Excuse Me Odisha

ଯାହା କହିବୁ ସତ କହିବୁ

ଘରର ପାଇଖାନା ଏହିଠାରେ ଓ ଏହିପରି ଭାବରେ ରହିଲେ,ବର୍ଷା ହୁଏ ପ୍ରଚୁର ଧନ ସମ୍ପତି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରର ପାଇଖାନା ଏଇଠି ଓ ଏପରି ରହିଲେ ବର୍ଷା ହୁଏ ପ୍ରଚୁର ଧନ।

ବନ୍ଧୁଗଣ ସମସ୍ତେ ଚାହାଁନ୍ତି ସର୍ବଦା ସୁଖ ଶାନ୍ତିରେ ରହିବା ପାଇଁ ଏବଂ ଘରକୁ ଧନର ଆଗମନ ସୁଚାରୁ ରୂପେ ହେଉ ବୋଲି। ମନୁଷ୍ୟ ସବୁକିଛି ପାଇପାରିନଥାଏ ଯାହା ସେମାନେ କାମନା କରିଥାନ୍ତି। ଏହା ପଛର କାରଣ ହେଉଛି ଦୁର୍ଭାଗ୍ୟ କର୍ମ ଦୋଷ ଓ ବାସ୍ତୁଦୋଷ ପାଇଁ ମଧ୍ୟ ହୋଇଥାଏ। ଯାହାର ପ୍ରତିକାର କରି ଜୀବନକୁ ସଜାଡି ପାରିବେ। ଏକ ଗୁରୁତ୍ୱପୂର୍ଣ୍ଣ ବାସ୍ତୁଦୋଷ ହେଉଛି ଘରର ପାଇଖାନା ବା ଲାଟିନ ବାଥରୁମ ହୋଇଥାଏ। ଅର୍ଥାତ ଘରର ପାଇଖାନାଟି ବାସ୍ତୁ ଅନୁସାରେ ହୋଇଥାଏ ତେବେ ବାସ୍ତୁଦୋଷ ହୋଇନଥାଏ। ସେହି ବାସ୍ତୁଦୋଷ ଜନିତ ଅନେକ ପ୍ରକାରର ସମସ୍ୟା ମାନ ଦେଖା ଦେଇଥାଏ।

ପାଇଖାନାଟି ଯେତେ ସୁନ୍ଦର ଯେତେ ପରିଷ୍କାର ଓ ଯେତେ ଆକର୍ଷଣୀୟ ହେଇଥାଉନା କାହିଁକି ଯଦି ପାଇଖାନାଟି ବିପରୀତ ଦିଗରେ ରୁହେ ତେବେ ଲୋକ ଦୁଃଖ ମାନହାନି ଧନ ପୀଡା ଘରେ ଦେଖିବାକୁ ମିଳିଥାଏ। ଏହିସବୁ କଷ୍ଟରୁ ମୁକ୍ତି ପାଇବା ପାଇଁ ସଦା ସୁଖ ସମୃଦ୍ଧି ବଜାୟ ରଖିବା ପାଇଁ ବାସ୍ତୁଶାସ୍ତ୍ର ଅନୁସାରେ ସଠିକ ସ୍ଥାନରେ ପାଇଖାନାଟି ରହିବା ନିହାତି ଜରୁରୀ ହୋଇଥାଏ।

ବନ୍ଧୁଗଣ ପାଇଖାନା ରହିବାର ସଠିକ ସ୍ଥାନ ହେଉଛି ଉତ୍ତର ପଶ୍ଚିମ କୋଣ ବା ବାୟୁ କୋଣ। ପଶ୍ଚିମ ଦିଗ ଏବଂ ପଶ୍ଚିମ ଦକ୍ଷିଣ କୋଣ ନୈରୁତ୍ୱ କୋଣରେ ପାଇଖାନା ରଖିବାର ସଠିକ ସ୍ଥାନ ହୋଇଥାଏ। ଦକ୍ଷିଣ ଦିଗରେ ଯଦି ପାଇଖାନା ଥାଏ ତେବେ ଅସ୍ତ୍ରୋପଚାର ଅସ୍ତ୍ରଘାତ ଆକସ୍ମିକ ଦୁର୍ଘଟଣା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନ ମାଳିନ୍ୟ ଏମିତିକି ଛାଡପତ୍ର ମଧ୍ୟ ଦେଖାଦେଇଥାଏ। ଏଣୁ ଦକ୍ଷିଣ ଦିଗରେ ପାଇଖାନା ଓ ଗାଧୁଆ ଘର ରହିବା ନିଷେଧ ହୋଇଥାଏ। ବନ୍ଧୁଗଣ ଯଦି ଦକ୍ଷିଣ ପୂର୍ବ କୋଣ ବା ଅଗ୍ନି କୋଣରେ ପାଇଖାନା ରହିଥାଏ ତେବେ ମାନ ସମ୍ମାନ ହାନି ମର୍ଯ୍ୟାଦା କ୍ଷୁଣ୍ଣ ହୋଇଥାଏ ବଦନାମ ହେବା ଆୟୁ ଓ ଆୟ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ।

ଘରର ମହିଳାମାନେ ଅଶାନ୍ତି ରହିଥାନ୍ତି ଓ ରୋଗା କ୍ରାନ୍ତ ମଧ୍ୟ ହୋଇଥାନ୍ତି ଆଣ୍ଠୁ ଗଣ୍ଠି ରୋଗ ଅଣ୍ଟା ରୋଗ ବା ଉଦର ରୋଗ ବା ଗ୍ୟାସ ବାୟୁ ରୋଗ ରକ୍ତଚାପ ରୋଗ ଆଦି ଦେଖା ଦେଇଥାଏ। ଏଣୁ ଅଗ୍ନି କୋଣରେ ପାଇଖାନା ହେବା ନିଷେଧ ହୋଇଥାଏ। ସ୍ଥାନ ଅଭାବରୁ ଗାଧୁଆ ଘର ହୋଇପାରେ। କିନ୍ତୁ ପାଇଖାନା ହେବା ନିଷେଧ ହୋଇଥାଏ। ଉତ୍ତର ଦିଗ ପୂର୍ବ ଦିଗ ଏବଂ ଉତ୍ତର ପୂର୍ବ କୋଣ ବା ଐଶ୍ଵନ୍ୟ କୋଣ ପାଇଖାନା ପାଇଁ ନିଷେଧ ହୋଇଥାଏ। ଅନ୍ୟ ଦିଗ ଓ ଅନ୍ୟ କୋଣରେ ପାଇଖାନା ରହିଲେ କିଛି ପ୍ରତିକାର କରିହୁଏ କିନ୍ତୁ ଐଶ୍ଵନ୍ୟ କୋଣ ପାଇଖାନା ରହିଲେ କୌଣସି ପ୍ରକାରର ପ୍ରତିକାର ନଥାଏ। ସମସ୍ତ ପ୍ରକାରର ପ୍ରତିକାର କଲେ ମଧ୍ୟ କୌଣସି କାମ କରିନଥାଏ। କାରଣ ଏହି କୋଣ ଭଗବାନଙ୍କର ପ୍ରବେଶ କୋଣ ଏବଂ ବାସ୍ତୁ ପୁରୁଷଙ୍କ ମସ୍ତକ ହୋଇଥାଏ ଏବଂ ପିତୃପୁରୁଷଙ୍କର ସ୍ଥାନ ମଧ୍ୟ ହୋଇଥାଏ।

ଏହି କୋଣରେ ପାଇଖାନା ରହିବା ଦ୍ୱାରା ଅର୍ଥ ହାନି କ୍ୟାନ୍ସର ରୋଗ ଋଣ ଗ୍ରସ୍ତ ହେବା ଏବଂ ଦରିଦ୍ରତା ଭୋଗ କରିବାକୁ ପଡିଥାଏ। ମାନସିକ ଅଶାନ୍ତି ପିତୃପୁରୁଷ ଅଶାନ୍ତି ବା ପିତୃପୁରୁଷଙ୍କର ଆଶୀର୍ବାଦ ମିଳିନଥାଏ। ଦେବତାଙ୍କର ଆଶୀର୍ବାଦ ମଧ୍ୟ ମିଳିନଥାଏ। ଦେବତାଙ୍କର କୋପର ଶିକାର ହେବାକୁ ପଡିଥାଏ। ଅନେକ ରୋଗର ସମସ୍ୟା ଦେଖାଦେଇଥାଏ। ଘରର ପୁରୁଷ ଓ ମହିଳା ରୋଗଗ୍ରସ୍ତ ହୋଇଥାନ୍ତି। ପରିବାରର ଲୋକମାନେ ମଧ୍ୟ କିଛି କିଛି ରୋଗରେ ପଡ଼ିଥାନ୍ତି। ଏହାର ପ୍ରତିକାର ଐଶ୍ଵନ୍ୟ କୋଣ ପାଇଖାନାକୁ ଢାଙ୍କି ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରିବା ଉଚିତ ହୋଇଥାଏ। ଦକ୍ଷିଣ ଦିଗ ପୂର୍ବ ଦିଗ ଉତ୍ତର ଦିଗ ଏବଂ ଅଗ୍ନି କୋଣରେ ପାଇଖାନା ରହିବା ଦ୍ୱାରା ବାସ୍ତୁଦୋଷ ଉତ୍ପନ ହୋଇଥାଏ।

ଏହି ବାସ୍ତୁଦୋଷରୁ ସାମାନ୍ୟ ଉପଶମ ପାଇବା ପାଇଁ ଏକ କାଚ କିମ୍ବା ପ୍ଲାଷ୍ଟିକ ପାତ୍ରରେ କିଛି ଗୋମୂତ୍ର ଆଣି ସେଥିରେ ହଳଦୀ ଗୁଣ୍ଡ ପକାଇ ଖୋଲାରେ ରଖି ଏକ ନିର୍ଦିଷ୍ଟ ସ୍ଥାନରେ ରଖିବା ଦ୍ୱାରା ବାସ୍ତୁଦୋଷ କିଛି ମାତ୍ରାରେ ଦୂର ହୋଇଥାଏ ଏବଂ ଏହା କ୍ରମାଅଂଶରେ କରିବା ଉଚିତ। ଯେମତିକି ସେହି ଗୋମୂତ୍ର ଯେପର୍ଯ୍ୟନ୍ତ ଶୁଖିନଯାଇଥିବ ସେତେ ପର୍ଯ୍ୟନ୍ତ ରଖିବା ଉଚିତ ଏବଂ ଯେତେବେଳେ ଶୁଖି ଯାଏ ସେତେବେଳେ ଗୋମୂତ୍ର ଆଣି ସେଥିରେ ହଳଦୀ ଗୁଣ୍ଡ ପକାଇ ସେହି ପାଇଖାନାର କିଛି ନିର୍ଦିଷ୍ଟ ସ୍ଥାନରେ ରଖିବା ଉଚିତ। ଏହିପରି କ୍ରମାଅଂଶରେ କଲେ ବାସ୍ତୁ ଜନିତ ଦୋଷ ଦୁଃଖ କଷ୍ଟ ଯନ୍ତ୍ରଣାରୁ କିଛି ମାତ୍ରାରେ ମୁକ୍ତି ମିଳିଥାଏ

ଅନେକ ସ୍ଥାନରେ ଏହା ଦେଖିବାକୁ ମିଳିଛି କି ପାଇଖାନା ତ ତିଆରି କରିବା ସମୟରେ ବାସ୍ତୁଶାସ୍ତ୍ରର ସଠିକ ନିୟମ ପାଳନ କରିଥାନ୍ତି ଅବା ସଠିକ ସ୍ଥାନରେ କରିଥାନ୍ତ। କିନ୍ତୁ ଯେଉଁ ପ୍ୟାନ ବା କୋମଳଟି ବସାଇଥାନ୍ତି ତାହାର ମୁଖ ପୂର୍ବକକୁ କରିଦେଇଥାନ୍ତି ଯାହା ଫଳରେ ମଳ ତ୍ୟାଗ ଏବଂ ପରିଶ୍ରା କରିବା ସମୟରେ ସେହି ମନୁଷ୍ୟର ମୁଖଟି ପୂର୍ବ ଦିଗକୁ ହୋଇଥାଏ ଏହା ହେବା ଦ୍ୱାରା ସୁର୍ଯ୍ୟନାରାୟଣଙ୍କର କୋପର ଶିକାର ହୋଇଥାନ୍ତି। କାରଣ ସୁର୍ଯ୍ୟନାରାୟଣଙ୍କର ଅପମାନ ହୋଇଥାଏ। ଯାହା ଫଳରେ କି ରୋଗ ଶୋକ ଦାରିଦ୍ର୍ୟତା ଜୀବନରେ ଆସିଥାଏ। ମଳ ତ୍ୟାଗ ଓ ପରିଶ୍ରା କରିବା ସମୟରେ ଉତ୍ତର ଦିଗ ଏବଂ ଦକ୍ଷିଣ ଦିଗକୁ ମୁଖ କରିବା ବିଧାନ ଅଟେ। ଅନ୍ୟ ଦିଗକୁ ମୁଖ କରିଲେ ଚଳିବ କିନ୍ତୁ ପୂର୍ବ ଦିଗକୁ ମୁଖ କରି ଶୌଚାଳୟ କରିବା ନିଷେଧ ଅଟେ।

ଏବେ ଅନେକ ସ୍ଥାନରେ କ୍ଷେତ ନଦୀ ନାଳ କିମ୍ବା ଅନ୍ୟ ଖୋଲା ସ୍ଥାନରେ ମଳ ତ୍ୟାଗ ଲୋକମାନେ କରିଥାନ୍ତି। ଏଣୁ ଖୋଲା ସ୍ଥାନରେ ପୂର୍ବ ଦିଗକୁ ମୁଖ କରି ବସିବା ଦ୍ୱାରା ସୂର୍ଯ୍ୟଙ୍କର କିରଣ ବା ବାଇଗଣୀ ରଶ୍ମି ଗୁପ୍ତାଙ୍ଗରେ ପଡିଥାଏ। ଏହା ଦ୍ବାରା ମଧ୍ୟ ଅନେକ ଅସାଧ୍ୟ ରୋଗ ଦେଖାଦେଇଥାଏ। ଏହି ରୋଗରୁ ମୁକ୍ତି ପାଇବା ଏତେ ବି ସହଜ ହୋଇନଥାଏ। ଏଣୁ ଘର ହେଉ ଅବା ବାହାରେ ହେଉ କିମ୍ବା ଅଫିସରେ ହେଉ ଅବା ଯେକୌଣସି ସ୍ଥାନରେ ହେଉ ଏହି ସବୁ ସ୍ଥାନ ମାନଙ୍କରେ ପାଇଖାନା ଓ ପରିଶ୍ରା ଘର ତିଆରି କରିବା ସମୟରେ ଧ୍ୟାନ ଦେବା ଉଚିତ କି ତାହା ଯେମିତି ପୂର୍ବ ଦିଗକୁ ହୋଇନଥାଉ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *