Excuse Me Odisha

ଯାହା କହିବୁ ସତ କହିବୁ

ସରସ୍ୱତୀ ପୁଜା ୨୦୨୨ : ସରସ୍ୱତୀ ପୁଜା ଦିନ ମରିଗଲେ ବି କରନ୍ତୁ ନାହିଁ ଏହି ୭ ଟି କାମ,ଜାଣନ୍ତୁ କେଉଁ କେଉଁ କାମ ?

ସେୟାର୍ କରନ୍ତୁ

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ଋତୁ ଭିତରେ ବସନ୍ତ ଏହାର ଅର୍ଥ ଏହା କି ବସନ୍ତ ଋତୁ ଆମର ଧର୍ମରେ ବଡ଼ ମହତ୍ୱ ରଖିଛି। ବସନ୍ତ ପଞ୍ଚମୀ ପର୍ବ ଏହି ବର୍ଷ ଫେବୃଆରୀ ମାସ ୫ ତାରିଖରେ ପାଳନ କରାଯିବ। ପ୍ରାଚୀନ ବେଦ ଗ୍ରନ୍ଥରେ ପୁରାଣରେ ବସନ୍ତ ପଞ୍ଚମୀର ବଡ଼ ମହତ୍ୱ କୁହାଯାଇଛି। ମାନ୍ୟତା ଅଛି କି ବସନ୍ତ ପଞ୍ଚମୀ ଦିନ ବିଦ୍ୟା ଦାତ୍ରୀ ମା ସ୍ୱରସ୍ୱତୀ ପ୍ରକଟ ହୋଇଥିଲେ। ଉପନିଷେଧ ଅନୁସାରେ ବ୍ରହ୍ମ ଦେବ ବ୍ରହ୍ମାଣ୍ଡର ନିର୍ମାଣ କରିଥିଲେ। ବ୍ରହ୍ମାଣ୍ଡ ମୌନ ଥିଲା। କୌଣସି ପ୍ରକାରର ଧ୍ଵନି ନଥିଲା। ସେଥିପାଇଁ ଏହାକୁ ଧ୍ୱନୀରେ ପୂରଣ କରିବା ପାଇଁ ସେ ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କଲେ।

ଭଗବାନ ବିଷ୍ଣୁ ବ୍ରହ୍ମାଙ୍କ ସାମ୍ନାରେ ପ୍ରକଟ ହୋଇ ସେ ସମଗ୍ର ବ୍ରହ୍ମାଣ୍ଡକୁ ଉର୍ଜା ପ୍ରଦାନ କରିବା ପାଇଁ ଆଦି ଶକ୍ତି ମା ଦୁର୍ଗାଙ୍କୁ ଏହାର ନିବାରଣ କରିବା ପାଇଁ କହିଲେ। ସେହି କ୍ଷଣି ସେ ମା ଦୁର୍ଗାଙ୍କ ଶରୀରୁ ଏକ ତେଜ ପ୍ରକଟ ହେଲା। ସେହି ତେଜରୁ ଏକ ସୁନ୍ଦର ତେଜସ୍ୱୀ ଶ୍ୱେତ ବସ୍ତ୍ର ଧାରଣ କରି ପ୍ରକଟ ହେଲେ। ସେହି ଦେବୀଙ୍କର ୪ ଟି ହାତ ଥିଲା। ଦୁଇଟି ହାତରେ ବିଣା ଆଉ ଦୁଇ ହାତରେ ବିଦ୍ୟା ପୁସ୍ତକ ଥିଲା। ସେହି ତେଜସ୍ୱୀ ଦେବୀ ପ୍ରକଟ ହେଲା ପରେ ହିଁ ନିଜର ବାଣୀରେ ମଧୁର ଧ୍ଵନି ବଜାଇଲେ। ସେହି ମଧୁର ଧ୍ଵନି ସମଗ୍ର ସଂସାରକୁ ଧ୍ୱନିର ଉର୍ଜାରେ ଭରି ଦେଲା। ଜଳ ଏବଂ ବାୟୁରେ ମଧ୍ୟ ଧ୍ଵନି ବହିବାକୁ ଲାଗିଲା।

ସେହିପରି ସମଗ୍ର ସଂସାରକୁ ସବୁ ଜୀବ ଜଗତକୁ ବାଣୀ ପ୍ରଦାନ କରାଗଲା। ସମ୍ପୂର୍ଣ୍ଣ ଦେବୀ ଦେବତାମାନେ ଏକ ସ୍ୱରରେ ଦେବୀଙ୍କର ଆରୋଧନା କଲେ ଏବଂ ସ୍ୱର ପ୍ରକଟ କରୁଥିବାରୁ ଦେବୀଙ୍କୁ ସ୍ୱରସ୍ୱତୀ କହି ନାମକରଣ କରାଗଲା। ମା ସ୍ୱରସ୍ୱତୀ ପ୍ରକଟ ହେବାରୁ ମନୁଷ୍ୟକୁ ଜ୍ଞାନ କରିବାର ଜିଜ୍ଞାସା ମିଳିଲା। ମା ସ୍ୱରସ୍ୱତୀଙ୍କର କୃପା ପ୍ରାପ୍ତ କରି ଋଷି ମୁନି ମାନଙ୍କୁ ବେଦର ଜ୍ଞାନ ପ୍ରାପ୍ତ ହେଲା। ମା ସ୍ୱରସ୍ୱତୀଙ୍କୁ ସ୍ୱରର ଜନନୀ ବାଣେଶ୍ୱରୀ ବୀଣା ବାଦିନୀ ସାରଦା ଏବଂ ବାଗଦେବୀ ନାମରେ ନାମିତ କରାଗଲା। ସେ ବିଦ୍ୟା ପ୍ରଦାନକାରୀ ଦେବୀ ଅଟନ୍ତି।

ଏହା ସହିତ ଏହାବି ମାନ୍ୟତା ଅଛି ଯେ ବସନ୍ତି ପଞ୍ଚମୀ ଦିନ ଭଗବାନ ଶ୍ରୀରାମ ସବରୀକୁ ଦେଖା କରିବା ପାଇଁ ଦଣ୍ଡକା ଅରଣ୍ୟକୁ ଯାଇଥିଲେ। ଏଣୁ ଏହି ଦିନର ବଡ଼ ମହତ୍ୱ ରହିଛି। ଭାଗବତରେ ଦେବୀ ସ୍ୱରସ୍ୱତୀଙ୍କୁ ବର୍ଣ୍ଣନା କରାଯାଇ କୁହାଯାଇଛି ପ୍ରାଣ ଦେବୀ ସରସ୍ୱତୀ ବାଜେନି ବଜତି ବୀଣା ମୟୀ ତ୍ରୟବତୁ। ଅର୍ଥାତ ଏହା ଏକ ଚେତନା ସ୍ୱରସ୍ୱତୀଙ୍କ ରୂପରେ ଏହା ଆମର ବୁଦ୍ଧି ଆମର ଆଚାର ଏହାର ଆଧାର ଭଗବତୀ ସ୍ୱରସ୍ୱତୀ ଅଟନ୍ତି। ଏହି କାରଣରୁ ଦେବୀ ସ୍ୱରସ୍ୱତୀଙ୍କୁ ବିଦ୍ୟାଦାୟୀ ମାନାଯାଏ।

ଆଜି ଆମେ ଆପଣଙ୍କୁ ଏମିତି କିଛି କାର୍ଯ୍ୟ ବିଷୟରେ ଜଣେଇବୁ ଯାହା ବିଦ୍ୟାର୍ଥୀଙ୍କୁ କେବେବି କରିବା ଉଚିତ ନୁହେଁ। ଏହି କାର୍ଯ୍ୟ କରିବା ଦ୍ୱାରା ବିଦ୍ୟାର୍ଥୀ ଅସଫଳ ହୋଇଥାନ୍ତି। ମା ସ୍ୱରସ୍ୱତୀ ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ଏହି କଥାର ଧ୍ୟାନ ଅବଶ୍ୟ ରଖନ୍ତୁ। ତେବେ ଆସନ୍ତୁ ଜାଣିବ ସେହି କାର୍ଯ୍ୟ କଣ ଅଟେ।

ଡେରିରେ ଉଠିବା କିମ୍ବା ଅଧିକ ସମୟ ପର୍ଯ୍ୟନ୍ତ ଶୋଇବା। ବସନ୍ତ ପଞ୍ଚମୀ ବହୁତ ମହତ୍ୱପୂର୍ଣ୍ଣ ଦିନ। ଏହି ଦିନ ଅଧିକ ସମୟ ପର୍ଯ୍ୟନ୍ତ ଶୋଇବାର ଭୁଲ କରନ୍ତୁ ନାହିଁ। ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ସ୍ନାନ କରି ଶ୍ୱେତ ବସ୍ତ୍ର ପରିଧାନ କରି ଦେବୀ ସ୍ୱରସ୍ୱତୀଙ୍କୁ ପୂଜା କରନ୍ତୁ। ପୂଜା କରିବା ସମୟରେ ଦେବୀ ସ୍ୱରସ୍ୱତୀଙ୍କ ମନ୍ତ୍ର ଜପ କରନ୍ତୁ। ଯାହା ଦ୍ୱାରା ମନ ଶାନ୍ତ ରହିବ ଏବଂ ପାଠ ପଢ଼ାରେ ମନ ଲାଗିବ। ଯଦି ଆପଣ ଏପରି କରିବେ ତାହେଲେ ଭଲ ଫଳ ମିଳିବ। ତ ଏହି ଦିନ ଡେରି ପର୍ଯ୍ୟନ୍ତ ଶୁଅନ୍ତୁ ନାହିଁ। ଡେରି ପର୍ଯ୍ୟନ୍ତ ଶୋଉଥିବା ବିଦ୍ୟାର୍ଥୀଙ୍କୁ ମା ସ୍ୱରସ୍ୱତୀଙ୍କର କୃପା ପ୍ରାପ୍ତ ହୋଇନଥାଏ।

ଏହି ଦିନ କଳା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ନାହିଁ। ବାଣୀ ଉପରେ ମା ସ୍ୱରସ୍ୱତୀଙ୍କ ସ୍ଥାନ ବୋଲି ତ ଏହିଦିନ ଆପଣ ମଧ୍ୟ ନିଜ ବାଣୀ ଉପରେ ସଂଯମ ରଖିବା ଉଚିତ। ମୁଖରୁ କେବଳ ମଧୁର ଭାଷା ବାହାର କରିବା ଉଚିତ। କାହାର ଅପମାନ କରିବା ପୂର୍ବରୁ ଚିନ୍ତା କରିବା ଉଚିତ। ବସନ୍ତ ପଞ୍ଚମୀ ଦିନ ବିଦ୍ୟାର୍ଥୀ ମାନଙ୍କ ମୁଖରୁ ମଧୁର କଥା ବାହାର କରିବା ଉଚିତ। ଏହି ଦିନ ମିଛ କୁହନ୍ତୁ ନାହିଁ। ଏହା ସହିତ ଚୁଟି କାଟିବା ଉଚିତ ନୁହେଁ। ଗାଳି କରିବା ଉଚିତ ନୁହେଁ। ଏମିତି କଲେ ମା ସ୍ୱରସ୍ୱତୀ କ୍ରୋଧିତ ହୋଇଯାନ୍ତି।

ଧୂମ୍ରପାନ ସେବନ କରିବା ବିଦ୍ୟାର୍ଥୀ ମାନଙ୍କ ପାଇଁ ଖରାପ ହୋଇଥାଏ। ଏହାର ସେବନ କଲେ ମନୁଷ୍ୟର ମସ୍ତିଷ୍କ ସହିତ ଶରୀର ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଯଦି ଆପଣଙ୍କ ଭିତରୁ କେହି ଏହାର ସେବନ କରୁଥାନ୍ତି ତ ବସନ୍ତ ପକ୍ୱଞ୍ଚମୀ ଦିନ ଏହା ଠାରୁ ମୁକ୍ତ ହୋଇ ମା ସ୍ୱରସ୍ୱତୀଙ୍କର କୃପା ପ୍ରାପ୍ତ କରିପାରିବେ।

ଗୁରୁଙ୍କର ଅପମାନ। କୌଣସି ପରିସ୍ଥିତିରେ ଗୁରୁଙ୍କର ଅପମାନ କରିବା ଉଚିତ ନୁହେଁ। ଯେଉଁ ବିଦ୍ୟାର୍ଥୀ ଗୁରୁଙ୍କର ଅପମାନ କରିଥାଏ ସେ ଭବିଷ୍ୟତରେ ଅସଫଳତା ପ୍ରାପ୍ତ କରିଥାଏ। ବସନ୍ତ ପଞ୍ଚମୀ ଦିନ ଗୁରୁଙ୍କର ପାଦ ଛୁଇଁ ଆଶୀର୍ବାଦ ନିଅନ୍ତୁ।

ଏହି ଦିନ ବିଦ୍ୟାର୍ଥୀ ମାନେ କ୍ରୋଧ କରିବା ଉଚିତ ନୁହେଁ। କ୍ରୋଧ ବିଦ୍ୟାର୍ଥୀଙ୍କ ମୁଖରେ ସ୍ୱରସ୍ୱତୀଙ୍କର ଆବାସ ନଥାଏ। କ୍ରୋଧ ବିଦ୍ୟାର୍ଥୀଙ୍କର ସ୍ମରଣ ଶକ୍ତି ଉପରେ ପ୍ରଭାବ ପକାଇଥାଏ। ଏହି ଦିନ ମା ସ୍ୱରସ୍ୱତୀଙ୍କର ଆରୋଧନା କରିବା ଉଚିତ।

ଏହି ଦିନ ମାଛ ମାଂସର ସେବନ କରିବା ଉଚିତ ନୁହେଁ। ଏହି ଦିନ କେବଳ ସ୍ୱାତିକ ଆହାର କରନ୍ତୁ।

ମା ସ୍ୱରସ୍ୱତୀଙ୍କୁ ପ୍ରସନ୍ନ କରିବା ପାଇଁ ଏହ ଦିନ ଧଳା ରଙ୍ଗର ଖାଦ୍ୟ ଗ୍ରହଣ କରନ୍ତୁ।

ରସୁଣ ପିଆଜର ସେବନ କରନ୍ତୁ ନାହିଁ।

ଗଛ କାଟନ୍ତୁ ନାହିଁ। ଏହି ଦିନ ଗଛ ଲଗାନ୍ତୁ। ଏହା ଦ୍ବାରା ମା ସ୍ୱରସ୍ୱତୀ ପ୍ରସନ୍ନ ହୋଇଥାନ୍ତି।

ମାଙ୍କୁ ଫୁଲ ଦ୍ୱାରା ପୂଜ କରନ୍ତୁ। ମାଙ୍କୁ ଫୁଲ ବହୁତ ପସନ୍ଦ ହୋଇଥାଏ। ମାଙ୍କୁ ପୂଜା କରିବା ସମୟରେ ମାଙ୍କ ସାମ୍ନାରେ ଗୀତା ବହି ରଖନ୍ତୁ। ତ ଏହା ଥିଲା କିଛି କାର୍ଯ୍ୟ ଯାହା ବିଦ୍ୟାର୍ଥୀଙ୍କୁ କରିବା ଉଚିତ ନୁହେଁ।

ଏହି ଉପାୟ କଲେ ମାଙ୍କ କୃପାଦୃଷ୍ଟି ପାଇପାରିବେ। ଆପଣ ବିଦ୍ୟାର୍ଥୀ ହୁଅନ୍ତୁ କି ନହୁଅନ୍ତୁ।

ବସନ୍ତ ପଞ୍ଚମୀ ଦିନ ମା ସ୍ୱରସ୍ୱତୀଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ। ହଳଦିଆ ନୈବେଦ୍ୟ ଅର୍ପଣ କରନ୍ତୁ। ଏହା ସହିତ କିଛି ବିଶେଷ ଭୋଗ ଅଛି ଯାହାକୁ ଆପଣ ମା ସ୍ୱରସ୍ୱତୀଙ୍କୁ ଅର୍ପଣ କରିବା ଉଚିତ।

ପଞ୍ଚମୀ ଦିନ ମା ସ୍ୱରସ୍ୱତୀଙ୍କୁ କ୍ଷୀରୀରେ କେଶର ମିଶେଇ ଅର୍ପଣ କରନ୍ତୁ। କେଶର ମିଶା କ୍ଷୀରରେ ଆପଣ କ୍ଷୀରି ବନେଇ ମା ସ୍ୱରସ୍ୱତୀଙ୍କୁ ଅର୍ପଣ କରନ୍ତୁ। ଏମିତି କରିବା ଦ୍ୱାରା ମା ପ୍ରସନ୍ନ ହୋଇଥାନ୍ତି।

ଏହ ଦିନ ମାଙ୍କର ଜପ କରିବା ଦ୍ୱାରା ଯେକୌଣସି ସମୟରେ ଆପଣ ପୂଜା କରିବାକୁ ଚାହୁଁଛନ୍ତି ସମ୍ପୂର୍ଣ୍ଣ ଶିକ୍ଷା ପାଇବାକୁ ଚାହୁଁଛନ୍ତି ତାହା ଆପଣଙ୍କୁ ମିଳିଥାଏ। ମାଙ୍କ ମନ୍ତ୍ର ହେଉଛି। ଓମ ସ୍ୱରସ୍ୱତୀ ନମଃ। ଏହା ବ୍ୟତୀତ ଏହି ମନ୍ତ୍ରର ବି ଜପ କରିପାରିବେ। ଓମ ହିମ କ୍ଲିମ ମହା ସ୍ୱରସ୍ୱତୀ ଦେବୟା ନମଃ। ଏହି ମନ୍ତ୍ରର ଜପ ଆପଣ ଅତିକମରେ ୧୦୮ ଥର କରିବା ଦରକାର। ଏହି ମନ୍ତ୍ର ଜପ କରିବା ସମୟରେ ହଳଦୀ ମାଳାରେ ଜପ କରିବା ଉଚିତ।

ଘରେ ଯଦି ଛୋଟ ପିଲା ଅଛନ୍ତି ଯାହାର ପାଠ ପଢ଼ାରେ ମନ ଲାଗୁନଥାଏ ପାଠ ପଢାରେ ଏକାଗ୍ରତା ଲାଗୁନଥାଏ ପରୀକ୍ଷାରେ ସଫଳ ହେଉନଥାନ୍ତି ପାଠ ମନେ ରହୁନଥାଏ ତାହେଲେ ଏହି ଉପାୟକୁ ନିଶ୍ଚୟ କରନ୍ତୁ। ଆପଣ ଏହି ଦିନ ୨୨ ଟି ତେନ୍ତୁଳି ପତ୍ର ନେବେ। ୨୨ଟି ତେନ୍ତୁଳି ପତ୍ର ମଧ୍ୟରୁ ୧୧ ଟି ମାଙ୍କ ପାଖରେ ଅର୍ପଣ କରନ୍ତୁ। ବଳକା ୧୧ ଟି ପତ୍ରକୁ ଧଳା କପଡ଼ାରେ ରଖି ତାକୁ ପୋଟଳି କରିଦିଅନ୍ତୁ। ସେହି ପୋଟଳିକୁ ମାଙ୍କ ପାଖରେ ଅର୍ପଣ କରନ୍ତୁ। ଯେଉଁ କାରଣ ପାଇଁ ଏହି ଉପାୟ କରୁଛନ୍ତି ସେହି କାରଣ ପାଇଁ ପଞ୍ଚମୀ ଦିନ ସ୍ନାନ ସାରି ସେହି ପୋଟଳିକୁ ଛୁଆଙ୍କ ପାଠ ପଢା ରୁମରେ ରଖିଦିଅନ୍ତୁ। ଏମିତି କରିବା ଦରକାର। ଏମିତି କରିବା ଦ୍ୱାରା ମା ସ୍ୱରସ୍ୱତୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଏବଂ ପିଲା ମାନଙ୍କ ଉପରେ ସର୍ବଦା ରହିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *