Excuse Me Odisha

ଯାହା କହିବୁ ସତ କହିବୁ

ଆଜି ସରସ୍ୱତୀ ପୂଜା ଭୁଲରେ ବି କରନ୍ତୁ ନାହିଁ ଏହି କାମ,ଜୀବନରେ ସବୁ କାମରେ ମିଳିବ ଅସଫଳତା।

ସେୟାର୍ କରନ୍ତୁ

ବନ୍ଧୁଗଣ ବସନ୍ତି ପଞ୍ଚମୀ ପର୍ବ ଜ୍ଞାନ ବିଦ୍ୟା ଏବଂ ସ୍ୱରର ଦେବୀ ମା ସରସ୍ଵତୀଙ୍କର ପୂଜା କରାଯାଇ ପାଳନ କରାଯାଏ। ପ୍ରାଚୀନ ଗ୍ରନ୍ଥ ଅନୁସାରେ ବସନ୍ତ ପଞ୍ଚମୀ ଦିନ ହିଁ ମା ସ୍ୱରସ୍ୱତୀ ପ୍ରକଟ ହୋଇଥିଲେ। ଯେବେ ବ୍ରହ୍ମ ଦେବ ଏ ସମଗ୍ର ସଂସାର ସୃଷ୍ଟିର ରଚନା କରିଥିଲେ ତ ସେ ଗଛ ପତ୍ର ଜଳ ଜୀବନ ଆକାଶ ବାୟୁ ଅଗ୍ନି ସବୁ ପ୍ରକାରର ପ୍ରାକୃତିକ ବସ୍ତୁର ନିର୍ମାଣ କରିଥିଲେ କିନ୍ତୁ ତଥାପି ଏ ସଂସାର ମୌନ ଥିଲା। ଏହି ସଂସାରରେ କୌଣସି ପ୍ରକାରର ଧ୍ଵନି ନଥିଲା ତ ବ୍ରହ୍ମଦେଵ ଜଳକୁ ନିଜ ଆଞ୍ଜୁଳିକୁ ନେଇ ଭଗବାନ ବିଷ୍ଣୁଙ୍କୁ ଆରୋଧନା କଲେ ବ୍ରହ୍ମଦେବଙ୍କର ପ୍ରାର୍ଥନା ଶୁଣି ଭଗବାନ ବିଷ୍ଣୁ ଆଦି ଶକ୍ତି ମା ଦୁର୍ଗାଙ୍କୁ ଆବାହନ କରିଲେ।

ପୁଣି ମା ଆଦି ଶକ୍ତିଙ୍କ ପାଖରୁ ଗୋଟେ ତେଜ ବାହାରିଲା ଏବଂ ସେଥିରୁ ଶ୍ୱେତ ବସ୍ତ୍ର ଧାରଣ କରି ଜଣେ ନାରୀ ରୂପେ ପ୍ରକଟ ହେଲେ। ଯାହାର ଗୋଟିଏ ହାତରେ ବିଣା ଅନ୍ୟ ହାତଟି ମୁଦ୍ରାରେ ଥିଲା। ପ୍ରକଟ ହେବା ମାତ୍ରେ ହିଁ ସେହି ଦେବୀ ନିଜର ବୀଣାରୁ ମଧୁର ନାଦ ବାହାର କଲେ ଏବଂ ସେହି ସମୟରେ ସମସ୍ତ ସଂସାରକୁ ଧ୍ଵନି ପ୍ରାପ୍ତ ହେଲା। ସବୁ ମନୁଷ୍ୟକୁ ମଧ୍ୟ ବାଣୀ ପ୍ରାପ୍ତ ହେଲା। ଜଳର ଧାରାରେ କୁଳୁକୁଳୁ ଶବ୍ଦ ବହିଲା ଏବଂ ବାୟୁରେ ମଧ୍ୟ ସରସର ଶବ୍ଦ ବାହାରିଲା। ତ ସବୁ ଦେବୀ ଦେବତାମାନେ ଏହି ଦେବୀଙ୍କୁ ସ୍ୱରସ୍ୱତୀ ନାମ ଦେଲେ।

ଯିଏକି ସ୍ୱରର ଦେବୀ ଅଟନ୍ତି। ତ ଏହି ପ୍ରକାରର ମା ସ୍ୱରସ୍ୱତୀଙ୍କର ପ୍ରକଟ ହୋଇଥିଲା ଏବଂ ସେହି ଶୁଭ ଦିନ ବସନ୍ତ ପଞ୍ଚମୀ ଥିଲା। ଏହି କାରଣରୁ ବସନ୍ତ ପଞ୍ଚମୀ ଦିନ ମା ସ୍ୱରସ୍ୱତୀଙ୍କର ପୂଜା କରାଯାଏ। ତେବେ ଆସନ୍ତୁ ଜାଣିବା ବସନ୍ତ ପଞ୍ଚମୀ ଦିନ ମା ସ୍ୱରସ୍ୱତୀଙ୍କୁ ପ୍ରସନ୍ନ କରିବା ପାଇଁ କେଉଁ ପ୍ରକାରର ପ୍ରୟାସ କରିବା ଉଚିତ। ଆଉ ଏହି ଦିନ କେଉଁ କାର୍ଯ୍ୟ ଅଛି ଯାହାକୁ କରିବା ଶାସ୍ତ୍ରରେ ବର୍ଜିତ ଅଛି।

ଏହି ଦିନ ୫ ଫେବୃଆରୀ ଶନିବାରକୁ ବସନ୍ତ ପଞ୍ଚମୀ ପାଳନ କରାଯିବ।

ଏହି ଦିନ ଶୀଘ୍ର ଉଠି ସ୍ନାନ କରି ଶ୍ୱେତ ବସ୍ତ୍ର ପରିଧାନ କରି ମା ସରସ୍ୱତୀଙ୍କର ପ୍ରତିମାକୁ ସ୍ଥାପନ କରନ୍ତୁ। ଆଉ ମାଙ୍କର ପୂଜା ଆରୋଧନା କରନ୍ତୁ। ଏହା ଦ୍ୱାରା ମନ ଶାନ୍ତ ରହିବ।

ଆସନ୍ତୁ ଜାଣିନେବା ଏହି ଦିନ କେଉଁ ଭୁଲ କରିବା ଉଚିତ ନୁହେଁ। ଯାହା ଦ୍ୱାରା ମା ସ୍ୱରସ୍ୱତୀଙ୍କର କୃପା ଆପଣଙ୍କ ଉପରେ ବନି ରହିବ। ଯାହା ଦ୍ୱାରା ବିଦ୍ୟାର୍ଥୀଙ୍କୁ ଏହି କଥାର ଧ୍ୟାନ ରଖିବା ଉଚିତ।

ସ୍ଵଛତା। ଏହି ଦିନ ଆପଣ ପୁରା ଘରକୁ ସ୍ୱଚ୍ଛ କରନ୍ତୁ। ମା ସରସ୍ୱତୀଙ୍କୁ ସ୍ଵଛତା ଅତ୍ୟନ୍ତ ପ୍ରିୟ। ଯାହା ଘରେ ଅପରିଷ୍କାର ହୋଇଥାଏ ସେହି ଘରକୁ ମା ସରସ୍ୱତୀ ପ୍ରବେଶ କରନ୍ତି ନାହିଁ। ତେଣୁ ଆପଣ ଏହି ଦିନ ଏହି କଥାର ବିଶେଷ ଧ୍ୟାନ ଦେବେ।

ଡେରି ପର୍ଯ୍ୟନ୍ତ ଶୋଇବା। ମା ସରସ୍ୱତୀଙ୍କୁ ପ୍ରସନ୍ନ କରିବା ପାଇଁ ବିଦ୍ୟାର୍ଥୀଙ୍କୁ ବ୍ରହ୍ମ ମୁହୂର୍ତ୍ତରୁ ଉଠିବା ଉଚିତ। ଡେରି ପର୍ଯ୍ୟନ୍ତ ଶୋଇବା ବା ଉଠିବା ଏପରି ବ୍ୟକ୍ତିଙ୍କ ଉପରେ ମା ସରସ୍ୱତୀଙ୍କ କୃପା ରହେ ନାହିଁ। ଏପରି ବ୍ୟକ୍ତି ଅଳସୁଆ ହୋଇଯାନ୍ତି ଆଉ ନିଜର ସ୍ମରଣ ଶକ୍ତିକୁ ବି ମଧ୍ୟ ନଷ୍ଟ କରିଦିଅନ୍ତି। ଏଥିପାଇଁ ବିଦ୍ୟାର୍ଥୀମାନେ ସଫଳ ହେବାକୁ ଚାହୁଁଥିଲେ ବିଦ୍ୟାର୍ଥୀ ସକାଳୁ ବ୍ରହ୍ମ ମୁହୂର୍ତ୍ତ ମାନେ ସୁର୍ଯ୍ୟ ଉଦୟ ପୂର୍ବରୁ ଉଠିବା ଉଚିତ।

ମଦ୍ୟପାନ କରିବା। ମା ସରସ୍ୱତୀ ଏପରି ବ୍ୟକ୍ତିଙ୍କୁ କେବେ ସାହାର୍ଯ୍ୟ କରନ୍ତି ନାହିଁ ଯିଏ ମଦ୍ୟପାନ କରୁଥାଏ। ବିଦ୍ୟାର୍ଥୀଙ୍କୁ ମଦ୍ୟପାନ କରିବା ଠାରୁ ଦୂରେଇ ରହିବା ଉଚିତ। ଏମିତି କଲେ ବିଦ୍ୟାର୍ଥୀ ପଢ଼ାରେ ଅସଫଳ ହୋଇଥାଏ।

ବ୍ରହ୍ମଚର୍ଯ୍ୟ। ଶାସ୍ତ୍ର ଅନୁସାରେ ବିଦ୍ୟାର୍ଥୀ ଜୀବନରେ ବ୍ରହ୍ମଚର୍ଯ୍ୟର ପାଳନ କରିବା ଉଚିତ। ଯେଉଁ ବିଦ୍ୟାର୍ଥୀ ଛୋଟ ବୟସରୁ ହିଁ କାମ ଭାବରେ ଗ୍ରସିତ ହୋଇଯାନ୍ତି ସେମାନେ ସଫଳତା ଠାରୁ କୋଷଦୁରରେ ରହିଯାନ୍ତି। ବିଦ୍ୟାର୍ଥୀ କେବଳ ନିଜର ମନ ଧ୍ୟାନ ଅଧ୍ୟୟନରେ ଲଗେଇବା ଉଚିତ।

ଗୁରୁ ଏବଂ ମାତା ପିତାଙ୍କର ଅନାଦର କରିବା। ମା ସରସ୍ୱତୀ ଏପରି ବ୍ୟକ୍ତିଙ୍କ ଉପରେ କେବେବି କୃପା କରନ୍ତି ନାହିଁ ଯେଉଁମାନେ ବଡ଼ ମାନଙ୍କର ଆଦର ସମ୍ମାନ କରନ୍ତି ନାହିଁ। ତଥା ନିଜ ଗୁରୁଙ୍କର ଅପମାନ କରନ୍ତି। ଗୁରୁଙ୍କ ଦ୍ୱାରା ଜ୍ଞାନର ପ୍ରାପ୍ତ ହୋଇଥାଏ। ତଥା ଏପରି ଗୁରୁଙ୍କୁ ପୂଜା କରିବା ଉଚିତ। ଯାହାଙ୍କ ଠାରୁ ଜ୍ଞାନ ପ୍ରାପ୍ତ ହୁଏ। ଗୁରୁ ଏବଂ ମାତା ପିତାଙ୍କର ଅପମାନ ମା ସରସ୍ୱତୀଙ୍କର ଅପମାନ ହୋଇଥାଏ।

ମିଛ କହିବା। ଏପରି ମାନ୍ୟତା ଅଛି ଯେ ମନୁଷ୍ୟଙ୍କ କଣ୍ଠରେ ସବୁବେଳେ ମା ସରସ୍ୱତୀ ବସିଥାନ୍ତି ଏବଂ ମୁହଁରେ ମିଛ କହିବା ମାନେ ଅପଶବ୍ଦ କହିବା ଦ୍ୱାରା ମା ସରସ୍ୱତୀ କ୍ରୋଧିତ ହୁଅନ୍ତି। ଏଥିପାଇଁ ସବୁବେଳେ ସତ୍ୟ କଥା କୁହନ୍ତୁ।

ମାଂସ ଖାଇବା। ହିନ୍ଦୁ ଶାସ୍ତ୍ର ଅନୁସାରେ ମାଂସ ଖାଇବାକୁ ପାପ ବୋଲି ମାନାଯାଏ। ଆଉ ମାଂସ ଖାଉଥିବା ବ୍ୟକ୍ତି କ୍ରୋଧି ବନିଯାଏ। ସବୁ ପ୍ରାଣୀଙ୍କ ଦେହରେ ଇଶ୍ଵରଙ୍କର ବାସ ହୋଇଥାଏ। ଏହା ଭାବି ମନୁଷ୍ୟଙ୍କୁ ମାଂସ ଖାଇବା ଠାରୁ ଦୂରେଇ ରହିବା ଉଚିତ। ଆଉ ନିଜର ମନ କେବଳ ମା ସରସ୍ୱତୀଙ୍କ ପୂଜା ଆରୋଧନାରେ ହିଁ ଲଗେଇବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *