Excuse Me Odisha

ଯାହା କହିବୁ ସତ କହିବୁ

ଘର ହୋଇଯିବ ବର୍ବାଦ,ଯଦି ତୁଳସୀ ଗଛ ପାଖରେ ରଖିବେ ଏହି ୫ଟି ଜିନିଷ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘର ହୋଇଯିବ ବର୍ବାଦ ଯଦି ତୁଳସୀ ଗଛ ପାଖରେ ରଖିବେ ଏହି ୫ ଟି ଜିନିଷ।

ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଜାଣିବା କେଉଁ ୫ ଟି ଜିନିଷ ତୁଳସୀ ଗଛ ପାଖରେ ରଖିଲେ ଘର ବର୍ବାଦ ହୋଇଯିବ। ଭୁଲରେ ବି ମଧ୍ୟ ଏହି ଜିନିଷ ତୁଳସୀ ଗଛ ପାଖରେ ରଖନ୍ତୁ ନାହିଁ। ଯାହା ଦ୍ୱାରା ମା ତୁଳସୀ ଆପଣଙ୍କ ଉପରେ ରୁଷ୍ଠ ହୋଇଯିବେ। ସମସ୍ତେ ନିଜ ଘରେ ତୁଳସୀ ଗଛ ରଖିଥାନ୍ତି। ମା ତୁଳସୀଙ୍କ ପୂଜା କଲେ ବହୁତ ଭଲ। ସକାଳେ ତୁଳସୀ ଗଛରେ ମହିଳା ମାନେ ପାଣି ଦେଇଥାନ୍ତି ଆଉ ସନ୍ଧ୍ୟା ସମୟରେ ତୁଳସୀ ପାଖରେ ଦୀପ ଦେଇ ପୂଜା କରିଥାନ୍ତି କିନ୍ତୁ ଏମତି କରିବା ପରେ ବି ଫାଇଦା ମିଳିନଥାଏ ବା ଫଳ ମିଳିନଥାଏ ଏହା କଣ ପାଇଁ ହୋଇଥାଏ ତୁଳସୀ କେବଳ ଗୋଟିଏ ଗଛ ନୁହେଁ।

ଏହା ଆମ ଘରର ବାସ୍ତୁ ଅନୁସାରେ ଘରେ ଲଗେଇଲେ ଘରରେ ଥିବା ନକରାତ୍ମକ ଶକ୍ତି ଦୂର ହୋଇ ସବୁବେଳେ ସକରାତ୍ମକ ଉର୍ଜା ମିଳିଥାଏ। ଯାହା ଦ୍ୱାରା ସେ ଘରେ ସୁଖ ଶାନ୍ତି ଏବଂ ସମୃଦ୍ଧି ରହିଥାଏ। ଯଦି ଭୁଲରେ ବି ତୁଳସୀ ଗଛ ପାଖରେ ଏହି ଜିନିଷ ରଖିଦେବେ ତେବେ ଆପଣଙ୍କ ପାଇଁ ସମସ୍ୟା ଆସିଥାଏ। ତେବେ ଆସନ୍ତୁ ଜାଣିବା ତୁଳସୀ ଗଛ ପାଖରେ କେଉଁ ଜିନିଷ ଆମେ ଭୁଲରେ ରଖିବା ନାହିଁ।

ଯଦି ଆପଣଙ୍କ ଘର ଅଗଣାରେ ବା ବାଲକୁନିରେ ଲଗେଇଛନ୍ତି ତେବେ ଭୁଲରେ ବି ସେହି ଜାଗାରେ ଓଦା କପଡା ରଖନ୍ତୁ ନାହିଁ କି ଶୁଖାନ୍ତୁ ନାହିଁ କାରଣ ଓଦା କପଡାରୁ ପଡୁଥିବା ପାଣି ତୁଳସୀ ଗଛ ଉପରେ ପଡିଲେ ଏହା ବହୁତ ଖରାପ ହୋଇଥାଏ ଏବଂ ଓଦା କପଡ଼ାର ଛାଇ ମଧ୍ୟ ତୁଳସୀ ଗଛ ଉପରେ ପଡିଲେ ଏହା ବହୁତ ଅଶୁଭ ହୋଇଥାଏ। ଯଦି ଆପଣ ତୁଳସୀ ଗଛ ପାଖରେ ଓଦା କପଡା ରଖିବେ ତେବେ ଘରେ ଥିବା ସକାରାତ୍ମକ ଉର୍ଜା କମ ହୋଇଯାଏ ଏବଂ ତୁଳସୀ ମା ରୁଷ୍ଠ ହୋଇଯାନ୍ତି। ସେଥିପାଇଁ ଓଦା କପଡା ତୁଳସୀ ଗଛ ଠାରୁ ଦୂରେଇ ରଖନ୍ତୁ।

ତୁଳସୀ ଗଛ ପାଖରେ ସବୁବେଳେ ସଫା ପରିଷ୍କାର ରଖନ୍ତୁ। କାରଣ ଯଦି ଆପଣ ସଫା ସୁତରା ରଖିବେନି ତ ଆପଣଙ୍କ ଘରେ ସବୁବେଳେ ଅଶାନ୍ତି ଲାଗିରହିବ ଏବଂ ଆର୍ଥିକ ସମସ୍ୟା ଉତ୍ପନ ହେବ। ଏଥିପାଇଁ ତୁଳସୀ ଗଛ ଏବଂ ତାର ଆଖପାଖ ଜାଗା ପରିଷ୍କାର ରଖନ୍ତୁ।

ତୁଳସୀ ଗଛ ମୂଳରେ କେବେବି ଭଗବାନ ଗଣେଶଙ୍କର ମୂର୍ତି ବା ଫୋଟ ରଖନ୍ତୁ ନାହିଁ। କାରଣ ଏହା କରିବା ବିଲକୁଲ ବି ଭୁଲ ଅଟେ। ଏପରି ମାନ୍ୟତା ଅଛିକି ଭଗବାନ ଗଣେଶଙ୍କର ମୂର୍ତି ବା ଫୋଟ ତୁଳସୀ ଗଛ ପାଖରେ ରଖିବା ଅଶୁଭ ହୋଇଥାଏ। ଯଦି ଆପଣ ଏମିତି କରନ୍ତି ତେବେ ଆପଣଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ତୁଳସୀ ପୂଜା ପ୍ରତିଦିନ କରନ୍ତୁ କାରଣ ତୁଳସୀ ପୂଜା କରିବାକୁ ଶୁଭ ମାନାଯାଇଥାଏ।

ତୁଳସୀ ଗଛ ପାଖରେ ଆପଣ ଭୁଲରେ ବି ମଧ୍ୟ ଜୋତା ଚପଲ ରଖନ୍ତୁ ନାହିଁ କାରଣ ଏପରି କରିବା ଦ୍ୱାରା ମା ଲକ୍ଷ୍ମୀଙ୍କର ଅବମାନନା ହୋଇଥାଏ ଏବଂ ଭଗବାନ ବିଷ୍ଣୁଙ୍କର ମଧ୍ୟ ଅବମାନନା ହୋଇଥାଏ। ସେଥିପାଇଁ ଭୁଲରେ ବି ମଧ୍ୟ ତୁଳସୀ ଗଛ ପାଖରେ ଜୋତା ଚପଲ ରଖନ୍ତୁ ନାହିଁ ।

ତୁଳସୀ ଗଛରେ ସନ୍ଧ୍ୟା ସମୟରେ ଭୁଲରେ ବି ମଧ୍ୟ ପାଣି ଦେବେ ନାହିଁ। ତୁଳସୀ ଗଛରେ କେବଳ ସକାଳେ ପାଣି ଦିଆଯାଏ। ଏମିତିକି ତୁଳସୀ ଗଛ ପାଖରେ ଜଳ ଭରା ପାତ୍ର କିମ୍ବା କୌଣସି ପାତ୍ର ରଖିବେ ନାହିଁ। ଏହା ବ୍ୟତୀତ ଯଦି ଆପଣ ମୁଣ୍ଡ କୁଣ୍ଡାଉଛନ୍ତି ତେବେ ଏହି ଚୁଟି ଉଡିଯାଇ ଗଛରେ ଲାଗିଯାଏ। ଯାହାକି ବହୁତ ଖରାପ ଅଟେ। ଏହା ବ୍ୟତୀତ ଏହା ଆପଣଙ୍କ ପାଇଁ ବହୁତ କ୍ଷତିକାରକ ହୋଇଥାଏ।

ତୁଳସୀ ମାଙ୍କୁ ଚଢା ଯାଉଥିବା ଚୁନେରୀକୁ ପରିବର୍ତ୍ତନ କରିବା ଉଚିତ। ବେଳେବେଳେ ଏହା ଫାଟି ଯାଇଥାଏ ବା ଅପରିଷ୍କାର ହୋଇଯାଇଥାଏ। ଭଗବାନଙ୍କୁ ଚିରା ବା ଅପରିଷ୍କାର କପଡା ଦେବା ଅନୁଚିତ। ତେଣୁ ଏହାକୁ ସମୟ ସମୟରେ ପରିବର୍ତ୍ତନ କରିବା ଉଚିତ। ଏହାକୁ ଏକାଦଶୀ ପୂର୍ଣ୍ଣିମା ପଞ୍ଚମୀ ତିଥିରେ ବଦଳାଇବା ଉଚିତ।

ଯଦି ଆପଣଙ୍କ ଘରେ କଣ୍ଟା ଜାତୀୟ ଗଛ ଅଛି ତେବେ ତାକୁ ତୁଳସୀ ଗଛ ପାଖରେ ରଖନ୍ତୁ ନାହିଁ ଏହା ଦ୍ୱାରା ନକରାତ୍ମକ ପ୍ରଭାବ ପଡିଥାଏ। ଯାଦୁ ଜିନିଷ ଯେମିତିକି କଳା ଡାଲି ବା ଲୁହା ଜିନିଷ କି କଳା କପଡା ତୁଳସୀ ଗଛ ପାଖରେ ରଖନ୍ତୁ ନାହିଁ। ଏହା ଦ୍ବାରା ନକରାତ୍ମକ ପ୍ରଭାବ ପଡିଥାଏ। ଏହିପରି କିଛି ଜିନିଷ ଉପରେ ଧ୍ୟାନ ଦିଅନ୍ତୁ। ଯାହା ଦ୍ୱାରା ଜୀବନରେ ସୁଖ ଶାନ୍ତି ପୂର୍ଣ୍ଣ ହୋଇରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *