Excuse Me Odisha

ଯାହା କହିବୁ ସତ କହିବୁ

ଅକ୍ଷୟା ତୃତୀୟାରେ ଘରକୁ ଆଣନ୍ତୁ ଏହି ୫ଟି ଜିନିଷ ମଧ୍ୟରୁ ଗୋଟିଏ ଜିନିଷ,ବର୍ଷ ସାରା ଜମେଇକି ଆସିବ ଟଙ୍କା !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଅକ୍ଷୟା ତୃତୀୟାରେ ଘରକୁ ଆଣନ୍ତୁ ୫ ଟି ମଧ୍ୟରୁ ଗୋଟେ ପୁରା ବର୍ଷ ଜମେଇ କରି ଆସିବ ଟଙ୍କା।

ଅକ୍ଷୟା ତୃତୀୟା ଦିନ କିଛି ଖାସ ଏମିତି ଜିନିଷ ଅଛି ଯାହାକୁ ନିଶ୍ଚୟ କିଣିବା ଉଚିତ। ଏମିତି କଲେ ପୁରା ବର୍ଷ ଆପଣଙ୍କ ଜୀବନରେ ଧନ ମାନ ସମ୍ମାନ ସୁଖର ପ୍ରାପ୍ତ ହୋଇଥାଏ। ବ୍ୟକ୍ତିଙ୍କ ଜୀବନରେ ବହୁତ ଟେନସନ ଥାଏ ସମସ୍ୟା ଥାଏ। ସେମିତିରେ ତ ମନୁଷ୍ୟର ଜୀବନ ବହୁତ ଦୁର୍ଲଭ ଅଟେ ଆଉ ପ୍ରତ୍ୟକ ବ୍ୟକ୍ତି ଚାହିଁଥାନ୍ତି କି ମନୁଷ୍ୟ ହେବା। ମନୁଷ୍ୟଙ୍କୁ ବହୁତ ଗୁଡାଏ ପରିସ୍ଥିତି ଦେଇ ବ୍ୟତୀତ କରିବାକୁ ପଡିଥାଏ। ପ୍ରତ୍ୟକ ମନୁଷ୍ୟ ନିଜ ଜୀବନରେ ସଫଳତା ପାଇବା ପାଇଁ ବହୁତ ଟଙ୍କା ରୋଜଗାର କରିବା ପାଇଁ ବହୁତ ପରିଶ୍ରମ କରିଥାଏ। ଯାହା ଦ୍ୱାରା ସେ ନିଜର ଏବଂ ନିଜର ପରିବାରର ଆବଶ୍ୟକତାକୁ ପୂରଣ କରି ପାରିବ।

ଯେତେବେଳେ ଅଧିକ ପରିଶ୍ରମ କରିବା ପରେ ମଧ୍ୟ ଧନ ଆସିନଥାଏ ତ ଅଧିକ ସମସ୍ୟା ଆସିଥାଏ ଏବଂ ମାନସିକ ଚିନ୍ତା ଆସିଥାଏ ତ ଏମିତିରେ ଅକ୍ଷୟା ତୃତୀୟାର ଶୁଭ ଦିନରେ ଏମିତି କିଛି ଜିନିଷ ଘରକୁ ଆଣନ୍ତୁ ଯାହା ଦ୍ୱାରା ଆପଣଙ୍କ ଭାଗ୍ୟ ଚମକି ଉଠିବ। ଏହି ଦିନ ସର୍ଵସିଦ୍ଧି ଯୋଗ ବନିଥାଏ। ଏହି ଦିନ ବିଶେଷ ଉପାୟରେ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ। ଏହି ଦିନ ବହୁତ ଜିନିଷ କିଣା ଯାଇଥାଏ ଯେମିତିକି ସୁନା କିଣା ଯାଇଥାଏ କିନ୍ତୁ ସମସ୍ତେ ତ ସୁନା ଜିନିଷ କିଣି ପାରିବେ ନାହିଁ ତ ସେଥିପାଇଁ ଆଜି ଆମେ କିଛି ଖାସ ଜିନିଷ ବିଷୟରେ ଜଣେଇବୁ ଯାହାକୁ ଯଦି ନିଜ ଘରକୁ ନେଇ ଆସିବେ ତ ଧନର କମି ହେବ ନାହିଁ।

ହଳଦିଆ ସୋରିଷର ଦାନା। ଯଦି ଏହାକୁ ଅକ୍ଷୟା ତୃତୀୟା ଦିନ କିଣି କରି ଆଣିବେ କିମ୍ବା ଆପଣଙ୍କ ଘରେ ପ୍ରଥମରୁ ଅଛି ତ ପୂଜା ସ୍ଥାନରେ ରଖିଦିଅନ୍ତୁ ଏମିତି କଲେ ମା ଲକ୍ଷ୍ମୀଙ୍କ କୃପା ବର୍ଷା ହୋଇଥାଏ ଏବଂ ପୂଜା ପରେ ଏହାକୁ କପଡ଼ାରେ ବାନ୍ଧି କରି ସମ୍ଭାଳି କରି ରଖିଦିଅନ୍ତୁ ନଜର ଦୋଷରୁ ବି ବଞ୍ଚି ରହିବେ।

ସିଂଦ୍ଧା ଲୁଣ। ଏହି ଦିନ ଯଦି ସିଂଦ୍ଧା ଲୁଣ ଘରକୁ ଆଣନ୍ତି ତ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାକୁ ହୋଇଥାଏ କି ଏହି ଲୁଣର ସେବନ ଅକ୍ଷୟା ତୃତୀୟା ଦିନ କରିବେ ନାହିଁ।

କପା ତୁଳା। ଯଦି ଆପଣ ଅକ୍ଷୟା ତୃତୀୟା ଦିନ ଅଳ୍ପ ବି କପା ତୁଳା କିଣି କରି ଆଣନ୍ତି ଏବଂ ନିୟମିତ ଭାବେ ପୂଜାରେ ଏହାକୁ ବ୍ୟବହାର କରନ୍ତି ତ ଏହା ଦ୍ୱାରା ଧନ ଆସିଥାଏ। ଧନର ବର୍ଷା ହୋଇଥାଏ। ମା ଲକ୍ଷ୍ମୀଙ୍କ କୃପା ବର୍ଷା ହୋଇଥାଏ।

ଫଳ। ଫଳର ସେବନ ବି ଏହି ମୌସୁମୀରେ କରିବା ବି ଉଚିତ। ଅକ୍ଷୟା ତୃତୀୟା ଦିନ ଯଦି ଆପଣ ଫଳ କିଣି କରି ଆଣନ୍ତି ତ ଜୀବନରେ ଖୁସି ଆସିଥାଏ। କୌଣସି ବି ଫଳ ଆପଣ କିଣି ପାରନ୍ତି।

ମାଟିର ଦୀପ। ଏହାକୁ ସୁନା ସହିତ ତୁଳନା କରାଯାଇଛି। ଯଦି ଅକ୍ଷୟା ତୃତୀୟା ଦିନ ମାଟିର ଦୀପ ଆଣନ୍ତି ତ ନିୟମିତ ଭାବେ ଏହାକୁ ଜଳାନ୍ତି ତ ଆପଣଙ୍କ ଜୀବନରେ ଖୁବ ପଇସା ଆସିବ। ଧନ ଆସିବ ଏବଂ ଏହି ୫ଟି ଜିନିଷ ଅକ୍ଷୟା ତୃତୀୟା ଦିନ କିଣନ୍ତି ତ ଆପଣଙ୍କ ଭାଗ୍ୟ ଉଜ୍ଵଳ ହୋଇଯିବ।

ଏହା ବ୍ୟତୀତ ଶଙ୍ଖ ଅଛି ଗୋମତି ଚକ୍ର ଅଛି କଉଡ଼ି ଅଛି। ଏହିସବୁ ମଧ୍ୟ ଚାହିଁଲେ କିଣି ପାରିବେ।

ଅକ୍ଷୟା ତୃତୀୟା ଦିନ ଯଦି ଆପଣ ନିଜର ରାଶି ଅନୁସାରେ ଜିନିଷ ଆଣିବେ ତ ଖୁସି ବଢିବ।

ମେଷ ରାଶି। ଏହି ରାଶିର ଜାତକ ଏହି ଦିନ ମସୁର ଡାଲି କିଣିବା ଉଚିତ। ଏହା ଦ୍ବାରା ଆପଣଙ୍କ ସୂର୍ଯ୍ୟଙ୍କୁ ବଳ ମିଳିବ। ଜୀବନରେ ଚତୁର୍ପାର୍ଶ୍ଵରେ ଆପଣଙ୍କର ଜୟ ଜୟ କାର ହେବ।

ବୃଷ ରାଶି। ଏହି ରାଶିର ଇଷ୍ଟ ଦେବୀ ସ୍ୱୟଂ ମା ଲକ୍ଷ୍ମୀ ଅଟନ୍ତି। ଏହି ଦିନ ଆପଣଙ୍କୁ ଚାଉଳ କିଣିବା ଉଚିତ। ଏମିତି କରିଲେ ଧନର ଦେବୀ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ।

ମିଥୁନ ରାଶି। ଏହି ରାଶିର ସ୍ୱାମୀ ହେଉଛନ୍ତି ବୁଧ ଦେବ। ଆପଣଙ୍କୁ ସବୁଜ ମୁଗ କିଣିବା ଉଚିତ। ସେମିତିରେ ଆପଣ ଧନିଆ କିମ୍ବା କପଡା ବି କିଣି ପାରିବେ। ଏଥିପାଇଁ ଏହି ଦିନ ସବୁଜ ମୁଗ ନିଶ୍ଚୟ କିଣିବେ। ଯେଉଁ ଜିନିଷ ବି ଘରକୁ ଆଣିବେ ପର ଦିନ ନିଶ୍ଚୟ ଖାଇନେବେ।

କର୍କଟ ରାଶି। ଏହି ରାଶିର ଜାତକଙ୍କୁ ଚାଉଳ ଏବଂ କ୍ଷୀର କିଣିବା ଉଚିତ। କ୍ଷୀର ଚାଉଳରେ ଖିରି ବନେଇ ଖାଇପାରିବେ।

ସିଂହ ରାଶି। ଏହି ରାଶିର ସ୍ୱାମୀ ସ୍ୱୟଂ ସୂର୍ଯ୍ୟଦେବ ଅଟନ୍ତି। ଏଥିପାଇଁ ଆପଣଙ୍କୁ ଲାଲ ରଙ୍ଗର ଫଳ କିଣିବା ଉଚିତ। ଏହା ବ୍ୟତୀତ ତମ୍ବା ଜିନିଷ ମଧ୍ୟ କିଣି ପାରିବେ କିମ୍ବା ଲାଲ ରଙ୍ଗର ଫଳ କିଣି ନିଅନ୍ତୁ। ଏହା ଦ୍ବାରା ଆପଣଙ୍କ ସୂର୍ଯ୍ୟଦେବଙ୍କୁ ବଳ ମିଳିବ ଏବଂ ଜୀବନରେ ଖୁସି।

କନ୍ୟା ରାଶି। ଏହି ରାଶିର ଜାତକଙ୍କୁ ମୁଗ ଡାଲି କିଣିବା ଉଚିତ। ଏମିତି କରିବା ଦ୍ୱାରା ଜୀବନରେ ସୁଖ ଶାନ୍ତି ବନି ରହିଥାଏ।

ତୁଳା ରାଶି। ଏହି ରାଶିର ସ୍ୱାମୀ ସ୍ଵୟଂ ଶୁକ୍ର ଅଟନ୍ତି। ଆପଣ ଚିନି ଏବଂ ଚାଉଳ ଅକ୍ଷୟା ତୃତୀୟା ଦିନ ନିଶ୍ଚୟ କିଣନ୍ତୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଜିନିଷକୁ କିଣିଲେ ଆପଣଙ୍କ ଜୀବନରେ ଖୁସି ଆସିବ ଧନର ବୃଦ୍ଧି ହେବ।

ବିଛା ରାଶି। ଏହି ରାଶିର ଜାତକଙ୍କୁ ଗୁଡ଼ କିମ୍ବା ପାଣି କିଣିବା ଉଚିତ। ଏହା ଆପଣଙ୍କ ପାଇଁ ବହୁତ ଶୁଭ ରହିଥାଏ। ଗୁଡିକୁ ଭୋଗ ଲଗାଇ ପ୍ରସାଦ ଭାବେ ସେବନ କରନ୍ତୁ।

ଧନୁ ରାଶି:- ଏହି ରାଶିର ସ୍ୱାମୀ ସ୍ଵୟଂ ଦେବଗୁରୁ ବୃହସ୍ପତି ଅଟନ୍ତି। ଆପଣଙ୍କୁ କଦଳୀ କିମ୍ବା ହଳଦିଆ ଚାଉଳ କିଣିବା ଉଚିତ। ଏହା ଦ୍ବାରା ପୁରା ବର୍ଷ ସାରା ଖୁସିର ବର୍ଷା ହେବ। ଜୀବନରେ କୌଣସି କଷ୍ଟ ଆସିବ ନାହିଁ। ସନ୍ତାନ ସୁଖ ମିଳିବ।

ମକର ରାଶି। ଏହି ରାଶିର ଜାତକ କଳା ଡାଲି କିଣିବା ଉଚିତ ନଚେତ ଚାହିଁଲେ ଦହି ମଧ୍ୟ ଦହି ମଧ୍ୟ କିଣି ପାରିବେ। ଏହା ଦ୍ବାରା ଆପଣଙ୍କୁ ଦୁଇ ଗୁଣା ଲାଭ ମିଳିବ।

କୁମ୍ଭ ରାଶି। ଆପଣଙ୍କୁ କଳା ତିଳ କିମ୍ବା କପଡା କିଣିବା ଉଚିତ। ଆପଣ ଯେକୌଣସି ରଙ୍ଗର କପଡ଼ା କିଣି ପାରିବେ କିନ୍ତୁ କଳା ତିଳ କିଣି ଆଣନ୍ତୁ ଏବଂ ପୂଜାରେ ବ୍ୟବହାର କରନ୍ତୁ। ଆପଣଙ୍କ ଜୀବନରେ ଖୁସି ଆସିବ।

ମୀନ ରାଶି। ଏହି ରାଶିର ଜାତକଙ୍କୁ ହଳଦୀ କିମ୍ବା ଚଣା ଡାଲି କିଣିବା ଉଚିତ। କାରଣ ଏହି ରାଶିର ସ୍ୱାମୀ ଦେବଗୁରୁ ବୃହସ୍ପତି ଏବଂ ଏହି ଜିନିଷ କିଣିଲେ ଜୀବନରେ ଖୁସି ମିଳିଥାଏ ଏବଂ ପୁଣ୍ୟ ପ୍ରାପ୍ତି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *