Excuse Me Odisha

ଯାହା କହିବୁ ସତ କହିବୁ

ଧନ ହାନି କରିଥାଏ ଏହି ୫ ଟି ବୃକ୍ଷ ! ଜଲଦି ଓପାଡି ଫୋପାଡ଼ି ଦିଅନ୍ତୁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଧନ ହାନି କରୁଥିବା ଏହି ୫ ଟି ବୃକ୍ଷ ଜଲଦି ଓପାଡି ଫୋପାଡ଼ି ଦିଅନ୍ତୁ।

କୌଣସି ବି ଘରର ବାସ୍ତୁକୁ ଠିକ ରଖିବା ପାଇଁ ତାର ଆଖ ପାଖର ବାତାବରଣ ଠିକ ରହିବା ଆବଶ୍ୟକ ହୋଇଥାଏ। ଯଦି ବାତାବରଣ ଠିକ ରଖିବା ପାଇଁ ଚାହୁଁଛନ୍ତି ତେବେ ବୃକ୍ଷ ଲତା ରହିବା ଆବଶ୍ୟକ ହୋଇଥାଏ। କାହିଁକିନା ବୃକ୍ଷ ଲତାର ମହତ୍ୱ ପ୍ରକୃତିକୁ ସନ୍ତୁଳିତ ରଖିବା ସହିତ ମନୁଷ୍ୟ ପାଇଁ ବି ମଧ୍ୟ ମହତ୍ୱପୂର୍ଣ୍ଣ ଅଟେ। ବୃକ୍ଷ ଲତା ପରିବେଶରେ ଉପସ୍ଥିତ ହାନିକାରକ ତଥା ନିଷିଦ୍ଧ ବାୟୁକୁ ଭୋଜନ ରୂପରେ ଗ୍ରହଣ କରିକି ବାତାବରଣକୁ ନିର୍ମଳ ତଥା ସୁନ୍ଦର ବନେଇ ଥାନ୍ତି। କେଉଁ ବୃକ୍ଷ ଆମର ଜୀବନ ପାଇଁ ଉପକାରୀତା ଅଟେ କେଉଁ ବୃକ୍ଷ ଲଗାଇବା ଦ୍ୱାରା ବାତାବରଣକୁ ସ୍ୱଚ୍ଛ ବନା ଯାଇପାରିବ ଏବଂ କେଉଁ ବୃକ୍ଷ ଲଗାଇବ ଦ୍ୱାରା ବାସ୍ତୁଦୋଷ ଠିକ କରାଯାଇପାରିବ ଏହାର ସୂଚନା ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣଙ୍କୁ ଜଣେଇବୁ।

ବାସ୍ତୁଶାସ୍ତ୍ର ଅନୁସାରେ ମନୁଷ୍ୟକୁ ସୁଖ ସମୃଦ୍ଧି ଏବଂ ଐଶ୍ଵଯ୍ୟ ପ୍ରାପ୍ତି ପାଇଁ ନିଜ ଘରେ ଏହି ବୃକ୍ଷ ଗୁଡିକୁ ନିଶ୍ଚୟ ଲଗାଇବା ଦରକାର। ତେବେ ଆସନ୍ତୁ ଜାଣିନେବା ବୃକ୍ଷ ଲତା ବିଷୟରେ।

ଅଶୋକ ଗଛ। ଏହି ଗଛକୁ ଯଦି ଘରର ଉତ୍ତର ଦିଗରେ ଲଗାଯାଏ ତ ଏହାର ଅତ୍ୟନ୍ତ ଶୁଭ ପ୍ରଭାବ ପ୍ରାପ୍ତ ହୋଇଥାଏ। ଏହି ଗଛକୁ ଘରେ ଲଗାଇବା ଦ୍ୱାରା ଅନ୍ୟ ସବୁ ଗଛର କୁପ୍ରଭାଵ ନଷ୍ଟ ହୋଇଯାଇଥାଏ।

କଦଳୀ ଗଛ। ଘର ବ୍ୟବସାୟ ପ୍ରତିଷ୍ଠାନ ଏବଂ ବ୍ୟବସାୟ ଚତୁର୍ପାର୍ଶ୍ଵରେ କଦଳୀ ଗଛ ଲଗାଇବା ଆବଶ୍ୟକ ହୋଇଥାଏ। ଏହି ଗଛକୁ ଯଦି ଐଶ୍ଵଣ୍ୟ କୋଣରେ ଲଗାଯାଏ ତ ଆହୁରି ଅଧିକ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଯଦି କଦଳୀ ଗଛ ପାଖରେ ତୁଳସୀ ଗଛ ଲଗାଇଥାନ୍ତି ତେବେ ଅଧିକ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଐଶ୍ଵଣ୍ୟ କୋଣରେ ଲଗାଯାଇଥିବା କଦଳୀ ଗଛ ତଳେ ପାଠ ପଢିବା ଦ୍ୱାରା ପଢ଼ା ବ୍ୟର୍ଥ ହୋଇନଥାଏ।

ଶ୍ୱେତ ଅରଖ ଗଛ। ଏହି ଫୁଲର ରଙ୍ଗ ଧଳା ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ନୀଳ ରଙ୍ଗର ଶ୍ୱେତ ଗଛକୁ ବ୍ୟବସାୟ କ୍ଷେତ୍ରରେ ଏବଂ ଘରର ସୀମାରେ ଲଗାଇବା ଦ୍ୱାରା ଅଶୁଭ ମାନାଯାଏ କିନ୍ତୁ ଶ୍ୱେତ ଅରଖ ଗଛ ଯଦି ଘରର ସୀମାରେ ଆପେ ଆପେ ଉଠିଥାଏ ତ ଏହାକୁ ଓପାଡିବେ ନାହିଁ ବରଂ ହଳଦୀ ଚାଉଳ ଜଳ ଦ୍ୱାରା ଏହାର ପୂଜା କରିବା ଦରକାର। ଏମିତି କରିବା ଦ୍ୱାରା ଏହି ଗଛର ପ୍ରଭାବ ଘରେ ରହିଥିବା ସଦସ୍ୟଙ୍କୁ ସୁଖ ଶାନ୍ତି ପ୍ରଦାନ କରିଥାଏ। ଯାହା ଘର ପାଖରେ ଏହି ଗଛର ଫୁଲ ଫଳ ଧରିଥାଏ ସେହ ଘରେ ସବୁବେଳେ ସୁଖ ଶାନ୍ତି ବନିରହିଥାଏ। ସେହି ଭୂମିରେ ଗୁପ୍ତ ଧନ ଲୁଚି ରହିଥାଏ।

ପୋପେୟା ଗଛ। ବାସ୍ତୁଶାସ୍ତ୍ର ଅନୁସାରେ ଏହି ଗଛ ଘରେ ଲଗାଇବା ଉଚିତ ନୁହେଁ। ଏହା ଅଶୁଭ ଫଳଦାୟକ ହୋଇଥାଏ। ଯଦି ଏହି ଗଛ ଆପେ ଆପେ ଉଠିଯାଏ ତ ଆରମ୍ଭରୁ ହିଁ ଏହି ଗଛକୁ ଓପାଡି ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିଦେବା ଉଚିତ। ଯଦି ଏହି ଗଛ ବଡ଼ ହୋଇଯାଇଛି ତେବେ ଏହାକୁ କାଟିବା ପରିବର୍ତେ ଅପେକ୍ଷା କରିବାକୁ ପଡିବ ଯେବେ ସେ ଗଛରେ ଫଳ ଧରିବା ବନ୍ଦ ହୋଇଯିବ। ତ ଏହାର ମୂଳରେ ଏକ ଛେଦ କରି ସେଥିରେ ଅଳ୍ପ ହେଙ୍ଗୁ ଭରିଦେବା ଉଚିତ। ଏମିତି କରିବା ଦ୍ୱାରା ସେ ଆପେ ଆପେ ଶୁଖି ଯାଇଥାଏ।

ନଡ଼ିଆ ଗଛ। ଏହି ଗଛକୁ ଯଦି ଘରେ ସୀମାରେ ଲଗାଯାଏ ତ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଘରର ସୀମାରେ ଏହି ଗଛ ରହିଲେ ସେହି ଘରେ ରହୁଥିବା ମାନ ସମ୍ମାନ ତଥା ଉନ୍ନତିରେ ବୃଦ୍ଧି ହୋଇଥାଏ।

ବର ଗଛ। ବାସ୍ତୁଶାସ୍ତ୍ର ଅନୁସାରେ ଏହା ଏକ ମହତ୍ୱପୂର୍ଣ୍ଣ ଗଛ ଅଟେ। କୌଣସି ବି ଭବନ କିମ୍ବା କୌଣସି ବ୍ୟବସାୟ ପ୍ରତିଷ୍ଠାନ ରେ ପୂର୍ବ ଦିଗରେ ଏହି ଗଛ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଦ୍ବାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ। କିନ୍ତୁ ଏହି କଥାର ଧ୍ୟାନ ରଖିବାକୁ ହେବ ଯେ ଭବନ ଉପରେ ଏହି ଗଛର ଛାୟା ଯେମିତି ନପଡ଼େ। ଘରର ପଶ୍ଚିମ ଦିଗରେ ରହିବା ଅଶୁଭ ମାନାଯାଏ।

ଅଁଳା ଗଛ। ଏହି ଗଛ ଘରର ସୀମାରେ ରହିବା ଶୁଭ ମାନାଯାଏ। ଏହି ଗଛକୁ ଯଦି ଘରେ ଲଗାଯାଏ ତ ଯାହା ଅଶୁଭ ଗଛର ପ୍ରଭାବ ଥାଏ ତ ତାହା ବି ନଷ୍ଟ ହୋଇଯାଏ।

ଡାଳିମ୍ବ ଗଛ। ଘରେ ଯଦି ଏହି ଗଛ ଲଗାଯାଏ ତ ଶୁଭ ଫଳ ପ୍ରାପ୍ତ ହୋଇଥାଏ କିନ୍ତୁ ଏହି ଗଛ ଆଗ୍ନେୟ କୋଣରେ ଲଗାଇବା ଉଚିତ ନୁହେଁ।

ହଳଦୀ ଗଛ। ଏହି ଗଛ ଘରର ସୀମାରେ ରହିବା ଅଶୁଭ ହୋଇଥାଏ। ଶାସ୍ତ୍ରରେ ଏହା ମଧ୍ୟ କୁହାଯାଏ କି ଯଦି ଏହି ଗଛ ଆପେ ଆପେ ଘରେ ଉଠିଯାଏ ତ ତାହାକୁ ତୁରନ୍ତ ଓପାଡି ଦେବା ଉଚିତ। ଏହି ଗଛକୁ ଘରର ସୀମାରେ ରଖିବା ଉଚିତ ନୁହେଁ। ନଚେତ ଅଶୁଭ ପରିଣାମ ଦେଇଥାଏ।

ସୀତା ଫଳର ଗଛ ବା ଆତ ଗଛ। ଏହି ଗଛକୁ ଘରର ସୀମାରେ ଲଗାଇବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ। କିନ୍ତୁ ଯଦି ଏହି ଗଛ ଆପେ ଆପେ ଘରର ସୀମାରେ ଉଠିଯାଏ ତ ଏହାକୁ କାଟିବା ଉଚିତ ନୁହେଁ। ଏହି ଗଛ ପାଖରେ ଅଁଳା ଗଛ ଲଗେଇ ଦେବା ଉଚିତ ଯାହା ଫଳରେ ଏହାର ଅଶୁଭ ପ୍ରଭାବ ପଡିନଥାଏ।

ଜାମୁ କୋଳି ଗଛ। ବାସ୍ତୁ ଦୃଷ୍ଟିରେ ଏହି ଗଛ ଯଦି ଘରର ସୀମାରେ ବା ଦକ୍ଷିଣ ଦିଗରେ ଅଛି ତ ଶୁଭ ହୋଇଥାଏ। ନଚେତ ଅନ୍ୟ ଦିଗରେ ଏହି ବୃକ୍ଷ ରହିବା ସମ ଫଳ ଦାୟୀ ହୋଇଥାଏ।

ଆମ୍ବ ଗଛ। ବାସ୍ତୁ ଦୃଷ୍ଟିରେ ଏହି ଗଛ ଘରର ସୀମାରେ ରହିବା ଶୁଭ ମାନାଯାଏ ନାହିଁ। ଯଦି ବି ଏହି ଗଛ ଅଛି ତ ଏହାକୁ କାଟିବା ଉଚିତ ନୁହେଁ। ଏହା ମୂଳରେ କଳା ତିଳ ପକେଇ ଜଳ ଅର୍ପଣ କରିବା ଉଚିତ। ସାଥିରେ ଘରର ସୀମାରେ ନିମ ଗଛ ଲଗାଇଦେବା ଉଚିତ ଏହା ଫଳରେ ଏହାର ଅଶୁଭ ପ୍ରଭାବ ନଷ୍ଟ ହୋଇଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *