Excuse Me Odisha

ଯାହା କହିବୁ ସତ କହିବୁ

ଏହି ଦିଗରେ ମୁହଁ କରି ଖାଇବା ଉଚିତ ନୁହେଁ | ଏମିତି କରିବା ଦ୍ଵାରା ଆସିଥାଏ କମ ବୟସରେ ମୃତ୍ୟୁ ! ଜାଣନ୍ତୁ ଭୋଜନ କରିବାର ସଠିକ ନିୟମ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଏହି ଦିଗରେ ଭୋଜନ କରିଲେ କମ ଆୟୁରେ ମୃତ୍ୟୁ ହୋଇଥାଏ।

ଭଗବାନ ଶ୍ରୀକୃଷ୍ଣ ତାଙ୍କର ଉପଦେଶରେ ମନୁଷ୍ୟଙ୍କୁ ଭୋଜନ କରିବା ସମୟରେ କେଉଁ କଥାର ଧ୍ୟାନ ରଖିବା ଉଚିତ ଏହି ବିଷୟରେ ବହୁତ ମହତ୍ୱପୂର୍ଣ୍ଣ ଜ୍ଞାନ ଦେଇଛନ୍ତି। କେଉଁ ପ୍ରକାରର ଭୋଜନ ମନୁଷ୍ୟକୁ କଷ୍ଟକାରକ ଦେଇଥାଏ କେଉଁ ଦିଗକୁ ମୁହଁ କରି ଭୋଜନ କଲେ ମନୁଷ୍ୟର ଆୟୁ କମହୋଇଥାଏ ଏବଂ ପ୍ରକାରର ଭୋଜନ ଜୀବନରେ ସୁଖ ସମୃଦ୍ଧି ଏବଂ ଐଶ୍ଵର୍ଯ୍ୟ ପ୍ରାପ୍ତି କରାଇଥାଏ ଏହା ସହିତ ବାସ୍ତୁଶାସ୍ତ୍ରରେ ମଧ୍ୟ ଭୋଜନ କରିବା ସମୟରେ ନିୟମ ବିଷୟରେ କୁହାଯାଇଛି। ଯାହାର ପାଳନ କରିବା ଆବଶ୍ୟକ।

ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ ଭୋଜନ କରିବା ସମୟରେ ନିଜର ମୁହଁ ଉଚିତ ଦିଗକୁ ରଖିବା ଉଚିତ। ଭୁଲ ଦିଗକୁ ମୁହଁ କରି ଭୋଜନ କଲେ ମନୁଷ୍ୟ ଶରୀରରେ ଖରାପ ପ୍ରଭାବ ପଡିଥାଏ ଏହା ସହିତ ଭୋଜନ ଆରମ୍ଭ କରିବା ଆଗରୁ ମନୁଷ୍ୟକୁ କିଛି ମନ୍ତ୍ର ବୋଲିବା ଆବଶ୍ୟକ। ଯାହା ଦ୍ୱାରା କି ଭୋଜନ କରିବା ସମୟରେ ସକରାତ୍ମକ ଉର୍ଜାର ପ୍ରଭାବ ଅଧିକ ହେବ ଏବଂ ଏହା ଆମ ଶରୀର ଉପରେ ଭଲ ପ୍ରଭାବ ପକାଇବ। ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏହାର ମହତ୍ତ୍ୱପୂର୍ଣ୍ଣ କଥା ବିଷୟରେ କଥା ହେବା।

ଯଦି ଭୋଜନ କରିବ ସମୟରେ ପରିବାରର ସବୁ ସଦସ୍ୟ ଠିକ ଦିଗରେ ଧ୍ୟାନ ରଖନ୍ତି ତ ଘରୁ କ୍ଳେଶ ନକରାତ୍ମକତା ଦାରିଦ୍ର୍ୟତା ଦୂର ହୋଇଯାଏ ଏବଂ ମା ଲକ୍ଷ୍ମୀଙ୍କ କୃପାରୁ ଘରକୁ ସୁଖ ସମୃଦ୍ଧି ଆସିଥାଏ ତା ସହିତ ପରିବାରର ସଦସ୍ୟଙ୍କ ଦେହ ମଧ୍ୟ ଭଲ ରହିଥାଏ। ତ ଆସନ୍ତୁ ଜାଣିନେବା ମନୁଷ୍ୟକୁ ଭୋଜନ କରିବା ସମୟରେ କେଉଁ କଥାକୁ ଧ୍ୟାନ ରଖିବା ଉଚିତ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ମନୁଷ୍ୟକୁ କେବେବି ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଭୋକିଲା ରଖି ନିଜେ ଭୋଜନ ଗ୍ରହଣ କରିବା ଉଚିତ ନୁହେଁ। ଯେମିତି ସୁଦାମା ନିଜ ମିତ୍ରଙ୍କୁ ଭୋକିଲା ରଖି ନିଜେ ହିଁ ଖାଇ ଦେଇଥିଲେ ଏହି କାରଣରୁ ସେ ଦାରିଦ୍ର୍ୟତାର ସାମ୍ନା କରିଥିଲେ। ସେହିପରି ମନୁଷ୍ୟକୁ କେବେବି ଅନ୍ୟକୁ ଭୋକିଲା ରଖି ନିଜେ ଭୋଜନ ଗ୍ରହଣ କରିବା ଉଚିତ ନୁହେଁ। ଆପଣଙ୍କ ପାଖକୁ ଆସିଥିବା ପଶୁପକ୍ଷୀ ଏବଂ ମନୁଷ୍ୟକୁ ମଧ୍ୟ ଭୋଜନ କରେଇବା ସହିତ ନିଜେ ଭୋଜନ କରିବା ଉଚିତ। ସମସ୍ତଙ୍କୁ ବାଣ୍ଟି କରି ଭୋଜନ କଲେ ହିଁ ବ୍ୟକ୍ତିକୁ ତାର ପୁଣ୍ୟ ମିଳିଥାଏ ଏବଂ ଏଥିରେ ହିଁ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

ବାସ୍ତୁଶାସ୍ତ୍ର ଅନୁସାରେ ଭଙ୍ଗା ରୁଜା ବାସନରେ ଭୋଜନ କରିବା ଅଶୁଭ ମାନାଯାଏ। ଏହା ଦୁର୍ଭାଗ୍ୟକୁ ନିମନ୍ତ୍ରଣ କରିଥାଏ। ଭୋଜନ ସବୁବେଳେ ସ୍ୱଚ୍ଛ ଥାଳିରେ କରିବା ଉଚିତ। ଦୂଷିତ ଥାଳିରେ ଭୋଜନ କଲେ ଦୁଃଖ ଦାରିଦ୍ର୍ୟତା ଇତ୍ୟାଦି ବ୍ୟକ୍ତିର ଜୀବନରେ ଆସିଥାଏ। ଏକାଦଶୀ ଦିନ ତାମସିକ ଭୋଜନ କରନ୍ତୁ ନାହିଁ। ଶାସ୍ତ୍ର ଅନୁସାରେ ମନୁଷ୍ୟକୁ ଏକାଦଶୀ ଦିନ ମଦ ମାଂସର ସେବନ କରିବା ଉଚିତ ନୁହେଁ ଏବଂ କେବଳ ସାକାହାର ଆହାର ଭୋଜନ କରିବା ଉଚିତ।

ଭୋଜନର ଅପବ୍ୟବହାର କରିବା ଅଥବା ଭୋଜନକୁ ଖରାପ କରିବା ଶାସ୍ତ୍ରରେ ଅନୁଚିତ ମାନାଯାଏ। ଏହା ଅନର୍ଥର କାରଣ ବନିଥାଏ। ଏଥିପାଇଁ ଆପଣଙ୍କୁ ଥାଳିରେ ଯେତିକି ଆବଶ୍ୟକ ସେତିକି ହିଁ ଭୋଜନ ନିଅନ୍ତୁ। ଯଦି କୌଣସି ବ୍ୟକ୍ତି ସାଥିରେ ଭୋଜନ କରୁଛି ତ ତାହାର ଭୋଜନ ସମାପ୍ତ ହେବା ପର୍ଯ୍ୟନ୍ତ ଉଠିବା ଉଚିତ ନୁହେଁ। ଏହା ନକଲେ ପିତୃପୁରୁଷ ଦୁଃଖୀ ହୋଇଯାନ୍ତି ଏବଂ ପିତୃଦୋଷ ଲାଗିଥାଏ।

ଭୋଜନ ସରିବା ପରେ ଥାଳିରେ ହାତ ଧୋଇବା ଉଚିତ ନୁହେଁ। ଥାଳିରେ ହାତ ଧୋଇଲେ ଅନ୍ନର ଅପମାନ ହୋଇଥାଏ। ଏହା ନୀଚ ଶ୍ରେଣୀର ଲୋକଙ୍କ ଲକ୍ଷଣ ହୋଇଥାଏ। ଏହାକୁ ଭୁଲରେ ମଧ୍ୟ କରନ୍ତୁ ନାହିଁ।

ଭୋଜନ ଆରମ୍ଭ କରିବା ପୂର୍ବରୁ ଏହି ମନ୍ତ୍ରର ଜପ କରନ୍ତୁ। ଓମ ସହ ନବବତୁ ସହ ନୌ ଭୁନକତୁ ସହ ବିରୟଂ କରବବାହୈ ତେଜସ୍ୱୀ ନବଧିତମସ୍ତୁ ମା ବିଦାସାବହୈ ଓମ ଶାନ୍ତି ଶାନ୍ତି ଶାନ୍ତି। ଏହି ମନ୍ତ୍ରର ଜପରେ ଦେବୀ ଦେବତା ମାନେ ସନ୍ତୁଷ୍ଟ ହୋଇଥାନ୍ତି। ଏହି ସମସ୍ତଙ୍କ ଆଜ୍ଞା ନେଇ ମନୁଷ୍ୟକୁ ଭୋଜନ କରିବା ଉଚିତ ଏବଂ ଏହା ପାର୍ଥନା କରିବା ଉଚିତ କି ସବୁ ଭୋକିଲା ପ୍ରାଣୀକୁ ଅନ୍ନର ପ୍ରାପ୍ତି ହେଉ। ଏହି ପ୍ରକାରରେ ଭୋଜନ ଆରମ୍ଭ କଲେ ପରମାତ୍ମା ଅତ୍ୟନ୍ତ ସନ୍ତୁଷ୍ଟ ହୋଇଥାନ୍ତି ଏବଂ ବ୍ୟକ୍ତିକୁ ଦୀର୍ଘାୟୁ ପ୍ରଦାନ କରିଥାନ୍ତି।

ଏହି କଥାର ମଧ୍ୟ ଧ୍ୟାନ ରଖନ୍ତୁ କି ଖଟରେ ବସି କେବେବି ଭୋଜନ କରିବା ଉଚିତ ନୁହେଁ। ଏପରି କଲେ ବ୍ୟକ୍ତିକୁ କେତେ ପ୍ରକରର ରୋଗ ହୋଇଥାଏ। ଭୋଜନ କେବଳ ଭୂମି ଉପରେ ବସି କରିବା ଉଚିତ। ଭୋଜନ କରିବା ସମୟରେ ଅନ୍ୟକୁ ଅପମାନ କରିବା ଉଚିତ ନୁହେଁ। ଏପରି କଲେ ବ୍ୟକ୍ତିର ଜୀବନରେ ଦୁର୍ଭାଗ୍ୟ ଆସିଥାଏ ଏବଂ ଦୁହିଁଙ୍କ ମଧ୍ୟରେ କ୍ଳେଶ ମଧ୍ୟ ଉତ୍ପନ ହୋଇଥାଏ।

ଏବେ ଆସନ୍ତୁ ଜାଣିବା ଭୋଜନ କରିବାର ଠିକ ଦିଗ ବିଷୟରେ।

ବାସ୍ତୁଶାସ୍ତ୍ର ଅନୁସାରେ ପୂର୍ବ ଦିଗକୁ ମୁହଁ କରି ଭୋଜନ କଲେ ବ୍ୟକ୍ତି ରୋଗ ଏବଂ ମାନସିକ ଚିନ୍ତାରୁ ମୁକ୍ତ ହୋଇଯାଏ। ବୀମାର ଲୋକଙ୍କୁ ପୂର୍ବ ଦିଗକୁ ମୁଖ କରି ଭୋଜନ କରାନ୍ତୁ ଏହା ଦ୍ବାରା ସ୍ବାସ୍ଥ୍ୟରେ ସୁଧାର ଆସିଥାଏ। କାରଣ ପୂର୍ବ ଦିଗକୁ ଉଦୟ ହେଉଥିବା ଭଗବାନ ସୂର୍ଯ୍ୟଦେବଙ୍କର ଦିଗ ମାନାଯାଏ। ଏହା ଦ୍ବାରା ଶରୀରର ସବୁ ରୋଗ ନାଶ ହୋଇଥାଏ।

ଯଦି ବ୍ୟକ୍ତି ବ୍ୟବସାୟରେ ଉନ୍ନତି ଚାହୁଁଥାଏ କିମ୍ବା କୌଣସି ବ୍ୟକ୍ତି ଚାକିରୀ ଖୋଜୁଥାଏ ତ ତାକୁ ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ଉଚିତ। ଉତ୍ତର ଦିଗ ମା ସ୍ୱରସ୍ୱତୀଙ୍କର ଦିଗ ମାନାଯାଏ।

ଧ୍ୟାନ ରଖନ୍ତୁ ଦକ୍ଷିଣକୁ ମୁହଁ କରି ଭୋଜନ କରିବା ଉଚିତ ନୁହେଁ। ଏହାକୁ ମୃତ୍ୟୁର ଦିଗ ମାନାଯାଏ। ଏହି ଦିଗକୁ ମୁଖ କରି ଭୋଜନ କଲେ ବ୍ୟକ୍ତିର କମ ବୟସରୁ ହିଁ ମୃତ୍ୟୁ ହୋଇଯାଏ। ଏଥିପାଇଁ ଦକ୍ଷିଣ ଦିଗକୁ କେବେବି ମୁଖ କରି ଭୋଜନ କରନ୍ତୁ ନାହିଁ।

ପଶ୍ଚିମ ଦିଗକୁ ମୁଖ କରି ଭୋଜନ କରିବା ଉଚିତ। ଧନ ଧାନ୍ୟ ସୁଖ ସମୃଦ୍ଧି ପାଇଁ ଏହାକୁ ଉଚିତ ମାନାଯାଏ। ତେଣୁ ମନୁଷ୍ୟକୁ ପଶ୍ଚିମ ଦିଗରେ ମୁହଁ କରି ଭୋଜନ କରିବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *