Excuse Me Odisha

ଯାହା କହିବୁ ସତ କହିବୁ

ଗାଈ ଉପରେ ହାତ ରଖି ଏହି ମନ୍ତ୍ର ଜପ କଲେ, ପୂର୍ଣ୍ଣ ହୋଇଥାଏ ସବୁ ମନସ୍କାମନା।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମରେ ଗାଈକୁ ଦେବୀ, ମାତାର ସ୍ଥାନ ଦିଆଯାଇଛି।ଗାଈକୁ ପ୍ରତ୍ୟେକଦିନ ରୁଟି ଖାଇବାକୁ ଦେବା ଦ୍ଵାରା ଆପଣଙ୍କର କୌଣସି କାର୍ଯ୍ୟରେ କେବେବି ବିଘ୍ନ ଆସିନଥାଏ।ଏହାସହିତ ଗାଈ ଉପରେ ହାତ ଆଉଁଶିବା ଦ୍ଵାରା ପୁଣ୍ୟ ମିକିବା ସହିତ ରୋଗ ମଧ୍ୟ ଭଲ ହୋଇଯାଏ।ତେଣୁ ବନ୍ଧୁଗଣ ସର୍ବଦା ଗାଈକୁ କିଛି ନା କିଛି ଖାଇବାକୁ ଦିଅନ୍ତୁ।

ପ୍ରତ୍ୟେକ ଦିନ ଗାଈକୁ ରୁଟି, ଫଳ, ପରିବା, ଭାତ ଖାଇବାକୁ ଦିଅନ୍ତୁ। ଆପଣଙ୍କୁ ନିଜ ଡାହାଣ ହାତରେ ହିଁ ଗାଈକୁ ଖୁଆଇବା ଉଚିତ।ଗାଈ ଖାଉଥିବା ସମୟରେ ଆପଣ ଗାଈକୁ ଆଉଁସି ଏହି ମନ୍ତ୍ରଟିକୁ ଜପ କରନ୍ତୁ। ସେହି ମନ୍ତ୍ରଟି ହେଉଛି – “ଧେନୁ ତ୍ୱଙ୍ଗ କାମଧେନୁ, ସର୍ବ ପାପ ନିବାରଣୀ, ମୋକ୍ଷ ଫଳ ପ୍ରଦାୟନି, ଚ ମାତ୍ର ଦେବୀ ନମୋସ୍ତୁତେ”। ଏହି ମନ୍ତ୍ରଟିକୁ ଆପଣଙ୍କୁ ୭ ଥର ଜପି କରିବା ଉଚିତ। ଏଭଳି କରିବା ଦ୍ଵାରା ଗାଈର ଆଶୀର୍ବାଦରୁ ଆପଣଙ୍କର ସବୁ ଇଛା ଅଭିଳାଷା ପୂରଣ ହୋଇଯିବ।

ସଂସାରରେ ଧର୍ମ ଓ କର୍ମ ହେଉଛି ସବୁକିଛି। ଏହା କଲ୍ୟାଣକାରୀ, ଶାନ୍ତି ପ୍ରଦାୟକ, ବିଦ୍ୟା ସନ୍ତୋଷ ଦାୟକ ଏବଂ ଅହିଂସା ସୁଖପ୍ରଦାୟକ ହୋଇଥାଏ। ଯେଉଁ ବ୍ୟକ୍ତି ଅଧିକ ଧନବୈଭବ ଏବଂ ବିଦ୍ୟା ପ୍ରାପ୍ତ କରିବା ପରେ ମଧ୍ୟ ଆତ୍ମ ସଂଯମତା ବା ନିଜ ଉପରେ ନିୟନ୍ତ୍ରଣ ରଖିଥାଏ, ସେ ହିଁ ପଣ୍ଡିତ ହୋଇଥାନ୍ତି।

ଯେଉଁ ବ୍ୟକ୍ତି ବିନା ନିମନ୍ତ୍ରଣରେ ଅତିଥି ହୋଇ କାହା ଘରକୁ ଯାଇଥାନ୍ତି, ସର୍ବଦା ଅଯଥା କଥା କହିଥାନ୍ତି, ଅଜଣା ଓ ଅଯୋଗ୍ୟ ଲୋକଙ୍କୁ ବିଶ୍ଵାସ କରିଥାନ୍ତି, ସେମାନେ ମୂର୍ଖ ଏବଂ ନୀଚ ସ୍ଵଭାବର ହୋଇଥାନ୍ତି ବୋଲି ମାନା କାଇଥାଏ।

ଯେଉଁ ଲୋକମାନେ ସର୍ବଦା ଅନ୍ୟକୁ ଦେଖି ଈର୍ଷା କରିଥାନ୍ତି, ଅନ୍ୟକୁ ଘୃଣା ନଜରରେ ଦେଖିଥାନ୍ତି, ସେମାନେ ସର୍ବଦା ଦୁଃଖକଷ୍ଟରେ ରହିଥାନ୍ତି। ଏହି ଲୋକମାନେ ସବୁବେଳେ ନିଜ ମନରେ ଅସନ୍ତୁଷ୍ଟ ରହିଥାନ୍ତି।ଏହାସହିତ ଅଧିକ କ୍ରୋଧ ଓ ସାମାନ୍ୟ କଥାରେ ସନ୍ଦେହ କରୁଥିବା ବ୍ୟକ୍ତି ନିଜ ଜୀବନରେ କେବେବି ଖୁସିରେ ରହି ପାରନ୍ତି ନାହିଁ।

କାହା ଦୋଷକୁ କ୍ଷମା କରିବା କୌଣସି ଦୋଷ ହୋଇ ନଥାଏ। ଏହା ମଣିଷର ଶକ୍ତି ଅଟେ। କ୍ଷମା ହେଉଛି ଦୁର୍ବଳ ଲୋକଙ୍କ ବଳ ଏବଂ ବଳବାନ ଲୋକଙ୍କର ଆଭୁଷଣ ଅଟେ।

ମଣିଷ ପାଖରେ ଧନସମ୍ପତ୍ତି ଆସିଲେ, ସେ ଖୁସି ହୋଇଥାଏ। କିନ୍ତୁ ମଣିଷ ଚାହିଁଲେ, ନିଜ ଜୀବନରେ ଅନେକ ପରିବର୍ତ୍ତନ ଆଣି ପାରିବ। ଯେପରି ମଣିଷ କ୍ରୋଧ, ଅହଙ୍କାର, ଦୁଃଖ ନକରି ନିଜ ଜୀବନରେ ଆଗକୁ ବଢ଼ି ପାରିବ। ପ୍ରତ୍ୟେକଦିନ ଗାଈକୁ ଖାଇବାକୁ ଦିଅନ୍ତୁ, ଏହାଦ୍ବାରା ଆପଣଙ୍କର ସବୁ ପାପ ଧୋଇ ହୋଇ ଯିବ।

ଆପଣଙ୍କର ଆଖପାଖରେ ଯିଏ ଆପଣଙ୍କ ବିଶ୍ଵାସର ପାତ୍ର ଅଟନ୍ତି, ତାଙ୍କୁ ହିଁ ବିଶ୍ୱାସ କରନ୍ତୁ। ଏହାଛଡା ଅଜଣା ଲୋକଙ୍କୁ ବିଶ୍ୱାସ କରନ୍ତୁ ନାହିଁ।ତାକୁ ଅଧିକ ବିଶ୍ଵାସ କରିବା ଅନୁଚିତ। ହୁଏତ ସେହି ଅଜଣା ବ୍ୟକ୍ତି ଆପଣଙ୍କ ସହିତ ବିଶ୍ବାସଘାତକତା କରି ପାରନ୍ତି।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *