Excuse Me Odisha

ଯାହା କହିବୁ ସତ କହିବୁ

ଏଭଳି ମୟୂର ପର କେବେ ବି ନିଜ ଘରେ ରଖନ୍ତୁ ନାହିଁ, ଦୁଃଖ, ଦାରିଦ୍ର୍ୟତା ପାଖ ଛାଡିବ ନାହିଁ !

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ଆଜି ଆମେ ମୟୂର ପଙ୍ଖ ବିଷୟରେ ଜାଣିବା। ମୟୁର ପଙ୍ଖ ଦେଖିବାକୁ ଖୁବ୍ ସୁନ୍ଦର ହୋଇଥାଏ। ଯେଉଁ ଲୋକ ମାନଙ୍କ ପାଖରେ ମୟୂର ପର ରହିଥାଏ , ସେହି ଲୋକଙ୍କୁ ସାବଧାନତାର ସହିତ ଏହାର ତାହାର ବ୍ୟବହାର କରିବା ଉଚିତ। ମୟୁର ପଙ୍ଖର ଅପବ୍ୟବହାର କଲେ, ବ୍ୟକ୍ତି ଭିକାରୀ ହୋଇ ଯାଇଥାଏ।ଭଗବାନ ଶ୍ରୀକୃଷ୍ଣଙ୍କ ମୁଣ୍ଡରେ ମୟୂର ପଙ୍ଖ ଖୋସା ହୋଇଥାଏ ଏବଂ କାର୍ତ୍ତିକ ତଥା ଇନ୍ଦ୍ରଙ୍କର ବାହନ ମୟୁର ଅଟେ।

ପୁରାତନ ଯୁଗର ଇତିହାସ ଓ ଗ୍ରନ୍ଥ ସବୁ ମୟୂର ପଂଖରେ ହିଁ ଲେଖା ହୋଇଛି। ସେହିଭଳି ଭଗବାନ ଶ୍ରୀ କୃଷ୍ଣ ଙ୍କୁ ମୟୁର ପଙ୍ଖ ଅତିପ୍ରିୟ ଅଟେ। ମୟୁର ପଙ୍ଖକୁ ଶାସ୍ତ୍ରରେ ସର୍ବ ଶ୍ରେଷ୍ଠ ମନାଯାଇଛି। ମୟୁର କୁ ସବୁଠାରୁ ପବିତ୍ର ପକ୍ଷୀ ମାନାଯାଇଅଛି। ମୟୁର ଯେତେବେଳେ ନିଜର ପଙ୍ଖକୁ ନିଜ ଶରୀରରୁ ଛାଡିଥାଏ, ସେତେବେଳେ ଆମକୁ ଏହି ସୁନ୍ଦର ପଙ୍ଖ ପ୍ରାପ୍ତ ହୋଇଥାଏ।

ଦେବୀ ଯଶୋଦା ଶ୍ରୀ କୃଷ୍ଣଙ୍କ ମଥାରେ ମୟୂର ପଙ୍ଖ ଖୋସି ଦେଇଥିଲେ, ସେଥିପାଇଁ ଆଜି ପର୍ଯ୍ୟନ୍ତ ଏହି ମୟୂର ପରକୁ ଶୋଭା ଦିବ୍ୟ ଶକ୍ତି ସହିତ ଯୋଡା ଯାଇଥାଏ। ଭଗବାନ ଶ୍ରୀକୃଷ୍ଣଙ୍କ ମଥାରେ ଲାଗିଥିବା ମୟୁର ପର ଦେବୀ ଲକ୍ଷ୍ମୀଙ୍କର ସବୁଠାରୁ ପ୍ରିୟ ଅଟେ। ମୟୁର ପଙ୍ଖରେ ସମସ୍ତ ଦେବୀ ଦେବତା ବାସ କରିଥାନ୍ତି। ଏହାକୁ ପାଖରେ ରଖିବା ଦ୍ଵାରା କୌଣସି ବ୍ୟକ୍ତିର ଭାଗ୍ୟ ସୁଦୃଢ ହୋଇ ଯାଇଥାଏ।

ଯେଉଁ ଲୋକଙ୍କ ପାଖରେ ମୟୁର ପଙ୍ଖ ସର୍ବଦା ରହିଥାଏ, ସେମାନଙ୍କୁ କେବେବି ଖରାପ ପରିସ୍ଥିତିର ସାମ୍ନା କରିବାକୁ ପଡ଼ି ନଥାଏ। ଏହାସହିତ ସେମାନଙ୍କ ଉପରେ ଦେବୀ ଲକ୍ଷ୍ମୀ ଓ ଭଗବାନ ଶ୍ରୀକୃଷ୍ଣଙ୍କ କୃପା ଦୃଷ୍ଟି ରହିଥାଏ। ମୟୁର ପଙ୍ଖକୁ କେବେବି ତଳେ ପକାନ୍ତୁ ନାହିଁ, ଏହା ଅଶୁଭ ମାନା ଯାଇଥାଏ। ଯଦି ମୟୂର ପର ଭୁଲ ବଶତଃ ତଳେ ପଡି ଯାଇଛି, ତାହେଲେ ଏହାକୁ ଉଠାଇ ମୁଣ୍ଡିଆ ମାରନ୍ତୁ।

ଯଦି ଆପଣ ଅନ୍ୟ କୌଣସି ସ୍ଥାନରେ ମୟୂର ପଙ୍ଖ ପଡିଥିବାର ଦେଖୁଛନ୍ତି, ତାହେଲେ ତୁରନ୍ତ ଏହାକୁ ଉଠାଇ ମୁଣ୍ଡିଆ ମାରନ୍ତୁ। ଏହାଦ୍ବାରା ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବା ସହିତ ଭଗବାନ ଶ୍ରୀକୃଷ୍ଣଙ୍କର ଆଶୀର୍ବାଦ ମଧ୍ୟ ରହିଥାଏ । ଏହାସହିତ ସମସ୍ତ ଦେବୀ ଦେବତା ଆପଣଙ୍କ ଉପରେ ସର୍ବଦା ପ୍ରସନ୍ନ ରହିଥାନ୍ତି।

ଯଦି ଆପଣଙ୍କର ମାସିକ ଧର୍ମ ବା ମାସିକ ଋତୁସ୍ରାବ ଆରମ୍ଭ ହୋଇ ଯାଇଥାଏ ବା ଆପଣ ମାଂସ ମଦିରା ଆଦି ସେବନ କରିଛନ୍ତି, ତାହେଲେ ଭୁଲରେ ମଧ୍ୟ ଆପଣଙ୍କୁ ମୟୁର ପଙ୍ଖ ଛୁଇଁବା ଉଚିତ ନୁହେଁ। ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିଲେ, ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *