Excuse Me Odisha

ଯାହା କହିବୁ ସତ କହିବୁ

ନୂଆବର୍ଷରେ ଘରକୁ ଆଣନ୍ତୁ ଏହି ୫ଟି ଜିନିଷ, ଧନସଂପତ୍ତିରେ ଭରିଯିବ ଆପଣଙ୍କ ଘର !

ସେୟାର୍ କରନ୍ତୁ

ନୂଆବର୍ଷ ଆମ ପାଇଁ ଶୁଭ ହୋଇଥାଏ, କାରଣ ନୂଆବର୍ଷ ଠାରୁ ଆମେ ନୂଆ ଅନୁଭବ ସହିତ ସବୁ କାର୍ଯ୍ୟ କରିଥାଉ। ଆମ ଭବିଷ୍ୟତ କିଭଳି ଉଜ୍ବଳ ହେବ, ସେଥିପାଇଁ ନିଜ ମନରେ ସକାରାତ୍ମକ ଭାବନା ଆଣି ନୂଆ ଶୁଭାରମ୍ଭ କରିଥାଉ।ଆମେ ସମସ୍ତେ ଜାଣିଛୁ କି ସମସ୍ତଙ୍କୁ କର୍ମ ଅନୁସାରେ ଫଳ ମିଳିଥାଏ। ନୂଆବର୍ଷରେ ସମସ୍ତେ ବହୁତ ଖୁସିରେ ନିଜ ସମ୍ପର୍କୀୟ ଓ ବନ୍ଧୁଙ୍କ ସହିତ ସମୟ ଅତିବାହିତ କରିଥାନ୍ତି।

ସାଙ୍ଗମାନେ ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ କି ନୂଆବର୍ଷରେ କେଉଁ ସବୁ କାର୍ଯ୍ୟ କରିବା ଉଚିତ ଏବଂ କେଉଁ ସବୁ କାର୍ଯ୍ୟ କରିବା ଉଚିତ ନୁହେଁ, ସେହି ବିଷୟରେ ଜଣାଇବୁ। ନୂଆବର୍ଷ ବର୍ଷକୁ ଥରେ ହିଁ ଆସିଥାଏ। ବର୍ଷଟି ଆପଣଙ୍କ ପାଇଁ ସର୍ବଦା ସୁଖମୟ ରହିବା ପରେ ସମସ୍ତଙ୍କର ଆଶା ରହିଥାଏ

ନୂଆବର୍ଷରେ ଆପଣ ଅସହାୟ ଲୋକ ତଥା ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ। ଖାଦ୍ୟ ବଣ୍ଟନ ମଧ୍ୟ କରି ପାରିବେ।ଏହିଦିନ ଆପଣ ସବୁ କାର୍ଯ୍ୟ ସଠିକ ଢଙ୍ଗରେ କରନ୍ତୁ। ନୂଆବର୍ଷରେ ନୂଆ ବସ୍ତ୍ର ପରିଧାନ କରିବା ଆପଣଙ୍କ ପାଇଁ ଶୁଭ ହୋଇଥାଏ। ନୂଆବର୍ଷ ତଥା ବର୍ଷର ଆରମ୍ଭରେ ସକାଳୁ ଉଠି ଭଗବାନଙ୍କୁ ପୂଜାର୍ଚ୍ଚନା କଲେ, ଶୁଭ ଫଳ ପ୍ରାପ୍ତ ହୋଇଥାଏ।

ନୂଆବର୍ଷ ଦିନ ଘରକୁ ଖଣ୍ଡ ହଳଦୀ କିଣନ୍ତୁ, ଏହାଦ୍ବାରା ଘରକୁ ଦେବୀ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ଏହାସହିତ ରୂପା ଜିନିଷ, ଭଗବାନ ଗଣେଶଙ୍କ ଫଟୋ ଆଦି ମଧ୍ୟ ଆପଣ କିଣି ଘରେ ରଖନ୍ତୁ। ଏହା ଅପ।ଅଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ।

ଦେବୀ ଲକ୍ଷ୍ମୀଙ୍କର ଅତିପ୍ରିୟ ଫୁଲ ହେଉଛି ପଦ୍ମଫୁଲ। ତେଣୁ ନୂଆବର୍ଷ ଆରମ୍ଭରେ ପଦ୍ମ ଫୁଲର ମଞ୍ଜି ଆଣି ପୂଜା କରନ୍ତୁ। ତାପରେ ଏହାକୁ ନିଜ ଧନଭଣ୍ଡାର ଥିବା ସ୍ଥାନରେ ରଖି ଦିଅନ୍ତୁ। ନୂଆବର୍ଷରେ ଆପଣ ଘରେ ମନି ପ୍ଳାଣ୍ଟ ଏବଂ ତୁଳସୀ ଗଛ ଲଗାଇ ପାରିବେ। ଏହାଦ୍ବାରା ଆପଣଙ୍କ ଘର ପାଇଁ ଶୁଭ ସାବ୍ୟସ୍ତ ହେବ ଏବଂ ଆପଣ ସୁଖରେ ଜୀବନ ଅତିବାହିତ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *