Excuse Me Odisha

ଯାହା କହିବୁ ସତ କହିବୁ

ପଣା ସଂକ୍ରାନ୍ତି ଦିନ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ୫ଟି କାର୍ଯ୍ୟ, ନଚେତ ହୋଇପାରେ ସର୍ବନାଶ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଦିନ ପ୍ରତ୍ୟେକ ଓଡିଆ ଲୋକମାନେ ଓଡିଆ ନବବର୍ଷ ଭାବରେ ପାଳନ କରିଥାନ୍ତି। ପଣା ସଂକ୍ରାନ୍ତିକୁ ହିନ୍ଦୁଧର୍ମରେ ବହୁତ ଧୂମଧାମରେ ପାଳନ କରାଯାଏ। ଚଳିତ ବର୍ଷ ଏପ୍ରିଲ ମାସ ୧୪ ତାରିଖରେ ପଣା ସଂକ୍ରାନ୍ତି ପାଳିତ ହେବାକୁ ଯାଉଛି। ଅନେକ ସ୍ଥାନରେ ଏହାକୁ ଛତୁଆ ବା ଠେକି ସଙ୍କ୍ରାନ୍ତି ବୋଲି ମଧ୍ୟ କୁହାଯାଏ। ଏହିଦିନ ଛୋଟ ମାଠିଆରେ ପଣା ରଖି ଠେକିରେ ଟଙ୍ଗା ଯାଇଥାଏ। ଏଥିରୁ ଝରୁଥିବା ପାଣି ବର୍ଷା ହେବାକୁ ସୂଚାଇ ଥାଏ। ଏହି ଠେକିକୁ ବସୁନ୍ଧରା ଠେକି ମଧ୍ୟ କୁହାଯାଇଥାଏ।

ଏହି ସଂକ୍ରାନ୍ତି ଦିନ ଲୋକେ ବେଲ ଓ ଛତୁଆ ଖାଇଥାନ୍ତି। ଏହିଦିନ ହନୁମାନ ଜୟନ୍ତୀ ମଧ୍ୟ ପାଳନ କରାଯାଏ। ତେବେ ଏହିଦିନ ଏପରି କିଛି କାର୍ଯ୍ୟ କରିବା ଉଚିତ ନୁହେଁ, ଯାହାଦ୍ଵାରା ଜୀବନରେ ଅନେକ କଠିନ ପରିସ୍ଥିତି ସୃଷ୍ଟି ହୋଇଥାଏ। କହିବାକୁ ଗଲେ ପଣା ସଂକ୍ରାନ୍ତି ଦିନ ପ୍ରଭୁ ହନୁମାନଙ୍କର ଜୟନ୍ତୀ ପାଳନ କରାଯାଏ। ଯାହାର ବିଶେଷ ମହତ୍ଵ ରହିଛି। ତେବେ ଆସନ୍ତୁ ସେହି ଭୁଲ କାର୍ଯ୍ୟ ବିଷୟରେ ଜାଣିବା, ଯାହା କରିବା ଅନୁଚିତ ଅଟେ।

୧/ ସମ୍ବନ୍ଧ ରଖିବା:-

ପଣା ସଂକ୍ରାନ୍ତି ଦିନ କାହା ସହିତ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ। ନଚେତ ପ୍ରଭୁ ହନୁମାନ ଆପଣଙ୍କ ଉପରେ କ୍ରୋଧିତ ହୋଇଯିବେ। ମାନ୍ୟତା ରହିଛି କି ଏହିଦିନ ଶାରୀରିକ ସମ୍ପର୍କ ସ୍ଥାପନ କରିବା ଦ୍ଵାରା ସନ୍ତାନ ବିଳାଙ୍ଗ ହୋଇ ଜନ୍ମ ହେବାର ସମ୍ଭାବନା ରହିଥାଏ। ଏଥିପାଇଁ ଏହିଦିନ ଆପଣଙ୍କୁ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦାନ କରିବା ଉଚିତ। ନଚେତ ଆପଣଙ୍କ ଜୀବନରେ ଭୟଙ୍କର ବିପଦ ମାଡି ଆସିପାରେ।

୨/ କ୍ଷୀର ଜାତୀୟ ଖାଦ୍ୟ:-

ମହା ବିଷୁବ ପଣା ସଙ୍କ୍ରାନ୍ତି ଦିନ କ୍ଷୀରରେ ପ୍ରସ୍ତୁତ ହୋଇଥିବା କୌଣସି ଜିନିଷ ଘରକୁ ଆଣିବା ଉଚିତ ନୁହେଁ। ଏହିଦିନ କ୍ଷୀରରେ ତିଆରି ହୋଇଥିବା ମିଠା, ରାବିଡି ଇତ୍ୟାଦି ସେବନ କରିବା ଉଚିତ ନୁହେଁ। କ୍ଷୀରକୁ ଚନ୍ଦ୍ରଙ୍କର କାରକ ବୋଲି ମାନା ଯାଇଛି। ଏହା ବ୍ଯତୀତ ମଙ୍ଗଳ ଗ୍ରହ ଓ ଚନ୍ଦ୍ର ଗ୍ରହ ପରସ୍ପର ବିରୋଧୀ ଅଟନ୍ତି। ଏଥିପାଇଁ ଏହିଦିନ କ୍ଷୀର ବା କ୍ଷୀର ଜାତୀୟ ଦ୍ରବ୍ୟ ସେବନ କରିବା ଉଚିତ ନୁହେଁ। ନଚେତ ଆପଣଙ୍କୁ ଅନେକ କ୍ଷତି ସହିବାକୁ ପଡିପାରେ।

୩/ ଲୁହା ଜିନିଷ:-

ମହାବିଷୁବ ସଂକ୍ରାନ୍ତି ବା ପଣା ସଙ୍କ୍ରାନ୍ତି ଦିନ କୌଣସି ଲୁହା ଜାତୀୟ ଜିନିଷ କିଣିବା ଅଶୁଭ ମାନା ଯାଇଥାଏ। ଏହିଦିନ ଧାର ଥିବା ବସ୍ତୁ ଯେପରି ଛୁରୀ, ବ୍ଲେଡ ଆଦି କିଣିବା ଉଚିତ ନୁହେଁ।ଏହାସହିତ ଏହିଦିନ ନଖ ବା କେଶ ମଧ୍ୟ କାଟିବା ଉଚିତ ନୁହେଁ। ନଚେତ ପ୍ରଭୁ ହନୁମାନ ଆପଣଙ୍କ ଉପରେ କ୍ରୋଧିତ ହୋଇ ପାରନ୍ତି।

୪/ ଆମିଷ ଖାଇବା ଉଚିତ ନୁହେଁ:-

ପବିତ୍ର ପଣା ସଙ୍କ୍ରାନ୍ତି ଦିନ ମଦ୍ୟପାନ ବା ଆମିଷ ସେବନ କରିବା ଉଚିତ ନୁହେଁ।ନଚେତ ପ୍ରଭୁ ହନୁମାନଙ୍କ କ୍ରୋଧିତ ହୋଇ ଯାଇଥାନ୍ତି। ଯେଉଁ ଲୋକମାନେ ଏହି ପବିତ୍ର ଦିନରେ ମଦ୍ୟପାନ ବା ଆମିଷ ଭୋଜନ କରିଥାନ୍ତି, ସେମାନେ ଜୀବନରେ ଅନେକ ସମସ୍ୟାର ସମୁଖୀନ ହୋଇଥାନ୍ତି। ଏହାସହିତ ଏହିଦିନ କଳା ବସ୍ତ୍ର ମଧ୍ୟ ଧାରଣ କରିବା ଉଚିତ ନୁହେଁ। କାରଣ କଳା ରଙ୍ଗ ନକାରାତ୍ମକ ଶକ୍ତିର ପ୍ରତୀକ ହୋଇଥାଏ। ତେଣୁ ଏଭଳି ଭୁଲ କରିବାରୁ ବଞ୍ଚିତ ହୁଅନ୍ତୁ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା, ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ, ତେବେ ଏହାକୁ ସମସ୍ତଙ୍କୁ ନିଶ୍ଚିତ ଭାବରେ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *