Excuse Me Odisha

ଯାହା କହିବୁ ସତ କହିବୁ

ଠାକୁର ଘରେ ଏହି ଜିନିଷ ରଖନ୍ତୁ , ଧନସମ୍ପତ୍ତି ବଢି ଚାଲିବ !

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ ଠାକୁର ଘରେ କେଉଁ ୮ ଗୋଟି ଜିନିଷ ରହିବା ନିହାତି ଆବଶ୍ୟକ ଅଟେ, ସେହି ବିଷୟରେ କହିବାକୁ ଯାଉଛୁ।ପ୍ରତ୍ୟେକଦିନ ସାଧାରଣତଃ ଲୋକେ ନିଜ ଘରର ଠାକୁର ଘରେ ପୂଜାର୍ଚ୍ଚନା କରିଥାନ୍ତି। ପୂର୍ବକାଳରେ ଲୋକେ ଠାକୁର ମୂର୍ତ୍ତି କରି ବା ମନରୁ ଠାକୁରଙ୍କୁ ଆରାଧନା କରୁଥିଲେ। କିନ୍ତୁ ଆଜିର ସମୟରେ ଆମେ ଠାକୁର ଘରେ ବିଭିନ୍ନ ପ୍ରକାରର ଫଟୋ ରଖି ପୂଜା କରୁଛୁ।

ଘରର ଐଶାନ୍ୟ କୋଣରେ ଠାକୁର ଘର ରହିବା ଉଚିତ। ଏହି କୋଣ ହେଉଛି ଭଗବାନଙ୍କ ସ୍ଥାନ। ବାସ୍ତୁ ଅନୁସାରେ ଘରର ପ୍ରତ୍ୟେକ କୋଠରୀ ରହିଲେ, ଘରେ ସର୍ବଦା ସୁଖଶାନ୍ତି ବିଦ୍ୟମାନ ହୋଇଥାଏ।ଏହାସହିତ ଧନସମ୍ପତ୍ତିରେ ବୃଦ୍ଧି ହୋଇଥାଏ। ବନ୍ଧୁଗଣ କେଉଁ ୮ ଗୋଟି ଜିନିଷ ଠାକୁର ଘରେ ରଖିବା ନିହାତି ଆବଶ୍ୟକ ଅଟେ, ଆସନ୍ତୁ ସେହି ବିଷୟରେ ଜାଣିବା।

୧/ ପଞ୍ଚାମୃତ :- ପାଞ୍ଚ ପ୍ରକାରର ଅମୃତ ମିଶି ପଞ୍ଚାମୃତ ହୋଇଥାଏ। ଏହା କ୍ଷୀର, ଦହି, ମହୁ, ଘିଅ ଏବଂ ମିଶ୍ରି ଏହିସବୁ ଜିନିଷର ମିଶ୍ରଣକୁ ନେଇ ପ୍ରସ୍ତୁତ ହୋଇଥାଏ। ଏହି ପଞ୍ଚାମୃତ ଠାକୁରଙ୍କୁ ପ୍ରଥମେ ଭୋଗ ଅର୍ପଣ କରାଯାଇଥାଏ। ଏହାପରେ ସମସ୍ତେ ପ୍ରସାଦ ରୂପରେ ସେବନ କରିଥାନ୍ତି। ପଞ୍ଚାମୃତ ମଧ୍ୟରେ ରୋଗ ନିବାରଣ ଶକ୍ତି ରହିଥାଏ ଏବଂ ଏହା ପୃଷ୍ଟିକର ଅଟେ।

୨/ ଚନ୍ଦନ :- ଚନ୍ଦନ, ଶାନ୍ତି ଏବଂ ଶୀତଳତାର ପ୍ରତୀକ ହୋଇଥାଏ। ପ୍ରାୟତଃ ଠାକୁର ଘରେ ଚନ୍ଦନର ଅଧିକ ବ୍ୟବହାର ହୋଇଥାଏ। ପ୍ରଥମେ ଚନ୍ଦନକୁ ନେଇ ଠାକୁରଙ୍କୁ ତିଳକ ଲଗା ଯାଇଥାଏ। ଏହାସହିତ ସମସ୍ତଙ୍କୁ ଚନ୍ଦନର ତିଳକ ଲଗାଇବା ଉଚିତ। ଏହି ଚନ୍ଦନର ବାସ୍ନାରେ ମନରେ ସକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ। ଏହାସହିତ ପରିବେଶର ବାତାବରଣ ସୁସ୍ଥ ରହେ।

୩/ ଅରୁଆ ଚାଉଳ :- ଅରୁଆ ଚାଉଳ ଭଙ୍ଗା ହୋଇ ନଥାଏ ଏବଂ ଏହାକୁ ଆମେ ଅକ୍ଷତ ବୋଲି କହିଥାଉ। ଏହି ଅରୁଆ ଚାଉଳ ପ୍ରତ୍ୟେକ ଶୁଭ କାର୍ଯ୍ୟରେ ବା ପୂଜା କାର୍ଯ୍ୟରେ ବ୍ୟବହାର କରାଯାଇଥାଏ। ଏହାଛଡା ପୂଜା ସମୟରେ ଏହା ଭଗବାନଙ୍କୁ ମଧ୍ୟ ଅର୍ପଣ କରାଯାଏ, ଏହାଦ୍ବାରା ବହୁତ ଶୁଭ ହୋଇଥାଏ।

୪/ ଫୁଲ :- ଭଗବାନଙ୍କ ସୃଷ୍ଟିରେ ଫୁଲ ହେଉଛି ସୁନ୍ଦରତାର ପ୍ରତୀକ ଅଟେ। ସର୍ବଦା ପୂଜାପର୍ବରେ ଫୁଲର ବ୍ୟବହାର କରାଯାଇଥାଏ।ଏହାସହିତ ଠାକୁର ଘରେ ଭଗବାନଙ୍କୁ ଫୁଲ ଅର୍ପଣ କରି ପୂଜାର୍ଚ୍ଚନା କରାଯାଇଥାଏ। ଠାକୁରଙ୍କୁ ଫୁଲ ଅର୍ପଣ କରି ପୂଜା କରିବା ଦ୍ୱାରା ମନରେ ପ୍ରସନ୍ନତା ଆସିଥାଏ।

୫/ ମିଠା :- ଭଗବାନଙ୍କୁ ପୂଜା କରିବା ସମୟରେ ମିଠା ଅର୍ପଣ କରାଯାଇଥାଏ। ଏଭଳି କରିବା ଦ୍ଵାରା ଆମ ଜୀବନରେ ଉତ୍ତମ ପରିବର୍ତ୍ତନ ହୋଇଥାଏ। ସର୍ବଦା ନିଜ ଇଛା ଅନୁସାରେ ଭଗବାନଙ୍କୁ ମିଠା ଅର୍ପଣ କରନ୍ତୁ, ସର୍ବଦା ସୁଖରେ ରହିବେ।

୬/ ଦୀପ :- ଆମେ ସର୍ବଦା ଭଗବାନଙ୍କ ପାଖରେ ଦୀପ ପ୍ରଜ୍ବଳନ କରିଥାଉ।ଏଭଳି କରିବା ଦ୍ୱାରା ଆମ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ।ଭଗବାନଙ୍କ ପାଖରେ ଆମେ ଦୀପ ଜାଳି, ଆମ ଜୀବନରେ ସବୁ ଅନ୍ଧକାର ରୂପକ ସମସ୍ୟା ଦୂର କରି ଆମକୁ ମାର୍ଗଦର୍ଶନ କରନ୍ତୁ ବୋଲି ପ୍ରାର୍ଥନା କରିଥାଉ। ପ୍ରତ୍ୟେକ ପୂଜା ସମୟରେ ଦୀପ ଜଳାଇବାର ବିଧି ରହିଛି।

୭/ ସିନ୍ଦୁର – ସିନ୍ଦୁର ରଙ୍ଗର ପ୍ରତୀକ ଅଟେ। ଠାକୁର ଘରେ ନିଶ୍ଚିତ ଭାବରେ ସିନ୍ଦୁର ରହିବା ଆବଶ୍ୟକ। ଦେବୀ ଦେବତାଙ୍କ ମୂର୍ତ୍ତିରେ ସିନ୍ଦୁର ଲଗାଇଲେ ପୁଣ୍ୟ ମିଳିଥାଏ। ଏହି ସିନ୍ଦୁର ଆମର ଫିକା ଜୀବନକୁ ସୁଖରେ ଭରି ଦେଇଥାଏ।

୮/ ଘଣ୍ଟି :- ଆପଣମାନେ ପ୍ରାୟତଃ ମନ୍ଦିରରୁ ଘଣ୍ଟା ବାଜିବାର ଶବ୍ଦ ଶୁଣିଥିବେ। ଯେଉଁ ସ୍ଥାନରେ ଘଣ୍ଟା ବାଜି ଥାଏ, ସେହି ସ୍ଥାନର ବାତାବରଣ ପବିତ୍ର ହୋଇଯାଏ। ଠାକୁର ଘରେ ଭଗବାନଙ୍କୁ ଛୋଟ ଘଣ୍ଟି ବଜାଇ ପୂଜା କରାଯାଇଥାଏ। ଏହାସହିତ ଭଗବାନଙ୍କ ଆଳତି କରିବା ସମୟରେ ଜୋରରେ ଘଣ୍ଟା ନାଦ ହୁଏ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *