Excuse Me Odisha

ଯାହା କହିବୁ ସତ କହିବୁ

ତାଲା ଓ ଚାବି ଦ୍ଵାରା ଭାଗ୍ୟ ଖୋଲିବାର ଚମତ୍କାରୀ ଉପାୟ !

ସେୟାର୍ କରନ୍ତୁ

କେବେ କେବେ ଭାଗ୍ୟ କ୍ରୋଧିତ ହୋଇଯାଇଥାଏ। ଆଉ କ୍ରୋଧିତ ଭାଗ୍ୟକୁ ମନେଇବା ପାଇଁ କ୍ରୋଧିତ ଭାଗ୍ୟର ପୁଣି ଥରେ ସାଥ ପାଇବା ପାଇଁ ଆମେ ବହୁତ ପ୍ରକାରର ପ୍ରୟୋଗ କରିଥାଉ। ଆଜି ଆମେ ଆପଣ ମାନଙ୍କୁ ଏକ ଛୋଟ ପ୍ରୟୋଗ ବିଷୟରେ ଜଣେଇବୁ ଚାବି ଆଉ ତାଲାକୁ ନେଇ।

ଆପଣ ବହୁତ ସାରା ଚାବି ଏବଂ ତାଲାର ପ୍ରୟୋଗ କରିଥିବେ କିନ୍ତୁ ଆଜି ଆମେ ଯେଉଁ ଉପାୟ ଆପଣଙ୍କୁ ଜଣେଇବୁ ତାର ରେଜଲ୍ଟ ଆପଣଙ୍କୁ ଗୋଟିଏ ଥରରେ ହିଁ ମିଳିଯିବ। ଏହାକୁ ପବିତ୍ର ମନରେ କରିବାକୁ ହେବ।

ଏହା ପାଇଁ ଆପଣଙ୍କୁ ଦରକାର ପଡିବ ଏକ ତାଲା ଏବଂ ଚାବି। ଏହି ତାଲା ଚାବି ଖୋଲା ନଥିବ ଆପଣ ନିଜେ ଖୋଲିବେ ନାହିଁ। କୌଣସି ବି ନୂତନ ତାଲା ବଜାରରୁ ଆଣିବେ। ଏମିତିକି ସେହି ଦୁକାନୀ ବି ସେହି ତାଲା ଚାବିକୁ ଯେମିତି ଖୋଲିବ ନାହିଁ। ବିନା ଖୋଲା ହୋଇଥିବା ତାଲା ଆଣିବେ। ରାତିରେ ଆପଣ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ଅର୍ଥାତ ତକିଆ ପାଖରେ ଏହାକୁ ରଖି ଶୋଇଯାଆନ୍ତୁ। ଏହି ପ୍ରୟୋଗ ଆପଣ କୌଣସି ବି ଶୁକ୍ରବାର ଶନିବାର କିମ୍ବା ରବିବାର ଦିନ ରାତିରେ କରିପାରନ୍ତି।

ଆଉ ଯଦି ଆପଣଙ୍କୁ ଲାଗିଥିବ କି ୨ ରୁ ୩ ଦିନ ଲଗାତାର କରିବେ ତ କେବେବି ଆପଣ କରିପାରିବେ। ୩ ଦିନ ବି ଲଗାତାର କରିପାରିବେ। ଯେଉଁ ତାଲା ଚାବି ବନ୍ଦ ଅଛି ତାକୁ ମଥା ପାଖରେ ରଖି ଶୋଇଯାଆନ୍ତୁ। ତା ପର ଦିନ ସକାଳୁ ଉଠି ତାଲା ଚାବିକୁ ଉଠାଇ ଆପଣ ନିଜ ପୂଜା ସ୍ଥାନରେ ରଖିଦିଅନ୍ତୁ। ଏହା ପରେ ସ୍ନାନ ସାରି କୌଣସି ବି ଭଗବାନ ଶିବଙ୍କ ମନ୍ଦିରକୁ ଗୋଟେ ଘଟି ପାଣି ନେଇ ଯାଆନ୍ତୁ ଆଉ ଶିବ ଲିଙ୍ଗରେ ଜଳ ଅର୍ପଣ କରିଦିଅନ୍ତୁ।

ଆଉ ଯେଉଁ ତାଲା ଚାବି ଅଛି ତାକୁ ଆପଣ ଭଗବାନ ଶିବଙ୍କ ମନ୍ଦିରରେ କେଉଁଠି ବି ଆପଣ ନିଜ ଉପରେ ୩ ଥର ଓଲଟା ବୁଲେଇ ନେଇ ଡାହାଣ କିମ୍ବା ବାମ କୌଣସି ବି ହାତରେ ରଖି ଓଲଟା ବୁଲେଇ ଭଗବାନ ଶିବଙ୍କ ମନ୍ଦିରରେ ରଖିଦିଅନ୍ତୁ। ଏହି ଉପାୟ କରିବା ସମୟରେ ଯେମିତି ଆପଣଙ୍କୁ କେହି ଦେଖିବ ନାହିଁ କି ବାଧା ଦେବ ନାହିଁ। ଆଉ ତାଲାକୁ ନଦେଖି ସେଠାରୁ ଏକ ମୁହାଁ ହୋଇ ଘରକୁ ଚାଲି ଆସନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *