Excuse Me Odisha

ଯାହା କହିବୁ ସତ କହିବୁ

ହୋଲିରେ ନିଶ୍ଚୟ କରନ୍ତୁ ଏହି କାମ,ସଫଳତା ମିଳିବା ସୁନିଶ୍ଚିତ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ହୋଲିରେ ନିଶ୍ଚୟ କରନ୍ତୁ ଏହି କାମ ଉନ୍ନତି ହେବ।

ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କଣ ସେହି ନିୟମ ଅଛି କଣ ସେହି କାମ ଅଛି ହୋଲିର ଦାହନ ଦିନ କରିବା ଉଚିତ ନୁହେଁ। ନଚେତ ଏହି ହୋଲି ଆପଣଙ୍କ ପାଇଁ ଭାରି ପଡିପାରେ। ଏହା ସହିତ ଜାଣିବା ହୋଲିରେ ଏହି ୧ ଟି ଜିନିଷ ନିଶ୍ଚୟ ଆଣିବା ଦରକାର।

ଫାଲ୍ଗୁନ ମାସର ହୋଲିରେ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ଅତୁଟ ସମ୍ପର୍କ ରହିଛି। ବୃନ୍ଦାବନ ଗୋକୁଳ ମଥୁରାରେ ହୋଲିର ବର୍ଷାର ଏମିତି ଧ୍ଵନି ହୋଇଥାଏ ଯେମିତିକି ସାରା ଜଗତ ଭଗବାନ ଶ୍ରୀକୃଷ୍ଣଙ୍କ ରଙ୍ଗରେ ରଙ୍ଗୀନ ହୋଇଯାଇଛି।

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ଭଗବାନ ବିଷ୍ଣୁଙ୍କ ଅବତାର ଅଟେ ସେମିତି ହିଁ ନରସଂହ ଦେବ ବି ଭଗବାନ ବିଷ୍ଣୁଙ୍କ ଅବତାର ମାନାଯାଏ। ଯେଉଁଠି ଭଗବାନ ନରସଂହ ଖରାପର ଅନ୍ତର ଭଲର ବିଜୟ ମାନାଯାଏ। ଭଗବାନ ଶ୍ରୀକୃଷ୍ଣ ଏ ସମସ୍ତ ସଂସାରକୁ ବିଶ୍ୱ ଗୁରୁ ବି କୁହନ୍ତି। ଶାସ୍ତ୍ରରେ ହୋଲିରେ ଅନେକ ସାରା କଥା ଅଛି। ଏହା ତ ସମସ୍ତେ ଜାଣିଛନ୍ତି ହୋଲିର ଦାହନ ପ୍ରହ୍ଲାଦଙ୍କ ସ୍ମୃତିରେ ପାଳନ କରାଯାଏ

ହୋଲିର ଦାହନ ଦିନ ଘରର ଅଗଣାରେ ଅଗ୍ନି ଜଳାଯାଏ ଏବଂ ସେହି ଅଗ୍ନିରେ ଘରର ସମସ୍ତ ପ୍ରକାରର ଖରାପ ଏବଂ ନକରାତ୍ମକତାକୁ ନଷ୍ଟ କରାଯାଇ ଥାଏ। ସେଥିପାଇଁ ହୋଲିର ପର୍ବରେ ଘରର ଅଗଣାରେ ଅଗ୍ନି ନିଶ୍ଚୟ ଜଳାନ୍ତୁ। ଯଦି ସମ୍ଭବ ନୁହେଁ ତେବେ ଯେଉଁଠି ବି ହୋଲିର ଅଗ୍ନି ଜଳା ଯାଉଥିବ ସେହିଠାରେ ଯାଇ ପୂଜାର୍ଚ୍ଚନା କରନ୍ତୁ। ଶାସ୍ତ୍ରରେ ହୋଲିରେ ଦାହନ ଦିନ ଏମିତି କିଛି କାର୍ଯ୍ୟ କରିବାକୁ ବାରଣ କରାଯାଇଛି।

ଆସନ୍ତୁ ଜାଣିବା ହୋଲି ଦିନ କଣ କରିବା ଉଚିତ ନୁହେଁ।

ଗୋଟେ ପୁତ୍ରର ମା କୁ ହୋଲିର ଅଗ୍ନି ଜଳେଇବା ଉଚିତ ନୁହେଁ। ଶାସ୍ତ୍ର ଅନୁସାରେ ଯେଉଁ ମାଙ୍କର ଗୋଟେ ପୁତ୍ର ଥିବ ତାଙ୍କୁ ହୋଲିର ଦାହନର ଅଗ୍ନି ଜଳେଇବା ଉଚିତ ନୁହେଁ। ହୋଲି ଦିନ ଆପଣଙ୍କୁ ଉପବାସ କରିବା ଉଚିତ। ଏହା ଦ୍ବାରା ଆପଣଙ୍କ ପୁତ୍ର ଏବଂ ସ୍ୱାମୀଙ୍କ ପାଇଁ ଅଧିକ ଲାଭଦାୟକ ମାନାଯାଏ।

ଯେଉଁ ମା ଦୁଇଟି ପୁତ୍ରର ମା ସେମାନେ ହୋଲିର ଦାହନ ଜଳେଇ ପାରିବେ। ହୋଲି ଦିନ ନିଜ ମଥାକୁ ଯେତେ ସମ୍ଭବ ଢାଙ୍କି କରି ରଖିବା ଉଚିତ। କାରଣ ଏହି ଦିନ ଅଧିକ ମାତ୍ରାରେ କଳା ଯାଦୁ କରାଯାଇ ଥାଏ ସେଥିପାଇଁ ଏହି ଦିନ ମୁଣ୍ଡ ଖୋଲା କରି ରଖିଲେ ଅଧିକ ନକରାତ୍ମକ ଉର୍ଜା ଆପଣଙ୍କ ଉପରେ ପ୍ରବେଶ କରିଥାଏ। ଏଥିପାଇଁ ହୋଲି ଦିନ ମହିଳା ମାନଙ୍କୁ ନିଜ କେଶକୁ ବାନ୍ଧି କରି କିମ୍ବା ମଥାକୁ ଢାଙ୍କି କରି ରଖିବା ଉଚିତ। ରାତିରେ ଶୋଇବା ସମୟରେ ବି ମହିଳା ମାନଙ୍କୁ ନିଜ କେଶକୁ ଖୋଲା କରି ଶୋଇବା ଉଚିତ ନୁହେଁ।

ହୋଲି ଦିନ କାହାରିକୁ ଟଙ୍କା ଋଣ ଦିଅନ୍ତୁ ନାହିଁ। ନଚେତ ଆପଣଙ୍କ ଘରର ଧନର ହାନି ହୋଇଥାଏ ଏବଂ ମା ଲକ୍ଷ୍ମୀ ଆପଣଙ୍କ ଘରୁ ଚାଲିଯିବେ। ମାନାଯାଏ ଯେ ଏହି ଦିନ କରଜ ଦିଆଯାଇଥିବା ଟଙ୍କା ଫେରସ୍ତ ମିଳିନଥାଏ। ଯଦି ଟଙ୍କା ଋଣରେ ଦିଆଯାଏ ତ ଏହା ସହିତ ୧ ଟଙ୍କାର କଏନ ନିଶ୍ଚୟ ଦିଅନ୍ତୁ। ଏହା ଦ୍ବାରା ଅଶୁଭତ୍ୱ ନଷ୍ଟ ହୋଇଯାଇଥାଏ।

କୌଣସି ଗରିବ ଲୋକଙ୍କୁ ଏହି ଦିନ ଟଙ୍କା ଦାନ କରିପାରିବେ।

ହୋଲିର ଦାହନ ଦିନ ଗାଈକୁ ସବୁଜ ଘାସ ଖାଇବାକୁ ଦେବା ଶୁଭ ହୋଇଥାଏ।

ହୋଲିର ଦାହନ ଦିନ ମାଙ୍କ ଅପମାନ କରନ୍ତୁ ନାହିଁ। କେବେବି ମାଙ୍କ ଅପମାନ କରନ୍ତୁ ନାହିଁ। ଖାସ କରି ହୋଲିର ଦାହନ ଦିନ ମାଙ୍କ ଅପମାନ କରନ୍ତୁ ନାହିଁ। ଏମିତି କଲେ ଅଶୁଭ ହୋଇଥାଏ। ହୋଲି ଦିନ ସମସ୍ତେ ନିଜ ମାଙ୍କ ପାଇଁ ଉପହାର ନିଶ୍ଚୟ ଆଣିବା ଦରକାର ଆଉ ତାଙ୍କର ଆଶୀର୍ବାଦ ନେବା ଉଚିତ। ଏହା ଦ୍ବାରା ଜୀବନରେ ସମସ୍ୟା ଦୂର ହୋଇଯାଇ ଥାଏ।

ଆସନ୍ତୁ ଜାଣିବା ହୋଲିର ଦାହନ ଦିନ କେଉଁ ଜିନିଷ ଖାଇବା ଉଚିତ ନୁହେଁ। ଆଉ କଣ ଖାଇବା ଉଚିତ ହୋଇଥାଏ।

ଗହମ ଏବଂ ଗୁଡ଼ରେ ପ୍ରସ୍ତୁତ ମିଠା ରୋଟି। ଏହାକୁ ହୋଲିର ଦାହନର ଅଗ୍ନିରେ ସେକି ନେବେ ତ ଏହା ଦ୍ବାରା ଶୁଭ ଫଳ ମିଳିଥାଏ କାହିଁକିନା ଏମିତି ମାନ୍ୟତା ଅଛି ଯେ ହୋଲିର ଦାହନରେ ମିଠା ରୋଟିର ପ୍ରସାଦ ଆନନ୍ଦରେ ଗ୍ରହଣ କରିବା ଉଚିତ। ଏଥିପାଇଁ ଆପଣ ଏହି ରୋଟିକୁ ଅଗ୍ନିରେ ନିଶ୍ଚୟ ଅର୍ପଣ କରନ୍ତୁ। ଏହା ଆଶୀର୍ବାଦ ସ୍ୱରୂପ ଘରର ସମସ୍ତ ସଦସ୍ୟଙ୍କୁ ସୁଖ ସମୃଦ୍ଧି ମିଳିଥାଏ। ଏଥିପାଇଁ ହୋଲିର ଦାହନ ଦିନ ଅଗ୍ନିରେ ମିଠା ରୋଟିର ପ୍ରସାଦ ଅର୍ପଣ କରି ପୁରା ଘରର ସଦସ୍ୟଙ୍କୁ ରୋଟିର ପ୍ରସାଦକୁ ଖାଇବାକୁ ଦିଅନ୍ତୁ। ଯେବେ ଆପଣ ଅଗ୍ନିରେ ମିଠା ରୋଟି ଅର୍ପଣ କରିବେ ତ ସେହି ସମୟରେ ନିଜର ପାଦରେ ଚପଲ ରହିବା ଉଚିତ ନୁହେଁ। ନଚେତ ଏହା ଦ୍ବାରା ଅଗ୍ନିର ଅପମାନ ହୋଇଥାଏ।

ମିଠା ରୋଟି ଏବଂ ମାଖନ ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରିବା ଦ୍ୱାରା ଘରେ ଐଶ୍ୱର୍ଯ୍ୟର ପ୍ରାପ୍ତ ହୋଇଥାଏ ଏବଂ ସମସ୍ତ ପ୍ରକାରର ଦୁଃଖ ଦୂର ହୋଇଥାଏ।

ଏହି ଦିନ ଚଣା ଖାଇଲେ ଆପଣ ଶନିଦେବଙ୍କ କୁଦୃଷ୍ଟିର ପ୍ରଭାବ ଧୀରେ ଧୀରେ ସମାପ୍ତ ହେବାକୁ ଲାଗିଥାଏ। ଏହି ଦିନ କଳା ଚଣାର ଦାନ କଲେ ବ୍ୟକ୍ତିର ଦୁଃଖ ଦାରିଦ୍ର୍ୟତା ଏବଂ ନକରାତ୍ମକତା ଦୂର ହୋଇଥାଏ ଏବଂ ତାର ଅଟକି ରହିଥିବା କାମ ବି ହେବାକୁ ଲାଗିଥାର।

ଭଗବାନ ଶ୍ରୀକୃଷ୍ଣଙ୍କୁ ସବୁଠାରୁ ଅଧିକ ପ୍ରିୟ ହୋଇଥାଏ କ୍ଷୀର ଦହି ଘିଅ ଏବଂ ମହୁରେ ପ୍ରସ୍ତୁତ ପଞ୍ଚାମୃତ। ହୋଲିର ଦାହନରେ ଦ୍ୱିତୀୟ ଦିନ ଅର୍ଥାତ ଯେଉଁ ଦିନ ରଙ୍ଗର ହୋଲି ଖେଳାଯାଏ ସେହି ଦିନ ପ୍ରାତଃ କାଳରେ ସ୍ନାନ ଆଦି ସାରି ଭଗବାନ ଶ୍ରୀକୃଷ୍ଣଙ୍କୁ ଭୋଗ ଲଗାଇ ଘରର ସମସ୍ତ ସଦସ୍ୟଙ୍କୁ ସେହି ପଞ୍ଚାମୃତର ସେବନ କରାଇବା ଉଚିତ। ଏହା ଦ୍ବାରା ଆପଣଙ୍କ ଜୀବନରେ ବହୁତ ଉନ୍ନତି ହେବ ଆଉ ଘରର ସମସ୍ତ ସଦସ୍ୟଙ୍କୁ ବୈଭବ ଶାନ୍ତି ମୋକ୍ଷ ଏବଂ ଉନ୍ନତି ଏବଂ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।

ହୋଲିର ଦାହନ ଦିନ ଖାଇବାରେ ଧଳା ଜିନିଷର ସେବନ ଭୁଲରେ ବି କରନ୍ତୁ ନାହିଁ। କାରଣ ହୋଲିର ଦାହନ ଦିନ ନକରାତ୍ମକ ଉର୍ଜାର ପ୍ରଭାବ ଅଧିକ ହୋଇଥାଏ। ଆଉ ଧଳା ଜିନିଷ ନକରାତ୍ମକ ଶକ୍ତିକୁ ଶୀଘ୍ର ଆକର୍ଷିତ କରିଥାନ୍ତି। ଏଥିପାଇଁ ଶାସ୍ତ୍ର ଅନୁସାରେ ହୋଲିର ଦାହନ ଦିନ ଧଳା ରଙ୍ଗର ଜିନିଷର ଅଧିକ ସେବନ କରିବା ଉଚିତ ନୁହେଁ। ଏଥିପାଇଁ ଆପଣ ଏହିଦିନ କ୍ଷୀର ଦହି କଦଳୀ ଚାଉଳ ଏହିଭଳି ଜିନିଷର ସେବନ କରିବେ ନାହିଁ।

ଯଦି ଆପଣଙ୍କ ବ୍ୟବସାୟ ଭଲ ଚାଲୁନାହିଁ ଟଙ୍କାର ଅଭାବ ରହୁଛି। ଘରେ ସର୍ବଦା କ୍ଳେଶର ମାହଲ ବନି ରହୁଛି ତ ଏହି ଉପାୟ ନିଶ୍ଚୟ କରନ୍ତୁ ହୋଲିର ଦାହନ ଦିନ। ଆପଣ ହୋଲିର ଦାହନର ପୂଜା ପରେ ଅଳ୍ପ ପାଉଁଶ ଘରକୁ ଆଣନ୍ତୁ। ଏହାକୁ ବ୍ୟବସାୟର ସ୍ଥାନରେ ଅଳ୍ପ ଲୁଣ ସହିତ କୌଣସି କପଡ଼ାରେ ବାନ୍ଧି କରି ରଖିଦିଅନ୍ତୁ। ଯଦି ଘରେ ରଖିବାକୁ ଚାହୁଁଛନ୍ତି ତ ଗୋଟେ ଗମ୍ବଲାରେ ତୁଳସୀର ଗଛ ସହିତ ଏହାକୁ ମାଟିରେ ମିଶେଇ ଦିଅନ୍ତୁ ଆଉ ପ୍ରତିଦିନ ଏହାର ସାମ୍ନାରେ ଦୀପ ଜଳାନ୍ତୁ। ଏହା ଦ୍ବାରା ଘର ଉପରେ ନଜର ଦୋଷ ଏବଂ ତନ୍ତ୍ର ମନ୍ତ୍ରର ପ୍ରଭାବ ପଡିନଥାଏ। ଏହା ସହିତ ବ୍ୟବସାୟରେ ଆସୁଥିବା ସମସ୍ୟା ବି ସମାପ୍ତ ହୋଇଯାଇଥାଏ।

ଯଦି ଶତ୍ରୁ ଆପଣଙ୍କୁ ସମସ୍ୟା କରୁଛି କିମ୍ବା ଲମ୍ବା ସମୟରୁ ଆପଣଙ୍କ ରୋଗ ଠିକ ହୋଇ ପାରିନାହିଁ ତ ଆପଣ ଏହି ଉପାୟକୁ କରିପାରିବେ

ହୋଲିର ଦାହନର ପୂଜା ସମୟରେ ଗୋମତି ଚକ୍ର ଆଣି ଏହା ସହିତ ହୋଲିର ଦାହନର ଅଗ୍ନିର ପରିକ୍ରମା କରିବା ଉଚିତ।ପୂଜା ପରେ ଏହି ଗୋମତି ଚକ୍ରକୁ ଆପଣଙ୍କୁ ଅଗ୍ନିରେ ପକେଇ ଦେବାକୁ ହେବ। ଏହା ଦ୍ବାରା ଆପଣଙ୍କ ଉପରେ ଲାଗିଥିବା ଖରାପ ନଜର ଶତ୍ରୁ ଭୟ ଏବଂ ସମସ୍ତ ସମସ୍ୟା ଦୂର ହୋଇଯିବ।

ଏହି ଦିନ ଘରକୁ ମାଟିର କଳସ ନିଶ୍ଚୟ ଆଣିବାକୁ ହେବ। ହୋଲିରୁ ହିଁ ମୌସୁମୀ ବଦଳିବାକୁ ଲାଗିଥାଏ। ଏମିତିରେ ଯଦି ଆପଣ ଏହି ଦିନ ଘରକୁ ମାଟିର କଳସ ଗରମ ପାଇଁ ଆଣିବାକୁ ଚିନ୍ତା କରୁଛନ୍ତି ତ ହୋଲି ଦିନ ବହୁତ ଶୁଭ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *