Excuse Me Odisha

ଯାହା କହିବୁ ସତ କହିବୁ

ମାର୍ଚ୍ଚ ୧୫ରୁ ବଦଳିବାକୁ ଯାଉଛି ଏହି ୪ ଗୋଟି ରାଶିର ଭାଗ୍ୟ, ଭଗବାନ ସୂର୍ଯ୍ୟଙ୍କ କୃପାରୁ ହେବ ଧନସମ୍ପତ୍ତି ପ୍ରାପ୍ତ !

ସେୟାର୍ କରନ୍ତୁ

ସୂର୍ଯ୍ୟ ଗ୍ରହକୁ ଆକାଶମଣ୍ଡଳରେ ଥିବା ସମସ୍ତ ଗ୍ରହ ମାନଙ୍କ ମଧ୍ୟରେ ଅଧିକ ଗୁରୁତ୍ବ ମାନା ଯାଇଥାଏ। କାରଣ ସୂର୍ଯ୍ୟଙ୍କୁ ଗ୍ରହ ମାନଙ୍କର ରାଜା କୁହାଯାଇଥାଏ। ସୂର୍ଯ୍ୟ ପ୍ରତ୍ୟେକ ମାସରେ ନିଜ ରାଶି ପରିବର୍ତ୍ତନ କରିଥାନ୍ତି, ଏହାକୁ ସଂକ୍ରାନ୍ତି କୁହାଯାଏ। ଏହି ମାର୍ଚ୍ଚ ମାସ ୧୪ ଓ ୧୫ ତାରିଖରେ ରାତ୍ରି ସମୟରେ ସୂର୍ଯ୍ୟ କୁମ୍ଭ ରାଶିରୁ ମୀନ ରାଶିକୁ ପ୍ରବେଶ କରିବାକୁ ଯାଉଛନ୍ତି ଏବଂ ଏପ୍ରିଲ ୧୪ ତାରିଖ ସକାଳ ୮ ଘଟିକା ୫୬ ମିନିଟ ପର୍ଯ୍ୟନ୍ତ ବିରାଜିତ ରହିବେ। ସୂର୍ଯ୍ୟ ଗ୍ରହର ଏହି ରାଶି ପରିବର୍ତ୍ତନ ରାଶିଚକ୍ରରେ ଥିବା ସମସ୍ତ ରାଶି ଉପରେ ଅଲଗା ପ୍ରଭାବ ପକାଇଥାଏ। ଏବେ ମୀନ, ସୂର୍ଯ୍ୟ ଗ୍ରହର ମିତ୍ର ରାଶି ଅଟେ। ତେଣୁ ଆସୁଥିବା ସମୟରେ ୪ ଗୋଟି ବିଶେଷ ରାଶିର ଭାଗ୍ୟ ପରିବର୍ତ୍ତନ ହୋଇଯିବ।

ବୃଷ ରାଶି :-

ସୂର୍ଯ୍ୟର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଆପଣ ବ୍ୟବସାୟରେ ଅଧିକ ଲାଭବାନ ହେବେ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଘରର ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଯଦି ଆପଣ କୌଣସି ସ୍ଥାନରେ ଟଙ୍କା ନିବେଶ କରିବାକୁ ଚାହୁଁଛନ୍ତି, ତାହେଲେ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ଅଟେ। ପ୍ରେମ ମାମଲାରେ ସଫଳତା ମିଳିବ।

ମିଥୁନ ରାଶି :-

ସୂର୍ଯ୍ୟର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଆପଣଙ୍କୁ ଆଶାନୁରୂପ ଚାକିରି ମିଳିବାର ଯୋଗ ରହିଛି। ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯଦି ଇଛା ରଖିଛନ୍ତି, ତାହେଲେ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣଙ୍କ ବ୍ୟବସାୟରେ ବିସ୍ତାର ହେବ। ପରିବାର ଲୋକେ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ।

କର୍କଟ ରାଶି :-

ସୂର୍ଯ୍ୟ ଗ୍ରହର ରାଶି ପରିବର୍ତ୍ତନ ଯୋଗୁଁ ଏହି ରାଶିର ଲୋକଙ୍କ ଉପରେ ଶୁଭ ପ୍ରଭାବ ପଡ଼ିବାକୁ ଯାଉଛି। ଏହି ମାସ ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ଆପଣ ଯେଉଁ କାର୍ଯ୍ୟ କରିବେ, ସବୁଥିରେ ସଫଳତା ହାସଲ କରିବେ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ପରିବାରରେ ସୁଖଶାନ୍ତିର ବାତାବରଣ ଲାଗି ରହିବ। ଧନଲାଭ ହେବାର ଯୋଗ ରହିଛି।

ଧନୁ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟର ରାଶି ପରିବର୍ତ୍ତନ ଲାଭଦାୟକ ସାବ୍ୟସ୍ତ ହେବ। ଧର୍ମ କାର୍ଯ୍ୟ ପ୍ରତି ଆପଣଙ୍କର ରୁଚି ବଢିବ। ଘରେ ସୁଖଶାନ୍ତି ବିଦ୍ୟମାନ ହେବ। ଆୟର ସାଧନ ବୃଦ୍ଧି ହେବ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। ବ୍ୟବସାୟ ମାମଲାକୁ ନେଇ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ପ୍ରେମରେ ସଫଳତା ମିଳିବ। ଆୟରେ ବୃଦ୍ଧି ହେବ।

ଯେଉଁ ରାଶି ଗୁଡ଼ିକର ନାମ ନାହିଁ, ସେହି ରାଶିର ଲୋକେ ନିରାଶ ହୁଅନ୍ତୁ ନାହିଁ।ଯଦି ଆପଣ ପ୍ରତ୍ୟେକଦିନ ସକାଳେ ସ୍ନାନ ସାରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବେ, ତାହେଲେ ଆପଣଙ୍କୁ ନିଶ୍ଚିତ ଲାଭ ପ୍ରାପ୍ତ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *