Excuse Me Odisha

ଯାହା କହିବୁ ସତ କହିବୁ

ପଛେ ଭୋକରେ ରହିଯିବେ କିନ୍ତୁ ଶନିବାର ଦିନ ଭୁଲରେ ବି ଖାଆନ୍ତୁ ନାହିଁ ଏହି ୩ଟି ଜିନିଷ,ଘର ବର୍ବାଦ ହୋଇଯିବ,ଦାରିଦ୍ର୍ୟତା ଘର ଛାଡ଼ି ଯିବ ନାହିଁ !

ସେୟାର୍ କରନ୍ତୁ

ବନ୍ଧୁଗଣ ଶନିବାର ଦିନର ଅଧିପତି ହେଉଛନ୍ତି ଶନି ଗ୍ରହ। ଯାହାକୁ କି ସବୁ ଗ୍ରହର ଉପରେ ଏବଂ ମହତ୍ୱପୂର୍ଣ୍ଣ ମାନାଯାଏ। ଶନିଙ୍କୁ ପାପ ଗ୍ରହ ବି ମନାଯାଇଥାଏ। ଶନି ଗ୍ରହର ନାଁ ଶୁଣିବା ମାତ୍ରେ ହିଁ ଲୋକମାନେ ଡ଼ରିଯାନ୍ତି। ତେବେ ଯେବେବି ଶନିଙ୍କର ଆମ ଜୀବନ ଉପରେ ପ୍ରଭାବ ପଡିଥାଏ ମାନେ ଶନିଙ୍କ ଦୃଷ୍ଟି ବା ଶନି ମହାରାଜଙ୍କର କଥା ହୋଇଥାଏ ତେବେ ଶନିଙ୍କ ବିଷୟରେ ପ୍ରାୟତଃ ଖରାପ ହିଁ କୁହାଯାଇଥାଏ। ଶନି ମାନେ କଷ୍ଟ କ୍ଷତି ଦୁଃଖ ଅଶୁଭ ଏହା ମନୁଷ୍ୟର ସାଧାରଣତଃ ଧାରଣା ଅଟେ। ତେବେ ଆପଣ ଜାଣିନିଅନ୍ତୁ କି ଏପରି ବିଲକୁଲ ବି ନୁହେଁ। ଯଦି ଆପଣ ନ୍ୟାୟ ପୁର୍ଣ କାମ କରୁଥିବା ବ୍ୟକ୍ତି ତେବେ ଆପଣଙ୍କୁ ଶନି ଦେବଙ୍କୁ ଡ଼ରିବାର ଆବଶ୍ୟକତା ନାହିଁ। କାରଣ ଶନିଦେବ ନିଷ୍ପାପ ନିରୀହ ନ୍ୟାୟରେ ଚାଲୁଥିବା ଲୋକଙ୍କୁ କେବେବି ଦଣ୍ଡ ଦେଇନଥାନ୍ତି।

ଏହା ସହ ଶନିଦେବଙ୍କର ପ୍ରଭାବ ପ୍ରତ୍ୟକ ରାଶିରେ ଅଲଗା ଅଲଗା ପଡିଥାଏ। ଆମେ ଶନିଙ୍କର କେବଳ ଅଶୁଭକୁ ପକ୍ଷକୁ ହିଁ ଦେଖିଥାଉ। ଯେତେବେଳେ କି ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହଙ୍କର ଶୁଭ ଏବଂ ଅଶୁଭ ଦୁଇଟି ପକ୍ଷ ବିଷୟରେ କୁହାଯାଇଛି। ସେହି ପ୍ରକାରର ଶନି ଗ୍ରହରବି ଅଶୁଭ ଏବଂ ଶୁଭ ଦୁଇଟି ପକ୍ଷ ରହିଛି। ଯେବେ କୌଣସି ରାଶିରେ ଶନି ଶୁଭ ହୋଇଥାଏ ତେବେ ସେହି ବ୍ୟକ୍ତିକୁ ସବୁ ପ୍ରକାରର ମାଲାମାଲ କରିଦିଅନ୍ତି। ତା ମାର୍ଗରେ ସବୁ ଅସୁବିଧାକୁ ଦୂର କରି ତାର ଭାଗ୍ୟ ଖୋଲିଦିଅନ୍ତି। ଯଦି ଆପଣଙ୍କର ସାଢ଼େସାତି ପଡିଛି ତେବେ ଯଦି ଆପଣ ନ୍ୟାୟରେ ରୁହନ୍ତି ସ୍ୱାତିକ ଆହାର ମିଛ କୁହନ୍ତି ନାହିଁ ତେବେ ଏହାର ପ୍ରଭାବ ଆପଣଙ୍କ ଉପରେ ଏତେ ପଡିନଥାଏ। କିଛି ଉପାୟ ମଧ୍ୟ କରିକି ଶନିଦେବଙ୍କୁ ପ୍ରସନ୍ନ କରିପାରିବେ। ଏହା ଦ୍ବାରା ଶନିଦେବଙ୍କର ତିବ୍ରତାକୁ ବହୁତ ଶୀଘ୍ର କମାଇ ପାରିବେ।

ବନ୍ଧୁଗଣ ଶନିବାର ଏହା ହନୁମାନଙ୍କଙ୍କର ବି ପ୍ରିୟ ବାର ହୋଇଥାଏ। ତେବେ ଶନିବାର ସବୁ ସଂକଟକୁ ହରୁଥିବା ହନୁମାନଙ୍କର ପୂଜା ମନ୍ତ୍ର ଉଚାରଣ କରିବା ଦ୍ୱାରା ସିଏ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା ଶନିବାର ଦିନ କେଉଁ କଥାର ବିଶେଷ ଧ୍ୟାନ ରଖିବା ଉଚିତ। ଶନିବାର ଦିନ କଣ କରିକି ଶନିମହାଦୋଷକୁ କମାଇ ପାରିବା। ଏହା ସହିତ ଭଗବାନ ହନୁମାନଙ୍କୁ ପ୍ରସନ୍ନ କରିବାର ଉପାୟ ଆମେ ଆପଣଙ୍କୁ ଜଣେଇବୁ। ତେବେ ଆସନ୍ତୁ ଜାଣିବା।

ସବୁଠୁ ପ୍ରଥମେ ଶନିବାର ଦିନ ଭଗବାନ ହନୁମାନଙ୍କ ମନ୍ଦିରକୁ ଯାଇ କରି ଭଗବାନ ହନୁମାନଙ୍କ ଦର୍ଶନ କରନ୍ତୁ। ତାଙ୍କ ସିନ୍ଦୁର ଚମେଲି ତେଲ ଏବଂ ଅନ୍ୟ ପୂଜା ସାମଗ୍ରୀ ଅର୍ପଣ କରନ୍ତୁ। ଶନିଦୋଷକୁ ଦୂର କରିବା ପାଇଁ ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଇ କରି ହନୁମାନ ଚାଳିସାର ପାଠ ଅବଶ୍ୟ କରନ୍ତୁ ଏବଂ ଶନିବାର ଦିନ ପ୍ରଥମେ ହନୁମାନ ମନ୍ଦିର ଯାଇ କରି ଦୀପ ଜାଳନ୍ତୁ। ଏହାପରେ ଶନିଦେବଙ୍କ ମନ୍ଦିର ଯାଇ କରି ଶନିଦେବଙ୍କୁ ପ୍ରଣାମ କରି ଓଁମ ସମ ଶନିଶ୍ଚରାୟ ନମଃ ମନ୍ତ୍ରର ଜପ କରନ୍ତୁ। ଶନିଙ୍କର ଖରାପ ପ୍ରଭାବରୁ ବଞ୍ଚିବା ପାଇଁ ଶନିବାର ଦିନ ଅସ୍ତ ଗଛର ପରିକ୍ରମା କରନ୍ତୁ ଏବଂ ଦୀପ ଜାଳନ୍ତୁ। ଶନିବାର ଦିନ ଶନିଙ୍କୁ ତେଲ ଅବଶ୍ୟ ଚଢାନ୍ତୁ ଏବଂ ତେଲ ଅର୍ପଣ କରିବା ପାଇଁ ଲୁହା ପାତ୍ରର ବ୍ୟବହାର କରନ୍ତୁ। ଶନିବାର ଦିନ ଶନି ମହାତ୍ମାର ପାଠ କରନ୍ତୁ ଏବଂ ରୁଦ୍ରଭିଷେକ କରନ୍ତୁ।

ଶନିଦେବଙ୍କ ମନ୍ଦିରରେ ବିରି ଡାଲି ତେଲ କଳା ରାଶି ସୋରିଷ ଏବଂ କଳା ବସ୍ତ୍ର ଦାନ କରନ୍ତୁ। ଏହା ସହିତ କଳା ରଙ୍ଗର ଜୋତା ଅବଶ୍ୟ ଦାନ କରନ୍ତୁ। ଘରର ବଡ଼ ଏବଂ ଗୁରୁଜନ ମାନଙ୍କର ସେବା ଅବଶ୍ୟ କରନ୍ତୁ। କୁଣ୍ଡଳୀରେ ଶନି ଖରାପ ଥିଲେ ନୀଳ ବସ୍ତ୍ର ପିନ୍ଧିବାକୁ କୁହାଯାଇଥାଏ। ଏହା ଦ୍ବାରା ଶନିର ଅଶୁଭ ପ୍ରଭାବକୁ କମ କରାଯାଇ ପାରିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିବାର ଦିନ ମସୁର ଡାଲି ଖାଇବେ ନାହିଁ କାରଣ ଏହାର ସମ୍ବଦ୍ଧ ମଙ୍ଗଳ ଗ୍ରହ ସହ ହୋଇଥାଏ। ଏହା ସହିତ ଶନିବାର ଦିନ ଲାଲ ଲଙ୍କାର ସେବନ କରିବେ ନାହିଁ। ଲାଲ ଏବଂ ରାଗ ଶନିଦେବଙ୍କୁ ପସନ୍ଦ ନୁହେଁ। ସେ ଶୀତଳ ପଦାର୍ଥକୁ ପସନ୍ଦ କରିଥାନ୍ତି। ଶନିବାର ଦିନ ଦହି ଖାଇବା ଠାରୁ ଦୂରେଇ ରହିବେ କାରଣ ଏହାର ରଙ୍ଗ ଧଳା ଏବଂ ଏହାର ସମ୍ବଦ୍ଧ ଶୁକ୍ର ଗ୍ରହ ସହିତ ରହିଛି। ଶନିବାର ଦିନ ଯଦି ଦହି ଖାଉଛନ୍ତି ସେଥିରେ ଧନିଆ ପୋଦିନା ପକେଇକି ଖାଇବେ। ଶନିବାର ଦିନ ଖଟା ଆମ୍ବ ଆଚାର ଆଦିର ସେବନ କରିବେ ନାହିଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ଦ୍ୱାରା ଶନିଙ୍କର ଖରାପ ପ୍ରଭାବ ପଡିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *