Excuse Me Odisha

ଯାହା କହିବୁ ସତ କହିବୁ

ଗୁରୁବାର ଦିନ କରନ୍ତୁ ଏହି ଛୋଟ ଉପାୟ,ଧନ ସମ୍ପତି,ବିବାହ,ପାଠପଢାରେ ଯାହା ସବୁ ବାଧା ଅଛି ହଟିଯିବ,ଆଉ ଆପଣଙ୍କ ଜୀବନ ହୋଇଯିବ ମାଲାମାଲ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଗୁରୁବାର ଦିନ ଏହିପରି ପୂଜା କଲେ ହୋଇଥାଏ ସମସ୍ତ ମନସ୍କାମନା ପୂର୍ଣ୍ଣ। ୭ ଦିନରେ ହେବ ଇଛା ପୁର୍ଣ।

ଶାସ୍ତ୍ରରେ ଗୁରୁବାର ଦିନକୁ ବିଶେଷ କୁହାଯାଇଛି। ଗୁରୁବାର ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କୁ ସମର୍ପିତ ହୋଇଛି। ଗୁରୁବାର ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରିବାର ବିଧାନ ରହିଛି। ଏହିଦିନ ଯଦି ଆପଣ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ବିଧି ବଧ ପୂଜା କରନ୍ତି ତେବେ ଆପଣଙ୍କ ଜୀବନରେ ସବୁ ଇଛା ସବୁ ସୁଖର ପ୍ରାପ୍ତି ହେବ। ଭଗବାନ ବିଷ୍ଣୁ ଜଗତର ପାଳନ କର୍ତା ଅଟନ୍ତି ଏବଂ ଯାହା ଉପରେ ଭଗବାନ ବିଷ୍ଣୁଙ୍କର କୃପା ହୋଇଥାଏ ତାଙ୍କ ପାଇଁ ଜୀବନରେ କିଛି ବି ଅସମ୍ଭବ ନୁହେଁ। ଗୁରୁବାର ଦିନ ଦେବଗୁରୁ ବୃହସ୍ପତିଙ୍କୁ ବି ପୂଜା କରାଯାଏ।

ବୃହସ୍ପତିଙ୍କୁ ଗୁରୁ ଗ୍ରହ ବି ମାନାଯାଏ ଯଦି କୁଣ୍ଡଳୀରେ ଗୁରୁ ଖରାପ ଥାଏ ତେବେ ମନୁଷ୍ୟ ନିଜ ଜୀବନରେ କେବେବି ଉନ୍ନତି କରିନଥାଏ। ଗୁରୁଙ୍କୁ ଧନ ବୈବାହିକ ଜୀବନ ଏବଂ ସନ୍ତାନର କାରକ ମନାଯାଏ। ଗୁରୁ ଗ୍ରହ ଭାଗ୍ୟର କାରକ ଅଟନ୍ତି। ଯେଉଁମାନଙ୍କ କୁଣ୍ଡଳୀରେ ଗୁରୁ ଗ୍ରହ ଶୁଭ ସ୍ଥିତିରେ ଥାଏ ସେମାନଙ୍କୁ କେବେବି ଭାଗ୍ୟର ସାହାର୍ଯ୍ୟ ମିଳିନଥାଏ। ସେମାନଙ୍କ ବନୁଥିବା କାମ ବି ବିଗିଡି ଯାଏ। ଏଥିପାଇଁ ଭଗବାନ ବିଷ୍ଣୁ ମା ଲକ୍ଷ୍ମୀଙ୍କ ଏବଂ ଗୁରୁ ଗ୍ରହଙ୍କୁ ପ୍ରସନ୍ନ କରିବା ପାଇଁ ଗୁରୁବାର ଦିନକୁ ବହୁତ ହିଁ ମହତ୍ତ୍ୱପୂର୍ଣ୍ଣ ମନାଯାଏ।

ଆଜିର ଏହି ପୋଷ୍ଟରେ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏବଂ ଗୁରୁ ଗ୍ରହଙ୍କୁ ମଜବୁତ କରିବା ପାଇଁ କିଛି ସହଜ ଉପାୟ ଜଣେଇବୁ। ଏହି ଉପାୟକୁ କରିବା ଦ୍ୱାରା ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ନିଜର ଭକ୍ତଙ୍କ ଉପରେ ନିଜର କୃପା ବନେଇ ରଖିଥାନ୍ତି। ଏହା ସହିତ ଗୁରୁ ଗ୍ରହ ବି ମଜବୁତ ହୋଇଥାଏ।

ଗୁରୁବାର ଦିନ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ତୁଳସୀଙ୍କ ପୂଜା ନିଶ୍ଚୟ କରନ୍ତୁ। ଶାସ୍ତ୍ରରେ ତୁଳସୀକୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନାଯାଇଛି। ତୁଳସୀଙ୍କୁ ହରିପ୍ରିୟା ବୋଲି ମଧ୍ୟ କୁହାଯାଏ। ମାନାଯାଏ କି ଭଗବାନ ବିଷ୍ଣୁଙ୍କ ପୂଜାରେ ଯଦି ତୁଳସୀ ଦିଆଯାଏନି ତେବେ ଭଗବାନ ବିଷ୍ଣୁ ସ୍ୟୁକାର କରିନଥାନ୍ତି। ଧାର୍ମିକ ମାନ୍ୟତା ଅନୁସାରେ ତୁଳସୀର ପୂଜା କରିବା ଦ୍ୱାରା ବ୍ୟକ୍ତି ସୁଖୀ ଏବଂ ସୁସ୍ଥ ରହିଥାଏ ଏବଂ ତା ଉପରେ ସର୍ବଦା ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର କୃପା ରହିଥାଏ। ଗୁରୁବାର ସନ୍ଧ୍ୟାରେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ପରେ ମା ତୁଳସୀଙ୍କୁ ପୂଜା କରନ୍ତୁ। ତୁଳସୀ ସାମ୍ନାରେ ଗୋଟେ ଶୁଦ୍ଧ ଘିଅର ଦୀପ ଜାଳନ୍ତୁ ଏବଂ ଗୋଟିଏ ଧୂପକାଠି ଜଳାନ୍ତୁ।

ଦୀପ ଜାଳିବା ବେଳେ ଗୋଟେ ଚୁଟକି ହଳଦୀ ତୁଳସୀ ମୂଳରେ ଅର୍ପଣ କରନ୍ତୁ। ଏହା ଦ୍ବାରା ଭଗବାନ ବିଷ୍ଣୁଙ୍କର ଅସୀମ କୃପା ପ୍ରାପ୍ତ ହୋଇଥାଏ। ହଳଦୀ ଚଢ଼େଇବା ପରେ ମା ତୁଳସୀଙ୍କ ସାମ୍ନାରେ ଆତଳି କରନ୍ତୁ। ଆଳତି ପରେ ଆପଣ ତୁଳସୀର ଚାରିପାଖରେ ୧୧ ଥର ପରିକ୍ରମା କରନ୍ତୁ। ପରିକ୍ରମା କରିବା ସମୟରେ ଓମ ନମଃ ଭଗବତେ ବାସୁଦେବାୟ ମନ୍ତ୍ରର ଜପ କରନ୍ତୁ। ଏହାପରେ ତୁଳସୀଙ୍କୁ ପ୍ରଣାମ କରି ଓମ ନମଃ ଭଗବତେ ବାସୁଦେବାୟ ମନ୍ତ୍ରର ୧୦୮ ଥର ଜପ କରନ୍ତୁ।ଏହାପରେ ଭଗବାନ ବିଷ୍ଣୁ ମା ଲକ୍ଷ୍ମୀ ଏବଂ ମା ତୁଳସୀଙ୍କୁ ପ୍ରଣାମ କରନ୍ତୁ। ତାଙ୍କୁ ନିଜର ଦୁଃଖ କଷ୍ଟ ଦୂର କରିବା ପାଇଁ ପ୍ରାର୍ଥନା କରନ୍ତୁ ଏବଂ ଘର ପରିବାରର ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରନ୍ତୁ।

ଆପଣଙ୍କର ଯାହାବି ମନକାମନ ରହିଛି ତାକୁ ମା ତୁଳସୀଙ୍କୁ ଜଣାନ୍ତୁ ଏବଂ ମନସ୍କାମନା ପୂର୍ଣ୍ଣ ପାଇଁ ପ୍ରାର୍ଥନା କରନ୍ତୁ। ଶାସ୍ତ୍ରରେ କୁହାଯାଇଛି ଗୁରୁବାର ସନ୍ଧ୍ୟାରେ ତୁଳସୀଙ୍କର ଏହିପରି ପୂଜା କରିବା ଦ୍ୱାରା ତୁଳସୀ ସହ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର କୃପା ସର୍ବଦା ରହିଥାଏ। ଯଦି ଆପଣଙ୍କ କୁଣ୍ଡଳୀରେ ବୃହସ୍ପତିର ସ୍ଥିତି ଖରାପ ଅଛି ତେବେ ଆପଣ ଗୁରୁବାର ଦିନ ମନ୍ଦିରରେ କେଶର ଏବଂ ଚଣା ଡାଲିର ଦାନ କରନ୍ତୁ। ଏହା ଦ୍ବାରା ଆପଣଙ୍କୁ ନିଶ୍ଚୟ ଲାଭ ମିଳିବ। ଏହା ସହିତ ଗୁରୁବାର ଦିନ ବୃହସ୍ପତିଙ୍କୁ କେଶର ତିଳକ କରାନ୍ତୁ।

ଯଦି କେଶର ନାହିଁ ତେବେ ହଳଦୀରେ ତାଙ୍କର ତିଳକ କରି ପୂଜା କରନ୍ତୁ। ପୂଜା କରିବା ପରେ ଏହି ହଳଦୀର ପ୍ରତିଦିନ ନିଜ କଣ୍ଠ ଏବଂ ମସ୍ତକରେ ତିଳକ କରାନ୍ତୁ। ଏପରି କରିବା ଦ୍ୱାରା ଗୁରୁ ଗ୍ରହର କୃପା ମିଳିଥାଏ। ଏହା ଦ୍ବାରା ନିଶ୍ଚୟ ଲାଭ ମିଳିଥାଏ। ଏହା ବ୍ୟତୀତ ଗୁରୁ ଗ୍ରହର ସବୁ ଦୋଷକୁ ଦୂର କରିବା ପାଇଁ ଗୁରୁବାର ଦିନ ସ୍ନାନ କରିବା ସମୟରେ ଗାଧୋଇବା ପାଣିରେ ଗୋଟେ ଚୁଟକି ହଳଦୀ ପକେଇକି ସ୍ନାନ କରନ୍ତୁ ଏବଂ ଗାଧୋଇବା ସମୟରେ ଓମ ନମଃ ଭଗବତେ ବାସୁଦେବାୟ ମନ୍ତ୍ରର ଜପ କରି ସ୍ନାନ କରନ୍ତୁ। ଏପରି କରିବା ଦ୍ୱାରା ଗୁରୁ ସମ୍ବଦ୍ଧିତ ସମସ୍ତ ଦୋଷ ଦୂର ହୋଇଥାଏ। ଗୁରୁବାର ଦିନ ଗୁରୁ ଗ୍ରହ ସହିତ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇବା ପାଇଁ ଏହିପରି ପୂଜା କରନ୍ତୁ। ଗୁରୁବାର ଦିନ ସ୍ନାନ କରି ହଳଦିଆ ବସ୍ତ୍ର ଧାରଣ କରନ୍ତୁ।

ଏହା ପରେ ଏକ ଦୀପ ନିଅନ୍ତୁ। ଦୀପ ମାଟି ଅଟା କିମ୍ବା ପିତଳ କିଛି ବି ହୋଇପାରେ। ଯଦି ଅଟାର ଦୀପ ନେଉଛନ୍ତି ତେବେ ସ୍ୱଚ୍ଛ ପାଣିରେ ତିଆରି କରିବେ। ଏହି ଦୀପରେ ଶୁଦ୍ଧ ଘିଅ ଦିଅନ୍ତୁ ଯଦି ଘିଅ ନାହିଁ ତେବେ ରାଶି ତେଲ ନେବେ ଏହାପରେ ଏକ ଲାଲ ରଙ୍ଗର ସୂତା ନେବେ ଯାହାକୁ କି ହାତରେ ବନ୍ଧାଯାଏ। ଏହାପରେ ଏହି ସୁତାର ଦୀପରେ ୨ଟି ବତୀ ଲଗାନ୍ତୁ। ଧ୍ୟାନ ରଖିବେ ଆପଣଙ୍କୁ ୨ଟି ବତୀ ନେବାର ଅଛି। ଏହାପରେ ଏହି ଦୀପକୁ ମନ୍ଦିରରେ ରଖନ୍ତୁ। ଦୀପର ତଳେ କିଛି ଚାଉଳ ରଖନ୍ତୁ। ଏହା ପରେ ଦୀପ ଜାଳନ୍ତୁ।

ଭଗବାନ ବିଷ୍ଣୁ ମା ଲକ୍ଷ୍ମୀ ଏବଂ ବୃହସ୍ପତିଙ୍କୁ ହଳଦିଆ ରଙ୍ଗର କୌଣସି ମିଠାର ଭୋଗ ଲଗାନ୍ତୁ। ହଳଦିଆ ମିଠା ନଥିଲେ ଗୁଡ଼ ବା ଚଣାର ଭୋଗ ଲଗେଇ ପାରିବେ। ଭୋଗରେ ତୁଳସୀ ଅବଶ୍ୟ ଦେବେ। ଏହା ପରେ ଓମ ଲକ୍ଷ୍ମୀ ନାରାୟଣ ନମଃ ନମଃ ମନ୍ତ୍ରର ୧୦୮ ଥର ଜପ କରନ୍ତୁ। ଏହା ପରେ ଆଳତି କରନ୍ତୁ। ଏହା ପରେ ଭଗବାନଙ୍କୁ ନିଜ ସମସ୍ୟା ଜଣାନ୍ତୁ ଏବଂ ତାହାର ସମାଧାନ ପାଇଁ ପ୍ରାର୍ଥନା କରନ୍ତୁ। ପୂଜା ସମୟରେ ଭଗବାନ ବିଷ୍ଣୁ ମା ଲକ୍ଷ୍ମୀଙ୍କର ତିଳକ କରନ୍ତୁ ଏବଂ ନିଜେ ତିଳକ କରନ୍ତୁ। ଏହିପରି ଭଗବାନ ବିଷ୍ଣୁ ମା ଲକ୍ଷ୍ମୀ ଏବଂ ବୃହସ୍ପତି ଦେବଙ୍କର ପୂଜା କଲେ ଅସୀମ କୃପା ମିଳିଥାଏ ଭାଗ୍ୟର ସହାୟତା ମିଳିଥାଏ ଏବଂ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *