Excuse Me Odisha

ଯାହା କହିବୁ ସତ କହିବୁ

ବସନ୍ତ ପଞ୍ଚମୀରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ୫ ଗୋଟି କାର୍ଯ୍ୟ, ନଚେତ ହୋଇପାରେ ଘୋର ପାପ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ।ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିକୁ ବସନ୍ତ ପଞ୍ଚମୀ ବୋଲି କୁହାଯାଏ। ପୁରାଣ ଅନୁସାରେ ଏହିଦିନ ସୃଷ୍ଟି କର୍ତ୍ତା ଭଗବାନ ବ୍ରହ୍ମାଙ୍କ ଦ୍ଵାରା ମା ସରସ୍ଵତୀଙ୍କର ଉତ୍ପତ୍ତି ହୋଇଥିଲା। ସେଥିପାଇଁ ଏହିଦିନ ଦେବୀ ସରସ୍ଵତୀଙ୍କର ଜନ୍ମୋତ୍ସବ ବା ତାଙ୍କ ପୂଜା କରାଯାଏ।୨୦୨୨ ମସିହାର ଫେବୃୟାରୀ ୫ ତାରିଖ ଦିନ ବସନ୍ତ ପଞ୍ଚମୀ ବା ସରସ୍ଵତୀ ପୂଜା ପଡୁଛି। ଏହିଦିନ କେଦାର ଯୋଗ ଓ ବୁଦ୍ଧାଦିତ୍ୟ ଯୋଗ ଭଳି ମହାସଂଯୋଗ ବନିବାକୁ ଯାଉଛି। ଆଜି ଆମେ ଆପଣ ମାନଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ବିସ୍ତାର ରୂପରେ କହିବାକୁ ଯାଉଛୁ।

ଏହି ବର୍ଷରେ ବସନ୍ତ ପଞ୍ଚମୀ ଫେବୃୟାରୀ ୫ ତାରିଖ ଶନିବାର ଦିନ ପାଳିତ ହେବାକୁ ଯାଉଛି।ଫେବୃୟାରୀ ୫ ତାରିଖ ଦିନ ସକାଳ ୩:୪୭ ମିନିଟରୁ ପଞ୍ଚମୀ ତିଥି ଆରମ୍ଭ ହୋଇ ଫେବୃୟାରୀ ୬ ତାରିଖ ସକାଳ ୩:୪୬ ମିନିଟରେ ସମାପ୍ତ ହେବ। ବସନ୍ତ ପଞ୍ଚମୀ ପୂଜା କରିବାର ଶୁଭ ମୂହୁର୍ତ୍ତ ସକାଳ ୭:୦୭ ମିନିଟ ଠାରୁ ଆରମ୍ଭ ହୋଇ ଦ୍ୱିପ୍ରହର ୧୨:୩୫ ମିନିଟ ପର୍ଯ୍ୟନ୍ତ ରହିବ।ତେଣୁ ସକାଳେ ଆପଣ ସ୍ନାନ ସାରି ପୂଜାସ୍ଥଳକୁ ସଫାସୁତୁରା କରି ହଳଦିଆ ରଙ୍ଗର ଏକ ବସ୍ତ୍ର ବିଛାନ୍ତୁ।

ଏହାପରେ ସେହି ସ୍ଥାନରେ ମା ସରସ୍ଵତୀଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ। ହଳଦିଆ ରଙ୍ଗର ବିଶେଷ ମହତ୍ଵ ରହିଛି। ତାପରେ ଆପଣ ଦେବୀ ସରସ୍ଵତୀଙ୍କ ମୂର୍ତ୍ତିକୁ ହଳଦିଆ ରଙ୍ଗର ବସ୍ତ୍ର ଓ ଫୁଲ ଅର୍ପଣ କରନ୍ତୁ। ଏହାସହିତ ଚନ୍ଦନ, ହଳଦୀ, ହଳଦିଆ ରଙ୍ଗର ମିଠା, ହଳଦିଆ ବୁନ୍ଦି ବା ଲଡୁ ଏବଂ ହଳଦିଆ ଅକ୍ଷତ ଦେବୀଙ୍କୁ ଅର୍ପଣ କରନ୍ତୁ। ପୂଜାସ୍ଥାନରେ ବାଦ୍ୟଯନ୍ତ୍ର ଏବଂ ପାଠବହି ରଖି ସେଗୁଡିକ ମଧ୍ୟ ପୂଜା କରନ୍ତୁ। ପୂଜା କରିବା ସମୟରେ ମାଆ ସରସ୍ଵତୀଙ୍କର ମନ୍ତ୍ର ପାଠ କରନ୍ତୁ।

ବସନ୍ତ ପଞ୍ଚମୀ ଦିନ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ। ଏହିଦିନ ବସନ୍ତ ପଞ୍ଚମୀ ଉତ୍ତରା ଭାଦ୍ରପଦ ନକ୍ଷତ୍ର, ବୁଦ୍ଧାଦିତ୍ୟ, ସିଦ୍ଧ ଯୋଗ ଓ କେଦାର ଯୋଗର ମହାସଂଯୋଗ ବନିବାକୁ ଯାଉଛି। ଜ୍ଯୋତିଷ ମାନଙ୍କ ମତରେ ଏଭଳି ଶୁଭ ଯୋଗରେ ସମସ୍ତଙ୍କୁ କିଛି ବିଶେଷ ନିୟମର ପାଳନ କରିବା ଉଚିତ, ଯାହାଫଳରେ ନିଶ୍ଚିତ ଭାବରେ ଦେବୀ ସରସ୍ଵତୀଙ୍କ ଆଶୀର୍ବାଦରୁ ବିଦ୍ୟା, ଧନସଂପତ୍ତି ପ୍ରାପ୍ତ ହେବ। ତେଣୁ ବସନ୍ତ ପଞ୍ଚମୀ ଦିନ ସ୍ନାନ ନକରି ଭୋଜନ କରନ୍ତୁ ନାହିଁ। ଏହାସହିତ ଦେବୀଙ୍କୁ ହଳଦିଆ ବସ୍ତ୍ରୁ ଅର୍ପଣ କରିବା ସହିତ ଆପଣ ନିଜେ ମଧ୍ୟ ହଳଦିଆ ବସ୍ତ୍ର ପରିଧାନ କରନ୍ତୁ।

ଶାସ୍ତ୍ର ଅନୁସାରେ ଏହିଦିନ ଗଛଲତା, ଫସଲ ଆଦି କାଟିବା ଉଚିତ ନୁହେଁ। କାରଣ ଏହିଦିନ ଠାରୁ ବସନ୍ତ ଋତୁ ଆରମ୍ଭ ହୋଇଥାଏ। ଏହିଦିନ ଭୁଲରେ ମଧ୍ୟ କ୍ରୋଧ କରନ୍ତୁ ନାହିଁ ଏବଂ କାହାକୁ ଅପଶବ୍ଦ କୁହନ୍ତୁ ନାହିଁ।ଏହାସହିତ ଏହିଦିନ ସାତ୍ୱିକ ଭୋଜନ ଗ୍ରହଣ କରନ୍ତୁ।

ତେବେ ବନ୍ଧୁଗଣ ଆମ ପୋଷ୍ଟକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଏବଂ ଆଗକୁ ଆମ ସହିତ ରହିବା ପାଇଁ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ।ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *