Excuse Me Odisha

ଯାହା କହିବୁ ସତ କହିବୁ

ମାଣବସା ଗୁରୁବାର ୧୬ ଡିସେମ୍ବର (ଧନୁ ସଂକ୍ରାନ୍ତି ) : ଗୁରୁବାର ଦିନ ନିଶ୍ଚୟ କରନ୍ତୁ ଏହି ଉପାୟ,ବହୁତ ଚମତ୍କାର ହେବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମାଣ ଓଷା ୧୬ ଡିସେମ୍ବର ଗୁରୁବାର ଧନୁ ସଂକ୍ରାନ୍ତି ନିଶ୍ଚୟ କରନ୍ତୁ ଏହି ଉପାୟ। ମଙ୍ଗଳ ହେବ।

ବନ୍ଧୁଗଣ ୨୦୨୧ ଡିସେମ୍ବର ୧୬ ତାରିଖରେ ପଡୁଅଛି ପବିତ୍ର ଧନୁ ସଂକ୍ରାନ୍ତି ଏବଂ ଏହି ଦିନ ମାଣ ଓଷା ଶେଷ ପାଳି ମଧ୍ୟ ପଡୁଅଛି। ସୁର୍ଯ୍ୟ ଦେବ ଗୋଟେ ରାଶିରୁ ଅନ୍ୟ ରାଶିକୁ ଚଳନ କରିବେ। ସୁର୍ଯ୍ୟଦେବ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କଲେ ତାହାକୁ ସଂକ୍ରାନ୍ତି ବୋଲି କୁହାଯାଇଥାଏ। ସଂକ୍ରାନ୍ତି ଗୋଟେ ସୌର ଘଟଣା ଅଟେ। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ପୁରା ବର୍ଷରେ ପ୍ରାୟ ୧୨ ଟି ସଂକ୍ରାନ୍ତି ମନାଯାଇଥାଏ ଏବଂ ପ୍ରତ୍ୟକ ସଂକ୍ରାନ୍ତିର ଅଲଗା ଅଲଗା ମହତ୍ୱ ମଧ୍ୟ ରହିଥାଏ।ଶାସ୍ତ୍ରରେ ସଂକ୍ରାନ୍ତିର ତିଥିକୁ ଏବଂ ସମୟକୁ ବହୁତ ମହତ୍ୱ ଦିଆଯାଇଥାଏ।

ପ୍ରଭୁ ସୁର୍ଯ୍ୟ ଦେବ ପ୍ରତ୍ୟକ ମାସରେ ନିଜର ସ୍ଥାନ ବଦଳାଇ ଥାନ୍ତି। ଗୋଟେ ରାଶିରୁ ଆଉ ଗୋଟେ ରାଶିକୁ ଚାଲି ଯାଇଥାନ୍ତି। ସୂର୍ଯ୍ୟଙ୍କର ପ୍ରତ୍ୟକ ମାସରେ ରାଶି ପରିବର୍ତ୍ତନ ପ୍ରକ୍ରିୟାକୁ ସଂକ୍ରାନ୍ତି ନାମରେ ଜଣାଯାଇଥାଏ। ହିନ୍ଦୁ ଧର୍ମରେ ସଂକ୍ରାନ୍ତିର ସମୟକୁ ବହୁତ ପୁଣ୍ୟକାରୀ ବୋଲି ମାନାଯାଇଥାଏ ଏବଂ ଧନୁ ସଂକ୍ରାନ୍ତିରେ କିଛି କାର୍ଯ୍ୟ କଲେ ମଧ୍ୟ ଏହାର ବିଶେଷ ମହତ୍ୱ ରହିଥାଏ। ତେବେ ଏହି ଡିସେମ୍ବର୧୬ ତାରିଖ ଗୁରୁବାର ଧନୁ ସଂକ୍ରାନ୍ତି ଦିନ କରନ୍ତୁ କେବଳ ଏହି ୩ ଟି କାମ ଆପଣଙ୍କର ଭାଗ୍ୟ ବଦଳିଯିବ। ଜୀବନରେ ଆପଣ ଯେଉଁ ସୁଖ ପାଇବାକୁ ଚାହୁଁଥିଲେ ତାହା ସବୁ ଆପଣଙ୍କୁ ମିଳିବ। ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ। ଘର ପରିବାରରେ ସୁଖ ଶାନ୍ତି ରହିବ। ଧନୁ ସଂକ୍ରାନ୍ତିର ପର୍ବକୁ ଭାରତରେ କିଛି ଜାଗାରେ ବହୁତ ଧୁମଧାମରେ ପାଳନ କରାଯାଇଥାଏ।

ଭାରତରେ କିଛି ରାଜ୍ୟରେ ଯେମିତିକି ଆନ୍ଧ୍ରପ୍ରଦେଶ ଆମ ଓଡ଼ିଶା କର୍ଣ୍ଣାଟକ କେରଳ ଗୁଜୁରାଟ ତେଲେଙ୍ଗାନା ତାମିଲନାଡୁ ପଞ୍ଜାବ ଏବଂ ମହାରାଷ୍ଟ୍ରରେ ଏହି ଧନୁ ସଂକ୍ରାନ୍ତିକୁ ନୂଆ ବର୍ଷର ଆରମ୍ଭ ରୂପରେ ବହୁତ ଧୁମଧାମରେ ପାଳନ କରାଯାଏ। ଧନୁ ସଂକ୍ରାନ୍ତି ଏକ ପବିତ୍ର ଦିବସ ହୋଇଥାଏ। ଏହି ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ପହିଲି ଭୋଗର ଆରମ୍ଭ ହୋଇ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ। ଏହି ପବିତ୍ର ଦିନ ଗୁଡିକରେ ମା ଲକ୍ଷ୍ମୀ ତାଙ୍କ ବାପ ଘରକୁ ଯାଇଥାନ୍ତି ବୋଲି କୁହାଯାଏ। ଏହି ଧନୁ ସଂକ୍ରାନ୍ତି ସମୟରେ ପ୍ରବଳ ଶୀତ ମଧ୍ୟ ଲାଗିଥାଏ।

ଏବେ ଆସନ୍ତୁ ଜାଣିବା ସେହି ୩ ଗୋଟି କାମ ବିଷୟରେ। ଯାହାକୁ କରିବା ଦ୍ୱାରା ଆମର ନୂଆ ବର୍ଷଟି ଭଲରେ ବ୍ୟତୀତ ହୋଇଥାଏ। ଜୀବନରେ ସୁଖ ଶାନ୍ତିର ମାହଲ ବନିଥାଏ। ତେବେ ଆସନ୍ତୁ ଜାଣିବା ସେହି କାମ ବିଷୟରେ।

ପ୍ରଥମ କାମ। ଏହି ଧନୁ ସଂକ୍ରାନ୍ତି ଦିନରେ ଧନୁ ମୁହାଁ ପହିଲି ଭୋଗ ଭଗବାନ ଶ୍ରୀ ଜଗନ୍ନାଥଙ୍କ ଠାରେ ଲାଗି ହେବା ପରେ କଣ୍ଟିଲ ନୀଳମାଧବ କାକଟପୁର ମଙ୍ଗଳା ତଥା ଆଠ ଗୋଡ଼ରେ ସର୍ବେଶ୍ୱର ମହାଦେବଙ୍କ ଠାରେ ଧନୁ ମୁହାଁ ଭୋଗ ଲାଗି କରାଯାଇଥାଏ। ଧନୁ ମୁହାଁର ସ୍ୱତନ୍ତ୍ର ମହତ୍ୱ ରହିଅଛି। ତେଣୁ ବନ୍ଧୁଗଣ ଯଦି ଆପଣ ଧନୁ ସଂକ୍ରାନ୍ତି ଦିନ ମନ୍ଦିରରେ ପୂଜା କରି ସାରି ନିଜ ଘରେ ଯଦି ଆପଣ ଭଗବାନଙ୍କୁ ଏହି ଧନୁ ମୁହାଁ ଭୋଗ ଲଗାଇବେ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ।

ଆପଣ ଏହି ମୁହାଁ ଦୁକାନରୁ ବି କିଣିକି ଆଣି ପାରିବେ ନଚେତ ନିଜ ଘରେ ବି ବନାଇ ଯଦି ଭଗବାନଙ୍କୁ ଚଢାଇବେ ତ ଏହା ଆହୁରି ଆପଣଙ୍କ ପାଇଁ ବହୁତ ଶୁଭ ଫଳ ଦେଇଥାଏ। ତେବେ ବନ୍ଧୁଗଣ ଏହି ଦିନ ନିଜ ଘରେ ବା ମନ୍ଦିରରେ ପୂଜା କଲା ବେଳେ ଏହି ଧନୁ ମୁହାଁର ଭୋଗ ନିଶ୍ଚୟ ଲଗାଇବେ। ଏହି ଧନୁ ସଂକ୍ରାନ୍ତି ଦିନ ଯେତେ ଶୀତ ହେଲେ ବି ଧନୁ ମୁହାଁ ଖାଇବାକୁ ସମସ୍ତଙ୍କର ଆଗ୍ରହ ଲାଗି ରହିଥାଏ। ନୂଆ ଚାଉଳ ସହିତ ନୂଆ ଆଖୁର ଉତ୍ପାଦିତ ଗୁଡ଼ରେ ନିର୍ମିତ ଏହି ମୁହାଁ ବହୁତ ସ୍ୱାଦିଷ୍ଟ ଲାଗିଥାଏ। ତେବେ ଆପଣ ଏହି ଧନୁ ମୁହାଁ ଭୋଗ ଭଗବାନଙ୍କୁ ଚଢାଇ ସାରିବା ପରେ ନିଜର ପରିବାରର ସମସ୍ତ ସଦସ୍ୟ ଏବଂ ବାହାର ଲୋକଙ୍କୁ ମଧ୍ୟ ଏହି ମୁହାଁ ଭୋଗ ନିଶ୍ଚୟ ଦେବେ।

ଦ୍ୱିତୀୟ କାମ। ଏହି ଧନୁ ସଂକ୍ରାନ୍ତି ଦିନ ସୂର୍ଯ୍ୟଦେବଙ୍କର ବିଶେଷ ପୂଜାଅର୍ଚ୍ଚନା କରାଯାଇଥାଏ। ତେଣୁ ଆପଣ ଯଦି ଏହି ସଂକ୍ରାନ୍ତି ଦିନ ସକାଳୁ ଉଠି ସୁର୍ଯ୍ୟ ଉଦୟ ସମୟରେ ସ୍ନାନ କରି ସାରି ସୁର୍ଯ୍ୟଦେବଙ୍କୁ ଯଦି ଆପଣ ଜଳ ଅର୍ପଣ କରିବେ ତ ସୂର୍ଯ୍ୟଦେବ ଆପଣଙ୍କର ଉପରେ ତାଙ୍କର ଚମତ୍କାରୀତା ଆଲୋକ ପକାଇଥାନ୍ତି। ଧନୁ ସଂକ୍ରାନ୍ତି ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ଆପଣଙ୍କର ସେହି ପୁରା ଦିନଟି ଭଲରେ କଟିଥାଏ ଏହା କରିବା ଦ୍ୱାରା ଭଗବାନ ସୂର୍ଯ୍ୟଦେବ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି।

ଆପଣ ଏହି ଉପାୟକୁ ପ୍ରତିଦିନ ମଧ୍ୟ କରିପାରିବେ। କାହିଁକିନା ଯଦି ଆପଣ ଆପଣଙ୍କର ଦିନର ଆରମ୍ଭ ସୁର୍ଯ୍ୟଦେବଙ୍କଠୁ ଆରମ୍ଭ କରିବେ ତ ଆପଣଙ୍କର ପୁରା ଦିନ ଅତ୍ୟନ୍ତ ସୁଖରେ କଟିବ। ପ୍ରଭୁ ସୂର୍ଯ୍ୟଦେବଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ତେଣୁ ଆପଣ ଏହି ଧନୁ ସଂକ୍ରାନ୍ତି ଦିନ ବା ପ୍ରତିଦିନ ସକାଳୁ ଉଠି ସ୍ନାନ କରି ସାରି ସର୍ବପ୍ରଥମେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରି ନମସ୍କାର କରିନିଅନ୍ତୁ।

ତୃତୀୟ କାମ। ଧନୁ ସଂକ୍ରାନ୍ତି ଏକ ପବିତ୍ର ଦିବସ ହୋଇଥାଏ। ଏହି ଦିନକୁ କିଛି କିଛି ଜାଗାରେ ଲୋକେ ବର୍ଷର ସମାପ୍ତି ରୂପରେ ବହୁତ ଭଲରେ ସଯାସଜି କରି ମନ ଖୋଲି ପାଳନ କରିଥାନ୍ତି। ଧନ ଚାଷ ସଂକ୍ରାନ୍ତୀୟ ଧନୁ ସଂକ୍ରାନ୍ତି ସେହି ଦୃଷ୍ଟିରୁ କୃଷି ପର୍ବ ମଧ୍ୟ ଅଟେ। ଏହି ଦିନ କୃଷକ ଧାନକୁ ଘରେ ଝୁଲାଇ ଥାନ୍ତି। କ୍ଷୀରି ଖେଚୁଡ଼ି ବନାଯାଇ ଭଗବାନଙ୍କୁ ଭୋଗ ଲଗାଇଥାନ୍ତି।

ଧାନ ମାପକ ମାଣ ସେର ଗହୁଣୀ ଆଦିରେ ଚିତା ସିନ୍ଦୁର ଲାଗି କରି ସନ୍ଧ୍ୟା ସମୟରେ ଧାନ ଖୋଳାରେ ମେଇ ପୋତି କୃଷକ ଧାନ ବିଙ୍ଗାଳୀ ଲଗାଇଥାଏ। ଖୋଳକୁ ଗୋବରରେ ଲେପି ବଟ ସିମିଳି ସମ୍ବାରି ହାର ବିଶିଷ୍ଟ ଗଛର କାଠରେ ଶ୍ରୀ ନାମ ମେଇ ପୋତା ଯାଇଥାଏ। ତାହା ଉପରେ ପତାକା ରୂପରେ ନିମ ପତ୍ର ଏବଂ ସୋରିଷ ରଖିବା ଉଚିତ ହୋଇଥାଏ। ତେଣୁ ବନ୍ଧୁଗଣ ଏହିପରି ପବିତ୍ର ଦିନରେ ଯଦି ଆପଣ ଭଗବାନ ସୂର୍ଯ୍ୟଦେବଙ୍କ ପୂଜା କରିବା ସହିତ ଯଦି ଆପଣ ଗରିବ ଲୋକମାନଙ୍କୁଦାନ ଧର୍ମ କରନ୍ତି ତ ଏହା ବହୁତ ପୁଣ୍ୟକାରୀ ହୋଇଥାଏ।

ଯଦି ଆପଣ ଏହି ଦିନ ପାରିବେ ତ କୃଷକ ମାନଙ୍କର କାମରେ ତାଙ୍କୁ ସାହାର୍ଯ୍ୟ କରିବେ ଏହା କରିବା ଦ୍ୱାରା ଭଗବାନ ସୂର୍ଯ୍ୟଦେବଙ୍କ ସହିତ ମା ଲକ୍ଷ୍ମୀ ବି ମଧ୍ୟ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କର ଘରେ କେବେବି ଧନର ଅଭାବ ହେବ ନାହିଁ। ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହିଥାଏ। ତେଣୁ ଏହି ସଂକ୍ରାନ୍ତି ଦିନ ଗରିବ ଲୋକଙ୍କୁ କିଛି ଦାନ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *