Excuse Me Odisha

ଯାହା କହିବୁ ସତ କହିବୁ

ମହାଶିବ ରାତ୍ରୀରେ ଭଗବାନ ଶିବଙ୍କ ଲିଙ୍ଗରେ ଏହି ୫ ଟି ଜିନିଷ ଅର୍ପଣ କରନ୍ତୁ ନାହିଁ,ଭଗବାନ ଶିବ ହୋଇଥାନ୍ତି କ୍ରୋଧିତ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହାଶିବ ରାତ୍ରୀରେ ଭଗବାନ ଶିବ ଲିଙ୍ଗରେ ଏହି ୫ ଟି ଜିନିଷ ଅର୍ପଣ କରନ୍ତୁ ନାହିଁ ଭଗବାନ ଶିବ ହୋଇଥାନ୍ତି କ୍ରୋଧିତ।

ବନ୍ଧୁଗଣ ମହାଶିବ ରାତ୍ରୀର ଶୁଭ ମୁହୂର୍ତ୍ତ ବର୍ଷ ୨୦୨୨ର ୧ ମାର୍ଚ୍ଚ ମଙ୍ଗଳବାର ଦିନ ପାଳନ କରାଯିବ। ଚତୁର୍ଦଶି ଆରମ୍ଭ ହେବ ୧ ମାର୍ଚ୍ଚ ପ୍ରାତଃ କାଳ ୩:୧୬ ମିନିଟରେ ଚତୁର୍ଦଶି ସମାପ୍ତ ହେବ ୨ ମାର୍ଚ୍ଚ ପ୍ରାତଃ କାଳ ୧ ଟା ସମୟରେ। ନିଶ୍ଚିତ କାଳ ପୂଜାର ସମୟ ହେବ ରାତି ୧୨:୮ ମିନିଟ ଠାରୁ ନେଇ ରାତି ୧୨:୫୮ ମିନିଟ ପର୍ଯ୍ୟନ୍ତ।

ମହାଶିବ ରାତ୍ରୀ ପାଳନର ସମୟ ହେବ ୨ ମାର୍ଚ୍ଚ ସକାଳ ୬:୪୫ ମିନିଟ। ମହାଶିବ ରାତ୍ରୀର ଚାରି ପ୍ରହରରେ ବି ଭଗବାନ ଶିବଙ୍କ ପୂଜା କରିବା ଉଚିତ। ପରବର୍ତୀ ପ୍ରାତଃ କାଳ ବ୍ରାହ୍ମଣଙ୍କୁ ଦାନ ଦକ୍ଷିଣା ଦେଇ ବ୍ରତର ପାଳନ କରିବା ଉଚିତ। ମହାଶିବ ରାତ୍ରୀ ବ୍ରତର ନିୟମ। ବନ୍ଧୁଗଣ ଏହି ୫ ଟି ପାପ କେବେବି କରିବେ ନାହିଁ।

ଆସନ୍ତୁ ଜାଣିନେବା ମହାଶିବ ରାତ୍ରୀର ଏହି ପବିତ୍ର ଦିନରେ ଶିବ ଲିଙ୍ଗ ଉପରେ ଏହି ଜିନିଷ ଭୁଲରେ ବି ଅର୍ପଣ କରନ୍ତୁ ନାହିଁ। ନଚେତ ଜୀବନସାରା ଆପଣଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଆପଣଙ୍କ ବ୍ରତ ଭାଙ୍ଗି ଯାଇପାରେ। ଭଗବାନ ଶିବ ଅତ୍ୟନ୍ତ କ୍ରୋଧି ହୋଇପାରନ୍ତି। ଆସନ୍ତୁ ଜାଣିନେବା।

ତୁଳସୀ। ପୌରାଣିକ କଥା ଅନୁସାରେ ତୁଳସୀକୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନାଯାଇଛି। ମା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ପତ୍ନୀ ଅଟନ୍ତି। ଭଗବାନ ବିଷ୍ଣୁ ସାଳିଗ୍ରାମର ପୂଜାରେ ହିଁ ତୁଳସୀର ପ୍ରୟୋଗ କରାଯାଏ। କିନ୍ତୁ ଭଗବାନ ଶିବଙ୍କୁ ତୁଳସୀ ଅର୍ପଣ କରିବା ବର୍ଜିତ ଅଟେ। ଏହା ଆପଣଙ୍କୁ ପାପର ଭାଗିଦାର ବନେଇ ପାରେ। ଏମିତି ଅନର୍ଥ କେବେବି କରିବେ ନାହିଁ।

ସିନ୍ଦୁର। ସିନ୍ଦୁର ଏକ ପ୍ରକାରର ସିଙ୍ଗାର ବସ୍ତୁ ଅଟେ। ଯାହା ସବୁ ଦେବୀ ମାନଙ୍କୁ ଅର୍ପଣ କରାଯାଏ। କିନ୍ତୁ ଭଗବାନ ଶିବ ବୈରାଗୀ ଅଟନ୍ତି ଆଉ ମହାକାଲ ଅଟନ୍ତି। ଏଥିପାଇଁ ତାଙ୍କୁ ସିନ୍ଦୁର ଅର୍ପଣ କରାଯାଏ ନାହିଁ। ଏମିତି ପାପ କେବେବି କରିବେ ନାହିଁ।

ମହାଶିବ ରାତ୍ରୀର ପବିତ୍ର ଦିନରେ ଯେତେ ସମ୍ଭବ ଗେରୁଆ ରଙ୍ଗର ବସ୍ତ୍ର ପରିଧାନ କରିବା ଉଚିତ। ଏମିତି କଲେ ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି। ଏହି ଦିନ କଳା ରଙ୍ଗର ବସ୍ତ୍ର ପରିଧାନ କରିବା ଠାରୁ ଦୂରେଇ ରହିବା ଉଚିତ। ଏହି ଦିନ କଳା ରଙ୍ଗର ବସ୍ତ୍ର ପରିଧାନ କରି ମନ୍ଦିରକୁ ଯିବେ ନାହିଁ।

ହଳଦୀ। ସବୁ ଦେବୀ ଦେବତାଙ୍କ ପୂଜାରେ ହଳଦୀର ବ୍ୟବହାର କରାଯାଏ କିନ୍ତୁ ଏମିତି ମାନ୍ୟତା ଅଛି ଯେ ବିନାଶର ଦେବତା ଭଗବାନ ଶିବଙ୍କୁ ହଳଦୀ ଅର୍ପଣ କରିବା ଉଚିତ ନୁହେଁ। କାରଣ ହଳଦୀ ସୌଭାଗ୍ୟର ପ୍ରତୀକ ଅଟେ।

କେତକୀ ଫୁଲ। ପୌରାଣିକ କଥା ଅନୁସାରେ କେତକୀ ଫୁଲ ବି ଭଗବାନ ଶିବଙ୍କୁ ଅର୍ପଣ କରିବା ଉଚିତ ନୁହେଁ।

ନଡ଼ିଆ ପାଣି। ପୌରାଣିକ କଥା ଅନୁସାରେ ଭଗବାନ ଶିବ ଲିଙ୍ଗରେ ନଡ଼ିଆ ପାଣି ଢାଳିବା ଉଚିତ ନୁହେଁ। ଏହାକୁ ଶୁଭ ମାନାଯାଏ ନାହିଁ।

ଶଙ୍ଖ ପାଣି। ଭଗବାନ ଶିବ ଶଙ୍ଖ ଚୁଡ଼ ଅସୁରର ଵଧ କରିଥିଲେ। ଶଙ୍ଖକୁ ସେହି ଅସୁରର ପ୍ରତୀକ ମାନାଯାଏ। ଯିଏ ଭଗବାନ ବିଷ୍ଣୁଙ୍କର ଭକ୍ତ ଥିଲା। ଏଥିପାଇଁ ଭଗବାନ ବିଷ୍ଣୁଙ୍କ ପୂଜା ଶଙ୍ଖରେ ହିଁ ହୋଇଥାଏ କିନ୍ତୁ ଭଗବାନ ଶିବଙ୍କର ନୁହେଁ।

ତିଳ। ଏହା ଭଗବାନ ବିଷ୍ଣୁଙ୍କ ମଳିରୁ ଉତ୍ପନ ହୋଇଥିଲା। ଏଥିପାଇଁ ଏହି ମାନ୍ୟତା ଅଛି ଏଥିପାଇଁ ଭଗବାନ ଶିବଙ୍କୁ ଏହା ଅର୍ପଣ କରାଯାଏ ନାହିଁ।

ଭଙ୍ଗା ଚାଉଳ। ଭଗବାନ ଶିବଙ୍କୁ ଅକ୍ଷତ ଅର୍ଥାତ ଅରୁଆ ଚାଉଳ ଅର୍ପଣ କରିବାର ନିୟମ ଶାସ୍ତ୍ରରେ ଉଲ୍ଲେଖ ଅଛି। ଭଙ୍ଗା ଚାଉଳ ଅଖୁଣ୍ଣ ଏବଂ ଅଶୁଭ ହୋଇଥାଏ। ଏଥିପାଇଁ ଭଙ୍ଗା ଚାଉଳ ଭଗବାନ ଶିବଙ୍କୁ ଅର୍ପଣ କରିବେ ନାହିଁ। ଚାଉଳ ଅର୍ପଣ କରିବା ପୂର୍ବରୁ ଦେଖିନିଅନ୍ତୁ ଚାଉଳ ଭଙ୍ଗା ନହୋଇଥିବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *