Excuse Me Odisha

ଯାହା କହିବୁ ସତ କହିବୁ

ଅଳେଇଚକୁ ନେଇ କରନ୍ତୁ ଏହି ଚମତ୍କାର ଉପାୟ,ଆପଣଙ୍କର ସମସ୍ତ ମନସ୍କାମନା ହେବ ପୂରଣ ଓ ମିଳିବ ସଫଳତା |

ସେୟାର୍ କରନ୍ତୁ

ପ୍ରାୟତଃ ସମସ୍ତଙ୍କ ଘରର ରୋଷେଇ ଘରେ ଅଳେଇଚ ମସଲା ରୂପରେ ବ୍ୟବହାର କରାଯାଇଥାଏ।ଆହୁରି ମଧ୍ୟ ଅଳେଇଚକୁ ଅନେକ ଲୋକେ ଔଷଧ ରୂପରେ ମଧ୍ୟ ପ୍ରୟୋଗ କରିଥାନ୍ତି।ଏହାସହିତ ଅଳେଇଚକୁ ତନ୍ତ୍ର ସାଧନା କରୁଥିବା ଲୋକେ ତନ୍ତ୍ର ପୂଜାରେ ମଧ୍ୟ ବ୍ୟବହାର କରିଥାଆନ୍ତି। ଆଜି ଆମେ ଆପଣଙ୍କୁ ଅଳେଇଚକୁ ନେଇ କିଛି ଚମତ୍କାର ଉପାୟ ବିଷୟରେ କହିବାକୁ ଯାଉଛୁ। ଯାହାକୁ ପ୍ରୟୋଗ କରି ଆପଣ ମଧ୍ୟ ନିଜ ଭାଗ୍ୟ ପରିବର୍ତ୍ତନ କରି ପାରିବେ।

ଆସନ୍ତୁ ଅଳେଇଚକୁ ନେଇ ଏକ ଚମତ୍କାର ଉପାୟ ବିଷୟରେ ଜାଣିବା –

– ଅଧିକାଂଶ ଲୋକେ ଅଧିକ ଅର୍ଥ ଉପାର୍ଜନ କରିବା ପାଇଁ ବହୁତ କଠିନ ପରିଶ୍ରମ କରିଥାନ୍ତି। କିନ୍ତୁ କିଛି ମଧ୍ୟ ସୁଫଳ ମିଳି ନଥାଏ। ବେଳେବେଳେ ଆପଣ କଠିନ ପରିଶ୍ରମ କରି ଯେଉଁ କାର୍ଯ୍ୟ କରିଥାନ୍ତି, ଏହାର ଶ୍ରେୟ ଆଉ କାହାକୁ ମିଳି ଯାଇଥାଏ। ଏଭଳି ସମସ୍ୟା ସମୟରେ ଆପଣଙ୍କୁ ଅଳେଇଚକୁ ନେଇ କିଛି ଉପାୟ କରିବା ଉଚିତ।ଉପାୟ ହେଉଛି ଆପଣ କିଛି ସବୁଜ ଅଳେଇଚ ନେଇ ସଫା କପଡ଼ାରେ ବାନ୍ଧି ଦେଇ ନିଜ ଶୋଇବା ଘର ତକିଆ ତଳେ ରଖି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ସମସ୍ତ ଅଟକି ରହିଥିବା କାର୍ଯ୍ୟ ସଫଳତାର ସହିତ ସମ୍ପନ୍ନ ହେବ। ଏହାସହିତ ଆପଣ ଧନବାନ ହେବା କ୍ଷଣି ଆଶାନୁରୂପ ସଫଳତା ହାସଲ କରିବେ।

– ଯେଉଁ ଲୋକମାନଙ୍କ ପାଖରେ କେବେବି ଟଙ୍କା ରହି ନଥାଏ ବା ଯେଉଁମାନେ ଟଙ୍କା ସଞ୍ଚୟ କରି ରଖି ପାରନ୍ତି ନାହିଁ, ସେମାନଙ୍କୁ ସର୍ବଦା ନିଜ ପର୍ସରେ ପାଞ୍ଚଟି ଅଳେଇଚ ରଖିବା ଉଚିତ। ଦେଖିବେ ଏଭଳି କରିବା ଦ୍ୱାରା ଆପଣଙ୍କର ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଯିବ ଏବଂ ଆୟ ବୃଦ୍ଧି ହେବ।

– ଯେଉଁ ଲୋକମାନେ ପାଠପଢ଼ାରେ ବହୁତ ଅଧିକ ପରିଶ୍ରମ କରିଥାନ୍ତି, କିନ୍ତୁ ସେମାନଙ୍କୁ କିଛି ମଧ୍ୟ ସୁଫଳ ମିଳି ନଥାଏ। ତେଣୁ ଏଭଳି ପରିସ୍ଥିତିରେ ଆପଣଙ୍କୁ ଅଳେଇଚକୁ କ୍ଷୀରରେ ମିଶାଇ ଫୁଟାଇ ଦିଅନ୍ତୁ ଏବଂ ଏହାକୁ ୭ଟି ସୋମବାର ପର୍ଯ୍ୟନ୍ତ ସେବନ କରନ୍ତୁ। ଦେଖିବେ ନିଶ୍ଚିତ ଭାବରେ ପାଠପଢ଼ାରେ ସୁଫଳ ମିଳିବ।ଏହି ଉପାୟ ସମସ୍ତ ପିତାମାତାଙ୍କୁ ପିଲାମାନଙ୍କ ପାଇଁ କରିବା ଉଚିତ।

– ଶୁକ୍ର ଗ୍ରହକୁ ଧନ ଏବଂ ଭୌତିକ ସୁଖ ସୁବିଧାର କାରକ ଗ୍ରହ ବୋଲି ନାନାଯାଇଥାଏ। ଯଦି ଆପଣଙ୍କୁ ଶୁକ୍ର ଗ୍ରହକୁ ସୁଦୃଢ କରିବାକୁ ଚାହୁଁଛନ୍ତି ଏବଂ ଜୀବନରେ ସମସ୍ତ ସୁଖ ସୁବିଧା ପ୍ରାପ୍ତ କରିବାକୁ ଯାଉଛନ୍ତି, ତାହେଲେ ଆପଣ ଗୋଟେ ପାତ୍ରରେ ଜଳ ନେଇ ସେଥିରେ ଦୁଇଟି ବଡ଼ ଅଳେଇଚ ପକାନ୍ତୁ।ତାପରେ ଗ୍ୟାସରେ ବସାଇ ଏହାକୁ ଅଧା ପାଣି ହେବା ପର୍ଯ୍ୟନ୍ତ ଫୁଟାନ୍ତୁ।

ତାପରେ ପ୍ରତ୍ୟେକଦିନ ଗାଧୋଇବା ସମୟରେ ଏହି ପାଣିକୁ ଗାଧୋଇବା ପାଣି ସହିତ ମିଶାଇ ସ୍ନାନ କରନ୍ତୁ। କିନ୍ତୁ ଆପଣଙ୍କୁ ଏଥିପ୍ରତି ଧ୍ୟାନ ରଖିବାକୁ ପଡ଼ିବ ଯେ, ଗାଧୋଇବା ସମୟରେ ଆପଣଙ୍କୁ ” ଓଁ ଜୟନ୍ତୀ ମଙ୍ଗଳା କାଳୀ ଭଦ୍ରକାଳୀ କପାଳିନୀ। ଦୁର୍ଗା କ୍ଷମା ଶିବା ଧାତ୍ରୀ ସ୍ୱାହା ସ୍ଵଦ୍ଧା ନମୋ ସ୍ତୁତେ।। ଏହି ମନ୍ତ୍ରର ଜପ କରିବା ଆବଶ୍ୟକ। ଦେଖିବେ ଏଭଳି କରିବା ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *