Excuse Me Odisha

ଯାହା କହିବୁ ସତ କହିବୁ

ଏହି ସଂକେତ ଜଣାଇଥାଏ କି ଶନିଦେବ ଆପଣଙ୍କ ଉପରେ ନାରାଜ ଅଛନ୍ତି । ଶନିଦେବକୁ ଖୁସି କରିବା ପାଇଁ ନିଶ୍ଚିତ ଭାବରେ କରନ୍ତୁ ଏହି କାମ !

ସେୟାର୍ କରନ୍ତୁ

ବନ୍ଧୁଗଣ ଏହିସବୁ ଲକ୍ଷଣରୁ ଜାଣିପାରିବେ ଶନିଦେବ କ୍ରୋଧିତ ଅଛନ୍ତି ଆଉ ଅସଫଳତାର କାରଣ ଏହା ଅଟେ। ଶନିଦେବ ଯେତେବେଳେ ପ୍ରସନ୍ନ ହୁଅନ୍ତି ଆପଣଙ୍କୁ କିଛି ସଂକେତ ମିଳିଥାଏ ଯାହା ବିଷୟରେ ଆମେ ଆଜି ଏହି ପୋଷ୍ଟରେ ଜାଣିବା। ଏହା ସହିତ ଜାଣିବା ଜଣା ଅଜଣାତରେ ଶନି ଦେବଙ୍କୁ ଆପଣ କ୍ରୋଧିତ କରିଦେଇଛନ୍ତି।

ଶନିଦେବ ଯିଏ ନ୍ୟାୟର ଦେବତା ଅଟନ୍ତି। ଏହି ସମସ୍ତ ସୃଷ୍ଟିର ପ୍ରାଣୀ ମାନଙ୍କୁ ତାଙ୍କର କର୍ମ ଅନୁଯାୟ ଫଳ ପ୍ରଦାନ କରିଥାନ୍ତି ଶନି ସୂର୍ଯ୍ୟ ଦେବ ତଥା ମାତା ଛାୟାଙ୍କର ପୁତ୍ର ଅଟନ୍ତି। ୯ ଟି ଗ୍ରହ ମଧ୍ୟରେ ଶନି ହିଁ ଏମିତି ଗ୍ରହ ଅଟନ୍ତି ଯାହାଙ୍କୁ ସବୁଠୁ ଉଗ୍ର ମାନାଯାଏ। ହିନ୍ଦୁ ଧର୍ମରେ ଶନିବାର ଦିନଟିକୁ ଶନିଦବଙ୍କୁ ସମର୍ପିତ ହୋଇଛି। ଏହି କାରଣରୁ ପ୍ରାଚୀନ କାଳରୁ ମୁନି ଋଷିମାନେ ଶନିବାର ଦିନ ଶନିଦେବଙ୍କ ପୂଜା ଆରୋଧନା କରି ଆସୁଛନ୍ତି। ଶନିଙ୍କ ସାଢ଼େସାତ ଅଥବା ଶନିଙ୍କ ଅଢେ଼ଇ ନାମ ଶୁଣିବା ମାତ୍ରେ ଭଲ ଭଲ ଜାତକ ଉପରେ ବି ପ୍ରତିକୂଳ ମନ ବୈଜ୍ଞାନିକ ପ୍ରଭାବ ପଡିଥାଏ।

କିନ୍ତୁ ଯେଉଁ ପ୍ରକାରରେ ଶନିଦେବ ଦୁଷ୍ଟଙ୍କୁ ଦଣ୍ଡ ଦେଇଥାନ୍ତି ସେହି ପ୍ରକାରରେ ଶନି ଭଲ ଲୋକମାନଙ୍କୁ ଯଶ ଧନ ଏବଂ ସମ୍ମାନ ଦେଇଥାନ୍ତି। ଶନି ସନ୍ତୁଳନ ଏବଂ ନ୍ୟାୟର ଦେବତା ଅଟନ୍ତି। ଶନି ଧର୍ମ କର୍ମ ଏବଂ ନ୍ୟାୟର ପ୍ରତୀକ ଅଟନ୍ତି। ଶନିଦେବଙ୍କ କୃପାରୁ ହିଁ ବ୍ୟକ୍ତିଙ୍କୁ ଧନ ସମ୍ପତ୍ତି ବୈଭବ ଏବଂ ମୋକ୍ଷ ପ୍ରାପ୍ତି ହୋଇଥାଏ। ଶନିଦେବ ପାପୀ ଏବଂ ଦୁରାଚାରି ମାନଙ୍କ ପାଇଁ ଅତ୍ୟନ୍ତ ଦୁଃଖଦାୟକ ଅଟନ୍ତି। ଶନିଙ୍କ ଦୋଷା ଆସିବା ମାତ୍ରେ ବ୍ୟକ୍ତିର ଜୀବନରେ ଯେତେସବୁ ଉଚ୍ଚା ନିଚା ଦେଖିବାକୁ ମିଳିଥାଏ ଏବଂ ତାଙ୍କର ଜୀବନ ବହୁତ ସଙ୍ଘର୍ଷମୟ ହୋଇଯାଇଥାଏ। ପରନ୍ତୁ କିଛି ମନୁଷ୍ୟ ମାନଙ୍କ ପାଇଁ ଶନିଦେବ ଅତ୍ୟନ୍ତ ଫଳ ଦାୟକ ହୋଇଥାନ୍ତି।

ସୂର୍ଯ୍ୟ ପୁତ୍ର ଶନି ମୃତ୍ୟୁ ଲୋକର ଏକ ଏମିତି ଏକ ସ୍ୱାମୀ ହୋଇଥାନ୍ତି ଯିଏ ବ୍ୟକ୍ତିର ଭଲ ଏବଂ ଖରାପ କର୍ମର ଆଧାରରେ ତାକୁ ଦଣ୍ଡ ଅବଶ୍ୟ ଦେଇଥାନ୍ତି ଏବଂ ତାକୁ ସୁଧୁରିବା ପାଇଁ ପ୍ରେରିତ କରିଥାନ୍ତି। ଶାସ୍ତ୍ର ଅନୁସାରେ ଯଦି ବ୍ୟକ୍ତିର ଜୀବନରେ ଏମିତି ଘଟଣା ଘଟୁଥାଏ ତ ସେହି ବ୍ୟକ୍ତିକୁ ଏହା ବୁଝିଯିବା ଦରକାର ଯେ ତାଙ୍କ ଉପରେ ଶନିଦେବ ରୁଷ୍ଟ ଅଛନ୍ତି। ଏବଂ ତାଙ୍କୁ ତୁରନ୍ତ ହିଁ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଉପାୟ କରିବା ଦରକାର ଏବଂ ଶନିଦେବଙ୍କ ଏହି ମାୟା ଚକ୍ରରୁ ମୁକ୍ତି ପାଇନେବା ଦରକାର। ଆସନ୍ତୁ ଜାଣିନେବା ଯେବେ ଶନିଦେବ କେଉଁ ବ୍ୟକ୍ତିଙ୍କ ଉପରେ ରୁଷ୍ଟ ହୁଅନ୍ତି ସେହି ବ୍ୟକ୍ତିଙ୍କ ଉପରେ କଣ ଘଟିଥାଏ।

ମାର୍ଗରୁ ଓହରି ଯିବା। ଯେଉଁ ବ୍ୟକ୍ତିଙ୍କ ଜୀବନରେ ପରାଜୟ ଲେଖା ହୋଇଥାଏ ଇଶ୍ଵର ତାଙ୍କର ବୃତିକୁ ପୂର୍ବରୁ ହିଁ କରି ନେଇଥାନ୍ତି।ଏଥିପାଇଁ ସେହି ବ୍ୟକ୍ତିଙ୍କୁ ଭଲ କଥା ଦେଖାଯାଇନଥାଏ।ସେ କେବଳ ଖରାପ ହିଁ ଖରାପ ଦେଖିବାକୁ ପାଇବ। ଅର୍ଥାତ ତାର ପୂର୍ବରୁ କରିଥିବା ପାପ କର୍ମର ଆଧାରରେ ଶନିଦେବ ମନୁଷ୍ୟର ବୁଦ୍ଧିକୁ ଏମିତି ହରି ଦେଇଥାନ୍ତି ଯେମିତି ତାଙ୍କୁ ଆଗକୁ ବଢିବା ପାଇଁ କୌଣସି ବି ମାର୍ଗ ଦେଖା ଯାଇନଥାଏ। ସେ ମଝିରେ ହିଁ ଫସି ଯାଇଥାଏ। ତାକୁ ଉନ୍ନତି କରିବା ପାଇଁ କୌଣସି ମାର୍ଗ ଦେଖାଯାଇନଥାଏ। ଚାରିପଟେ ତାକୁ କେବଳ ହାର ହିଁ ନଜର ଆସିଥାଏ।

କରଜ ବୃଦ୍ଧି ପାଇବା। ଶନିଦେବ ଯେଉଁ ବ୍ୟକ୍ତିଙ୍କ ଉପରେ ରୁଷ୍ଟ ହୋଇଥାନ୍ତି ଏହିପରି ବ୍ୟକ୍ତି କରଜର ବୋଝ ତଳେ ଦବି ହୋଇରହିଥାନ୍ତ। ଆବଶ୍ୟକତା ନହେଲେ ବି ବେକାର ଜିନିଷ କିଣିବା ପାଇଁ ଏବଂ ବେକାର କାମ ପାଇଁ ପଇସା ନେଇଥାନ୍ତି ଏବଂ ବର୍ବାଦ ହୋଇଯାଇଥାନ୍ତି।କରଜର ଭାର ବଢି ଯାଇଥାଏ। ଏବଂ ତାକୁ ସୁଝି ପାରନ୍ତି ନାହିଁ। ଜୀବନରେ କେବେ କାହାର ସାହାର୍ଯ୍ୟ ନକରିବା ଯୋଗୁ ହିଁ ବ୍ୟକ୍ତିକୁ ଏମିତି ଦଣ୍ଡ ମିଳିଥାଏ।

ନିଶାଦ୍ରବ୍ୟ ସେବନ କରିବା। ଯେଉଁ ବ୍ୟକ୍ତି ନିଶାଦ୍ରବ୍ୟ ସେବନ କରିଥାଏ ଅଚାନକ କିଛି ଖରାପ ଅଭ୍ୟାସ ବି ଆପଣେଇ ନେଇଥାଏ। ଏହା ତାର ପାପ କର୍ମର ହିଁ ଫଳ ହୋଇଥାଏ।ବ୍ୟକ୍ତି କାହାର ହୃଦୟକୁ କଷ୍ଟ ଦେଇଥାଏ ଅଥବା ମାନବିକତାକୁ ଅପଶବ୍ଦ କହିଥାଏ କୌଣସି ବି ଧର୍ମ କାର୍ଯ୍ୟ କରିନଥାଏ ତ ତାକୁ ଶନିଦେବ ଏମିତି ଦଣ୍ଡ ଦେଇଥାନ୍ତି ଯେ ସେ ଖରାପ ଅଭ୍ୟାସର ଜାଲର ଫସି ଯାଇଥାଏ।ଏବଂ ଏଥିରୁ ବାହାରକୁ ବାହାରି ପାରିନଥାଏ।

ବେଶ୍ୟା ବୃତି। ଯେଉଁ ପୁରୁଷ ପର ସ୍ତ୍ରୀ ସହିତ ସମ୍ବଦ୍ଧ ବନେଇ ଥାଏ ଅଥବା ବେଶ୍ୟା ମାନଙ୍କ ପାଖକୁ ଯାଇଥାଏ ଏମିତି ବ୍ୟକ୍ତି ପାପୀ ଅଟନ୍ତି।ଶନିଦେବ ଏମିତି ମନୁଷ୍ୟର ଉନ୍ନତି କେବେବି ହେବାକୁ ଦିଅନ୍ତି ନାହିଁ। ଏମିତି ବ୍ୟକ୍ତି ଶନିଦେବଙ୍କର ନ୍ୟାୟରୁ ବଞ୍ଚି ପାରିନଥାନ୍ତି ଏବଂ ଜୀବନ ଦୁଃଖ ବୀମାରୀ ଗରିବିରେ ଚାଲିଥାଏ। ଏମିତି ପୁରୁଷକୁ ଜୀବନରେ କେବେବି ସମ୍ମାନ ମିଳିନଥାଏ ଏବଂ ଶେଷରେ ଭୟଙ୍କର ରୋଗରେ ମୃତ୍ୟ ବରଣ କରିଥାନ୍ତି।

ପଶୁ ହତ୍ୟା। ଶନିଦେବଙ୍କ ନଜରରେ ପଶୁ ମାନଙ୍କର ପ୍ରାଣ ନେବା ଭୟଙ୍କର ଅପରାଧ ହୋଇଥାଏ।ନ୍ୟାୟର ଦେବତା ଏପରି ମନୁଷ୍ୟକୁ ଅତ୍ୟନ୍ତ ହିଁ ଦୁଃଖଦାୟକ କଷ୍ଟ ଦେଇଥାନ୍ତି। ଯେଉଁ ମନୁଷ୍ୟ ମାଂସ ଆହାର କରିଥାଏ ଅଥବା ପଶୁ ମାନଙ୍କୁ ଅକାରଣରେ ମାରିଥାଏ ସେ ଉନ୍ନତି କରିପାରି ନଥାଏ। ଏମିତି ପାପୀ ବ୍ୟକ୍ତିଙ୍କୁ ଶନିଦେବ ଭୟଙ୍କର ଦଣ୍ଡ ଦେଇଥାନ୍ତି।

ଭୟଙ୍କର ବିମାରୀରେ ପଡିଯିବା। ଯେଉଁ ବ୍ୟକ୍ତି ଅନ୍ୟର ଧନ ଉପରେ ନିଜର ହକ ଦେଖାଇଥାଏ ଅନ୍ୟକୁ ମୂର୍ଖ ବନେଇ କରି ଧନ କମେଇ ଥାଏ ଏମିତି ବ୍ୟକ୍ତି ଭୟଙ୍କର ରୋଗ ବିମାରୀରେ ପଡିଯାଇଥାଏ। ଶନିଦେବ ଏମିତି ବ୍ୟକ୍ତିକୁ କେବେବି କ୍ଷମା କରନ୍ତି ନାହିଁ। ଯିଏ ଅନ୍ୟର ଫାଇଦା ଉଠାଇ କରି ତାର ଧନ ଲୁଟି ନେଇଥାଏ।

ଅନ୍ୟର ଖରାପ କରିବା। ଯେଉଁ ବି ମନୁଷ୍ୟ ଅନ୍ୟ ସହିତ ଖରାପ କରିଥାଏ ଅଥବା ଅନ୍ୟର ଖରାପ ହୋଇଯାଉ ଏମିତି ଚିନ୍ତାଧାରା ମନରେ ରଖିଥାଏ ସେ ଶନିଙ୍କ ଦଣ୍ଡର ପାତ୍ର ହୋଇଥାଏ। ଏମିତି ମନୁଷ୍ୟର କେହିବି ଆପଣାର ନଥାନ୍ତି। ଏମାନଙ୍କୁ ମୃତ୍ୟ ପରେ ବି ମୋକ୍ଷ ମିଳିନଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *