Excuse Me Odisha

ଯାହା କହିବୁ ସତ କହିବୁ

କାଗଜରେ ଲେଖି କରନ୍ତୁ ଏହି କାମ ! ୫ ଦିନ ଭିତରେ ହେବ ଆପଣଙ୍କ ସହ ଚମତ୍କାର !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କାଗଜରେ ଲେଖି କରନ୍ତୁ ଏହି କାମ ୫ ଦିନରେ ହେବ ଚମତ୍କାର।

ବନ୍ଧୁଗଣ ଯଦି ଆପଣଙ୍କଙ୍କର ଗ୍ରହ ଖରାପ ଚାଲିଛି ସମସ୍ୟାରେ ଘେରି ହୋଇ ରହିଛନ୍ତି ଗୋଟିଏ ପରେ ଗୋଟିଏ ସମସ୍ୟା ଆସୁଛି ତେବେ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ। ଆଉ ଏହି ଉପାୟ ନିଶ୍ଚୟ କରନ୍ତୁ। ଏହି ଉପାୟ କରିଲେ କୌଣସି ଖରାପ ହେବନାହିଁ। ତେବେ ଆସନ୍ତୁ ସେହି ଉପାୟ ଗୁଡିକ ବିଷୟରେ ଜାଣିବା।

ପ୍ରଥମ ଉପାୟ। ପ୍ରଥମେ ହନୁମାନ ଚାଳିସା ପଢିବା ଆରମ୍ଭ କରିଦିଅନ୍ତୁ। ପବିତ୍ର ଭାବନା ଏବଂ ଶାନ୍ତି ପୂର୍ଣ୍ଣ ଭାବେ ହନୁମାନ ଚାଳିସା ପଢିଲେ ଭଗବାନ ହନୁମାନଙ୍କ କୃପା ପ୍ରାପ୍ତି ହୋଇଥାଏ। ଏହା ଆମକୁ ନାନା ପ୍ରକାରର ସମସ୍ୟାରୁ ମୁକ୍ତି କରିଥାଏ।

ଦ୍ୱିତୀୟ ଉପାୟ। ପଶୁପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ। ଗାଈ କୁକୁର ଏବଂ ଚଢେଇ ଏମାନଙ୍କୁ ଭୋଜନ ଦିଅନ୍ତୁ। ଗଛ ପକ୍ଷୀ ଗାଈ ଏମାନଙ୍କର ଅନ୍ନ ଏବଂ ଜଳର ବ୍ୟବସ୍ଥା କଲେ ଏମାନଙ୍କର ଆଶୀର୍ବାଦ ଆପଣଙ୍କୁ ମିଳିଥାଏ। ଏମାନଙ୍କୁ ଖାଇବାକୁ ଦେବା ଦ୍ୱାରା ଆପଣଙ୍କୁ ବହୁତ ବଡ଼ ପୁଣ୍ୟ ମିଳିଥାଏ।

ତୃତୀୟ ଉପାୟ। ଗୋଟିଏ ପାଣି ଥିବା ନଡ଼ିଆ ଆଣନ୍ତୁ ଏବଂ ତାକୁ ନିଜ ଚାରିପଟେ ୨୧ ଥର ବୁଲାଇ ଦିଅନ୍ତୁ। ତାପରେ ନଡ଼ିଆଟିକୁ କୌଣସି ମନ୍ଦିର କିମ୍ବା ଦେବସ୍ଥାନକୁ ଯାଇ ଜାଳି ଦିଅନ୍ତୁ। ପ୍ରତି ମଙ୍ଗଳବାର ଏବଂ ଶନିବାର ଦିନ ଆପଣଙ୍କୁ ଏହିପରି କରିବାର ଅଛି। ପରିବାରର ଯେଉଁ ବ୍ୟକ୍ତି ଉପରେ ସଙ୍କଟ ଚାଲିଛି ତା ଉପରେ ନଡ଼ିଆ ସେହିପରି ଆପଣାନ୍ତୁ।

ଚତୁର୍ଥ ଉପାୟ। ସ୍ମଶାନରେ କିଛି ଟଙ୍କା ଫୋପାଡ଼ି ଦେଇ ଆସନ୍ତୁ। ଫୋପାଡ଼ି ଆସିବା ସମୟରେ ପଛକୁ ବୁଲି ଜମାବି ଚାହାନ୍ତୁ ନାହିଁ। ଏହି ଉପାୟରେ ହଠାତ ଆସିଥିବା ବାଧା ତୁରନ୍ତ ଦୂର ହୋଇଥାଏ ଏବଂ ଦେବାଦେବୀଙ୍କର ସହଯୋଗ ମଧ୍ୟ ମିଳିବ।

ପଞ୍ଚମ ଉପାୟ। ମାଛ ମାନଙ୍କୁ ଖାଇବାକୁ ଦିଅନ୍ତୁ। କାଗଜରେ ଛୋଟ ଛୋଟ ଅକ୍ଷରରେ ରାମଙ୍କ ନାମ ଲେଖନ୍ତୁ। ଅଧିକ ସଂଖ୍ୟାରେ ରାମଙ୍କ ନାମ ଲେଖନ୍ତୁ ତାପରେ ସେହି କାଗଜକୁ ଛୋଟ ଛୋଟ ପିସ କରି କାଟିଦିଅନ୍ତୁ। ସେହି କାଗଜରେ ଥିବା ରାମ ନାମକୁ ଅଟାରେ ବଳା ଯାଇଥିବା ଛୋଟ ଛୋଟ ଗୋଳାରେ ଲଗାଇ ଦିଅନ୍ତୁ ଏବଂ ତାକୁ ନଦୀ କିମ୍ବା ପୋଖରୀରେ ଫୋପାଡ଼ି ଦିଅନ୍ତୁ। ଆଉ ପିମ୍ପୁଡିକୁ ବନା ଯାଇଥିବା ଖାଦ୍ୟ ଖାଇବାକୁ ଦିଅନ୍ତୁ।

ଷଷ୍ଠ ଉପାୟ। ବନ୍ଧୁଗଣ ପ୍ରତିଦିନ ପଶୁପକ୍ଷୀ ମାନଙ୍କୁ ଦାନା ଖାଇବାକୁ ଦେବା ଦ୍ୱାରା ପିତୃପୁରୁଷଙ୍କୁ ଶାନ୍ତି ମିଳିଥାଏ। ପ୍ରତିଦିନ ଚଢେଇ ମାନଙ୍କୁ ଖାଇବାକୁ ଦେବା ଦ୍ୱାରା ସଙ୍କଟରୁ ମୁକ୍ତି ମିଳିଥାଏ। ପ୍ରତିଦିନ କୁକୁରକୁ ରୁଟି ବିସ୍କୁଟ ଦେଲେ ଆକସ୍ମିକ ସଙ୍କଟ ଦୂର ହୋଇଥାଏ। ପ୍ରତିଦିନ ଗାଈକୁ ଖାଇବାକୁ ଦେଲେ ଆର୍ଥିକ ସଙ୍କଟ ଦୂର ହୋଇଥାଏ।

ସପ୍ତମ ଉପାୟ। କୌଣସି ଏକ କଂସାରି ଦୋକାନିକୁ ଯାଇ କଂସାର ଏକ ପାତ୍ର କିଣି ଆଣନ୍ତୁ। ସେହି ପାତ୍ରରେ ସୋରିଷ ତେଲ ରଖନ୍ତୁ ଏବଂ ଗୋଟିଏ ମୁଦ୍ରା ପକାଇ ନିଜ ଛାଇକୁ ଦେଖନ୍ତୁ ସେହି ତେଲକୁ କୌଣସି ବ୍ୟକ୍ତି ମାଗିଲେ ତାକୁ ଦାନ କରିଦିଅନ୍ତୁ କିମ୍ବା ଶନି ମନ୍ଦିର ଯାଇ ସେହି ତେଲକୁ ରଖି ଆସନ୍ତୁ। ଏହିପରି ଭାବେ ୫ ସପ୍ତାହ କରନ୍ତୁ।

ଅଷ୍ଟମ ଉପାୟ। ଅମାବାସ୍ୟା ଏବଂ ଶନିବାର ଦିନ ଅଁଳା ଗଛ ତଳେ ସୋରିଷ ତେଲର ଦୀପଟିଏ ଅବଶ୍ୟ ଜଳାନ୍ତୁ। ଦେଖିବେ ଏହିପରି କଲେ ଆପଣଙ୍କର ସବୁ ଆର୍ଥିକ ସମସ୍ୟା ଜଲଦି ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *