ପାଦୁକା ଲଗେଇ ଦେଇଥାନ୍ତି ଏହାସବୁ ଲଗାଇବା ଘର ପାଇଁ ବହୁତ ଶୁଭ ହୋଇଥାଏ ଏବଂ ଏହା ଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିଥାଏ। କିନ୍ତୁ ଯଦି ଆପଣ ଭୁଲ ପ୍ରକ୍ରିୟାରେ ଲଗାନ୍ତି ତ ଏହା ବହୁତ ଅଶୁଭ ହୋଇଥାଏ। ଆପଣ ଦୁଇଟି ଗଣେଶଙ୍କର ଫୋଟ ଘରର ମୁଖ୍ୟ ଦ୍ୱାରରେ ଲଗେଇବେ ଗୋଟେ ଘରର ବାହାର ଆଡ଼କୁ ଭଗବାନ ଗଣେଶଙ୍କର ମୁଖ ଥିବା ଫୋଟ ଠିକ ସେହି ଜାଗାରେ ଆଉ ଗୋଟେ ଫୋଟ ଭଗବାନ ଗଣେଶଙ୍କର ମୁଖ ଘରର ଭିତର ଆଡ଼କୁ ରଖିବେ।

ଯଦି ଘରର ବାହାର ଆଡ଼କୁ ଭଗବାନ ଗଣେଶଙ୍କର ଫୋଟ ଲଗାଇବେ ତ ଭଗବାନ ଗଣେଶ ଆପଣଙ୍କ ଘରୁ ଚାଲିଯିବେ। କାରଣ ତାଙ୍କର ପିଠି ଘରର ଭିତର ଆଡ଼କୁ ହୋଇଥାଏ। ଯଦି ଆପଣ ଘରର ମୁଖ୍ୟ ଦ୍ୱାରରେ ମା ଲକ୍ଷ୍ମୀଙ୍କର ଚରଣ ଲଗାଇ ଥାନ୍ତି ତେବେ ମା ଲକ୍ଷ୍ମୀଙ୍କ ଚରଣ ଯେମିତି ଆପଣଙ୍କ ଘରର ଭିତର ଆଡ଼କୁ ଥିବ। ମା ଲକ୍ଷ୍ମୀଙ୍କ ଚରଣ ସବୁବେଳେ ସଫା ଜାଗାରେ ଲଗାଇବେ ଏବଂ ଧ୍ୟାନ ଦେବେ ଯେ କାହାର ପାଦ ଯେମିତି ମା ଲକ୍ଷ୍ମୀଙ୍କ ଚରଣ ଉପରେ ନବାଜୁ।

ଘରକୁ ସୁନ୍ଦର ଦେଖାଯିବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଗଛ ଲଗାଇଥାନ୍ତି ମୁଖ୍ୟ ଦ୍ୱାରରେ ଏମିତି କିଛି ଭୁଲ ଗଛ ଲଗାଇବା ଦ୍ୱାରା ଯେମିତି ଗୋଲାପ ଗଛ ଲଗାଇ ଥାନ୍ତି। ଏମିତି କଣ୍ଟା ଜାତୀୟ ଗଛକୁ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଲଗାଇବା ଉଚିତ ନୁହେଁ। ମନୀପ୍ଲାଣ୍ଟକୁ ବି ଆମେ ଘରର ଭିତର ପଟେ ଲଗାଇବାକୁ ଚାହିଁଥାଉ ଯାହା ଦ୍ୱାରା ଆମ ଘରକୁ ପଇସା ଆସିବ। ଏହି ଗଛକୁ ପଇସା ଦେବା ବାଲା ଗଛ କୁହାଯାଇଥାଏ। ଏଥିପାଇଁ ଏହି ମନୀପ୍ଲାଣ୍ଟକୁ ଗଛକୁ ଘରର ଭିତରେ ଲଗାଇବା ଉଚିତ କିନ୍ତୁ ଘରର ବାହାରେ ଲଗାଇବେ ନାହିଁ। ଘରର ବାସ୍ତୁକୁ ଠିକ ରଖିବା ପାଇଁ ଘରର ମୁଖ୍ୟ ଦ୍ୱାର ପାଖରେ ତୁଳସୀ ଗଛ ଲଗାଇବା ଉଚିତ ହୋଇଥାଏ।

ଯେଉଁଠି ମା ତୁଳସୀ ଗଛ ଥାଏ ସେଠାରେ ସକାରାତ୍ମକ ଉର୍ଜା ଏବଂ ଶକ୍ତି ସବୁ ବାସ କରିଥାଏ ଏବଂ ଘରର ବାସ୍ତୁଦୋଷ ନିବାରଣ ହୋଇଥାଏ। ଏଥିପାଇଁ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ତୁଳସୀ ଗଛ ଅବଶ୍ୟ ଲଗାନ୍ତୁ। ଘରର ମୁଖ୍ୟ ଦ୍ୱାର ସାମ୍ନାରେ ସୁଗଦ୍ଧିତ ଫୁଲ ଗଛ ଲଗାଇବେ ଏହା ସହିତ ଘରର ମୁଖ୍ୟ ଦ୍ୱାର ହାଲକା କଲର କିମ୍ବା ଲାଇଟ କଲର ହୋଇଥିବା ଉଚିତ। ଆପଣ ସିଲଭର ଗଲଡେନ ଧଳା ଗୋଲାପୀ ଇତ୍ୟାଦି କୌଣସି ବି ରଙ୍ଗର ପ୍ରବେଶ ଦ୍ୱାରରେ ଲଗାଇ ପାରନ୍ତି।

କଳା ରଙ୍ଗ ଭୁଲରେ ଲଗାଇବେ ନାହିଁ। ଘରର କବାଟକୁ ଖୋଲିବା କିମ୍ବା ବନ୍ଦ କରିବା ସମୟରେ ଏହି କଥାର ଧ୍ୟାନ ରଖିବେ କି ସେଥିରୁ ଯେମିତି ଆବାଜ କିମ୍ବା ସାଉଣ୍ଟ ଆସୁନଥିବ। କାହିଁକିନା ଏହା ନକରାତ୍ମକ ଧ୍ଵନି ଉତ୍ପନ କରିଥାଏ। ଆଉ ଏହି ନକରାତ୍ମକ ଧ୍ଵନି ଆପଣଙ୍କ ପ୍ରବେଶ ଦ୍ୱାର ଦେଇ ପ୍ରବେଶ କରିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *