Excuse Me Odisha

ଯାହା କହିବୁ ସତ କହିବୁ

ଚୈତ୍ର ନବରାତ୍ରି ସମୟରେ ଭୁଲରେ ମଧ୍ୟ ପିନ୍ଧନ୍ତୁ ନାହିଁ ଏହି ପୋଷାକ ! ନଚେତ ଦେବୀ ଦୁର୍ଗା କ୍ରୋଧିତ ହୋଇଯିବେ !

ସେୟାର୍ କରନ୍ତୁ

ଚୈତ୍ର ନବରାତ୍ରି ସମୟରେ କିଛି କଥା ଉପରେ ଧ୍ୟାନ କେନ୍ଦ୍ରିତ କରିବା ନିହାତି ଜରୁରୀ ଅଟେ। ନଚେତ ଦେବୀ ଦୁର୍ଗା କ୍ରୋଧିତ ହୋଇ ଯାଇଥାନ୍ତି। ଏଥିରେ ପୂଜା ସମୟରେ କେଉଁ ରଙ୍ଗର ପୋଷାକ ପିନ୍ଧିବା ଉଚିତ, ତାହା ମଧ୍ୟ ସାମିଲ ରହିଛି।

– ନବରାତ୍ରି ସମୟରେ ପିନ୍ଧନ୍ତୁ ନାହିଁ କଳା ରଙ୍ଗର ପୋଷାକ।

– ହୋଇପାରେ କ୍ଷତି।

– କଳା କପଡା ନକରାତ୍ମକତାର ପ୍ରତୀକ ହୋଇଥାଏ।

ଚୈତ୍ର ନବରାତ୍ରି ଏପ୍ରିଲ ୨ ତାରିଖ ଶନିବାର ଠାରୁ ଆରମ୍ଭ ହୋଇ ସାରିଛି। ନବରାତ୍ରିର ୯ ଦିନ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କର ୯ଟି ରୂପକୁ ପୂଜାର୍ଚ୍ଚନା କରାଯାଏ। ମାନ୍ୟତା ରହିଛି କି ବିଧିବିଧାନ ଦ୍ଵାରା ଦେବୀ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କଲେ ସମସ୍ତ ଅଭିଳାଷା ପୂରଣ ହୋଇଥାଏ। ଦେବୀ ଦୁର୍ଗାଙ୍କ କୃପାରୁ ଭକ୍ତ ମାନଙ୍କୁ ଆତ୍ମବିଶ୍ବାସ ଓ ସୁଖଶାନ୍ତି ପ୍ରାପ୍ତ ହୋଇଥାଏ। କିନ୍ତୁ ଏହି ସମୟରେ ଦେବୀଙ୍କର ପୂଜାର୍ଚ୍ଚନା କରିବା ସହିତ କିଛି ବିଶେଷ କଥା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଜରୁରୀ ଅଟେ। ଯେପରି ଦେବୀଙ୍କୁ ପୂଜା କରୁଥିବା ସମୟରେ କେଉଁ ରଙ୍ଗର ପୋଷାକ ପରିଧାନ କରିବା ଉଚିତ, ସେହି ବିଷୟରେ ଜାଣି ରଖିବା ଉଚିତ।

ନବରାତ୍ରିରେ କଳା ପୋଷାକ ପିନ୍ଧନ୍ତୁ ନାହିଁ :-

କେବେବି ନବରାତ୍ରି ପୂଜା ସମୟରେ କଳା ରଙ୍ଗର ବସ୍ତ୍ର ପରିଧାନ କରିବା ଉଚିତ୍ ନୁହେଁ। କାରଣ ଦେବୀ ଦୁର୍ଗାଙ୍କୁ କଳା ରଙ୍ଗ ପସନ୍ଦ ନୁହେଁ। ଏହାସହିତ କଳା ରଙ୍ଗ ନକାରାତ୍ମକ ଉର୍ଜା ବୃଦ୍ଧି କରିଥାଏ। ତେଣୁ ଏହି ସମୟରେ ଲାଲ ବା ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିବା ଉଚିତ

ଏହି ବସ୍ତ୍ର ପରିଧାନ କରନ୍ତୁ :-

ଏହି ନବରାତ୍ରି ସମୟରେ ବା ଦେବୀ ଦୁର୍ଗାଙ୍କୁ ପୂଜା କରିବା ସମୟରେ ସବୁଜ, ଲାଲ, କେଶର ଆଦି ରଙ୍ଗର ପୋଷାକ ପରିଧାନ କରନ୍ତୁ।ଏହାଦ୍ଵାରା ଦେବୀ ଦୁର୍ଗା ଆପଣଙ୍କ ଉପରେ ପ୍ରସନ୍ନ ରହିବେ ଏବଂ କୃପା ଦୃଷ୍ଟି ରଖିବେ। ଏହାସହିତ ଆପଣ ସୂତା ଲୁଗା ପରିଧାନ କରି ପାରିବେ। କାରଣ ସୂତା ବହୁତ ଆରାମଦାୟକ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *